ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା : ଓଡ଼ିଆ ଗୀତରେ କଣ୍ଠଦାନ ସ୍ମରଣୀୟ

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଝୁରୁଛି ଓଡ଼ିଶା। ଲତାଙ୍କ ବିୟୋଗରେ ଓଡ଼ିଶାର ସଂଗୀତପ୍ରେମୀ ତାଙ୍କୁ ଓଡ଼ିଆ ସିନେ-ଗୀତକୁ ଅବଦାନ ଲାଗି ମନେପକାଇଛନ୍ତି। ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସକର ମାତ୍ର ୨ଟି ଓଡ଼ିଆ ସିନେମାରେ କଣ୍ଠଦାନ କରିଥିଲେ। ଏହି ୨ଟି ଗୀତ ହେଲା ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’(୧୯୬୩)ର ‘ସେଇ ଚୁନାଚୁନା ତାରା ଫୁଲ ଆଜି…’ ଓ ‘ଅରୁନ୍ଧତୀ’(୧୯୬୮)ର  ‘ଆଜି ମୁଁ ଶ୍ରାବଣୀ…’ । ଉଭୟ ଗୀତର ସଙ୍ଗୀତକାର ଥିଲେ ଶାନ୍ତନୁ ମହାପାତ୍ର। ଏହି ଦୁଇଟି ଗୀତ ଲାଗି ଓଡ଼ିଆ ସଂଗୀତ […]

Continue Reading

ଏଣିକି ଶତ ପ୍ରତିଶତରେ ଚାଲିବ ଓଡ଼ିଶା ହାଇକୋର୍ଟ

କଟକ : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସଂକ୍ରମଣ କମୁଥିବାରୁ ଏବେ କଟକଣା ବି କିଛିଟା କୋହଳ ହେଲାଣି । ଦୈନିକ ସଂକ୍ରମଣ ଧୀରେ ଧୀରେ ତଳମୁହାଁ ହେଉଥିବା ବେଳେ, ଏବେ ହାଇକୋର୍ଟ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପଜିଟିଭିକୁ ଦୃଷ୍ଟିରେ ରଖି ଏଣିକି ପୂର୍ଣ୍ଣମାତ୍ରାରେ ଚାଲିବ ଓଡ଼ିଶା ହାଇକୋର୍ଟ । ଉଭୟ ଭର୍ଚୁଆଲ ଓ ଫିଜିକାଲ ମୋଡ୍‌ରେ କୋର୍ଟ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୭ ତାରିଖରୁ ଶତ ପ୍ରତିଶତରେ […]

Continue Reading

ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ”ଗଙ୍ଗୁବାଇ କାଠିଆୱାଡି”ର ଟ୍ରେଲର ରିଲିଜ୍

ମୁମ୍ବାଇ : ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ଶୁକ୍ରବାର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭନସାଲୀ ଦେଇଛନ୍ତି ।ମୁଭିରେ ଆଲିଆ ଭଟ୍ଟ , ଅଜୟ ଦେଭଗନ୍ ଓ ବିଜୟ ରାଜ ଲିଡ ରୋଲରେ ନଜର ଆସିବେ । ୨୫ ଫେବ୍ରୃଆରୀରେ ଫିଲ୍ମଟି ରିଲଜ ହେବ । ହେଲେ ଆଜି ମୁଭିର ଟ୍ରେଲର ରିଲିଜି ହୋଇଯାଇଛି । ଟ୍ରଲରରେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମମେକିଂ ପୁରାପୁରୀ ଦେଖିବାକୁ ମିଳିଛି […]

Continue Reading

ଆସନ୍ତା ୭ରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି

ଭୁବନେଶ୍ବର : ଆସନ୍ତା ୭ ତାରିଖରୁ ଖୋଲିବ ଭୁବନେଶ୍ବର ଏମସ ଓପିଡି । ମହାମାରୀ କରୋନା ସଂକ୍ରମଣ କାରଣରୁ ଗତ ଜାନୁଆରୀ ୧୭ ତାରିଖରୁ ବନ୍ଦ ଥିଲା ଭୁବନେଶ୍ବର ଏମ୍‌ସର ଓପିଡି ସେବା । ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ଓପିଡିକୁ ଆସନ୍ତା ୭ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ବର ଏମ୍‌ସ କର୍ତ୍ତୃପକ୍ଷ । ଏମସ ଓପିଡି ଖୋଲିବା ପାଇଁ ବାରମ୍ବାର ଦାବି ହେଉଥିଲା । ତେଣୁ ସବୁ ଦିଗକୁ ବିଚାର କରି ଆସନ୍ତା ୭ […]

Continue Reading

ବଡ଼ଭାଇକୁ ହାଣିଲା ସାନଭାଇ: ହତ୍ୟାପରେ ଫେସବୁକରେ ପୋଷ୍ଟ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ନିଜ ଭାଇକୁ ହାଣି ହତ୍ୟା କରିଛି ଆଉ ଜଣେ ଭାଇ।ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ପରେ ସମସ୍ତେ ଖୁସି ଅଛନ୍ତି କି ନାହିଁ ବୋଲି ଫେସବୁକରେ ପୋଷ୍ଟ ମଧ୍ୟ କରିଛି ଅଭିଯୁକ୍ତ। ଏହି ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ବୋତଣ୍ଡା ଅଞ୍ଚଳରେ । ବୋତଣ୍ଡା ଅଞ୍ଚଳର ପ୍ରକାଶ ବେହେରାଙ୍କୁ ତାଙ୍କ ସାନଭାଇ ରାକେଶ ବେହେରା ଖଣ୍ଡାରେ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ସାମାନ୍ୟ କଳହକୁ କେନ୍ଦ୍ରକରି […]

Continue Reading

ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଦରକାର ୬ରନ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ୬ରନ ସଂଗ୍ରହ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ କୋହଲି ଭାରତୀୟ ମାଟିରେ କମ ମ୍ୟାଚରେ ୫୦୦୦ ରନ ହାସଲ କରିବା ଗୌରବ ଅର୍ଜନ କରିବେ । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା ସେ ୧୨୧ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ । କୋହଲି ଏ ପର୍ଯ୍ୟନ୍ତ ମାତ୍ର […]

Continue Reading

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ ଏହି ଘଟଣା ସାମ୍ନାକୁ ଆସିଥିଲେ ହେଁ ବ୍ୟକ୍ତି ଜଣକ ଗୁଜରାଟର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ […]

Continue Reading

ମିଷ୍ଟର ମମିରେ ଏକତ୍ର ଅଭିନୟ କରିବେ ରିତେଶ, ଜେନେଲିୟା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଭାବେ ପରିଗଣିତ ରିତେଶ ଦେଶମୁଖ ଓ ଜେନେଲିୟା ଦେଶମୁଖ ପୁନର୍ବାର ରିଲ ଲାଇଫରେ ଏକତ୍ର ଅଭିନୟ କରିବେ । ଭୂଷଣ କୁମାରଙ୍କ କମେଡି ଫିଲ୍ମ ମିଷ୍ଟର ମମିର ନିର୍ଦ୍ଦେଶନା ଦାୟିତ୍ୱ ଶାଦ ଅଲୀଙ୍କୁ ଦିଆଯାଇଛି । ଗୁଲଶନ କୁମାର ଓ ଟିସିରିଜ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଏହି ଫିଲ୍ମରେ ପୁରୁଷ ହେବା ସତ୍ୱେ ରିତେଶ କିପରି ଗର୍ଭ ଧାରଣ କରିଛନ୍ତି ତାହା ଉପରେ ଏହା ଆଧାରିତ । ଆଧୁନିକ ବିଜ୍ଞାନର ଏହି […]

Continue Reading

ନାଇଜେରିଆରେ ତୈଳବାହୀ ଜାହଜରେ ନିଆଁ, ସମୁଦ୍ରରେ ମିଶୁଛି ବ୍ୟାରେଲ ବ୍ୟାରେଲ ତୈଳ

ଆବୁଜା: ନାଇଜେରିଆରେ ଟ୍ରିନିଟି ସ୍ପିରିଟ ନାମକ ଏକ ଜାହଜ ସମୁଦ୍ର ମଧ୍ୟରେ ନିଆଁ ଲାଗି ବିସ୍ଫୋରଣ ହେବା ଫଳରେ ବଡ ଧରଣର ପରିବେଶୀୟ ସଙ୍କଟ ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ବ୍ୟାରେଲ ବ୍ୟାରେଲ ତେଲ ସମୁଦ୍ରରେ ମିଶୁଛି । ଏକ୍ସପ୍ଲୋରେସନ ଆଣ୍ଡ ପ୍ରଡକ୍ସନ କମ୍ପାନୀର ଜାହଜରେ ହଠାତ ନିଆଁ ଲାଗି ଯାଇଥିଲା । ଏଥିରେ ୨ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ରହିଥିଲା । ଏବେ ଏହା ସମୁଦ୍ରରେ ମିଶୁଥିବାରୁ ଜଳଚର ଜୀବ ଓ ସେମାନଙ୍କ […]

Continue Reading

ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ମିଳିଲା କେତେ ?

ଭୁବନେଶ୍ୱର: ଚଳିତ ବର୍ଷ ବଜେଟ୍ରେ ଓଡ଼ିଶାକୁ ରେଳ ଅନୁଦାନ ନେଇ କେତେ ମିଳିଛି ତାର ସୂଚନା ମିଳିଛି । ଓଡ଼ିଶାକୁ କେତେ ମିଳିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ ବଲାଙ୍ଗିର ରେଳପଥ ପାଇଁ ୨୩୬.୧୧ କୋଟି ବ୍ୟୟବରାଦ ହୋଇଛି । ଅନୁଗୁଳ ଅନୁଗୁଳ-ସୁକିନ୍ଦା ରେଳପଥ ପାଇଁ ୪୭୫ କୋଟି । ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି । ତାଳଚେର ବିମଳାଗଡ଼ ପାଇଁ ୨୫୦ କୋଟି । ଜୟପୁର-ମାଲକାନାଗିରି ପାଇଁ ୧୧ […]

Continue Reading