ମଣିପୁରରେ ବିଜେପି ଶାସନର ଅନ୍ତ ଘଟିବ! କଂଗ୍ରେସ ସରକାର ବିରୋଧରେ ଆଣିବ ଅନାସ୍ଥା ପ୍ରସ୍ତାବ

ଇମ୍ଫାଲ୍ : ମଣିପୁରରେ ବିଜେପି ଶାସନର ଅନ୍ତ ଘଟିବ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓକ୍ରାମ୍‌ ଇବୋବି ସିଂହଙ୍କ ନେତୃତ୍ବରେ କଂଗ୍ରେସ ପୁଣିଥରେ କ୍ଷମତାକୁ ଫେରିବାପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୩ ବିଜେପି ବିଧାୟକଙ୍କ ସମେତ ୯ ବିରୋଧୀ ବିଧାୟକ ରାଜ୍ୟ କଂଗ୍ରେସରେ ଯୋଗ ଦେବାପାଇଁ ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଦଳୀୟ ନେତାମାନେ ମଣିପୁର ରାଜ୍ୟପାଳଙ୍କୁ ଭେଟିବା ସହ ସରକାର ଗଠନ ପାଇଁ ଦାବି କରିବେ। ମଣିପୁର ବିଜେପିରେ ଫାଟ ଦେଖାଦେଇଛି। ନେତାମାନେ ବିଜେପି ଏବଂ […]

Continue Reading

ଭାରତ-ଚୀନ୍ ସୀମା ବିବାଦ ସମ୍ବନ୍ଧୀୟ ସର୍ବଦଳୀୟ ବୈଠକ: ଅନିମନ୍ତ୍ରିତ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାନ୍ତସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖାରେ ଉପୁଜିଥିବା ବିବାଦ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଆଜି ସନ୍ଧ୍ୟା ୫ଟା ବେଳେ ଡାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏହି ବୈଠକରେ ଯୋଗ ଦେବାକୁ ଆମ୍‌ ଆଦ୍‌ମୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ ଏବଂ ଏଆଇଏମ୍‌ଆଇଏମ୍‌କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଏ ଭଳି ଅସନ୍ତୋଷ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Continue Reading

୧୯ ରାଜ୍ୟସଭା ଆସନରେ ନିର୍ବାଚନ: ମଧ୍ୟ‌ପ୍ରଦେଶରୁ ଜ୍ୟୋତିରାଦିତ୍ୟ, ଦିଗବିଜୟ ବିଜୟୀ

ନୂଆଦିଲ୍ଲୀ: ଦେଶର ୮ଟି ରାଜ୍ୟରେ ଆଜି ୧୯ଟି ରାଜ୍ୟସଭା ଆସନା ପାଇଁ ନିର୍ବାଚନ ‌ଅନୁଷ୍ଠିତ ହୋଇଯାଇଛି। ୧୯ଟି ଆସନ ମଧ୍ୟରୁ ଆନ୍ଧ୍ର ପ୍ରଦେଶରେ ୱାଏସ୍ଆର୍‌ କଂଗ୍ରେସ ପାର୍ଟି ୪ଟି ଆସନ ପୋଛି ନେଇଛି। ମଧ୍ୟ ପ୍ରଦେଶରେ ୨ଟି ଆସନ ବିଜେପି ଖାତାକୁ ଯାଇଥିବାବେଳେ କଂଗ୍ରେସକୁ ଗୋଟିଏ ଆସନ ମିଳିଛି। ରାଜସ୍ଥାନରେ କଂଗ୍ରେସ ୨ଟି ଆସନରେ ଜିତିଥିବାବେଳେ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂହ ସୋଲାଙ୍କି ଜିତିଥିବାବେଳେ […]

Continue Reading

ସରକାର ଭୟରେ ବିଳମ୍ବ କଲେ ଏବଂ ରଥଯାତ୍ରା ନେଇ ନିଷ୍ପତ୍ତି ନେଇପାରିଲେ ନାହିଁ : ନିରଞ୍ଜନ

ଭୁବନେଶ୍ୱର:  ଆମେ କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଉପରେ ପ୍ରକୃତରେ ବିଶ୍ୱାସ କରୁଛେ ସମସ୍ତ କାର୍ଯ୍ୟ ସେଇ ମହାପ୍ରଭୁଙ୍କ ଉପରେ ଛାଡ଼ି ଦିଅନ୍ତୁ, ସେ ନିଷ୍ପତ୍ତି କରିବେ କେଉଁଟା ଭୁଲ କେଉଁଟା ଠିକ୍ । ତାହା ନ କରି ଟିଭି ଆଉ ଖବରକାଗଜରେ ରଥଯାତ୍ରା ଓ କରୋନାକୁ ନେଇ ଯେଉଁ ତୁମ୍ବି ତୋଫାନ ଚାଲିଛି ତାହା ଠିକ୍ ନୁହେଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି,  ଆମର […]

Continue Reading

ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ କ’ଣ ୧୮ ତାରିଖରେ ଏ ନିଷ୍ପତ୍ତି ନେଇପାରି ନ ଥାନ୍ତେ? ପ୍ରଶ୍ନ କଲେ ସୌମ୍ୟରଂଜନ

ଭୁବନେଶ୍ୱର: ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ଭାବେ ରଥଯାତ୍ରା ଆୟୋଜନ ପାଇଁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଆଜି ଅନୁମତି ପ୍ରଦାନ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମରଂଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି, ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଅନୁମତି ଦେଇଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦର କଥା।

Continue Reading

ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା

ପୁରୀ: ରଥଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ଛେରା ପହଁରା ଚାଲିଛି। ଏବେ ତାଳଧ୍ବଜ,  ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରୁଛନ୍ତି।

Continue Reading

ଆଉ ୩ କରୋନା ଆକ୍ରାନ୍ତଙ୍କ ଜୀବନ ଗଲା, ସମସ୍ତେ କଟକ ଜିଲ୍ଲାର

ଭୁବନେଶ୍ବର: ବିଗତ ୪ ଦିନ ହେଲା ରାଜ୍ୟରେ କ୍ରମାଗତ ଭାବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ପରିଲକ୍ଷିତହେଉଛି । ଗତ ୪ଦିନ ମଧ୍ୟରେ କରୋନା ସଂକ୍ରମଣରେ ଜୀବନ ହାରିଲେଣି ୬ ଜଣ ଆକ୍ରାନ୍ତ । ଏଣେ ଆଜି ରାଜ୍ୟରେ ଆଉ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତିନି ମୃତକ କଟକ ଜିଲ୍ଲାର ହୋଇଥିବା ବେଳେ ଏମାନେ କୋଭିଡ-୧୯ ଭୁତାଣୁରେ ସଂକ୍ରମିତ […]

Continue Reading

ବଡ଼ଦାଣ୍ଡରେ ରଥଟଣା ଆରମ୍ଭ, ଗଡ଼ିଲା ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ

ପୁରୀ:  ଛେରା ପହଁରା ପରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ ଟଣା ଚାଲିଛି। ଏହା ପୂର୍ବରୁ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି। ଏହା ପୂର୍ବରୁ ରଥାରୂଢ଼ ୩ ଠାକୁରଙ୍କୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଦର୍ଶନ କରିଥିଲେ। ସେ  ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କ ଦର୍ଶନ ଲାଭ କରିଥିଲେ। ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ […]

Continue Reading

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୧୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ରେଳ କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱରରରୁ ସୋମବାର ପୁଣି ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ହୋମ୍‌ କ୍ୱାରେଣ୍ଟିନ୍‌ରେ ଥିଲେ। ୧୧ଜଣଙ୍କ ମଧ୍ୟରୁ ୭ଜଣ ମଞ୍ଚେଶ୍ୱରରୁ ଓ ଜଣେ ବାଣୀବିହାରରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ତିନିଜଣ ରେଳ କର୍ମଚାରୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରକାଶ।

Continue Reading

କେବଳ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ ପାଇଁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଶେଷରେ ସମସ୍ତ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ଫଳରେ ଚଳିତ ବର୍ଷ କୋଭିଡ୍‌-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର […]

Continue Reading