ଓଡ଼ିଶାରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ: ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୪ଟି ନୂଆ କୋର୍ଟ ପ୍ରତିଷ୍ଠା ହେବ । ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକରେ ଏହି ପ୍ରସ୍ତାବ ଉପରେ ଲାଗିଛି ମୋହର । ହାଇକୋର୍ଟଙ୍କ ଅନୁମୋଦନ ପରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ୫ଟି ସିଭିଲ ଜଜ୍ କୋର୍ଟକୁ ଅନୁମୋଦନ ମିଳିଛି । ଏହା ସହ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ କମିଟି ସ୍ଥିର କରିଛି । ପାରଳାଖେମୁଣ୍ଡିରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି […]

Continue Reading

ଆମେରିକା ଗୁଇନ୍ଦା ସଂସ୍ଥାର ନୂଆ ବୈଷୟିକ ମୁଖ୍ୟ: ଦିଲ୍ଲୀରେ କରିଛନ୍ତି ପାଠପଢା ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ଆମେରିକୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ପକ୍ଷରୁ ଏହାର ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ କରାଯାଇଛି । ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନୀଙ୍କୁ ସିଆଇଏର ପ୍ରଥମ ସିଟିଓ ଭାବରରେ ନିଯୁକ୍ତ କରାଯାଇଛି । ଆଇଟି ପ୍ରଫେସନାଲ ଭାବରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନନ୍ଦଙ୍କୁ ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହାର ପ୍ରଥମ ସିଟିଓ ନିଯୁକ୍ତ କରାଯାଇଛି । ସିଲିକନ୍ ଭ୍ୟାଲିରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ନନ୍ଦ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବେ ବୋଲି ସିଆଇଏ […]

Continue Reading

NBCC ରେ ବିନା ପରୀକ୍ଷାରେ ମିଳିବ ଚାକିରି, ଆବେଦନ କରିବାରେ ରହିଛି ଅଳ୍ପଦିନ, ଜଲଦୀ କରିନିଅନ୍ତୁ ଆବେଦନ

ଭୁବନେଶ୍ୱର: ଏନବିସିସି ରେ ଚାକିରି କରିବାକୁ ଚାହୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଏନବିସିିରେ ଡେପୁଟୀ ଜେନେରାଲ ମ୍ୟାନେଜର ପଦରେ ଆବେଦନ କରିବା ପାଇଁ କେବଳ ୪ ଦିନ ବାକି ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିପାରିନ୍ତାହାଁନ୍ତି, ତେବେ ଶୀଘ୍ର ଏନବିସିସିର ଅଫିସିଆଲ ୱେବସାଇଟ nbccindia.in କୁ ଯାଇ ଆବେଦନ କରିପାରିବେ । ଏହି ପଦରେ ଆବେଦନ କରିବା ପାଇଁ ଶେଷ ତାରିଖ ୫ ମେ ରହିଛି […]

Continue Reading

UGC NET 2022 ନୋଟିଫିକେସନ୍ ଆଉଟ୍: ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି ନେଟ ୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ପ୍ରକ୍ରିୟା ଜାରି ରହିବ । ଏଥିପାଇଁ ଆପଣମାନେ ଅଫିସିଆଲ ୱେବସାଇଟ ugcnet.nta.nic.inକୁ ଯାଇ ଫର୍ମ ଭରି ପାରିବେ । ଗତ ଏପ୍ରିଲ ୩୦ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ୟୁଜିସି ଅଧ୍ୟକ୍ଷଙ୍କ ଅନୁଯାୟୀ, ୟୁଜିସି ନେଟ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଜୁନିୟର […]

Continue Reading

ଆସନ୍ତାକାଲି ଠାରୁ ପିଏମ୍ ମୋଦୀଙ୍କ ବିଦେଶ ଯାତ୍ରା ଆରମ୍ଭ: ୬୫ ଘଣ୍ଟାରେ ୨୫ଟି ବୈଠକ, ୮ ବିଶ୍ୱନେତାଙ୍କ ସହ ମୁଲାକାତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ନିଜର ପ୍ରଥମ ବିଦେଶ ଯାତ୍ରା ମେ ମାସ ୨ ତାରିଖଠାରୁ ଆରମ୍ଭ କରିବେ । ମୋଦୀ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରି ୭ଟି ଦେଶର ୮ ଜଣ ବିଦେଶୀ ନେତାଙ୍କ ସହ ସାକ୍ଷାତ କରିବେ । ଏହି ପରିପ୍ରେକ୍ଷୀରେ ଅନେକ ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ବୈଠକରେ ସେ ସାମିଲ ହେବେ । ମୋଦୀ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରିବା ସହ ୬୫ ଘଣ୍ଟା ମଧ୍ୟରେ ୨୫ଟି […]

Continue Reading

ରାଷ୍ଟ୍ରପତି ନିର୍ବାଚନ: ସମଦୂରତ୍ୱ ନୀତି ଆପଣେଇଲା ବିଜେଡ଼ି

ଭୁବନେଶ୍ୱର : ବିଜୁ ଜନତା ଦଳ  କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନଙ୍କୁ ଆଗାମୀ ଲୋକସଭା ଏବଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ସେଥିପାଇଁ ଢେର୍‍ ଦିନ ବାକି ଅଛି। ଏବେଠାରୁ ସେ ସମ୍ପର୍କରେ ମତ ଦେବା ସମୀଚୀନ ହେବନାହିଁ। ସମୟ […]

Continue Reading

ଶ୍ରମିକଙ୍କ ପାଇଁ ଗୋଟିଏ ଦିନ: ପଥର ଚିତ୍ରକଳାରେ ପ୍ରିୟଙ୍କାଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ମେ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ । ଆଉ ଚଳିତ ବର୍ଷର ଥିମ ରହିଛି \’Act together to build a positive safety and health culture’. ଏହି ଦିବସରେ ଚିତ୍ରଶିଲ୍ପୀ ପ୍ରିୟଙ୍କା ସାହାଣୀ ଏକ ବଡ ପଥରରେ ଏକ୍ରିଲିକ ରଂଗ ବ୍ୟବହାର କରି ଜଣେ ଶ୍ରମିକ ଇଟା ବୋହୁଥିବାର ଚିତ୍ର ଆଙ୍କିଛନ୍ତି । ଯାହା କରିବାକୁ ୪୫ ମିନିଟ ସମୟ ଲାଗିଥିଲା । ଆଜି ମେ ୧ […]

Continue Reading

ସକ୍ରିୟ ହେଉଛି କାଳବୈଶାଖୀ ପ୍ରକ୍ରିୟା, ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା

ଭୁବନେଶ୍ୱର: ଗତକିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏବେ ପାଣିପାଗରେ ପରିବର୍ତ୍ତନ ହେଉଛି । ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି । ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରୁଛି । ତେବେ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବ ଜଳୀୟ ବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ । ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହା କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିବ । […]

Continue Reading

ବିଶ୍ୱବିଦ୍ୟାଳୟର ହିସାବ ଭୁଲ୍: ଅନର୍ସ ଛାତ୍ରଙ୍କୁ ଭୁଲରେ ମିଳିଲା ଅଧିକ ମାର୍କ

ନୂଆଦିଲ୍ଲୀ: ଶିକ୍ଷାର ଏକ ନଗ୍ନରୂପ ବିହାରର ଏକ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି । ଜଣେ ଗ୍ରାଜୁଏଟ ଛାତ୍ରଙ୍କୁ ମୋଟ ୧୦୦ ମାର୍କରୁ ୫୫୫ ନମ୍ବର ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟର ପରୀକ୍ଷା ବିଭାଗର ଏହି ଲାପରବାହୀ କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଉକ୍ତ ବିଦ୍ୟାର୍ଥୀଙ୍କୁ ସ୍ନାତକର ତିନୋଟି ପାର୍ଟକୁ ମିଶାଇ ମୋଟ ୮୦୦ ବଦଳରେ ୮୬୮ ନମ୍ବର ଦିଆଯାଇଛି । ଛାତ୍ରଙ୍କର ପାର୍ଟ-୩ ଅନର୍ସ ବିଷୟର ପେପର-୫ରେ ଭୁଲ୍ ନମ୍ବର ଦିଆଯାଇଥିଲା । ତେବେ […]

Continue Reading

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା ASI ଟିମ୍

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଏହାର ଅନୁଧ୍ୟାନ ପାଇଁ ଆଜି ପୁରୀରେ ପହଞ୍ଚିଛି ଏଏସଆଇ ଟିମ୍ । ଆଞ୍ଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ପହଞ୍ଚିଛି ଉଚ୍ଚସ୍ତରୀୟ ଟିମ୍ । ଟିମରେ ଓବିସିସି ଓ ଟାଟା ପ୍ରୋଜେକ୍ଟ କତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅଛନ୍ତି । ପ୍ରକଳ୍ପ ଅନ୍ତଭୁକ୍ତ କ’ଣ କ’ଣ ନିର୍ମାଣ ଚାଲିଛି, ସେନେଇ ଅନୁଧ୍ୟାନ କରିବ ଟିମ୍ । ତେବେ ଏଏସଆଇର ବିନା ଅନୁମତିରେ ଏହି ପ୍ରକଳ୍ପ […]

Continue Reading