ପଞ୍ଜାବ ନିର୍ବାଚନ: ଏନଡିଏ ସିଟ ବୁଝାମଣା, ୬୫ ଆସନରୁ ଲଢ଼ିବ ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ସହଯୋଗୀ ଦଳ ମଧ୍ୟରେ ସିଟ ବୁଝାମଣା ସମ୍ପନ୍ନ ହୋଇଛି । ବିଜେପି ୬୫ ଆସନରୁ ଲଢ଼ିବ ବୋଲି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ୩୭ ଏବଂ ଅକାଳୀ ଦଳ ୧୫ଟି ଆସନରୁ ଲଢ଼ିବେ । ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ପଞ୍ଜାବରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି ବୋଲି ନଡ୍ଡା କହିଛନ୍ତି । ଏହି ସିଟ ବୁଝାମଣା ଏନଡିଏକୁ […]

Continue Reading

ସ୍ମୃତି ମାନ୍ଧନାଙ୍କୁ ଆଇସିସି ମହିଳା କ୍ରିକେଟର ପୁରସ୍କାର

ଲଣ୍ଡନ: ଭାରତର ଉଦୀୟମାନ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ୨୦୨୧ ଆଇସିସି ମହିଳା କ୍ରିକେଟର ପୁରସ୍କାର ହାସଲ କରିଛନ୍ତି । ଏହି ସିଜନରେ ସେ ୨୨ ଆନ୍ତର୍ଜାତୀୟ ମ୍ୟାଚରେ ୮୫୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ଓ ୫ ଅର୍ଦ୍ଧଶତକ ସାମିଲ । ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ବର୍ଷକର ଅନ୍ୟ ପୁରସ୍କାର ନିମ୍ନରେ ଦିଆଗଲା । 1.ଆଇସିସି ଅମ୍ପାୟର: ମାରାଇସ ଇରାସମୁସ  2.ପୁରୁଷ ଟି୨୦ କ୍ରିକେଟର: ମହମ୍ମଦ ରିଜୱାନ (ପାକିସ୍ତାନ) 3.ମହିଳା […]

Continue Reading

ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ , ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ

ଭୁବନେଶ୍ୱର :ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ । ସଂରକ୍ଷିତ ଆସନରେ ଶାସକ ଦଳର ସାଧାରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗକୁ ନେଇ ଆଜି ନିର୍ବାଚନ କମିଶନଙ୍କୁ ଭେଟିଲା କଂଗ୍ରେସ । ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଂଚକତା କରି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ । ଏ ସଂପର୍କରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ […]

Continue Reading

ଖୁବଶୀଘ୍ର ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: କୋଭିଡ୍ ପାଇଁ ରାଜ୍ୟରେ ସମସ୍ତ ସ୍କୁଲରେ ବନ୍ଦ ରହିଛି । ତେବେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛନ୍ତି । ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସଂକ୍ରମଣ ଉପର ତଳ ହେଉଛି । ପିଲାମାନଙ୍କର ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ପରୀକ୍ଷା କରାଇବାକୁ ସରକାର ଚାହୁଁଛନ୍ତି । ମାତ୍ର କୋଭିଡ୍ ପାଇଁ ହୁଏତ କିଛି ବିକଳ୍ପ ପନ୍ଥା ଗ୍ରହଣ କରାଯାଇପାରେ […]

Continue Reading

ଉନ୍ମୋଚନ ହେଲା ନେତାଜୀଙ୍କ ହେଲୋଗ୍ରାମ୍ ପ୍ରତିମୂର୍ତ୍ତି: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ଉନ୍ମୋଚନ ହେଲା ନେତାଜୀଙ୍କ ହୋଲୋଗ୍ରାମ ପତିମୂର୍ତ୍ତି । ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଉନ୍ମୋଚନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ । ଗ୍ରାନାଇଟ ନିର୍ମିତ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା ଯାଏଁ ଶୋଭା ପାଇବ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି । ସୂଚନାଯୋଗ୍ୟ, ଜାନୁଆରୀ ୨୧ ତାରିଖରେ ଇଣ୍ଡିଆ ଗେଟ୍ ଠାରେ ଥିବା ‘ଅମର ଯବାନ ଜ୍ୟୋତି’ କୁ ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରାଯାଇଥଲା ଏବଂ ‘ଅମର […]

Continue Reading

ପ୍ରାର୍ଥୀପତ୍ର ନାକଚ ପରେ ଧାରଣାରେ ଆଶାୟୀ ସମିତି ସଭ୍ୟ ପ୍ରାର୍ଥୀ

ନବରଙ୍ଗପୁର: ପ୍ରାର୍ଥୀପତ୍ର ନାକଚ ପରେ ବ୍ଲକ ଅଫିସ ଆଗରେ ମହିଳାଙ୍କ ଧାରଣା । ସମିତି ସଭ୍ୟ ପ୍ରାର୍ଥୀ ପାଇଁ ଆବେଦନ କରିଥିଲେ ମହିଳା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ କୁସୁମୀ ଗାଁର ନମିତା ସାଗରିଆ । ଗତକାଲି ଜାତିଗତ ପ୍ରମାଣପତ୍ରରେ ଭୁଲ ଥିବା ଦର୍ଶାଇ ତାହା ନାକଚ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ରାତିରୁ ବିଡ଼ିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି […]

Continue Reading

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: କ୍ୱାର୍ଟରରେ ବାଂଲାଦେଶକୁ ଭେଟିବ ଭାରତ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ଖେଳା ଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର କ୍ୱାର୍ଟର ଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ । ଏଥିରେ ଟିମ ଇଣ୍ଡିଆ ବିଜୟ ହାସଲ କଲେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମୁକାବିଲାର ବିଜେତାକୁ ସେମିରେ ଭେଟିବ । ଜାନୁୟାରୀ ୨୯ରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବାକୁ ଥିବାରୁ ଭାରତର ପ୍ରମୁଖ ଖେଳାଳିମାନେ କରୋନା କବଳରୁ ମୁକୁଳି ଯାଇଥିଲେ । ଭାରତ କ୍ରମାଗତ ୮ ମ୍ୟାଚରେ ବିଜୟୀ ହୋଇ ଭଲ ଫର୍ମରେ […]

Continue Reading

ସିରିୟାର ଅନ୍ତରକୁ କନ୍ଦାଇଥିବା ଫଟୋ ଜିତିଲା ସିଏନା ଆୱାର୍ଡ

ରୋମ: ନିରାଶ ମଧ୍ୟରେ ଆଶାର ଝଲକ ଦେଖାଉଥିବା ଏକ ଫଟୋ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ଏବେ ଏହା ସମ୍ମାନଜନକ ସିଏନା ଇଂଟରନ୍ୟାଶନାଲ ଫଟୋ ଆୱାର୍ଡ୍ସ ଜିତିଛି । ଏହି ଫଟୋ ଅନେକଙ୍କ ଆଖିରେ ଲୁହ ଦେଇଥିଲେ ମଧ୍ୟ, ବଂଚିବାର ଆଗ୍ରହ ମଧ୍ୟ ଦର୍ଶାଇଥିଲା । ସିରିୟାରେ ବୋମା ବିସ୍ଫୋରଣରେ ଗୋଟିଏ ଗୋଡ ହରାଇଥିବା ମୁଂଜିର ଏଲ ନେଜେଲ ତାଙ୍କ ପୁଅ ମୁସ୍ତାଫାକୁ ଗେହ୍ଲ କରୁଛନ୍ତି । ଏଥିରେ ଛୋଟ ପିଲାଟିର ୨ଟି ଯାକ ଗୋଡ […]

Continue Reading

ଗଛ ଉପରେ ଭାଲୁୁ, ଆତଙ୍କିତ ଲୋକେ

ନବରଙ୍ଗପୁର: ଗାଁ ମୁହାଁ ଭାଲୁ । ଆତଙ୍କିତ ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡ଼ା ୟୁଭି ୧୧ଗ୍ରାମକୁ ଏକ ଭାଲୁ ପଶିଆସିଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇଥିବା କୁହାଯାଇଛି । ଭାଲକୁ ଟେକା ପଥର ମାରିବାରୁ ନିକଟରେ ଥିବା ଏକ ନିମ୍ବ ଗଛ ଉପରକୁ ଚଢ଼ିଯାଇଛି । ଖବର ପାଇ ବନ ବିଭାଗ ଭାଲୁଟିକୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ । ସ୍ଥାନୀୟ ଲୋକେ ଭୟବୀତ ଅବସ୍ଥାରେ ଅଛନ୍ତି […]

Continue Reading

ତିନିଜଣ ହାଡ଼କୋର ଡ଼କାୟତଙ୍କୁ ଧରିଲା ଉଦିତନଗର ପୋଲିସ

ରାଉରକେଲା: ରାଉରକେଲା ଉଦିତନଗର ଥାନା ପୋଲିସ ହାତରେ ଧରାପଡ଼ିଲା ତିନିଜଣ ହାଡ଼କୋର ଡ଼କାୟତ । ସେମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୁଳି, ଭୂଜାଲି, ଖଣ୍ଡାକୁ ଜବତ କରାଯାଇଛି । ଶୀତଳପଡ଼ାରେ ଡ଼କାୟତି ଯୋଜନାବେଳେ ଗିରଫ କଲା ପୋଲିସ । ସୂଚନା ଅନୁସାରେ, ଶୀତଳପଡ଼ା ନିକଟ ଡ଼ମ୍ପିଂ ୱାର୍ଡ଼ରେ ଡ଼କାୟତି ଯୋଜନା କରୁଥିବାବେଳେ ପୋଲିସ କୌଣସି ଏକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇଥିଲା । ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ତିନିଜଣ […]

Continue Reading