ହାର୍ଟ ଇମୋଜୀ ଶେୟାର କଲେ ଜେଲ ଓ ୨୦ ଲକ୍ଷ ଜୋରିମାନା: ଜାଣନ୍ତୁ କେଉଁଠି ରହିଛି ଏମିତି ଅଜବ ବ୍ୟବସ୍ଥା

ନୂଆଦିଲ୍ଲୀ: ସାଉଦି ଆରବର କଠୋର ନିୟମ ବିଷୟରେ ଆପଣ ଅନେକ ଥର ଶୁଣିଥିବେ। ଯଦିଓ ଏହି କଠୋର ନିୟମଗୁଡ଼ିକ ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ହିଁ ରହିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଏଠି ରୁଟିନ୍‌ ଲାଇଫ୍‌ରେ ମଧ୍ୟ କିଛି ଭୁଲ୍ ଆପଣଙ୍କ ଉପରେ ଏକଦମ୍‌ ଭାରୀ ପଡ଼ିପାରେ। ଆପଣଙ୍କୁ ଏହି ଭୁଲ ପାଇଁ ଭାରୀ ମୂଲ୍ୟ ଦେବାକୁ ହୋଇଥାଏ। ବାସ୍ତବରେ, ସାଉଦି ଆରବରେ ଯଦି ଆପଣ ହ୍ଵାଟସ୍‌ଆପରେ ଲାଲ୍ ରଙ୍ଗର ହାର୍ଟ ଇମୋଜି କାହାକୁ ପଠାଇବାର […]

Continue Reading

୨ୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି । ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ ହାର ବଢ଼ିପାରେ । କାଁ ଭାଁ ଘଟଣାକୁ ଛାଡ଼ିଦେଲେ ନିର୍ବାଚନ ଶାନ୍ତପୂର୍ଣ୍ଣ ରହିଛି । ୧୫୬୪ ଗ୍ରାମ ପଞ୍ଚାୟତରେ ନିର୍ବାଚନ […]

Continue Reading

ଓଡ଼ିଶାରେ ନିର୍ବାଚନୀ ହିଂସା: କେଉଁଠି ଭୋଟ୍ ବାକ୍ସ ନେଇଗଲେ ତ ଆଉ କେଉଁଠି ଗାଡ଼ି ଭାଙ୍ଗିଲେ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । କେଉଁଠି ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି ତ ଆଉ କେଉଁଠି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ କଟକ ବାରଙ୍ଗରେ ମାରଣାସ୍ତ୍ର ଦେଖାଇ ଭୋଟ୍ ବାକ୍ସ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ବାରଙ୍ଗ ବ୍ଲକ କୁରାଙ୍ଗ ପ୍ରଧାନ ପଞ୍ଚାୟ କୁରୁଣ୍ଟି ୧୧ ନମ୍ବର ବୁଥରୁ ହୋଇଛି ଲୁଟ୍ । ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅଟକାଇବା ସତ୍ୱେ ମାରଣାସ୍ତ୍ର ଦେଖାଇ ଲୁଟିନେଇଥିଲେ […]

Continue Reading

କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତିର ବଡ଼ ସୁଯୋଗ: ଓଡ଼ିଶାର ଏହି ସବୁ ସ୍ଥାନରେ ହେବ ଇଣ୍ଟରଭ୍ୟୁ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅନୁଯାୟୀ ଦେଶ ତମାମ କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଏବଂ ନନ ଟିଚିଂ ଷ୍ଟାଫ୍ ପଦରେ ଆବେଦନ ଗ୍ରହଣ କରାଯାଉଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ www.kvsangathan.nic.in କୁ ଯାଇ ଆବେଦନ କରିପାରିବେ । ୱାକ୍ ଇନ ଇଣ୍ଟରଭ୍ୟୁ ଦ୍ୱାରା ଏହି […]

Continue Reading

ରାଜେଶ ଧୂପରଙ୍କ ଲଢୁଆ ଅର୍ଦ୍ଧଶତକ: ପ୍ରଥମ ଇନିଂସରେ ଆଗୁଆ ଓଡ଼ିଶା

ଭୁବନେଶ୍ୱର: ରଣଜୀ ଟ୍ରଫିର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି ଓଡ଼ିଶା । ଦଳ ଗୋଆ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସରେ ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ୱିକେଟ କିପର ରାଜେଶଶ ଧୂପର ଲଢୁଆ ବ୍ୟାଟିଂ କରିବା ସହିତ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଅପରାଜିତ ୭୧ ରନ କରିଥିବା ରାଜେଶଙ୍କ ଇନିଂସ ବଳରେ ଓଡ଼ିଶା ମହତ୍ତ୍ୱପୂର୍ଣ୍ଣ ୮ ରନର ଅଗ୍ରଣୀ ହାସଲ କରିଥିଲା । ମୋଟେରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ […]

Continue Reading

ରାଜଧାନୀରୁ ଗିରଫ ହେଲେ ନକଲି ପୋଲିସ୍: ଦାଦାବଟି ମାଗି ଲୋକଙ୍କୁ ଲୁଟୁଥିଲେ

ଭୁବନେଶ୍ୱର: ଆଜିକାଲି ଲୁଟ ଏକ ସାଧାରଣ କଥା ପାଲଟି ଗଲାଣି । ଯିଏ ଯେଉଁଠି ଚାହିଁଲା ଲୁଟ କଲା । ଆଜି ଜଣେ ଅବସର ପ୍ରାପ୍ତ ପୋଲିସ୍ କର୍ମଚାରୀ ନିରିହ ଯୁବକଙ୍କ ଠାରୁ ଲୁଟ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ୍ ପରିଚୟ ଦେଇ ଯୁବକଙ୍କ ଠାରୁ ଟଙ୍କା ଲୁଟି ଥିବାରୁ ୨ଜଣଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ୨ଜଣଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅବସରପ୍ରାପ୍ତ ପୋଲିସ୍ ଏଏସ୍ଆଇ ଜ୍ଞାନ ରଞ୍ଜନ ମହାନ୍ତି । […]

Continue Reading

ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥଳ : ଗଭର୍ଣ୍ଣର ହାଉସରେ ନୁହେଁ, ଘରୋଇ ହୋଟେଲରେ ରହିବେ ରାଷ୍ଟ୍ରପତି

ପୁରୀ : ବଦଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରହଣି ସ୍ଥଳ  । ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ରାଷ୍ଟ୍ରପତିଙ୍କ ରହଣି ସ୍ଥଳରେ ପରିବର୍ତ୍ତନ କରାଯାଇଛି ।ରାଷ୍ଟ୍ରପତି ଗଭର୍ଣ୍ଣର ହାଉସ ପରିବର୍ତ୍ତେ ଏକ ଘରୋଇ ହେଟୋଲରେ ରହିବେ । ରାଷ୍ଟ୍ରପତିଙ୍କ ପ୍ରୋଟକଲ ଅନୁସାରେ ଗଭର୍ଣ୍ଣର ହାଉସରେ ଆବଶ୍ୟକତା ଆବଶ୍ୟକ ଏକମୋଡେସନ ବ୍ୟବସ୍ଥା ଓ ବ୍ଲୁ ବୁକ୍ ସୁରକ୍ଷା ଦୃଷ୍ଟିକୋଣରୁ ଘରୋଇ ହୋଟେଲରେ ରାଷ୍ଟ୍ରପତି ରହିବେ ବୋଲି ଜଣାପଡିଛି […]

Continue Reading

ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡିର ଜବାବ୍ ଅତ୍ୟନ୍ତ ହାସ୍ୟସ୍ପଦ : ସମୀର ମହାନ୍ତି

ଭୁବନେଶ୍ୱର : ଶାସକ ବିଜେଡି ଉପରେ ବର୍ଷିଲା ବିଜେପି । ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି ।ଗତ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ରାଜନୈତିକ ହିଂସାରେ ଆମ ଦଳର ୧୩ ଜଣ କାର୍ଯ୍ୟ କର୍ତ୍ତାଙ୍କ ମୁଣ୍ଡ ଗଡିଥିବା ବେଳେ ମାହାଙ୍ଗା ଡବଲ ମର୍ଡର ଏବଂ ଭଦ୍ରକରେ ଜଣଙ୍କର ମୃତ୍ୟୁ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ବି ମୁହଁ ଖୋଲି […]

Continue Reading

ଗ୍ୟାରେଜରେ ମରାମତି ହେବାକୁ ଥିବା ଗାଡି ଜଳିପୋଡି ପାଉଁଶ

କୋରାପୁଟ :  ହୁତୁହୁତୁ ହୋଇ ଜଳିପୋଡି ପାଉଁଶ ହେଇଗଲା ଗାଡି । ସମସ୍ତଙ୍କ ଆଖି ସାମ୍ନାରେ ମରାମତି ହେବାକୁ ଥିବା ସମସ୍ତ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛିା ନାରାୟଣପାଟଣାରେ ଏପରି ଅଭାବନୀୟ ଘଟଣା ଘଟିଛି । ନାରାୟଣପାଟଣା ସଦର ପୋଷ୍ଟ ଅଫିସ ଆଗରେ ଜଣେ ବ୍ୟକ୍ତିଙ୍କ ମୋଟରସାଇରେଲ ଗ୍ୟାରେଜରେ ନିଆଁ ଲାଗିଯିବା ଫଳରେ ୧୫ରୁ ୧୭ ଟି ମରାମତି ପାଇଁ ରଖାଯାଇଥିବା ମୋଟର ସାଇକେଲ ପୋଡି ପାଉଁସ ହୋଇଯାଇଛି । ଆଜି ସକାଳ ୧୧ଟା ସମୟରେ ଏପରି […]

Continue Reading

ସୌମ୍ୟଙ୍କ ପାଇଁ ନ୍ୟାୟ ଦାବି କଲା ଭାଇରାଲ୍ ଟଙ୍କା

ଭୁବନେଶ୍ୱର: ସୋନାଲି ନନ୍ଦଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ସୌମ୍ୟ । ଆପଣାଇଥିଲେ ଆତ୍ମହତ୍ୟାର ପନ୍ଥା । ଏହି ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟଙ୍କ ପରିବାରବର୍ଗ । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଲୋକ ସୌମ୍ୟଙ୍କୁ ନ୍ୟାୟ ଦେବା ଲାଗି ଅଡି ବସିଛନ୍ତି । ତେବେ ଏହି ଧାରାରେ ଗୋଟିଏ କୋଡିଏ ଟଙ୍କା ନୋଟ୍ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୋସିଆଲ୍ ମିଡିଆରେ ଏହି କୋଡିଏ […]

Continue Reading