ମରିଗଲା ମାନବିକତା, ଟ୍ରଲିରେ ବୁହା ହୋଇ ଗଲେ ମୃତ ମହିଳା

ପୁରୀ  : ମରିଗଲା ମାନବିକତା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସଂସ୍କାର ପାଇଁ ମିଳିଲାନି ସହଯୋଗ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସହରରେ । ମୃତକ ହେଉଛନ୍ତି ନରେନ୍ଦ୍ର କୋଣ ମଙ୍ଗଳା ସାହିର ମାମୁଲି ନାୟକ । ପୁରୀ ବଡ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହେଲା । ବୁଢା ବାପା ଅନାଦି ଚରଣ ନାୟକ ଅନେକ ଲୋକଙ୍କୁ ସାହାଯ୍ୟ ଭିକ୍ଷା କଲା ପରେ ମଧ୍ୟ କେହି ଶୁଣିଲେଣି । […]

Continue Reading

ବିରୂପା ନଦୀକୁ ଡ଼େଇଁଲେ ଯୁବକ

କଟକ: ନଦୀକୁ ଡ଼େଇଁଲେ ଯୁବକ। କଟକ ଚୌଦାର ନିକଟରେ ଥିବା ବିରୂପା ନଦୀକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ବ୍ରିଜ ଉପରେ ସାଇକେଲ, ଚପଲ ରଖି ନଦୀ ଭିତରକୁ ଡ଼େଇଁ ପଡ଼ିଥିବା ଜଣାପଡ଼ିଛି। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ ଘଟଣାସ୍ଥଳରେ ଚୌଦାର ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଯୁବକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Continue Reading

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା […]

Continue Reading

କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର

ରାଉରକେଲା: କୋଏଲ ନଦୀରୁ ଛାତ୍ରର ମୃତଦେହ ଉଦ୍ଧାର। ରାଉରକେଲାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ମୃତ ଛାତ୍ର ଜଣକ ହେଲେ ବିବେକ କୁମାର ସିଂହ। ନବମ ଶ୍ରେଣୀ ପାଠ ପଢ଼ୁଥିଲେ। ବିବେକ କୁମାର ସିଂହ ତାଙ୍କ ସାଙ୍ଗମାନଙ୍କ ସହ କୋଏଲ ନଦୀକୁ ପ୍ରାୟତଃ ବୁଲିବାକୁ ଯାଇଥାନ୍ତି। ଆଜି ମଧ୍ୟ ତାଙ୍କ ୬ଜଣ ସାଙ୍ଗମାନଙ୍କ ସହ ସକାଳ ବୁଲିବାକୁ ଯାଇଥିଲେ। ବିବେକଙ୍କ ସହ ଆଉ ୩ଜଣ ସାଙ୍ଗ ପାଣି ଭିତରକୁ ଯାଇଥିଲେ। ଅନ୍ୟମାନେ ଆଣ୍ଠୁଏ ପାଣି ମଧ୍ୟରେ ରହିଥିବାବେଳେ […]

Continue Reading

କାଳୀ ପୂଜା ନେଇ ଚଳଚଞ୍ଚଳ ପୂଜା ମଣ୍ଡପ, ମୂର୍ତ୍ତିରେ ରଙ୍ଗ କାମ ଜାରି

କଟକ : ଆସୁଛନ୍ତି ଶକ୍ତି ପ୍ରଦାୟିନୀ ମାଆ କାଳୀ । ଏଥିପାଇଁ ଚଳଚଞ୍ଚଳ କଟକର ବିଭିନ୍ନ ପୂଜା ମଣ୍ଡପ । କାଳୀପୂଜାକୁ ଆଉ ମାତ୍ର ତିନି ଦିନ ଥିବାରୁ ମାଆଙ୍କ ମୂର୍ତ୍ତିରେ ଏବେ ରଙ୍ଗ କାମ ଜାରି ରହିଛି । ଆଉ ରଙ୍ଗ କାମକୁ ଜୋରସୋରରେ ଆଗେଇ ନେଉଛନ୍ତି ରଙ୍ଗ ଶିଳ୍ପୀ । ଶିଳ୍ପୀଙ୍କ ତୁଳୀରେ ମାଆ କାଳୀଙ୍କ ସହ ମହାଦେବ ଏବଂ ତାଙ୍କ ପାର୍ଶ୍ୱ ଦେବୀଙ୍କୁ ମଧ୍ୟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି । ରଙ୍ଗ […]

Continue Reading

ଠେଲା ରିକ୍ସାରେ ଶଯ୍ୟାଶାୟୀ ମା’ଙ୍କୁ ୨୦କିଲୋମିଟର ବୋହି ନେଲେ ପୁଅ

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ। ଶଯ୍ୟାଶାୟୀ ମା’ଙ୍କୁ ଦୀର୍ଘ ୨୦ କିଲୋମିଟର ଠେଲା ରିକ୍ସାରେ ବୋହି ବୋହି ନେଲେ ଚାଷୀ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରିରେ। ଟାଟା ପାୱାର କମ୍ପାନୀର ମନମୁଖୀ କାର୍ଯ୍ୟକୁ ପ୍ରତିବାଦ କରି ଚାଷୀ ଜଣକ ଏପରି କରିଥିବା କଥା ଜଣାପଡ଼ିଛି। ଏମ.ଭି ୪୧ ଗାଁର ଦିପକ ଦେ ଓ ତାଙ୍କ ପରିବାର ଲୋକ ଟାଟା ପାୱାର କମ୍ପାନୀର ଦୌରାତ୍ମ୍ୟକୁ ପ୍ରତିବାଦ କରି ଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା […]

Continue Reading

ଧରାପଡ଼ିଲେ ଦୁଇ ନକଲି IAS ଅଧିକାରୀ,୧ କୋଟି ୧୭ ଲକ୍ଷ ଟଙ୍କା ଠକିଥିଲେ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ହାତରେ ଦୁଇ ନକଲି ଆଇଏସଏସ୍ ଅଧିକାରୀ । ୧ କୋଟି ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିବା ଜଣାଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସୂର୍ଯ୍ୟମଣି ତ୍ରିପାଠୀ ଓ ଅମିତ କୁମାର। ଉଭୟେ ନିଜକୁ ଆଇଏଏସ୍ ଅଧିକାରୀ କହି ଲୋକଙ୍କୁ ଭୁଆଁ ବୁଲାଉଥିଲେ। କିରାଣି ଥିବା ସୂର୍ଯ୍ୟମଣି ତ୍ରିପାଠୀ ନିଜକୁ IAS କହୁଥିଲା । ଅମିତ ସ୍ୱାଇଁ ନିଜକୁ ସହକାରୀ ଯନ୍ତ୍ରୀ କହୁଥିଲା । […]

Continue Reading

ବିଜେଡିରେ ମିଶ୍ରଣ ପର୍ବ, ସାମିଲ ହେଲେ ୪୨ଟି ଶ୍ରମିକ ସଂଗଠନ

ଭୁବନେଶ୍ୱର : ବିଜେଡିରେ ମିଶିଛନ୍ତି ସିପିଆଇ ନେତା ନବକିଶୋର ମହାନ୍ତି । ନବକିଶୋର ଦୀର୍ଘ ୪୦ ବର୍ଷ ଧରି ସିପିଆଇରେ କାମ କରିଥିଲେ। ଏହାସହ ୪୨ଟି ଶ୍ରମିକ ସାମୁଖ୍ୟ ସଙ୍ଗଠନ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।ବିଜେଡିରେ ସାମିଲ ହେବା ପରେ ନବ ମହାନ୍ତି କହିଛନ୍ତି ଯେ , ବାହାରେ ରହି ଆମେ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରୁଥିଲୁ। ଯଦି ସରକାରଙ୍କ ସହ ରହି କାମକଲେ ସମସ୍ୟାର ସମାଧନ ହେବ ତେବେ, ଆମେ ସରକାରଙ୍କ ସହ […]

Continue Reading

୨୦୨୨ରେ ରିଲିଜ କରିବ ଫିଲ୍ମ ‘ବଧାଇ ଦୋ’

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ‘ବଧାଇ ହୋ’ ର ୩ ବର୍ଷ ପରେ ଜଙ୍ଗଲି ପିକ୍ଚର୍ସ ଏହାର ସିକ୍ୱେଲ୍ ‘ବଧାଇ ଦୋ’ ରିଲିଜ୍ ହେବାକୁ ଯାଉଛି। ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ରିଲିଜ୍ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ଏଥିରେ ରାଜ କୁମାର ରାଓ ଓ ଭୁମି ପେଡ୍‌ନେକର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ବ୍ୟତୀତ ଚଳଚ୍ଚିତ୍ରରେ ସୀମା ପହୱା, ଶିବା ଚଢା, ଲଭଲିନ୍ ମିଶ୍ରା, ନୀତୀଶ ପାଣ୍ଡେ, […]

Continue Reading

ରାମଗୋପାଳଙ୍କ ଅଜବ ଟୁଇଟ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୁଏ ଆଉ ଏଥର ବି ଜଣେ ଖାଁ……

ମୁମ୍ବାଇ: ପ୍ରଡ୍ୟୁସର-ଡାଇରେକ୍ଟର ରାମଗୋପାଳ ବର୍ମା ତାଙ୍କ ଅଜବ ଗଜବ ଟୁଇଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ନେଇ ସେ ଟୁଇଟ କରିଛନ୍ତି ଯେ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୋଇଥାଏ । ଏଥର ବି ଜଣେ ଖାଁ ରିଲିଜ ହେଲେ । ସେ କାହାକୁ ଥଟ୍ଟା କରି ଏହି ଟୁଇଟ କରିଛନ୍ତି ତାହା ବୁଝା ପଡୁନି । ଶନିବାର କ୍ରୁଜ ଡ୍ରଗ୍ସ କେସ ମାମଲାରେ ଆର୍ଯ୍ୟନଙ୍କୁ ଜାମିନ […]

Continue Reading