ରସିକିଆ ଡାକ୍ତରଙ୍କ ଖୋଲୁଛି ଗୁମର: ୧୭ଟି ପରେ ପୁଣି ବାହା ହେବାକୁ ଚାଲିଥିଲା ଯୋଜନା

ଭୁବନେଶ୍ୱର : ରସିକିଆ ନକଲି ଡାକ୍ତରଙ୍କ ଆହୁରି ଖୋଲୁଛି ଗୁମର । ୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ ୨ଟି କ୍ଲିନିକ ମଧ୍ୟ ରହିଛି । ଅଭିଯୁକ୍ତ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତାରଣାର ଚେର ଲମ୍ବି ଲମ୍ବି ଯାଉଛି । […]

Continue Reading

ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ୬ଟା ଭିତରେ  କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଭୁବନେଶ୍ୱର, ପୁରୀ, ଜଗତସିଂହପୁର , କଟକ,ଢେଙ୍କାନାଳ, ନୟାଗଡ , ବାଲେଶ୍ୱର ,ଭଦ୍ରକ ଏବଂ ଯାଜପୁର ଆଦି କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।ସନ୍ଧ୍ୟା ସୁଦ୍ଧା କେନ୍ଦୁଝର ମୟୂରଭଞ୍ଜରେ […]

Continue Reading

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ”ଦୃଶ୍ୟମ-୨”ର ସୁଟିଂ ଆରମ୍ଭ

ମୁମ୍ବାଇ : ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ଦୃଶ୍ୟମ୍ -୨’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମର ସୁଟିଂ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫିଲ୍ମରେ ଲିଡ୍ ରୋଲରେ ଅଜୟ ଦେବଗନଙ୍କ ସହ ଆକ୍ଟିସ ଶ୍ରିୟା ସରନ୍ ନଜର ଆସିବେ ।ଏହି ମୁଭରେ ଅଭିନେତ୍ରୀ ତବୁ ମଧ୍ୟ ନଜର ଆସିବେ ।  ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲିଛି । ଫିଲ୍ମ ଦୃଶ୍ୟମ୍ ୧୦୦ କୋଟିରୁ ଅଧିକ ଟଙ୍କା […]

Continue Reading

ଭାରସାମ୍ୟ ହରାଇ ବ୍ରିଜତଳେ ପଡ଼ିଲେ ବାଇକ୍ ଆରୋହୀ

ଭୁବନେଶ୍ୱର: ଜୟଦେବ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳକୁ ଖସିପଡ଼ିଲେ ଯୁବକ । ଆଜି ସକାଳେ ଜୟଦେବ ବିହାର ସ୍ଥିତ ଓଭରବ୍ରିଜ ଉପରୁ ଜଣେ ଜଣେ ବାଇକ୍ ଆରୋହୀ ଖସି ପଡ଼ି ଗୁରୁତର ହୋଇଛନ୍ତି । ବ୍ରିଜ ତଳେ ଥିବା ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ । ସୂଚନା ଅନୁସାରେ, ବାଇକ୍ ଆରୋହୀ ଯୁବକ ଜଣକ ରସୁଲଗଡ଼ରୁ ବରମୁଣ୍ଡା ପଟେ ଆସୁଥିଲେ । ଏହି ସମୟରେ ଜୟଦେବ ବିହାର ବ୍ରିଜ ଉପରୁ […]

Continue Reading

ଶ୍ରେୟାଶ ହେଲେ କେକେଆର ଅଧିନାୟକ

କୋଲକାତା: ଆଗାମର ଆଇପିଏଲ ପାଇଁ କୋଲକାତା ନାଇଟ ରାଇଡର୍ସ ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି । ବୁଧବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆୟାରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ ଦଳରେ ନେଇଥିଲା । ୨୦୧୯, ୨୦ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱ ଦକ୍ଷତା ଯୋଗୁ ଦିଲ୍ଲୀ ୨୦୨୦ରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ଜାତୀୟ ଓ ଆନ୍ତର୍ଜାତୀୟସ୍ତରର […]

Continue Reading

ଗିରଫ ହେଲେ ଏଏସପି ତ୍ରିନାଥ ମିଶ୍ର, ପତ୍ନୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବନ୍ଧା ହେଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସୂଚନା ଅନୁସାରେ, ତ୍ରିନାଥ ମିଶ୍ରଙ୍କ ମୋଟ ୧୧ କୋଟି ୨ଲକ୍ଷର ସମ୍ପତ୍ତି ଠାବ ହୋଇଛି । ସେଥିମଧ୍ୟରୁ ୮କୋଟି ୬୧ ଲକ୍ଷ ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ […]

Continue Reading

ପରଲୋକରେ ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ କବି ସମାଲୋଚକ ତଥା ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ଏକାଧାରରେ ସେ ଜଣେ କବି ଲେଖକ ଓ ସମୀକ୍ଷକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ପତ୍ନୀ ଓ ଦୁଇ ପୁଅ ତାଙ୍କ ପାଖରେ ଉପସ୍ଥିତ ଥିଲେ । ସ୍ୱର୍ଗତଃ ପଟ୍ଟନାୟକ ଉଭୟ ଓଡ଼ିଆ ଓ ଇଂରାଜୀ […]

Continue Reading

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ସରିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆଜି ୨ଶହ ଜିଲ୍ଲା ପରିଷଦ ଜୋନ ଓ ୧ ହଜାର ୬ଶହ ୬୯ ସରପ ଏବଂ ୧ ହଜାର ୬ଶହ ୬୯ […]

Continue Reading

ଶୀତକାଳୀନ ଅଲିମ୍ପିକ୍ସ: ଭାରତର ଅଭିଯାନ ଶେଷ

ବେଜିଂ: ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ ହୋଇଛି । ଏଥିରେ ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିବା ଏକମାତ୍ର ପ୍ରତିଯୋଗୀ ଆରିଫ ଖାଁ ନିରାଶ କରିଛନ୍ତି । ପୁରୁଷ ସ୍ଲାଲମ ଇଭେଂଟରେ ସେ ରେସ ସମ୍ପୂର୍ଣ୍ଣ କରିବାରେ ବିଫଳ ହୋଇଛନ୍ତି । ୮୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫୨ଜଣ ରେସ ସମ୍ପୂର୍ଣ୍ଣ କରିବାରେ ସଫଳ ହୋଇଥିଲେ । ଅଷ୍ଟ୍ରିଆର ୟୋହାନ୍ସ ଷ୍ଟ୍ରୋଲେଜ ପ୍ରଥମ, ନରୱେର ହେନରିକ କ୍ରିଷ୍ଟୋଫର୍ସନ ଦ୍ୱିତୀୟ ଓ ସେବେଷ୍ଟିଆନ ଫସ ସିଲେୱାଗ ତୃତୀୟ ସ୍ଥାନରେ […]

Continue Reading

ରାଜ୍ୟରେ ୨୩ ଜଣ ପ୍ରାର୍ଥଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବୁଧବାର ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ନାମାଙ୍କନ ଦାଖଲରୁ ମତଦାନ ପର୍ଯ୍ୟନ୍ତ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ୨୩ଟି ପଦବୀ ପାଇଁ ମତଦାନ ସ୍ଥଗିତ ରଖାଯାଇଛି । ସର୍ବାଧିକ ୧୩ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ସହିତ ୬ ଜଣ ସରପଞ୍ଚ ଓ ୩ […]

Continue Reading