ଏକାଡେମୀକୁ ଫେରି ଆସ କୋହଲି: ଫର୍ମ ଫେରାଇବା ପାଇଁ ଗୁରୁମନ୍ତ୍ର ଦେଉଛନ୍ତି ବିରାଟଙ୍କ ପୁରୁଣା କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଚାଲିଛି ଚର୍ଚ୍ଚ। । ଗୋଟିଏ ପରେ ଗୋଟିଏ ପଦରୁ ଇସ୍ତଫା ଦେବା ପରେ ଏବେ ଖରାପ ଫର୍ମ ତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ଦୀର୍ଘ ଦିନରୁ ବିରାଟଙ୍କ ବ୍ୟାଟରୁ ୭୧ତମ ଶତକକୁ ଅପେଷକ୍ଷା କରି ରହିଛନ୍ତି କୋଟି କୋଟି ଫ୍ୟାନ୍ସ । ଏହି ସମୟରେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବିରାଟଙ୍କ ପୁରୁଣା କୋଚ । […]

Continue Reading

ଭୀଷଣ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କତା ଜାରି କଲା ପାଣିପାଗ ବିଭାଗ: ଏହି ଜିଲ୍ଳାଗୁଡିକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ନେଇ ଜାରି ହେଲା ସତର୍କ ସୂଚନା । ରାଜ୍ୟର ୭ ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ଅନେକ ଜିଲ୍ଲାର ତାପମାତ୍ରା ଏବେ ୩୮ ଡିଗ୍ରୀ ଉପରେ ରହିଛି । ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୭ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଝାରସୁଗୁଡା, […]

Continue Reading

ଭାରତୀୟ ନୌସେନାରେ ୨୫୦୦ ନୂଆ ନିଯୁକ୍ତି: ଭର୍ତ୍ତି ହେବା ପାଇଁ ଏହି ଦିନରୁ କରିପାରିବେ ଆବେଦନ

ଭୁବନେଶ୍ୱର: ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଖୁସି ଖବର । ଅଗଷ୍ଟରେ ଆରମ୍ଭ ହେବାକୁ ଥିବା ଆର୍ଟିଫିଶର ଅପରେଣ୍ଟିସ ଏବଂ ସିନିୟର ସେକେଣ୍ଡାରୀ ରିକ୍ର୍ୟୁଟ୍ସର ନୂଆ ବ୍ୟାଚ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋର୍ସ ସରିବା ପରେ ଏହାଦ୍ୱାରା ସେଲର ପଦରେ ମିଳିବ ନିଯୁକ୍ତି । ଭାରତୀୟ ନୌସେନା ଏଏ ଏବଂ ଏସଏସଆର ରିକ୍ର୍ୟୁଟମେଣ୍ଟ ୨୦୨୨ ଅନୁଯାୟୀ, ଆପ୍ରେଣ୍ଟିସର ୫୦୦ ଏବଂ ସିନିୟର ସେକେଣ୍ଡାରୀ ରିକ୍ର୍ୟୁଟ୍ସର ୨୦୦୦ରୁ ଅଧିକ […]

Continue Reading

ବଡ଼ ଖବର: ଏପ୍ରିଲ ୨୮ରୁ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା

ଭୁବନେଶ୍ୱର: +୨ ପରୀକ୍ଷାକୁ ନେଇ ଆସିଛି ବଡ଼ ଖବର । ଏପ୍ରିଲ ୨୮ରୁ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା ଆରମ୍ଭ ହେବ । ୨୮ରୁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଖରାକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ […]

Continue Reading

ଏହି ବୟସରେ ଅଧିକ ଲୋକ ଆରମ୍ଭ କରନ୍ତି ‘ମଦ୍ୟପାନ’: ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ଭାରତରେ ଅଧିକ ସଂଖ୍ୟକ ଲୋକେ ମଦ୍ୟପାନ କରିବାକୁ ପସନ୍ଦ କରନ୍ତି । ଏଠାରେ ଲୋକମାନେ କମ୍ ବୟସରେ ମଦ ପିଇବା ଆରମ୍ଭ କରିଦିଅନ୍ତି । ୪୩ ପ୍ରତିଶତରୁ ଅଧିକ ଲୋକ ସପ୍ତାହରେ ୨ରୁ ୪ ଥର ମଦ ପିଇଥାନ୍ତି । ଏହାର ଖୁଲାସା ଏକ ସର୍ଭେରୁ ସାମ୍ନାକୁ ଆସିଛି । ତେବେ ଦିଲ୍ଲୀରେ ମଦ ପିଇବାର ଆଇନଗତ ବୟସ ହେଉଛି ୨୫ ବର୍ଷ । ସେଠାରେ ମଦ ପିଇବାକୁ ନେଇ ଏକ ସର୍ଭେ କରାଯାଇଥିଲା, ଯାହାକି […]

Continue Reading

ଭିଜିଲାନ୍ସ ଜାଲରେ ସୋର ସହକାରୀ ଯନ୍ତ୍ରୀ: ୫ଟି ସ୍ଥାନରେ ଚାଲିଛି ରେଡ୍

ସୋର: ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସେକ୍ସନର ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀ ପ୍ରମୋଥ ବେହୁରିଆଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ଟିମ୍ କରୁଛି ଚଢ଼ାଉ । ସୋର କାର୍ଯ୍ୟାଳୟ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ନେଇ ସୂଚନା ମିଳିଛି । ଚଢ଼ାଉ ଟିମରେ ଜଣେ ଅତିରିକ୍ତ ଏସପି, ୪ ଜଣ ଡିଏସପି ଓ ୪ […]

Continue Reading

ଇରାନରେ ୬.୦ ତୀବ୍ରତାର ଭୂକଂପ ଝଟକା

ନୂଆଦିଲ୍ଳୀ: ଦକ୍ଷିଣ ଇରାନରେ ଗୁରୁବାର ସକାଳେ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ରହିଛି । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୦ କିମି ଗଭୀରରେ ରହିଛି । ଏପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଏହା ପୂର୍ବରୁ ବୁଧବାର ଜାପାନରେ ମଧ୍ୟ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ବୁଧବାର ରାତି ୮.୬ ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର […]

Continue Reading

ମହିଳା ବିଶ୍ୱକପ: ଭାରତକୁ ୪ ୱିକେଟରେ ପରାସ୍ତ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ଆଜି ମହିଳା ବିଶ୍ୱକପ ଭାରତ ପାଇଁ ନିରାଶାଜନକ ରହିଛି । ଇଂଲଣ୍ଡ ବିପକ୍ଷରେ ଭାରତ ୪ ୱିକେଟରେ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୧୩୪ ରନରେ ଅଲଆଉଟ ହୋଇଯାଇଥିବା ବେଳେ ଇଂଲଣ୍ଡ ୩୧.୨ ଓଭରରେ ୬ ୱିକେଟ ହରାଇ ୧୩୬ ରନ୍ ସଂଗ୍ରହ କରିନେଇଥିଲା । ଇଂଲଣ୍ଡ ପକ୍ଷରୁ ଅଧିନାୟିକା ହିଥର କେନାଇଟ ୫୩ ଓ ନଟାଲି ସ୍କିଭର ୪୫ ରନ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । […]

Continue Reading

ଏକା ୪୦ରୁ ଅଧିକ କାଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରିଥିଲି: ଦେଖନ୍ତୁ ଆତଙ୍କୀ ବିଟ୍ଟା କରାଟେର ସାକ୍ଷାତକାର

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଗଣହତ୍ୟାର ଏକ ଚର୍ଚ୍ଚିତ ଚେହେରା ହେଉଛି ଫାରୁକ ଅହମ୍ମଦ ଦର ଓରଫ ବିଟ୍ଟା କରାଟେ । ସେ ଥିଲା ଜମ୍ମୁ ଓ କଶ୍ମୀର ମୁକ୍ତି ସଂଗଠନ (ଜେକେଏଲଏଫ)ର ଜଣେ ସଦସ୍ୟ । ସୀମା ସେପଟେ ଥିବା ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡରମାନଙ୍କ ନିର୍ଦ୍ଦେଶରେ ସେ ଅନେକ ନିରୀହ କଶ୍ମୀର ପଣ୍ଡିତଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଥିଲା । ଏପରିକି କେତେକ ପଣ୍ଡିତଙ୍କୁ ସେ ସେମାନଙ୍କ ପରିବାର ଆଗରେ ହତ୍ୟା କରିଥିଲା । ଏ […]

Continue Reading

ଓଡ଼ିଶାରେ ବାତ୍ୟା ପ୍ରଭାବହୀନ: ୨୩ ତାରିଖରେ ବାଂଲାଦେଶରେ ହେବ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି । ୨୩ ସନ୍ଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ‘କାଲି ସନ୍ଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ । କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ […]

Continue Reading