ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼

ପୁରୀ: ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଥିବା ସୂଚନା ମିଳିଛି । ପୁରୀ ମାଳତୀପାଟପୁର ନିକଟରେ ମନ୍ତ୍ରୀଙ୍କ ଗାଡ଼ିକୁ ବିରୋଧୀଙ୍କ ପକ୍ଷରୁ ଅଣ୍ଡା ମାଡ଼ କରାଯାଇଥିଲା । ଏହାସହ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

Continue Reading

ଭିକି ଓ କାଟ୍ରିନାଙ୍କ ଭିତରେ ରହିଛି ଖାସ୍‌ କନେକ୍ସନ୍‌; ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ ଚଚ୍ଚିର୍ତ ଯୋଡି ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସେମାନଙ୍କ ସମ୍ପର୍କକୁ ନେଇ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବନ୍ଧୁ ବିକି ଏବଂ କ୍ୟାଟଙ୍କ ସମ୍ପର୍କ ବିଷୟରେ ସେ କହିଛନ୍ତି ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଖାସ୍‌ ସଂଯୋଗ ଅଛି। ଏହା କୁହାଯାଉଛି ଯେ ଭିକି ଏବଂ କ୍ୟାଟ୍ରିନା ଆନୁଷ୍ଠାନିକ ଭାବେ ଏହାକୁ ଖୁବ୍‌ […]

Continue Reading

ପାଖେଇ ଆସିଲାଣି ବିବାହ ସମୟ ,ଏବେଠୁ ବ୍ରେକ୍ ନେଲେଣି କ୍ୟାଟ୍ରିନା କୈଫ୍

ମୁମ୍ବାଇ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚିକିନି ଚମେଲୀ କ୍ୟାଟ୍ରିନା କୈଫ୍ । ସେ ଆସନ୍ତା ମାସରେ ବଲିଉଡ୍ ହିଟ୍ ଷ୍ଟାର, ହ୍ୟାଣ୍ଡସମ୍ ବୟେ ଭିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତିା ବିବାହ ତାରିଖ ପାଖେଇ ଆସିଲାଣି । ଏହି ଗ୍ରାଣ୍ଡ ମ୍ୟାରେଜକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ବଢିବାରେ ଲାଗିଛି । ହେଲେ ଏହି ବାହାଘର ପାଇଁ ଏବେଠାରୁ ପ୍ରସ୍ତୁତି ଚଲାଇଛନ୍ତି କ୍ୟାଟ୍ । କ୍ୟାଟ୍ରିନା ଏବେ ନିଜ କାମରୁ କିଛି […]

Continue Reading

ଟିକଟକ୍ ପ୍ଲାଟଫର୍ମରେ ସୁଇସାଇଡ୍ ବମ୍ବର୍ ଯୋଗାଡ କରୁଛି ଇସଲାମିକ୍ ଷ୍ଟେଟ୍‌

ଭୁବନେଶ୍ୱର: ବିଶ୍ୱର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ । ମୁଖିଆ ଅବୁ-ବକ୍ର-ଅଲ-ବାଗଦାଦିର ମୃତ୍ୟୁ ପରେ ଅନେକ ଭାବିଥିଲେ ଇସଲାମିକ ଷ୍ଟେଟ୍ ଧୂଳିସାତ ହେବ । ହେଲେ ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ପୁଣିଥରେ ମୁଣ୍ଡ ଟେକିଛି ଏହି ଆତଙ୍କବାଦୀ ସଙ୍ଗଠନ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚଳାଇଛି ଆତଙ୍କବାଦୀ ନିଯୁକ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍‌ଟକ୍ ସାଜିଛି ସୁଇସାଇଡ୍ ବମ୍ବରଙ୍କ ନିଯୁକ୍ତିର ମାଧ୍ୟମ । ଖ୍ରୀଷ୍ଟମାସ୍ ଅବସରରେ ପାଶ୍ଚାତ୍ୟ ଦେଶଗୁଡିକ ଉପରେ […]

Continue Reading

କୋଭିଡ ଲକ୍ଷଣ ଥିଲେ ସ୍କୁଲ ଆସନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ସୁନ୍ଦରଗଡ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ କରୋନାରେ ସଂକ୍ରମିତ ହେବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କି ଯେଉଁ ଛାତ୍ରଛାତ୍ରୀ ମାନଙ୍କଠାରେ କରୋନା ଲକ୍ଷଣ ଦେଖାଦେଉଛି ।ସେମାନେ ସ୍କୁଲ ଯାଆନ୍ତୁ ନାହିଁ । ଏନେଇ ସ୍ଥୀନୟ ପ୍ରଶାସନ ମଧ୍ୟ ସଜାଗ ରହିଛି । ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ସଙ୍ଗୋରୋଧରେ ରଖାଯାଇଛି । ସ୍କୁଲ ଓ କଲେଜରେ ନିୟମକୁ […]

Continue Reading

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ୱର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି । ରାଜ୍ୟ ପ୍ରଦୂଷଣ ଓ ନିୟନ୍ତ୍ରଣ ବୋର୍ଡର ବାଲେଶ୍ୱର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଶ୍ରୀ ବେହେରାଙ୍କୁ ଅପାରଗତା ଓ ଦୁର୍ନୀତି ଯୋଗୁଁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ଚାକିରୀରୁ ବହିଷ୍କାର କରାଗଲାଣି । ସାଧାରଣ ଜୀବନରେ ସାଧୁତା ଓ […]

Continue Reading

ଓଡିଶାର ନଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର ସମ୍ମାନ

ଦିଲ୍ଲୀ : ଚୀନ୍ ସୈନଙ୍କ ସହିତ ସଂଘର୍ଷରେ ସହିଦ ହୋଇଥିବା ଓଡିଆ ପୁଅଙ୍କୁ ମରୋଣତ୍ତୋର ବୀର ଚକ୍ରରେ ସମ୍ମାନୀତ କରାଯାଇଛି । ମୟୂରଭଞ୍ଜର ନାଏବ ସୁବେଦାର ନଦୁରାମ ସୋରେନଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ବୀର ଚକ୍ର ପୁରଷ୍କାର ଗ୍ରହଣ କରିଛନ୍ତି । ଗତବର୍ଷ ଗଲୱାନ ଚାଇନାରେ ସେନା ସହ ବୀରତ୍ୱର ସହ ଲେଢେଇ କରି ନଦୁରାମ ସହିଦ ହୋଇଯାଇଥିଲେ ।

Continue Reading

ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେଲା ରାୟଗଡ଼ା ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ରାୟଗଡ଼ାର ୮ଲକ୍ଷ ୩୦ହଜାର ଲୋକ ପାଇବେ ସ୍ମାର୍ଟ କାର୍ଡ଼ର ସୁବିଧା । ଏହାସହ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଲେ, ଜନଜାତି ଭାଇଭଉଣୀମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ […]

Continue Reading

ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ

ପୁରୀ : ଆସନ୍ତାକାଲି ପୁରୀ ଯିବେ ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ସକାଳ ୭ ଟାରୁ ୯ ଟା ମଧ୍ୟରେ ସୂର୍ଯ୍ୟପୂଜା,ଅଗ୍ନିପୂଜା ଓ ଯଜ୍ଞ ବିଧି ସମ୍ପନ୍ନ ହେବ। ସକାଳ ୯.୩୦ ରେ ପୁରୀ ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୦ ଟା ୧୫ ରୁ ସାଢେ ଦଶଟା ମଧ୍ୟରେ ଶିଳା ସ୍ଥାପନା ପୂଷ୍ପାଞ୍ଜଳି ସହ ପୂର୍ଣ୍ଣାହୂତି ଦିଆଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ […]

Continue Reading

ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୪ଟି ବିଭାଗରେ ଆଉଟସୋର୍ସିଂରେ କାମ କରୁଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବା ଲାଗି ରାଜ୍ୟ ସରକାରଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଲୋକାଲ ଫଣ୍ଡ ଅଡିଟ, ସବ୍-ରେଜିଷ୍ଟ୍ରି ଅଫିସ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମି ଆଦି ୪ଟି ବିଭାଗରେ କାର୍ଯ୍ୟରତ ଥିବା ଠିକା ଡାଟା ଏଣ୍ଟ୍ରି ଅପରେଟର । ଏହି ଅପରେଟରଙ୍କୁ ନିୟମିତ […]

Continue Reading