୮୦୦୦ ସ୍କ୍ରିନରେ ରିଲିଜ ହେବ ଆରଆରଆର

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବହୁପ୍ରତୀକ୍ଷୀତ ପରିୟଡ ଡ୍ରାମା ଆରଆରଆର ଶୁକ୍ରବାର ରିଲିଜ ହେବ । ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଜୁନିୟର ଏନଟିଆର, ରାମଚରଣ, ଅଜୟ ଦେବଗାନ ଓ ଆଲିୟା ଭଟ୍ଟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ମେଗା ବଜେଟ ଫିଲ୍ମ ୮୦୦୦ ସ୍କ୍ରିନରେ ରିଲିଜ ହେବ । ହିନ୍ଦୀ ସଂସ୍କରଣରେ ୩୨୦୦ ଏବଂ ଦକ୍ଷିଣ ଭାରତରେ ୩୦୦୦ରୁ ୩୫୦୦ ସ୍କ୍ରିନରେ ଏହା ରିଲିଜ ହେବ […]

Continue Reading

୧୪ ବର୍ଷ ପରେ ଚେନ୍ନାଇର ଅଧିନାୟକ ପଦ ଛାଡିଲେ ଧୋନୀ, ଜାଡେଜା ନେବେ ନେତୃତ୍ୱ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଆଉ ହାତ ଗଣତି ଦିନ ବାକିଥିବା ବେଳେ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ସ୍ୱତଃ ଛାଡିଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ହାସଲ କରିଛି । ୧୪ ବର୍ଷ ହେବ ଧୋନୀ ଅଧିନାୟକ ପଦ ସମ୍ଭାଳିଥିଲେ । ଚେନ୍ନାଇ ଏହି ସିଜନ ପାଇଁ ଧୋନୀଙ୍କୁ ୧୨ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ : ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଦୁର୍ନିତୀଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ ଜାରି । ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଜଣେ ମୁଖ୍ୟଯନ୍ତ୍ରୀ , ୩ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟରୁ ବିଦା କରିଛନ୍ତି ।ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ […]

Continue Reading

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ।ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ୍ ଟିମ୍ ଭଦ୍ରକ ଚାନ୍ଦବାଲି ଯିବ । ଶର୍ମିଷ୍ଠାଙ୍କୁ ଧରିବା ପାଇଁ ଧରିବା ପାଇଁ ଏହି ଟିମ ଗଠନ କରାଯାଇଛି ।ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଆଜି ପୋଲିସ ଡିଜି ସୁନୀଲ ବଂଶଲ ମଧ୍ୟ […]

Continue Reading

ଭୀମସାରରେ କରୋନା ରୋଗୀ ମୃତ୍ୟୁ ପ୍ରସଙ୍ଗ : ମୃତକଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ଚିକିତ୍ସା ଅଭାବରୁ ଭୀମସାରରେ କରୋନା ରୋଗୀ ମୃତ୍ୟୁ ପ୍ରସଙ୍ଗ । ମୃତ ରୋଗୀଙ୍କ ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୧୩ ଟି ପରିବାରକୁ କ୍ଷତି ପୁରଣ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ ଟି ପରିବାରକୁ ୫ ଲକ୍ଷ ଲେଖାଏଁ ଓ ଅନ୍ୟ ୧୧ ଟି ପରିବାରକୁ ୫୦ ହଜାର ଲେଖାଏଁ କ୍ଷତି ପୁରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମେ ଦୁଇ ତାରିଖ ସୁଦ୍ଧା […]

Continue Reading

ପୌର ନିର୍ବାଚନ : ଆସନ୍ତାକାଲି ସକାଳ ୮ଟାରୁ ମତଦାନ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟରେ ସରିଲା ପ୍ରଚାର । ୨୪ ତାରିଖ ଗୁରୁବାର ଭୋଟ ଗ୍ରହଣ ହେବ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ପ୍ରାର୍ଥୀମାନେ ସନ୍ଧ୍ୟା ୫ଟି ସୁଦ୍ଧା ପ୍ରଚାର ଶେଷ କରିଛନ୍ତି ।ରାଜ୍ୟରେ ୫୯ଟି ବିଜ୍ଞପିତ ପରିଷଦ , ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ କାଲି ଭୋଟ ଗ୍ରହଣ ହେବ । ୪ ହଜାର ୩୭୩ବୁଥରେ ମୋଟ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ […]

Continue Reading

ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର  : ସରିଲା ପ୍ରଚାର ।  କାଲି ପୌର ନିର୍ବାଚନ ପାଇଁ  ଭୋଟ ହେବ। ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ ଓ ୧୫୦ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି । ସୁରକ୍ଷା ଦାୟିତ୍ୱରେ ମୋଟ ୫୫ ପ୍ଲୁଟୁନ୍ ସଶସ୍ତ୍ର ମୋବାଇଲ ପାର୍ଟି ମୃତୟନ […]

Continue Reading

ବାଇଡେନଙ୍କ ବୟାନ, ଖୁବଶୀଘ୍ର ହେବ ନୂଆ ଓ୍ୱାର୍ଲଡ ଅର୍ଡର

ନ୍ୟୁୟର୍କ: ପୋଲାଣ୍ଡ ଗସ୍ତ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୟାନ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି ।  ଆମେରିକାର ଏହି ୪୬ ତମ ରାଷ୍ଟ୍ରପତି କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ନୂଆ ୱାର୍ଲ୍ଡ ଅର୍ଡର ଗଠନ ହେବ । ଆଉ ଏହାର ନେତୃତ୍ୱ ନେବ ଆମେରିକା । ଏଥିପାଇଁ ଆମେରିକା ବିଶ୍ୱର ସମସ୍ତ ଦେଶ (ଡୋମାକ୍ରାଟିକ ବା ଗଣତନ୍ତ୍ର)କୁ ଏକଜୁଟ କରାଇବ। ସୋମବାର ହ୍ୱାଇଟ ହାଉସରେ ଏକ ବୈଠକ ବସିଥିଲା । ଏହି […]

Continue Reading

ପୌର ନିର୍ବାଚନ ପାଇଁ ଖୋର୍ଦ୍ଧାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

ଖୋର୍ଦ୍ଧା  : ଆସନ୍ତାକାଲି ପୌର ନିର୍ବାଚନ ପାଇଁ ବନ୍ଦ ରହିବ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନ । ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ଆଜି ଓ ଆସନ୍ତାକାଲି ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ଆସନ୍ତାକାଲି ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏହା ପୂର୍ବରୁ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ତେବେ ପୌର ନିର୍ବାଚନ ପାଇଁ […]

Continue Reading

ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ୧୧ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ କବାଡିଆ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେଠାରୁ ଜଣେ ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଚାରିଆଡେ ଆତଙ୍କ ଖେଳିଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ବର୍ତ୍ତମାନ […]

Continue Reading