ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ଭୟରେ ଗ୍ରାମବାସୀ

ଯାଜପୁର : ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଭୟରେ ଗ୍ରାମବାସୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଗତ ଦୁଇ ଦିନ ହେବ ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡ ଭାଲୁ ବୁଲୁଥିବା ବେଳେ, ଖାଦ୍ୟ ଅନ୍ବେଷଣରେ ଭାଲୁଟି ପାଖ ଜଙ୍ଗଲରୁ […]

Continue Reading

୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଦିଆଯାଇପାରିବ ସିଙ୍ଗଲ ଡୋଜ ଭାକ୍ସିନ ସ୍ପୁଟନିକ୍ ଲାଇଟ୍

ନୂଆଦିଲ୍ଲୀ : ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଦିଆଯାଇପାରିବ ସିଙ୍ଗଲ ଡୋଜ ଭାକ୍ସିନ ସ୍ପୁଟନିକ୍ ଲାଇଟ୍ ଟିକା । ଏହାକୁ ମଞ୍ଜୁର ଦେଇଛି ଋଷ । କୋଭିଡରୁ ଆରୋଗ୍ୟ କରିବା କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହି ଟିକା ଜରିଆରେ କରୋନାକୁ ଦୂର କରାଯାଇପାରିବ ବୋଲି କୁହାଯାଇଛି । ଋଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସକୋ କହିଛନ୍ତି- ସ୍ପୁଟନିକ ଲାଇଟର ଆରୋଗ୍ୟ କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହାକୁ ୬୦ରୁ ଅଧିକ ବୟସ୍କଙ୍କୁ ଦିଆଯିବାକୁ ମଞ୍ଜୁରୀ ପ୍ରଦାନ […]

Continue Reading

ୟୁକେର ମାଞ୍ଚେଷ୍ଟରରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାଞ୍ଚେଷ୍ଟର : ୟୁନାଇଟେଡ୍‍ କିଙ୍ଗଡମର ଦ୍ବିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି ବିଧି ମୁତାବକ ସମାପନ କରାଯାଇଥିଲା । ବହୁ ପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବକୁ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା […]

Continue Reading

କମାଲ କଲା ସ୍ୱଦେଶୀ ରାକ୍ଷୀ, ଚୀନର କ୍ଷତି ହେଲା ୫୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାକ୍ଷୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନରୁ ରାକ୍ଷୀ ନ ଆଣି ସ୍ୱଦେଶୀ ଶୈଳୀ ରାକ୍ଷୀ ବ୍ୟବସାୟ ଉପରେ ଗୁରୁତ୍ୱ ଦେଇଥିଲେ । ୪୦ ହଜାରରୁ ଅଧିକ ବ୍ୟପାରୀ ବିଭିନ୍ନ ମହିଳା ସଂଗଠନ ଓ ବସ୍ତି ଅଂଚଳରୁ ରାକ୍ଷୀ ଆଣି ସାରା ଦେଶରେ […]

Continue Reading

ଲା ଗଣେଶନ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଲା ଗଣେଶନକୁ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତାମିଲନାଡୁର ଏହି ପୂର୍ବତନ ବିଜେପି ସଭାପତି ରାଜ୍ୟସଭା ସଦସ୍ୟ ମଧ୍ୟ ରହି ସାରିଛନ୍ତି । ସେ ଏକ ଅଭିଜ୍ଞ ସମ୍ପନ୍ନ ରାଜନେତା ହୋଇଥିବାରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ଆଶା କରାଯାଉଛି । ସରକାରଙ୍କ ପକ୍ଷରୁ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ଭାରତର ଯେ […]

Continue Reading

ରାଜଧାନୀରେ କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଖସିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ଟଙ୍କା ରହିଥିବା ବେଳେ ଡିଜେଲ ପିଛା ୮୯.୦୭ କୁ ହ୍ରାସ ପାଇଛି। ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୦ ପଇସା ହ୍ରାସ ପାଇଛି। ଏକ ମାସ ମଧ୍ୟରେ ପେଟ୍ରୋଲ ହାରରେ ପ୍ରଥମ ହ୍ରାସ ଘଟିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୬୬ ଟଙ୍କାକୁ ହ୍ରାସ ପାଇଛି। ଯାହା […]

Continue Reading

କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଲେ ତାରା ବାହିନୀପତି

ଭୁବନେଶ୍ବର : ପଦାରେ ପଡୁଛି କଂଗ୍ରେସ କନ୍ଦଳ । କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ତାରାପ୍ରସାଦ । ତାଙ୍କ କହିବା କଥା ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀ ଏକଜୁଟ ଅଛନ୍ତି । ହେଲେ କଂଗ୍ରେସର ଦୁର୍ବଳ ନେତୃତ୍ବ ଯୋଗୁଁ ଜିଲ୍ଲାସ୍ତରର କର୍ମୀ କିଛି କରିପାରୁନାହାନ୍ତି । ଏଥିପାଇଁ ପିସିସିଙ୍କ ଦକ୍ଷତା ଉପରେ ସେ ପ୍ରଶ୍ନ […]

Continue Reading

କ୍ଷମା ମାଗିଲେ ଭିନେଶ, ନରମି ନାହିଁ ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଅବସରରେ ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତୀୟ କୁସ୍ତି ସଂଘ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣା ନେଇ ଭିନେଶ କ୍ଷମା ମାଗିଥିଲେ ମଧ୍ୟ ଡବ୍ଲ୍ୟୁଏଫଆଇ ଏବେ ବି ଅସନ୍ତୁଷ୍ଟ ରହିଛି । ଭିନେଶ ଅଫିସିଆଲ ସ୍ପନଶର ବଦଳରେ ଅନ୍ୟ ଏକ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିଥିଲେ ।ଏହା ବ୍ୟତୀତ ସାଥୀ ଖେଳାଳିଙ୍କ ସହ ଟ୍ରେନିଂ ମଧ୍ୟ କରି ନେଇଥିଲେ । ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ […]

Continue Reading

ଜାମ୍ମୁ-କଶ୍ମୀରକୁ ତାଲିବାନ ସହିତ ତୁଳନା କଲେ ମେହବୁବା, ପରୋକ୍ଷରେ କେନ୍ଦ୍ରକୁ ଦେଲେ ଧମକ

ନୂଆଦିଲ୍ଲୀ: ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବୟାନ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଜମ୍ମୁ-କଶ୍ମୀରକୁ ତାଲିବାନ ସହ ତୁଳନା କରି ସେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି । ତାଲିବାନ କିପରି ଆମେରିକୀୟଙ୍କୁ ଦେଶରୁ ତଡିଲେ ତାହା ଭଲ କରି ହୃଦୟଙ୍ଗମ କର । ଯେଉଁ ଦିନ ଏଠାକାର ଲୋକେ ବିଗିଡିଯିବେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ । ଆର୍ଟିକିଲି ୩୭୦ ହଟିବା ପରେ ଏଠାକାର ଲୋକଙ୍କ ମନରେ ଅସନ୍ତୋଷ ଭାବ ରହିଛି […]

Continue Reading

ଉତ୍ତରାଖଣ୍ଡରେ ରହିଛି ଦେଶର ସବୁଠାରୁ ଉଚ୍ଚତମ ହର୍ବାଲ୍‌ ଉଦ୍ୟାନ

ଡେରାଡୁନ୍‌: ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଭାରତର ସର୍ବୋଚ୍ଚ ହର୍ବାଲ ପାର୍କକୁ ଶନିବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟ ମାନା ଗ୍ରାମରେ ଉଦଘାଟନ କରାଯାଇଛି। ବିଭିନ୍ନ ଔଷଧୀୟ ତଥା ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଲ୍‌ପାଇନ୍ ପ୍ରଜାତି ସଂରକ୍ଷଣ କରିବା ଏବଂ ଏହାର ପ୍ରସାର ତଥା ବାସସ୍ଥାନ ପରିବେଶ ଉପରେ ଗବେଷଣା କରିବା ଏହି ସର୍ବୋଚ୍ଚ ହର୍ବାଲ ପାର୍କର ମୂଳ ଉଦ୍ଦେଶ୍ୟ। ତିନି ଏକର ଜମିରେ ଏହି ପାର୍କକ ପ୍ରସାରିତ ହୋଇ ରହିଛି। କେନ୍ଦ୍ର […]

Continue Reading