ଭାରସାମ୍ୟ ହରାଇ ଓଲଟିଲା ବସ୍ , ୩୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟି ପଡିଲା ବସ୍ । ଢେଙ୍କାନାଳ ଜିଲ୍ଲାର ବଣସିଂହ ନିକଟସ୍ଥ ମା’ ପାଟରାଣୀଙ୍କ ମନ୍ଦିର ପାଖରେ ସମଲେଇ ନାମକ ଯାତ୍ରୀବାହୀ ବସ୍ ଓଲଟି ପଡିଛି । ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ଛାତ୍ରଛାତ୍ରୀ ଓ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଗାଡି ଚାଳକ କୁଆଡେ ଫେରାର ହୋଇଯାଇଛନ୍ତି ।ଏହି ବସଟି ଛାତ୍ରଛାତ୍ରୀ ଓ […]

Continue Reading

ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ହୃଦ୍ ସମସ୍ୟାର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ ‘ଛ’ ମାସର ଶିଶୁର ସଫଳ ହୃଦ୍ ଅସ୍ତ୍ରୋପଚାର ।  ଶିଶୁର ଶରୀରରେ ଥିବା ଜଟିଳ ହୃଦ ସମସ୍ୟାର ସଫଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ସୁବାସ ଚନ୍ଦ୍ର ବେହେରାଙ୍କ  ଛ’ମାସର ଶିଶୁ ପୁତ୍ରଟି ହୃଦ୍ ପଲମୁନାରୀ ଓ ଲାଇଭ୍ ଷ୍ଟେନୋସିସ୍  ପୀଡିତ ଥିବା ବେଳେ ଅସ୍ତ୍ରୋପଚାର ଜରିଆରେ ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ […]

Continue Reading

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସ

ପୁରୀ: କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ । ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଛି। ଏହି କୁନମୁନ ସୁଆର, ହରି ପଣ୍ଡା ଓ ଟୁଟୁ ମହାପାତ୍ର।ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି। ମୃତ କୃଷ୍ଣ ପ୍ରତିହାରୀ କୁନମୁନକୁ ୧୫ […]

Continue Reading

ପୁଣି ବିଗିଡିଲା ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା , ଏୟାର ଆମ୍ୱୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ଦିଲ୍ଲୀ : ପୁଣି ବିଗିଡିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଞ୍ଚିରୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯିବ  । ଲାଲୁଙ୍କ କିଡନୀ ଓ ହାର୍ଟରେ ସମସ୍ୟା ଥିଲା । ସେ କିଛି ଦିନ ହେବ ରାଞ୍ଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ହେଲେ ତାଙ୍କ ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଲାଲୁଙ୍କ ସ୍ଥାସ୍ୟାବସ୍ଥା ଦିନକୁ ଦିନ ଖରାପ ହେବାରେ […]

Continue Reading

ଦି କଶ୍ମୀର ଫାଇଲ୍ସ ପାଇଁ ଗୀତ ଗାଇବାକୁ ରାଜି ହୋଇ ଯାଇଥିଲେ ଲତା ମଙ୍ଗେସକର !

ମୁମ୍ବାଇ: ଅନୁପମ ଖେର ଅଭିନୀତ ଓ ବିବେକ ରଂଜନ ଅଗ୍ନିହୋତ୍ରୀ ନିର୍ଦ୍ଦେଶିତ ଦି କଶ୍ମୀର ଫାଇଲ୍ସ ଭାରତୀୟ ଫିଲ୍ମ ଇତିହାସରେ ସଫଳତାର ନୂତନ ଅଧ୍ୟାୟ ଯୋଡିଛି । ନିକଟରେ ଏକ ସାକ୍ଷାତକାରରେ ବିବେକ କହିଛନ୍ତି ଏହି ଫିଲ୍ମର ଏକ ଗୀତ ପାଇଁ ସେ ମହାନ ଗାୟିକା ଲତା ମଙ୍ଗେସରକରଙ୍କ ସହ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି । କରୋନା ମହାମାରୀ ପରେ ସେ ଗୀତ ରେକର୍ଡିଂ କରିବା ବୋଲି କହିଥିଲେ । ଏହାର ମୁଖ୍ୟ କାରଣ ଥିଲା […]

Continue Reading

ମହିଳା ବିଶ୍ୱକପ କ୍ରିକେଟ: ବାଂଲାଦେଶକୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଭାରତ ୧୧୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୭ ୱିକେଟ ହରାଇ ୨୨୯ ରନ ସଂଗ୍ରହ କରିଥିଲା । ୟାସ୍ତିକା ଭାଟିଆ (୫୦), ଶେଫାଳୀ ବର୍ମା (୪୨), ସ୍ମୃତି ମାନ୍ଧାନା (୩୦) ଓ ପୂଜା ବସ୍ତ୍ରକାର (୩୦ ନଟଆଉଟ) ରନ ସଂଗ୍ରହ କରିଥିଲେ । ଜବାବରେ ୨୩୦ ରନର ବିଜୟ ଲକ୍ଷ୍ୟକୁ ପିଛା […]

Continue Reading

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଭୁବନେଶ୍ୱର :  ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଆଜି ପୋଲିସ ତାଙ୍କୁ ଗିରଫ କରିଛି । ଲୋକଙ୍କ ଉପରେ ଗାଡି ଚଢାଇଦେବା ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି । ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଭୁବନେଶ୍ୱର ଜିଲ୍ଲା ଦୌରା ଜର୍ଜଙ୍କ କୋର୍ଟରେ ହାଜର କରାଯାଇଥିଲା ବୋଲି ଜଣାପଡିଛି । । ପୋଲିସ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ରିମାଣ୍ଡରେ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା […]

Continue Reading

ଆଜି ବିଶ୍ୱ ଜଳ ଦିବସ : ଜଳ ହିଁ ଜୀବନ

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ଜଳ ବିନା ପୃଥିବୀପୃଷ୍ଠରେ ପ୍ରାଣୀ,ବୃକ୍ଷଲତା ମନୁଷ୍ୟ ତିଷ୍ଠିବା ଅସମ୍ଭବ । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ ।ଜଳ ବିନା ଦୁବ ବି କଅଁଳିବା ଅସମ୍ଭବ । ଜଳ ଅଛି ତ ଏ ଜୀବନ ବି ଅଛି ।ଆମ ଦୈନନ୍ଦିନ ଜୀବନ କାର୍ଯ୍ୟରେ ଜଳ ଏକାନ୍ତ କାମ୍ୟ । ଜାତିସଂଘ ପକ୍ଷରୁ ମାର୍ଚ୍ଚ ୨୨ ତାରିଖକୁ […]

Continue Reading

ଫିଲ୍ମ ‘ଗଲ୍ଲି ବୟ’ ରାପର୍ ଧର୍ମେଶ ପରମାର୍‌ଙ୍କ ମୃତ୍ୟୁ

ମୁମ୍ବାଇ: ଫିଲ୍ମ ଗଲ୍ଲି ବୟରେ ଶୁଣିବାକୁ ମିଳିଥିଲା ଭଳିକିଭଳି ରାପ୍ । ଏହି ଫିଲ୍ମ ପାଇଁ ନିଜ ପ୍ରତିଭା ଦେଖାଇଥିଲେ ଏକାଧିକ ରାପର୍ । ଏହି ତାଲିକାରେ ସାମିଲ ଥିଲେ ରାପର୍ ମ୍ୟାକ୍ ତୋଡ୍ ଫୋଡ୍ ଓରଫ ଧର୍ମେଶ ପରମାର୍ । ତେବେ ନିକଟରେ ଏହି ୨୪ ବର୍ଷୀୟ ରାପର୍‌ଙ୍କର ମୃତ୍ୟୁ ଘଟିଛି । ଧର୍ମେଶ ପରମାର୍ ମୁମ୍ବାଇର ଜଣେ ଜଣାଶୁଣା ଷ୍ଟ୍ରିଟ୍ ରାପର୍ । ଖାସ୍ କରି ନିଜ ଗୁଜରାଟି ଲିରିକ୍ସ ପାଇଁ ସେ ଚର୍ଚ୍ଚାକୁ […]

Continue Reading

ସୁନା ଦୋକାନରେ ଜିଏସଟି ବିଭାଗର ଚଢାଉ

କଟକ : ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢାଉ । କଟକ ସିଟି ଜିଏସ ଟି ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନା ସମ୍ମୁଖରେ ଥିବା ମା’ ଅଳଙ୍କାର ସୁନା ଦୋକାନ ଉପରେ ଚଢାଉ ହୋଇଛି ।ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର , କମ୍ପ୍ୟୁଟର ଓ  ଗଛିତ ସୁନା  ଜିଏସଟି ବିଭାଗ ଜବତ କରିଛି । ଏହି ଜବତ ଖବର କାଗଜ ଓ ତଥ୍ୟକୁ ଆଧାର କରି ତଦନ୍ତ କରାଯିବ ବୋଲି ଜିଏସଟି ବିଭାଗର […]

Continue Reading