ପାଟନା ସିରିୟଲ ବ୍ଲାଷ୍ଟ କେସ୍ : ୪ ଦୋଷୀଙ୍କୁ ଫାଶୀ, ୨ଜଣଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ୨୦୧୩ ପାଟନା ଗାନ୍ଧୀ ମୈଦାନ ସିରିୟଲ ବିସ୍ଫୋରଣ ମାମଲାରେ ଏନଆଇଏର ସ୍ୱତନ୍ତ୍ର କୋର୍ଟ ୪ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୨ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ହୃଦୟ ବିଦାରକ ଘଟଣାରେ ୯ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମୂଖ୍ୟ ଅଭିଯୁକ୍ତ ହାଇଦର ଅଲୀ, ନୋମାନ ଅନସାରୀ, ମିଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମଙ୍କୁ ଫାଶୀ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି । ସୂଚନାଯୋଗ୍ୟ, ୨୦୧୩ ଅକ୍ଟୋବର ୨୭ରେ ପାଟନା ଗାନ୍ଧୀ ମୈଦାନରେ ବର୍ତମାନର ପ୍ରଧାନମନ୍ତ୍ରର […]

Continue Reading

୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୨ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଆଜମଗଡର ସାଂସଦ ଅଖିଳେଶଙ୍କ ଏହି ନିଷ୍ପତି ଅନ୍ୟ ଦଳଗୁଡିକୁ ଚିନ୍ତାରେ ପକାଇଛି । ବିଜେପ ସମେତ ଅନ୍ୟ ଦଳଗୁଡିକ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏସପି ଓ ଆରଏଲଡି ମଧ୍ୟରେ ୨୦୨୨ ନିର୍ବାଚନ ପାଇଁ ମେଂଟ ହୋଇଛି । ସୂଚନାଯୋଗ୍ୟ, ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ସହ ତୁଳନା କରିବା […]

Continue Reading

ଭଦ୍ରକରେ ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ, ଦେଖିବା ପାଇଁ ଲୋକଙ୍କ ଭିଡ

ଭଦ୍ରକ : ଜନ୍ମନେଲା ବିରଳ ପ୍ରଜାତିର ବାଛୁରୀ ଛୁଆ । ଭଦ୍ରକ ଚରମ୍ପାରେ ବିରଳ ପ୍ରଜାତିର ବାଛୁରୀ ଛୁଆ ଜନ୍ମ ନେଇଥିବା ଦେଖିବାକୁ ମିଳିଛି। ଏହି ବାଛୁରୀର ଗୋଟିଏ ଆଖି,ଗୋଟିଏ ସିଙ୍ଘ ଓ ଗୋଟିଏ ନାକ ରହିଛି। ଏହି ବିରଳ ପ୍ରଜାତିର ବାଛୁରୀ ଛୁଆଟି ଭଦ୍ରକ ଚରମ୍ପା ବରାଳପୋଖରୀ ହନୁମାନ ସାହିର ଅକ୍ଷୟ ଜେନାଙ୍କ ଘରେ ଜନ୍ମ ହୋଇଛି। ଅକ୍ଷୟ ଜେନାଙ୍କ ପତ୍ନୀ ସାବିତ୍ରୀଙ୍କ କହିବା ଅନୁଯାୟୀ ତାଙ୍କ ଏଇ ଗାଈଟି ପୂର୍ବରୁ ୩ ଗୋଟି ବାଛୁରୀ […]

Continue Reading

ବନ୍ଧୁକ ମୁନରେ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

ଭଦ୍ରକ: ପୁଣି ଲୁଟିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସୁଦର୍ଶନପୁରରୁ ଲୁଟ୍ ହୋଇଛି। ମାଛ ହାଟ ଛକରେ ଜଣେ ସୁନା ଦୋକାନୀଙ୍କଠାରୁ ୧୫ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ, ଚକାଡ଼ୋଳା ସୁନା ଦୋକାନର ତାପସ କୁମାର ସାହୁ ରବିବାର ରାତିରେ ଦୋକାନ ବନ୍ଦ କରି ବ୍ୟାଗରେ ସୁନା ଗହଣା ନେଇ ଘରକୁ ଫେରୁଥିଲେ। ହଠାତ୍ ଏହି ସମୟରେ ତିନି ଜଣ ଯୁବକ ଏକ ବାଇକରେ ଆସିଥିଲେ। ବନ୍ଧୁକ ଦେଖାଇ […]

Continue Reading

ଋଣ ହେରଫେର ମାମଲା : SBIର ପୂୂର୍ବତନ ଚେୟାରମ୍ୟାନ ପ୍ରତୀପ ଚୌଧୁରୀ ଗିରଫ

ଦିଲ୍ଲୀ: ଋଣ ଦୁୁର୍ନୀତି ମାମଲାରେ ଏସବିଆଇ ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଜୟସଲମେର ପୋଲିସ ରବିବାର ତାଙ୍କ ବାସଭବନରୁ ଗିରଫ କରିଛି। ସୂଚନା ଅନୁସାରେ ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁଫ ୨୦୦୮ ରେ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲେ । ଋଣ ଦେବା ପାଇଁ ଗୋଦାବନ ଗ୍ରୁଫର ସମ୍ପତି ମଧ୍ୟ ବନ୍ଧା ରଖାଯାଇଥିଲା ହେଲେ ଏହି ଗ୍ରୁଫ୍ ଠିକ ସମୟରେ ଋଣ ପୈଠ କରିପାରିଲା ନାହିଁ ।  ପୁଲିସର ତଦନ୍ତରେ ଜଣାପଡିଥିଲା […]

Continue Reading

ଟି୨୦ ବିଶ୍ୱକପ: ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଟୁଇଟରରେ ଟ୍ରେଣ୍ଡ ହେଉଛି ବ୍ୟାନ ଆଇପିଏଲ

ଦୁବାଇ: ଟି୨୦ ବିଶ୍ୱକପରେ ଭାରତ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହେବା ଯୋଗୁ ସେମି ଫାଇନାଲ ପ୍ରବେଶ ଆଶା ପ୍ରାୟତଃ ଧୂଳିସାତ ହୋଇଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛି । ଭାରତର ଏହି ଖରାପ ପ୍ରଦର୍ଶନ ପାଇଁ ଆଇପିଏଲକୁ ଦାୟୀ କରାଯାଉଛି । ଏ ନେଇ ଟୁଇଟରରେ ବ୍ୟାନ ଆଇପିଏଲ ଟ୍ରେଣ୍ଡ କରିବାରେ ଲାଗିଛି । ଆଇପିଏଲରେ ଅଧିକ ଅର୍ଥ ରୋଜଗାର ହେଉଥିବାରୁ ଦେଶ ପକ୍ଷେ […]

Continue Reading

ଆସିଲା ନଭେମ୍ବର ଗାଇଡଲାଇନ: ବଳବତ୍ତର ରହିବ ନାଇଟ କର୍ଫ୍ୟୁ

ଭୁବନେଶ୍ୱର: ଆସିଲା ନଭେମ୍ବର ଗାଇଡଲାଇନ । ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ନଭେମ୍ବର ୧ରୁ ଡିସେମ୍ବର ଡିସେମ୍ବର ୧ ଯାଏଁ ବଳବତ୍ତର ରହିବ ଗାଇଡଲାଇନ । ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ରହିବ କର୍ଫ୍ୟୁ । ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ । ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ […]

Continue Reading

ଫ୍ଲିପକାର୍ଟର ଦୀପାବଳୀ ଅଫର୍; IPhone, Google, POCO ଆଦି ସ୍ମାର୍ଟଫୋନରେ ମିଳିବ ବେଷ୍ଟ୍ ଡିଲ୍

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ବର୍ତ୍ତମାନ Big Diwali Sale ଚାଲିଛି । ଏଥିରେ ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍ ଉପରେ ଜବରଦସ୍ତ ଡିସକାଉଣ୍ଟ୍ ମିଳୁଛି । ମୋବାଇଲ୍, ଲ୍ୟାପଟପ୍ ଓ ୱାୟରଲେସ୍ ଇୟରଫୋନ୍ ରେ ବେଷ୍ଟ୍ ଡିଲ ସହିତ ଉପଲବ୍ଧ ହେଉଛି । ତେବେ ଚାଲନ୍ତୁ ଜାଣିବା ସ୍ମାର୍ଟଫୋନ୍ ଉପରେ ମିଳୁଥିବା ଅଫର୍ ସମ୍ପର୍କରେ । iPhone 12 , ଫ୍ଲିପକାର୍ଟରେ ୫୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହା ବ୍ୟତୀତ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ଏଥିରେ ୧୫୦୦ […]

Continue Reading

ରାସ୍ତା ଉପରେ ଚୂଲି ଜାଳି ମହିଳାଙ୍କ ପ୍ରତିବାଦ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ୁଛି ଦରଦାମ । ତୈଳଦର, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ଜନତାଙ୍କୁ ଭାରି ବାଧୁଛି । କେନ୍ଦ୍ର ସରକାରଙ୍କ ଭୁଲ୍ ଆର୍ଥିକ ପରିଚାଳନା ନୀତି ଯୋଗୁଁ ବଢ଼ି ଚାଲିଛି ଦରଦାମ । ଏହାର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଆଜି ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି । ମହିଳା […]

Continue Reading

‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପର୍ବକୁ ସମାପନ କରିବେ। କରୋନା ମହାମାରୀ ମଧ୍ୟରେ ଛଟ୍ ପର୍ବକୁ ସୁରକ୍ଷିତଭାବେ ପାଳିବା ପାଇଁ ନିଜ ଭିତରେ ହିଁ ନିଜର ଏକ ଚ୍ୟାଲେଞ୍ଜ। ଛଟ୍ ପର୍ବରେ ନଦୀ […]

Continue Reading