ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ଭୁବନେଶ୍ୱରରୁ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ବୁଧବାର ଦିନ ଘୋଷଣା କରାଯାଇଛି।
ଭୁବନେଶ୍ୱର-ଭଦ୍ରକ ମେମୁ ଏପ୍ରିଲ ୭ ତାରିଖ ଅପରାହ୍ନ ୫ଟା ୫୫ରୁ ଭୁବନେଶ୍ୱର ଷ୍ଟେସନ ଛାଡିବା ସହ ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ। ସେହିପରି ଏହା ଏପ୍ରିଲ ୮ ସକାଳ ୬.୧୫ରେ ଭଦ୍ରକ ଛାଡିବା ସହ ଦିନ ୯.୫୦ରେ ଭୁବନେଶ୍ୱରରେ ପହଞ୍ଚିବ।
ଏହି ଟ୍ରେନ ବାଣୀବିହାର, ମଞ୍ଚେଶ୍ୱର, ପଟିଆ, ଭୁବନେଶ୍ୱର ନୂଆ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡି ପିଏଚ୍, କଟକ, କେନ୍ଦ୍ରାପଡା ରୋଡ୍, ମଙ୍ଗୁଳି ଚୌଦ୍ଵାର, ନିର୍ଗୁଣ୍ଡି, କପିଲାସ୍ ରୋଡ୍, ଝାଡ଼େଶ୍ୱର, ବଇରି, ବରିଥେଙ୍ଗଡା, ଧାନମଣ୍ଡଳ, ହରିଦାସପୁର, ନ୍ୟୁ ଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଜଖପୁର, ଯାଜପୁର କେନ୍ଦୁଝର ରୋଡ, କୋରାଇ, ବୈତରଣୀ ରୋଡ, ଦୁଲାଖାପାଟନା, ମଞ୍ଜୁରୀ ରୋଡ, କେନ୍ଦୁଆପଡା, କପାଲି ରୋଡ ଏବଂ ବଉଦପୁର ଆଦି ଉଭୟ ଦିଗ ପଟୁ ଚଳାଚଳ କରିବ।