ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ସଂକ୍ରମଣ, ଅଫଲାଇନ୍ ପରୀକ୍ଷା ବାତିଲ୍

ସମ୍ବଲପୁର: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ବୁର୍ଲା ଭୀମସାରରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମଣ । ୨୨ଜଣ ଏମବିବିଏସ୍ ଛାତ୍ରୀ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ଆଜି ପୁଣି ୭ଜଣ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପଜିଟିଭ୍ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । କରୋନ ସଂକ୍ରମଣରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି […]

Continue Reading

ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଲା ଅତି ବିଶିଷ୍ଟ ସେବା ମେଡ଼ାଲ

ଭୁବନେଶ୍ୱର: ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡ଼ାଲ ମିଳିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଆ ବାୟୁସେନା ଅଧିକାରୀ । ନିକଟରେ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ କମାଣ୍ଡର ନିଯୁକ୍ତି ହୋଇଛନ୍ତି । ପ୍ରଥମ ଓଡ଼ିଆଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଦେଶସେବା ଓ ଭାରତୀୟ ସେନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଏହି ସମ୍ମାନ […]

Continue Reading

ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ

ପୁରୀ: ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ନିଆଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଢ଼ା ପରିକ୍ରମା କରି ମା’ ବିମଳା, ମା’ ମହାଲକ୍ଷ୍ମୀ ଓ ବଟ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହାସହ […]

Continue Reading

ହିରୋ ଅର୍ଦ୍ଧେନ୍ଦୁ ଭିଲେନ ଭୂମିକାରେ ନଜର ଆସିବେ

ଭୁବନେଶ୍ୱର : ହିରୋ ଅର୍ଦ୍ଧେନ୍ଦୁ ଏବେ ପୁଣି ନୂଆ ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟସ୍ତି ଅଛନ୍ତି । ହେଲେ ଏହି ଚଳଚ୍ଚିତ୍ରରେ ଅର୍ଦ୍ଧେନ୍ଦୁ ଭିଲେନ ଅବତାରରେ ନଜର ଆସିବେ ବୋଲି ଜଣାପଡିଛି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ‘ଭିଲେନ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରୀଷ୍ଣା । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଆଦିକନ୍ଦ ସାହୁ ଥିବାବେଳେ ,କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଶ୍ୱନୀ ତ୍ରିପାଠୀ । ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଅଛନ୍ତି ଦେବୀଦତ୍ତ ମହାନ୍ତି । […]

Continue Reading

କନ୍ଧମାଳରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କନ୍ଧମାଳରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୬ଲକ୍ଷ ୫୦ହଜାର ଲୋକ ଏହି ସୁବିଧା ପାଇବେ । ଏହାସହ ଜିଲ୍ଲାର ପ୍ରାୟ ୨୭୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡ଼ିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ […]

Continue Reading

ଓଲିଉଡକୁ କମ୍ ବ୍ୟାକ୍ କଲେ ଅଭିନେତ୍ରୀ ପ୍ରିୟା ଚୌଧୁରୀ

ଭୁବନେଶ୍ୱର : ଫିଲ୍ମ ଜଗତଠାରୁ ଦୂରେଇ ଯାଇଥିବା ଅଭିନେତ୍ରୀ ପ୍ରିୟା ଚୌଧୁରୀ ପୁଣି ଓଲିଉଡକୁ କମ୍ ବ୍ୟାକ୍ କରୁଛନ୍ତି । ଏଥର ପ୍ରିୟା ଭିନ୍ନ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି । ଉପସ୍ଥାପିକା ତଥା ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏବେ ସୁଟିଂ ସେଟରେ ନିଜର ଅପକମିଂ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି । ନୂଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ ପାଇଁ ସୁଟିଂ ଚାଲିଛି ।ଏଥିରେ ନାୟକ ଅମ୍ଲାନଙ୍କ ବିପକ୍ଷରେ ତିନି ଜଣ ନାୟିକା ନଜର […]

Continue Reading

ମିଳୁନାହାନ୍ତି ମାଲିକ , ଥାନାରେ ଛେଳି ଅଟକ

ତାମିଲନାଡୁ : ସମସ୍ୟାରେ ପଡିଛି କୋଏମ୍ବାଟୁର କରମଡାଇ ପୋଲିସ । ଆପଣମାନେ ତ ଶୁଣିଥିବେ ପୋଲିସ ଚୋରକୁ ଖୋଜେ ହେଲେ ଏହି ଘଟଣାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଚୋରି ହୋଇଥିବା ଛେଳିକୁ ପୋଲିସ ପାଇଛି । ଏହି ଛେଳି ଏବେ ପୋଲିସ କଷ୍ଟେଡିରେ ରହିଛି । ବର୍ତମାନ ଏହି ଛେଳିର ମାଲିକ କିଏ ତାକୁ ନେଇ ପୋଲିସ ଖୋଜିବା ପାଇଁ ଚେଷ୍ଟା କରୁଛି । ଏଭଳି କଠିନ ସମୟରେ ପୋଲିସ ଛେଳିର ଭଏସ […]

Continue Reading

ଖ୍ରୀଷ୍ଟମାସ ପରେଡ୍‌ ବେଳେ ଭୟଙ୍କର ଅଘଟଣ; ବୟସ୍କ ଓ ଶିଶୁଙ୍କ ଉପରେ ମାଡିଗଲା ଗାଡି

ନୂଆଦିଲ୍ଲୀ: ମିଲ୍‌ୱାକି ଉପକଣ୍ଠରେ ରବିବାର ଦିନ ଖ୍ରୀଷ୍ଟମାସ ପରେଡରେ ସାମିଲ୍‌ ହୋଇଥିବା ଲୋକଙ୍କ ଉପରେ ଏସୟୁଭି ମାଡିଯାଇଥିଲା। ଏହି ଗାଡି ୪୦ ରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ଶିଶୁଙ୍କୁ ନିର୍ଦ୍ଦିଷ୍ଟ ଭାବରେ ଟାର୍ଗେଟ କରିଥିବା ଜଣାପଡ଼ିଛି। ନଗର ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ଜଣଙ୍କୁ ଗିରଫ କରାଯାଇଛି, କିନ୍ତୁ ଏହାର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି […]

Continue Reading

ହାତୀକୁ କାବୁ କରିବାକୁ ନାକେଦମ ବନ ବିଭାଗ, ୫ ଅଧିକାରୀ ଆହତ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଦନ୍ତା ରାମୁ ବେକରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି । ରେଡିଓ କଲାର ଲଗାଇବା ବେଳେ ହାତୀ ଆକ୍ରମଣରେ ୫ ଜଣ ଅଧିକାରୀ ଆହତ ହୋଇଛନ୍ତି । ବେଙ୍ଗାଳୁରୁରୁ ଆସିଥିବା ବିଶେଷଜ୍ଞଙ୍କ କାନ୍ଧ ଭାଙ୍ଗି ଯାଇଥିବା ବେଳେ ଜଣେ ଫରେଷ୍ଟର ଗୁରୁତର ହୋଇଛନ୍ତି । ଏହା ପରେ ରେଡିଓ କଲାର ଲଗାଇବା କାର୍ଯ୍ୟକ୍ରମ ସାମୟିକ ବନ୍ଦ ରହିଛି । ଟାଙ୍ଗୀ ରେଂଜ ଅଂଚଳରେ ଥିବା ହାତୀ ବେକରେ ରେଡିଓ କଲାର […]

Continue Reading

ପୁଣି ଗର୍ଜିଲେ ନଓ୍ବାବ ମଲ୍ଲିକ, କହିଲେ ପ୍ରିପ୍ଲାନ ଅନୁସାରେ ଆର୍ଯ୍ୟନଙ୍କୁ କରାଯାଇଥିଲା ଗିରଫ

ମୁମ୍ବାଇ : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସକୁ ନେଇ ତୁଟୁନି ବିବାଦ । ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିବା ପରେ ବି ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଆର୍ଯ୍ୟନଙ୍କ ଗିରଫଦାରୀକୁ ନେଇ ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକ ପୂର୍ବରୁ ଅନେକ ଥର ଏନସିବିକୁ ଟାର୍ଗେଟ କରିଥିବା ବେଳେ ଆଜି ପୁଣି ଏକ ବୟାନ ଜାରି କରିଛନ୍ତି । ସେ କହିଛନ୍ତି, ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ଏକ […]

Continue Reading