ନବଜାତର ମୃତଦେହ ଉଦ୍ଧାର , ପୋଲିସର ଛାନଭିନ୍ ଜାରି

ସୋନପୁର : ସୋନପୁରରେ ଚାଞ୍ଚଲ୍ୟ । ସୋନପୁର ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି । ଖବର ପାଇ ଉଲୁଣ୍ଡା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ପ୍ରଥମେ ଗାଁ ଲୋକ ନବଜାତ ଶିଶୁଟିକୁ ଦେଖିଥିଲେ ।ପରେ ପୋଲିସକୁ ଖବର ଦେଇଥିଲେ ।ହେଲେ ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ଫିଙ୍ଗିଦେଇ ଚାଲିଯାଇଛି ।ତାହା ଜଣାପଡିନାହିଁ । ଏନେଇ ପୋଲିସ ଆଖପାଖ ଅଞ୍ଚଳ ଲୋକଙ୍କୁ ପଚରା ଉଚରା ଜାରି ରଖିଛି ।

Continue Reading

ଆଜିଠୁ ରାଜ୍ୟରେ ଖୋଲୁଛି ଅଷ୍ଟମରୁ ଉପର ଶ୍ରେଣୀ ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଖୋଲୁଛି । ଆଜିଠାରୁ ଅଷ୍ଟମରୁ ଉପର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେଉଛି । ଏଥିସହ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲୁଛି । ଏଥିସହ ଏସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ହଷ୍ଟେଲଗୁଡ଼ିକ ଖୋଲାଯାଇଛି । କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି । ଏହାପରେ […]

Continue Reading

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୨  ଯାହା ହେଉ ସେ ଏଯାଏ ଡିନର୍ କରିନାହିଁ । ବୈଭବ ନିହାତି ଏତେ ଶୀଘ୍ର ଖାଇକି ଆସିନଥିବେ । ଅନେକ ଦିନ ପରେ ଆଜି ମିଶିକି ଖାଇବା ହବ । ସେ ଉଠି ଗଲା ଖାଦ୍ୟ ଗରମ କରିବାକୁ । ସୁକାନ୍ତି ଡିନର୍ ରେଡି କରି, ଏଇ କିଛି ସମୟ ଆଗରୁ ଯାଇଛି । ହୁଏତ ଗରମ ଥିବା । ବେଡ଼ ଉପରେ ବୈଭବଙ୍କ ଛାତିରେ […]

Continue Reading

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖ ଲତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ମାନ୍ୟଗଣ୍ୟ […]

Continue Reading

ଶୋକାକୂଳ ପରିବେଶରେ ଶେଷ ହେଲା ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ଶେଷକୃତ୍ୟ

କଳାହାଣ୍ଡି : ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ଶେଷ କୃତ୍ୟ ହୋଇଛି । ଶୋକାକୂଳ ପରିବେଶରେ ଗାଁରେ ରୋହିତଙ୍କର ଶବ ସତ୍କାର ହୋଇଛି । ଗତକାଲି ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ତାଙ୍କର ବିୟୋଗ ହୋଇଥିଲା । ସ୍ଥାନୀୟ ଅଞ୍ଚଳରୁ ସିଆରପିଏଫ୍ କ୍ୟାମ୍ପକୁ ଉଠାଇବା ପାଇଁ ମାଓବାଦୀ ମାରିଥିଲେ ପୋଷ୍ଟର । ପୋଲିସକୁ ଟାର୍ଗେଟ୍ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଲଗାଇଥିଲେ । ହେଲେ ଖବର ସଂଗ୍ରହ କରିବାକୁ ଯାଇଥିବା […]

Continue Reading

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୬୨୪

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୩ ହଜାର ୬୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୪୮ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୭ହଜାର ୯୭୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଆଜି ନୂଆପଡ଼ା ଜିଲ୍ଲାରୁ ୧୫୭, କଟକରୁ ୨୮୮, ସୁନ୍ଦରଗଡ଼ରୁ ୨୩୭, […]

Continue Reading

୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା

ନୂଆଦିଲ୍ଲୀ : ୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା । ଇନଡୋର ଓ ଆଉଟଡୋର ରାଲି ଲାଗି ପ୍ରଚାର କ୍ଷେତ୍ରରେ କୋହଳ ହୋଇଛି କଟକଣା । ଇନଡୋର ରାଲି ଲାଗି ସାମର୍ଥ୍ୟର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଥିବା ବେଳେ, ଆଉଟଡୋର ରାଲି ଲାଗି ସାମର୍ଥ୍ୟର ୩୦ ପ୍ରତିଶତ ଲୋକଙ୍କୁ ମିଳିବ ଅନୁମତି । ନିର୍ବାଚନ କମିଶନ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଆଉଟଡୋର ମିଟିଂ, ଇନଡୋର ମିଟିଂ, ରାଲି […]

Continue Reading

ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା, ଯୁବତୀ ମୃତ

କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ ସମ୍ପର୍କୀୟ ଭଉଣୀ ସଞ୍ଜନାଙ୍କ ସହ ସ୍କୁଟିରେ ଖୁପିଆରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ପାର୍ଲି ନିକଟରେ ବିପରୀତ ଦିଗରୁ ଆସୁଥିବା […]

Continue Reading

ଚନ୍ନି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ନାଁ ଘୋଷଣା କଲେ ରାହୁଲ ଗାନ୍ଧି

ଅମୃତସର : ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଦୀର୍ଘ ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି । ଚରଣଜିତ୍ ସିଂହ ହୋଇଛନ୍ତି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ରାହୁଲ ଗାନ୍ଧୀ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଥିସହ ଚରଣଜିତ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଧୂଳିସାତ୍ ହୋଇଛି ସିଦ୍ଧୁଙ୍କ ଆଶା । ମୁଖ୍ୟମନ୍ତ୍ରୀ […]

Continue Reading

ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୧୦୧ ଛେଳି ବଳି ପକାଇ ଦୀର୍ଘ ଜୀବନ କାମନା କଲେ ବ୍ୟବସାୟୀ

ହାଇଦ୍ରାବଦ: ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ଘଟଣା । ୧୦୧ ଛେଳିକୁ ବ୍ୟବସାୟୀମାନେ ବଳି ପକାଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏ ଅସଦୁଦ୍ଦିନ ଓୱେସୀଙ୍କ ସୁରକ୍ଷା ପାଇଁ ଦୀର୍ଘ ଜୀବନ କାମନା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମାଲାକପେଟ୍ ବିଧାୟକ ଏବଂ ଏଆଇଏମଆଇଏମ ନେତା ଅହମ୍ମଦ ବାଲା ଯୋଗ ଦେଇଥିଲେ। କିଛି ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ୟୁପିର ମିରଟ ଗସ୍ତରେ ଥିବା ବେଳେ ଆସାଦୁଦ୍ଦିନଙ୍କ କାର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଆକାକ୍ରମଣରୁ ସେ […]

Continue Reading