୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର: ଆଗାମୀ ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ମୌସୁମୀ ପହଞ୍ଚିବା ପାଇଁ ପାଗ ଧିରେ ଧିରେ ଅନୁକୂଳ ହେଉଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଶନିବାର ମଧ୍ୟାହ୍ନ ସୁଦ୍ଧା ଓଡ଼ିଶାର ୧୨ଟି ଜିଲ୍ଳାରେ କାଳବୈଶାଖୀ ହେବାର […]

Continue Reading

କେନ୍ଦୁଝରରେ ଅଘଟଣ: ଜଳିଗଲା ଚଳନ୍ତା ବସ୍, ବର୍ତ୍ତିଗଲେ ୩୦ ଯାତ୍ରୀ

କେନ୍ଦୁଝର: ଜଳିଗଲା ଚଳନ୍ତା ଯାତ୍ରୀବାହୀ ବସ୍‌ । ସର୍ଟସର୍କିଟ ଯୋଗୁ ବସରେ ନିଆଁ ଲାଗିଯାଇଥିବା ବେଳେ ଦୁର୍ଘଟଣାରୁ ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଆଜି ଭୋର୍ ସମୟରେ ଘଟିଛି ଏହି ଅଭାବନୀୟ ଘଟଣା । ୪୯ ନଂ ଜାତୀୟ ରାଜପଥ କାଞ୍ଜିପାଣି ଘାଟି ନିକଟରେ ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ରାଉରକେଲାରୁ ପାଖାପାଖି ୩୦ ଯାତ୍ରୀଙ୍କୁ ନେଇ ‘ପାଢ଼ୀ’ ବସ୍ […]

Continue Reading

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ଦୁଃଖଦ ଖବର ଆସିଛି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ତେବେ ୭୯ ବର୍ଷୀୟ ମୁଶାରଫ ଦୁବାଇଠାରେ ଚିକିତ୍ସିତ ହେଉଛନ୍ତି । ମୁଶାରଫଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ ଦୁବାଇର ଏକ ଆମେରିକୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଶାରଫଙ୍କ ମୃତ୍ୟୁକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ସେ ଗତ ୨୧ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଭେଣ୍ଟିଲେଟରରେ […]

Continue Reading

ଆସନ୍ତା ଜୁଲାଇ ପହିଲାରୁ ଦେଶରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍: ସମସ୍ୟା ଘେରରେ ଶିଳ୍ପ ସଂସ୍ଥା, ରୋଜଗାର ହରାଇବେ କୋଟି କୋଟି ଲୋକ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ପହିଲାରୁ ଦେଶରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହେବାକୁ ଯାଉଛି । ତେବେ ପ୍ଲାଷ୍ଟିକ୍ ବ୍ୟାନ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏକ ସଠିକ୍ ପଦକ୍ଷେପ ହେଲେ ମଧ୍ୟ ଏହାର କୁପ୍ରଭାବରେ ଜନସାଧାରଣ ବହୁଳ ଭାବେ ପ୍ରଭାବିତ ହେବେ । ତେବେ ଏନେଇ କନଫେଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସିଏଆଇଟି ପକ୍ଷରୁ କୁହାଯାଇଛି ଯେ, ସିଙ୍ଗଲ ୟୁଜ୍ […]

Continue Reading

ଅନୁଭବ-ବର୍ଷା ବିବାଦ: ଷ୍ଟାର ଦମ୍ପତିଙ୍କ କଳହରେ ଆସିଲା ପୁଣି ନୂଆ ଟ୍ୱିଷ୍ଟ

ଭୁବନେଶ୍ୱର: ସିନେ ତାରକା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଯୋଡ଼ି ହେବାରେ ଲାଗିଛି । ତେବେ ବର୍ଷା ତାଙ୍କର ସ୍ୱାମୀ ଅନୁଭବଙ୍କ ନାମରେ ପୁଣି କେସ୍ ଦାୟର କରିଥିବା ଜଣାପଡ଼ିଛି । କଟକ ସବ୍-ଡିଭିଜିନାଲ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଜେଏମ୍) କୋର୍ଟରେ ବର୍ଷା ଏକ କମ୍ପେ୍ଲନ୍ କେସ୍ ରୁଜୁ କରିଥିବା ଜଣାପଡ଼ିଛି । ଅନୁଭବଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ତାଙ୍କର ସମ୍ମାନ ହାନୀ କରୁଥିବାରୁ […]

Continue Reading

ବାରବାଟୀ ମ୍ୟାଚ ପାଇଁ ବ୍ୟାପକ ବ୍ୟବସ୍ଥା: MO BUS ଯୋଗାଇବ ସ୍ୱତନ୍ତ୍ର ସେବା

କଟକ: ଜୁନ୍ ୧୨ ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ମ୍ୟାଚ ପାଇଁ ଟିକେଟ୍ ମଧ୍ୟ ବିକ୍ରି ସରିଲାଣି । ଏହାରି ମଧ୍ୟରେ ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ସେବା ଯୋଗାଇବାକୁ ଯାଉଛି ମୋ ବସ୍ । ମ୍ୟାଚ୍ ପାଇଁ ୨ ଟି ସ୍ୱତନ୍ତ୍ର ରୁଟରେ ଭୁବନେଶ୍ୱରରୁ ବାରବାଟୀ ଚାଲିବ ମୋ ବସ୍ […]

Continue Reading

ତାତିରୁ ମିଳିବ ଆଶ୍ୱସ୍ତି: ଆଗାମୀ ତିନିଦିନ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ରୌଦ୍ରତାପ । ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଆସିଛି । ରାଜ୍ୟରେ ଆଗାମୀ ୩ ଦିନ ଯାଏଁ ଘଡ଼ଘଡ଼ି ସହ ବର୍ଷା ନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Continue Reading

ଆସନ୍ତା ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଆରମ୍ଭ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସ ୨ ତାରିଖରୁ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମୌସୁମୀ ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା ବେଳେ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥିସହିତ ଅର୍ଥମନ୍ତ୍ରୀ ଜୁଲାଇ ୩୦ ତାରିଖରେ […]

Continue Reading

ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି: ଆଉ ଦିନକ ପରେ ଟି୨୦ ମ୍ୟାଚ୍

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିସାରିଛନ୍ତି ୨ ଦେଶର ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଛି ଖେଳାଳିଙ୍କ ବସ୍ । ସ୍ୱତନ୍ତ୍ର ବସ ଯୋଗେ ଯିବେ ହୋଟେଲ ମେ’ଫେୟାର ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଟିମର ଖେଳାଳି । ଖେଳାଳିଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଆଉ ଦିନକ ପରେ ବାରବାଟୀରେ ଅଛି ଟି୨୦ ମ୍ୟାଚ, ଯେଉଁଥିପାଇଁ ଉଭୟ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ୧୨ରେ ବାରବାଟୀରେ ଭାରତ-ଦ.ଆଫ୍ରିକା […]

Continue Reading

ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ବନ ଧରଣର ଅଦଳବଦଳ ପରେ ନୂଆ ବାସ୍ପତି ଭାବେ କିଏ ନିର୍ବାଚିତ ହେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆଉ ୨ ଦିନ ଅର୍ଥାତ୍ ଜୁନ୍ ୧୩ ତାରିଖରେ ହେବାକୁ ଯାଉଛି ବାଚସ୍ପତି ନିର୍ବାଚନ । ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିକ୍ରମ କେଶରୀ ଆରୁଖ । ସୂଚନା ଅନୁସାରେ, ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ବିକ୍ରମ । ଆସନ୍ତା ଜୁନ୍ […]

Continue Reading