ସୀମା ଟପିଛି ତାଲିବାନୀଙ୍କ ବର୍ବରତା; ଖରାପ ଖାଦ୍ୟ ରାନ୍ଧିଲେ ମହିଳାଙ୍କୁ ମିଳୁଛି ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ବିଚାରପତି ନଜଲା ଆୟୁବି କହିଛନ୍ତି ଯେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନେ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନେ ଲୋକଙ୍କ ଅଧିକାରକୁ ସମ୍ମାନ କରିବେ ଏବଂ ସେମାନଙ୍କୁ ଇସଲାମ ଅନୁଯାୟୀ କାର୍ଯ୍ୟ କରିବାକୁ ଏବଂ ଶିକ୍ଷିତ ହେବାକୁ ଅନୁମତି ଦେବେ। ନଜଲା ଆୟୁବୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଆଫଗାନିସ୍ତାନର ମହିଳାମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ମହିଳାଙ୍କ ପ୍ରତି ଖରାପ ବ୍ୟବହାର ଏବଂ ହିଂସା ଭଳି […]

Continue Reading

ପାସପୋର୍ଟ ଯାଞ୍ଚ ପରେ ୧୫୦ ଭାରତୀୟଙ୍କୁ ଛାଡିଲା ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଆଜି ସକାଳେ କାବୁଲ ଏୟାରପୋର୍ଟରୁ ୧୫୦ ଭାରତୀୟଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଥିଲା। ତେବେ ଏହାକୁ ନେଇ ଏକ ଭଲ ଖବର ଆସିଛି। ତାଲିବାନୀ ନିଜ ସାଙ୍ଗରେ ନେଇ ଯାଇଥିବା ୧୫୦ ଭାରତୀୟଙ୍କୁ ଏବେ ସୁରକ୍ଷିତ କାବୁଲ ଏୟାରପୋର୍ଟରେ ଛାଡ଼ି ଦେଇଛନ୍ତି। ସୂଚନା ଅନୁଯାୟୀ ତାଲିବାନ କାବୁଲ ବିମାନବନ୍ଦର ନିକଟସ୍ଥ କିଛି ସ୍ଥାନରେ ଏହି ସମସ୍ତ ଭାରତୀୟଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ଛାଡି ଦେଇଛି। ଏହାପୂର୍ବରୁ ଏକ ସାମରିକ ବିମାନ ଅନ୍ୟ ୮୦ରୁ […]

Continue Reading

ଅକ୍ଟୋବର ସୁଦ୍ଧା ୧ କୋଟି ଡୋଜ ଟିକା ପ୍ରସ୍ତୁତ ଆରମ୍ଭ କରିବ ଜାଇଡସ୍ କାଡିଲା

ନୂଆଦିଲ୍ଲୀ: ଜାଇଡସ୍ କାଡିଲା ଶନିବାର ଘୋଷଣା କରିଛି ଯେ ଅକ୍ଟୋବର ସୁଦ୍ଧା କୋଭିଡ-୧୯ ଟିକାର ୧ କୋଟି ଡୋଜ ଉତ୍ପାଦନ ଆରମ୍ଭ କରିବେ। ଜାଇଡସ୍ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ବର୍ଗ ପିଲାମାନଙ୍କ ଲାଗି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇବା ପରେ ଏହି ଘୋଷଣା କରାଯାଇଛି। ଜିଡସ୍ କ୍ୟାଡିଲା ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ ନୂତନ କାରଖାନା ନିର୍ମାଣ ପାଇଁ ବିଳମ୍ବ ହେବାରୁ ଟିକା ଉତ୍ପାଦନ ବୃଦ୍ଧି ଅକ୍ଟୋବରରୁ […]

Continue Reading

୨୩ ରିଲିଜ କରିବ ଟାଇଗର୍‌ଙ୍କ ଆକ୍ସନ ଥ୍ରୀଲର୍‌ ମୁଭି ‘ଗଣପତ୍‌’

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଡିସେମ୍ବର ୨୩ରେ ବଲିଉଡର ଆକ୍ସନ୍ ହିରୋ ଟାଇଗର ଶ୍ରଫଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘ଗଣପତ୍‌’ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବହଲ। ପୁଣିଥରେ ଦର୍ଶକମାନେ ଟାଇଗରଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଥ୍ରୀଲର ଫିଲ୍ମ ଦେଖିବାକୁ ପାଇବେ। ଏଥିରେ ଟାଇଗର୍‌ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ କିତ୍ରି ସାନନ୍‌। ଟାଇଗର ସୋସିଆଲ ମିଡିଆରେ ସେୟାର କରି ଫିଲ୍ମ ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି […]

Continue Reading

ଖୁବ୍‌ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି। କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ କରିବା ଆବଶ୍ୟକ। ଅହମ୍ମଦାବାଦ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ ଫାର୍ମ ଏହାର ଜୁଲାଇ ୧ ରେ ଏହାର ZyCoV-D ୩-ଡୋଜ୍ କୋଭିଡ୍-୧୯ ଟିକା ର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ […]

Continue Reading

ଗୁଣୁପୁରରେ ଜାତୀୟ ସଦଭାବନା ଦିବସ ପାଳିତ

ଗୁଣୁପୁର: ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ ନୂଆଦିଲ୍ଲୀ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଜାତୀୟ ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଂରଜନ ନାୟକ, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏ.ଶ୍ରୀନିବାସ ଆଚାରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ଉପଖଣ୍ଡ ସୂଚନା ଏବଂ ଲୋକସଂପର୍କ […]

Continue Reading

ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ମୁଁ ଚାହେଁ ସମସ୍ତେ ସୁସ୍ଥ ରୁହନ୍ତୁ । ଚିକିତ୍ସା ପାଇଁ ଟଙ୍କା କେବେ ବି ବାଧକ ନ ହେଉ। ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ smart health […]

Continue Reading

ଟ୍ୱିନ୍‌ସିଟିରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡିଶାର ୨୨ ଟି ଜିଲ୍ଲାର କେତେକ ଅଞ୍ଚଳରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିିଛି। ଏହାସହିତ ବଜ୍ରପାତ ହେବାର ଆଶଙ୍କା ମଧ୍ୟ ରହିଥିବା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ଆଗାମୀ ୩ ଘଣ୍ଟା ପାଇଁ ସମ୍ବଲପୁର, ନୁଆପଡା, ବଲାଙ୍ଗୀର, କୋରାପୁଟ, କଳାହାଣ୍ଡି, ରାୟଗଡା, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ପୁରୀ, ଖୋଦ୍ଧା, କଟକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଗଞ୍ଜାମ, ନୟାଗଡ, ଜଗତସିଂହପୁର, କେନ୍ଦ୍ରପଡ଼ା ଓ […]

Continue Reading

ବଲିଉଡ୍‌ ନାୟିକାଙ୍କ ନ୍ୟାସନାଲ କ୍ରସ୍‌ ନୀରଜ!

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରବାନିତ୍ବ କରିଥିବା ଆଥ୍‌ଲେଟ୍‌ ନୀରଜ ଚୋପ୍ରାଙ୍କ ନାଁ ଏବେ ପ୍ରତ୍ୟେକ ଗଳି କନ୍ଦିରେ ଶୁଭୁଛି। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ଚୋପ୍ରା ହେଉଛନ୍ତି ଦ୍ୱିତୀୟ ଭାରତୀୟ ସ୍ବର୍ଣ୍ଣ ପଦକ ବିଜେତା। ତେବେ ନୀରଜ ଏବେ ବଲିଉଡ୍‌ ଷ୍ଟାର୍‌ଙ୍କ ନ୍ୟାସନାଲ କ୍ରସ୍‌ ପାଲଟିଯାଇଛନ୍ତି। ଏକଥା ନିଜେ ସ୍ବୀକାର କରିଛନ୍ତି ଅଭିନେତ୍ରୀ କିଆରା ଆଡଭାନୀ। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ […]

Continue Reading

ଭାରତରେ କିଶୋରମାନଙ୍କଠାରେ ସିଙ୍ଗଲ୍ ଡୋଜ୍‌ ଟିକା ପରୀକ୍ଷଣ ପାଇଁ ଅନୁମତି ଲୋଡିଛି ଜେ ଆଣ୍ଡ ଜେ

ନୂଆଦିଲ୍ଲୀ: ଆମେରିକାର ଫାର୍ମା କମ୍ପାନୀ ଦ୍ବାରା ବିକଶିତ ଟିକା ଜନସନ ଆଣ୍ଡ ଜନସନ (ଜେ ଆଣ୍ଡ ଜେ) ଭାରତରେ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (CDSCO)କୁ ୧୨ ରୁ ୧୭ ବର୍ଷ ବୟସର କିଶୋରମାନଙ୍କଠାରେ କରୋନାର ସିଙ୍ଗଲ୍ ଡୋଜ୍‌ ଜନସନ୍ ଟିକା ଉପରେ ଅଧ୍ୟୟନ କରିବାକୁ ଅନୁମତି ଲୋଡିଛନ୍ତି। କିଶୋରମାନଙ୍କ ମଧ୍ୟରେ କରୋନାଭାଇରସ୍ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ହାସଲ କରିବା ଜରୁରୀ ବୋଲି ଜେ ଆଣ୍ଡ ଜେ ଏକ ବିବୃତ୍ତିରେ କହିଛନ୍ତି। ଜେ ଆଣ୍ଡ […]

Continue Reading