ୟୁକ୍ରେନରେ ଧସେଇ ପଶିଲା ଋଷ ସେନା: ଏୟାରପୋର୍ଟରେ ମିସାଇଲ ଆକ୍ରମଣ

ଭୁବନେଶ୍ୱର: ୟୁକ୍ରେନ ଆକ୍ରମଣ । ଏବେ ଖାଲି ଅସ୍ତ୍ରଶସ୍ତ୍ରରେ ନୁହେଁ ବରଂ ୟୁକ୍ରେନ ଭିରତକୁ ଧସେଇ ପଶିଛି ଋଷ ସେନା । ୟୁକ୍ରେନର ୬ଟି ଏୟାରଫିଲ୍ଡକୁ ଟାର୍ଗେଟ କରିଛି ଋଷ ସେନା । ଏହା ମଧ୍ୟରେ ଫ୍ରାଙ୍କକ୍ୱିସ୍କ ଏୟାରପୋର୍ଟରେ ମିସାଇଲ ଆକ୍ରମଣ କରିଛି ଋଷ । ଫଳରେ ସମସ୍ତ ଗରୁତ୍ୱପୂର୍ଣ୍ଣ ସ୍ଥାନରୁ ୟୁକ୍ରେନ ସେନା ପଛକୁ ହଟିଥିବା ଋଷ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ୟୁକ୍ରେନର ଏକାଧିକ ସ୍ଥାନରେ ଋଷ କ୍ଷରୁ ରକେଟ ମାଡ ସହ […]

Continue Reading

ୟୁକ୍ରେନରେ ଫସି ରହିଛନ୍ତି ଯାଜପୁର ପୁଅ, ଚିନ୍ତାରେ ପରିବାର ଲୋକ

ଯାଜପୁର : ୟୁକ୍ରେନ୍ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ ।ଏହି ସମୟରେ ୟୁକ୍ରେନରେ ଫସିଯାଇଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବରୁଣ୍ଡେଇ ପଞ୍ଚାୟତର ବିରୁହାଁପଡା ଗାଁର ବସନ୍ତ ନାୟକଙ୍କ ଏକମାତ୍ର ପୁଅ ପ୍ରଳୟ କୁମାର ନାୟକ । ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ଫଳରେ ପୁଅକୁ ପାଇବା ପାଇଁ ଏବେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର ବର୍ଗ । ଏନେଇ ପ୍ରଳୟଙ୍କ ମା’ ଓ ପରିବାର ଲୋକ ନିଜ ପୁଅ […]

Continue Reading

ପଛକୁ ହଟିବ ନାହିଁ, ଶେଷ ପର୍ଯ୍ୟନ୍ତ ଲଢେଇ କରିବ ୟୁକ୍ରେନ

ଋଷ: ଋଷ-ୟୁକ୍ରେନର ଯୁଦ୍ଧ ଭିତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ । ୟୁକ୍ରେନ ପଛକୁ ହଟିବ ନାହିଁ, ଋଷ ଆଗରେ ମୁଣ୍ଡ ନୁଆଇଁବ ନାହିଁ । ଆଉ ଏଭଳି କହି ୟୁକେନ୍ ଶେଷ ପର୍ଯ୍ୟନ୍ତ ଲଢେଇ କରିବ ବୋଲି ବାର୍ତ୍ତା ଦେଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଯାହା ଏହି ସଙ୍କଟକୁ ଆହୁରି ଗମ୍ଭୀର କରିଛି । ସେହିଭଳି ୟୁକ୍ରେନର ରକ୍ଷାମନ୍ତ୍ରୀ ଦେଶବାସୀଙ୍କୁ ଅସ୍ତ୍ର ଉଠାଇବାକୁ ଆହ୍ୱାନ ଦେଇଛନ୍ତି । ଯିଏ ଅସ୍ତ୍ର ଉଠାଇ ପାରିବ ସେମାନେ […]

Continue Reading

ଆଇସିସି ମହିଳା ବିଶ୍ୱକପ: ସାଥୀ ଖେଳାଳିଙ୍କୁ କରୋନା ହେଲେ ୯ଜଣଙ୍କୁ ନେଇ ପଡିଆକୁ ଓହ୍ଲାଇପାରିବ ଟିମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆଗାମୀ ମହିଳା ବିଶ୍ୱକପ ପାଇଁ କେତେକ ନୂତନ ନିୟମ ଲାଗୁ କରିଛି । ସେଗୁଡିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯଦି କୌଣସି ଟିମର ଏକାଧିକ ଖେଳାଳିଙ୍କୁ କରୋନା ହୁଏ ତାହାହେଲେ ୯ଜଣଙ୍କୁ ନେଇ ସେମାନେ ପଡିଆକୁ ଓହ୍ଲାଇପାରିବେ । ୧୯ ବର୍ଷରୁ କମ ବିଶ୍ୱକପ ସମୟରେ କେତେଗୁଡିଏ ଟିମ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗତ ସଂସ୍କରଣ ତୁଳନାରେ ଏଥର ପୁରସ୍କାର ରାଶିକୁ ପ୍ରାୟତଃ ୨ଗୁଣ କରାଯାଇଛି । […]

Continue Reading

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା ନୁହଁନ୍ତି । ଫିଲ୍ମ ଦୃଷ୍ଟିକୋଣ ଜରିଆରେ ଓଲିଉଡରେ ନିଜର ନୂଆ ଇନିଂସ ଆରମ୍ଭ କରିବେ ଅଭିନେତ୍ରୀ ଲିଜା ନାୟକ । ନବାଗତା ହେଲେ ବି ସେ […]

Continue Reading

ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଭ୍ୟାନ୍ ,୨ ମୃତ

ଅନୁଗୁଳ : ମର୍ମନ୍ତୁଦ ଦୁର୍ଘଟଣା ନେଲା ଜୀବନ । ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ବଇଣ୍ଡାରୁ ଆଠମଲ୍ଲୀକ ଆଡକୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବ୍ରିଜ ତଳେ ବାଡେଇ ହୋଇ ପଡିଯାଇଥିଲା । ପିକ୍ଅପ୍ ଭ୍ୟାନରେ  ଥିବା ୮ ଜଣ କିଏ କେଉଁ ଆଡେ ଛିଟକି ପଡିଥିଲେ ।ଏହି ଦୁର୍ଘଟଣା ଏତେ ଭୟଙ୍କର […]

Continue Reading

ଆରପାରିରେ ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ

କୋରାପୁଟ: ଆଉ ନାହାନ୍ତି ଲୋକପ୍ରିୟ ଗାୟକ ପ୍ରଶାନ୍ତ ସାମନ୍ତରାୟ । ବୁଧବାର ବିଳମ୍ବିତ ରାତିରେ ବିଶାଖାପାଟଣାରେ ତାଙ୍କର ପରଲୋକ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା ।ପ୍ରଶାନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଆଦିବାସୀ ଜଗତର ସ୍ୱର୍ଗତ ପ୍ରଶାନ୍ତ ସାମନ୍ତରାୟ ଥିଲେ ଶ୍ରେଷ୍ଠ କଳାକାର ତଥା ଗାୟକ । ପରିବାର ଲୋକଙ୍କ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ଜୟପୁର ସହରର ମାଦଳା ସାହିରେ ପ୍ରଶାନ୍ତ ସାମନ୍ତରାୟଙ୍କ ଘର । […]

Continue Reading

ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଇଏଏସ କ୍ରିସନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ । ୨୦୦୨ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇଏଏସ ଅଫିସର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିବା କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । କ୍ରିଷନ କୁମାରଙ୍କୁ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

Continue Reading

ଅନୁଷ୍କାଙ୍କ ଶୁଟିଂ ସେଟରେ ପଂଜାବୀ ଲୁକରେ କୋହଲି !

ମୁମ୍ବାଇ: ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । କୋହଲି ଏହି ସମୟ ତାଙ୍କ ପରିବାର ସହ କାଟିବାରେ ବ୍ୟସ୍ତ । ତେବେ ଅନୁଷ୍କାଙ୍କ ଶୁଟିଂ ସେଟରେ କୋହଲିଙ୍କୁ ପଂଜାବୀ ଲୁକରେ ଦେଖି ପ୍ରଶଂସକମାନେ ଚକିତ ହୋଇ ପଡିଛନ୍ତି । ନୀଳ ପଗଡିରେ କୋହଲି କଣ କରୁଛନ୍ତି ତାହା ବର୍ତମାନ ସମସ୍ତଙ୍କ ପାଇଁ ଉତ୍କଣ୍ଠାର କାରଣ ସାଜିଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ […]

Continue Reading

ବାଟ ଚଲେଇ ଦେଉନି କୁକୁର, ଲୋକଙ୍କୁ ଦେଖିଲେ କାମୁଡୁଛି

କଟକ: ସହରରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । ୨ ଦିରେ ଏକାଧିକ ଲୋକ କୁକୁର କାମୁଡ଼ାରେ ଆହତ ହେଲେଣି । ତଥାପି ନିଗମର ନିଦ ଭାଙ୍ଗୁନି । ଏଭଳି ଅଭିଯୋଗ ଆସିଛି ସିଡ଼ିଏ ସେକ୍ଟର ୯ରୁ । ସ୍ଥାନୀୟ ଅଞ୍ଚଳରେ କୁକୁରର ବଂଶ ବିସ୍ତାର ହେବାରେ ଲାଗିଛି । କିଛିଦିନ ହେବ ଏହି ଅଞ୍ଚଳରେ କୁକୁର ଲୋକଙ୍କୁ ବାଟ ଚଲେଇ ଦେଉନି । ସହରର ସିଡିଏ ସେକ୍ଟର -୯ର ବାସିନ୍ଦା ସନ୍ଦୀପ ମହାପାତ୍ର କୁକୁର କାମୁଡାରେ ଆହତ […]

Continue Reading