ମୁଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କଲେ ଦ୍ରାବିଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମୂଖ୍ୟ କୋଚ ନିମନ୍ତେ ବିଧିବଦ୍ଧ ଭାବେ ଆବେଦନ କରିଛନ୍ତି ରାହୁଲ ଦ୍ରାବିଡ । କୋଚ ପଦ ପାଇଁ ଆବେଦନ କରିବା ଶେଷ ତାରିଖ ଆଜି (୨୬-୧୦) ଥିଲା । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅନ୍ତ ଘଟିଛି । ଟି୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀ କୋଚ ପଦ ଛାଡିବା ନିଶ୍ଚିତ ହୋଇଛି । ତାଙ୍କ ସ୍ଥାନରେ ଦି ୱାଲ ଭାବେ ପ୍ରସିଦ୍ଧି ହାସଲ କରିଥିବା ଦ୍ରାବିଡ ଏହି ଗୁରୁ […]

Continue Reading

ଫିଲ୍ମ ‘ଗଣପତ’ରେ ପ୍ରଥମ ଥର ନଜର ଆସିବେ ବିଗ୍ ବି ଏବଂ ଟାଇଗର

ମୁମ୍ବାଇ: ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ ପ୍ରଥମ ଥର ଏକାସଙ୍ଗେ କାମ କରିବେ। ଫିଲ୍ମ ‘ଗଣପତ’ ପାଇଁ ନିର୍ମାତା ଅମିତାଭ ବଚ୍ଚନଙ୍କୁ ଯୋଗଯୋଗ କରାଯାଇଥିଲା। ଫିଲ୍ମ ସହ ଯୋଡ଼ିଥିବା ସୂତ୍ରର ଅନୁସାରେ, ଏଥିରେ ଅମିତାଭ ବଚ୍ଚନ ଟାଇଗରଙ୍କ ପିତା ଭୂମିକାରେ ଅଭିନୟ କରିବେ। ଏଥିରେ ଟାଇଗର ଶ୍ରଫଙ୍କ ପିତା ଜ୍ୟାକି ଶ୍ରଫ ଖାସ୍ ଚରିତ୍ରରେ ନଜର ଆସିବେ ବୋଲି କୁହାଯାଇଛି। ଟାଇଗର ଓ କ୍ରିତି ସାନନଙ୍କ ଗଣପତ ଫିଲ୍ମ ମୋଷ୍ଟ […]

Continue Reading

ଗୁପ୍ତ ତଥ୍ୟ ଯୋଗାଇଥିବା ୩ ନୌସେନା ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଶତ୍ରୁ ଦେଶକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଆଜି ସିବିଆଇ ୩ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରିଛି । ଭାରତର ଏକ ବୁଡା ଜାହାଜର ଆଧୁନିକୀକରଣର ତଥ୍ୟ ସେମାନେ ଲିକ୍ କରାଇଥିଲେ । ଏଥିରେ ୨ଜଣ ଅବସରପ୍ରାପ୍ତ କର୍ମଚାରୀ ଥିବା ବେଳେ ଜଣେ କାର୍ଯ୍ୟରତ କମାଣ୍ଡର ରହିଛନ୍ତି । ଏମାନଙ୍କ ଉପରେ ସନ୍ଦେହ ହେବା ପରେ ଗୋଇନ୍ଦା ବିଭାଗ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା । ବଳିଷ୍ଠ ପ୍ରମାଣ ମିଳିବା ପରେ ସିବିଆଇ ସେମାନଙ୍କୁ […]

Continue Reading

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ଡିସେମ୍ବର ୫ ଯାଏଁ ଖେଳ ଚାଲିବ।୪ଟି ଗ୍ରୁପରେ ୧୬ଟି ଟିମକୁ ନେଇ ମୋଟ ୪୮ଟି ମ୍ୟାଚ୍ ଖେଳାଯିବ […]

Continue Reading

ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ, ବାଲାଜୀ କମ୍ପାନୀର ମେସିନ ଓ ହାଇଓ୍ବାକୁ ବନ ବିଭାଗର ଜିମା ଦେଲେ ଲୋକ

ଢେଙ୍କାନାଳ : ମହଙ୍ଗା ପଡ଼ିଲା ବେଆଇନ ମୋରମ ଚାଲାଣ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁ ସଂରକ୍ଷିତ ଜଙ୍ଗଲରୁ ଜବତ ହୋଇଛି ମେସିନ ଓ ହାଇଓ୍ବା । ବେଆଇନ ଭାବେ ମୋରମ ଚାଲାଣ କରୁଥିବା ବେଳେ, ଏସବୁ ମେସିନ ଓ ହାଇଓ୍ବାକୁ ଅଟକ ରଖି ବନ ବିଭାଗର ଜିମା ଦେଇଛନ୍ତି ଲୋକେ । ସୂଚନା ଅନୁସାରେ, ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଅଛି ଠିକାସଂସ୍ଥା ବାଲାଜୀ କମ୍ପାନୀ । […]

Continue Reading

ଦିବଂଗତ ପ୍ରଧାନଶିକ୍ଷକ ବନମାଳୀ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଜଗତସିଂହପୁର : ଆଜି ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ବୋରିକିନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ଶିକ୍ଷକ ନେତା ସ୍ୱର୍ଗତ ବନମାଳୀ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଦୁଆ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସ୍ମୃତିସଭାରେ ସ୍ୱର୍ଗତ ମହାନ୍ତିଙ୍କ ବ୍ୟକ୍ତିତ୍ୱ, ଗୁଣାବଳୀ ଆଦି ବିଭିନ୍ନ ଦିଗ ସଂପର୍କରେ ଅତିଥିମାନେ ଆଲୋଚନା କରିଥିଲେ । ସ୍ୱର୍ଗତ ବନମାଳୀ ମହାନ୍ତିଙ୍କ ସ୍ମୃତିରେ ଡକ୍ଟର ସନ୍ତୋଷ କୁମାର ମହାନ୍ତିଙ୍କଦ୍ୱାରା […]

Continue Reading

ଜିଓ ଉନ୍ମୋଚନ କଲା ‘ମେକିଂ ଅଫ୍ ଜିଓଫୋନ୍ ନେକ୍ସଟ୍‌’ ଭିଡିଓ

ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ରିଲାଏନ୍ସ ଜିଓ ପକ୍ଷରୁ ‘ମେକିଂ ଅଫ୍ ଜିଓଫୋନ ନେକ୍ସଟ’ ଭିଡିଓ ରିଲିଜ୍ କରାଯାଇଛି । ଏହି କ୍ଷୁଦ୍ର ଭିଡିଓରେ ଚଳିତ ସମୟର ଅନ୍ୟତମ ସର୍ବାଧିକ ପ୍ରତୀକ୍ଷିତ ଫୋନ ‘ଜିଓଫୋନ ନେକ୍ସଟ୍‌’ ପ୍ରଚଳନ କରିବାର ଲକ୍ଷ୍ୟ ବିଷୟରେ ଜଣାଯାଇଛି। ପ୍ରତ୍ୟେକ ଭାରତୀୟଙ୍କୁ ଡିଜିଟାଲ ସଂଯୋଗ ଯୋଗାଇବାକୁ ନିଜର ସୁଦୂର ପ୍ରସାରୀ ଲକ୍ଷ୍ୟକୁ ଦୋହରାଇଲା ଜିଓ। ମାତ୍ର ୫ ବର୍ଷ ମଧ୍ୟରେ ଜିଓ ଭାରତରେ ଘରେ ଘରେ ପରିଚିତ ଏକ ନାମ ହୋଇପାରିଛି । ୪୩୦ […]

Continue Reading

ନିଟ୍-ପିଜି କାଉନସିଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ପିଜି କାଉନସିଲିଂ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥଗିତ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଓବିସି, ଇଡ଼ବ୍ଲୁସି ସଂରକ୍ଷଣ ବୈଧତାକୁ ନେଇ ପ୍ରଶ୍ନ କରାଯାଇଛି। ସର୍ବଭାରତୀୟ କୋଟାରେ ସଂରକ୍ଷଣ ନେଇ ସରକାର ନିଷ୍ପତି ନେଇଥିଲେ। ଏନେଇ କୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।ପରବର୍ତ୍ତୀ ଆଦେଶ ଆସିବା ପର୍ଯ୍ୟନ୍ତ କାଉନସେଲିଂ ବନ୍ଦ ରହିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Continue Reading

ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କଲେ ନେହା କକ୍କର-ରୋହନପ୍ରୀତି

ମୁମ୍ବାଇ :ପ୍ରଥମ ଆନିଭର୍ସରୀ ସେଲିବ୍ରେସନ କଲେ ବଲିଉଡର ଫେମସ ସିଙ୍ଗର ନେହା କକ୍କର। ବଲିଉଡର ଫେମସ ସିଙ୍ଗର ନେହା କକ୍କର ତାଙ୍କ ପତି ରୋହନପ୍ରୀତି ସିଂହ ନିଜ ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ୱେରେ ସେଲିବ୍ରେସନ କରିଛନ୍ତି। ୨୪ ଅକ୍ଟୋବରରେ ଏହି ଫେମସ ଷ୍ଟାର କପୁଲ ଏକ ରୟାଲ ଷ୍ଟାଇଲରେ ନିଜ ଆନିଭର୍ସରୀ ପାଳିଥିଲେ। ଯାହାର କିଛି ଫଟୋ ନେହା ନିଜ ଇଷ୍ଟାଗ୍ରମରେ ସେୟାର କରିଛନ୍ତି। ନେହା ଏହି ଫଟୋରେ ପିଙ୍କ୍ ସାଲୁଆର ସୁଟ୍ ପିନ୍ଧିଥିବା ବେଳେ ତାଙ୍କ […]

Continue Reading

ମଧ୍ୟପ୍ରଦେଶରେ ପ୍ରକାଶ ଝା’ଙ୍କୁ ବିରୋଧ, ଆଶ୍ରମ-୩ ସେଟ୍ ଧ୍ୱସ୍ତ

ନୂଆଦିଲ୍ଲୀ: ପପୁଲାରିଟି ସହ ବିବାଦ ଘେରରେ ରହିଥଲା ୱେବ୍ ସିରିଜ୍ ଆଶ୍ରମର ଦୁଇଟି ସିଜିନ୍ । ତେବେ ତୃତୀୟ ସିଜିନର ସୁଟିଂ ପୂର୍ବରୁ ହିଁ ଏହି ୱେବ୍ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ବିରୋଧର ସମ୍ମୁଖୀନ ହୋଇଛନ୍ତି । ମଧ୍ୟପ୍ରଦେଶ ଭୋପାଳଠାରେ ଆଶ୍ରମ-୩ର ସୁଟିଂ ସେଟକୁ ଭାଙ୍ଗି ଧ୍ୱଂସ କରିଛନ୍ତି ବଜରଙ୍ଗ ଦଳ । ସିରିଜର ନାମ ପରିବର୍ତ୍ତନକୁ କେନ୍ଦ୍ର କରି ପ୍ରକାଶ ଝାଙ୍କ ଉପରକୁ ହୋଇଥିଲା କାଳିମାଡ । ଆଗାମୀ ଦିନରେ ଯଦି ସିରିଜର ନାମ […]

Continue Reading