୧୮୫ପେଟି ମଦ ଜବତ, ପିକଅପ ଭ୍ୟାନ୍ ଡ୍ରାଇଭର ଗିରଫ

ଯାଜପୁର: ଯାଜପୁର ଅମ୍ବିକାଇ ଛକ ନିକଟରୁ ୧୮୫ପେଟି ମଦ ଜବତ କରାଯାଇଛି। ଘଟଣାରେ ପିକ ଅପ ଭ୍ୟାନର ଡ୍ରାଇଭରକୁ ଗିରଫ କରିଛି ଯାଜପୁର ପୋଲିସ୍। ସୂଚନା ଅନୁସାରେ, ପୁରୁଣା ମଦ ଦୋକାନରୁ ଏହି ମଦ ପେଟି ଗୁଡ଼ିକ ଏକ ପିକ ଅପ୍ ଭ୍ୟାନରେ ଚାଲାଣ ହେଉଥିବା ପୋଲିସକୁ ସୂଚନା ମିଳିଥିଲା। ପରେ ଯାଜପୁର ପୋଲିସ ଚଢ଼ାଉ କରିଥିଲା। ଏତେ ପରିମାଣରେ ମଦ କେଉଁଠୁ ଆସିଲା ଏବଂ କୁଆଡ଼େ ଯାଉଥିଲା ତାକୁ ନେଇ ତଦନ୍ତ କରୁଛି ପୋଲିସ। ତେବେ […]

Continue Reading

୧୩୦ପେଟି ବିଦେଶୀ ନକଲି ମଦ ଜବତ

ରାୟଗଡ଼ା: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରି ୧୩୦ ପେଟି ବିଦେଶୀ ନକଲି ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିକଟରେ ଅତର୍କିତଭାବେ ଚଢ଼ାଉ କରାଯାଇଥିଲା। ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏସଆଇ ବିଶ୍ୱ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଦୁଇଜଣ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୫ଜଣିଆ ଟିମ ଆସି […]

Continue Reading

ମମିତା ହତ୍ୟା ଘଟଣା ,ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ସିପିଆଇଏମ

ପୁରୀ : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଏହି ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିିଛି । ରାଜସ୍ୱ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବା ସହ ଘଟଣାର ଏସଆଇଟି ତଦନ୍ତ କରିବା ପାଇଁ ସିପିଆଇଏମ ପକ୍ଷରୁ ଦାବି କରାଯାଇଛି ।ଆଜି ପୁରୀ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବୀ ପତ୍ର ଦିଆଯାଇଛି। ଅନ୍ୟପଟେ ଲୋମହର୍ଷଣକାରୀ […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ: ‘ସ୍ମାର୍ଟ’ ଯୁଗର ମହାବିପ୍ଲବ

ମୟୂରଭଞ୍ଜ : ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ‘ସ୍ମାର୍ଟ’ ଯୁଗର ମହାବିପ୍ଲବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦା ମୟୁରଭଞ୍ଜ  ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ମୟୂରଭଞ୍ଜରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ଦେଶରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଣିଲା ନୂଆ ବିପ୍ଳବ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ଦେବାରେ ଦେଶରେ ପ୍ରଥମ ରାଜ୍ୟ […]

Continue Reading

ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା

ନରସିଂହପୁର : ବିଜେପି କର୍ମୀଙ୍କୁ ଉଠାଇନେଲା ପୋଲିସ। ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ପୋଲିସ ବଡମ୍ବା ଥାନା ଅନ୍ତର୍ଗତ ରଚାପାଟ ଗାଁ ରେ ୩ ଜଣ ବିଜେପି କର୍ମୀଙ୍କୁ ଉଠାଇ ଆଣିଛି । ସେମାନେ ହେଉଛନ୍ତି ମନୋଜ ନାୟକ ,ରଞ୍ଜନ ସାମନ୍ତରାୟ, ଲିପୟ ବଳବନ୍ତରାୟ ସିଂ । ବିନା କାରଣରେ ୩ ଜଣ ବିଜେପି କର୍ମୀଙ୍କୁ ନରସିଂହପୁର ପୋଲିସ ଉଠାଇ ଆଣିଥିବା ଅଭିଯୋଗ ଆଣିଛି ବିଜେପି।ଦଳୀୟ କର୍ମୀଙ୍କୁ ଉଠାଇ ନେବାରୁ ଥାନାରେ ବିଜେପି ପକ୍ଷରୁ ଉତ୍ତେଜନା […]

Continue Reading

ଏଥର ପଂଚାୟତ ନିର୍ବାଚନରେ ସେଂଟ୍ରାଲ କାଉଟିଂ

ଭୁବନେଶ୍ୱର: ଆଗାମୀ ପଂଚାୟତ ନିର୍ବାଚନରେ ଏଥର ସେଂଟ୍ରାଲ କାଉଟିଂ ହେବ ବୋଲି ଘୋଷଣା ହୋଇଛି । ଗୁରୁବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫେରେନ୍ସି ମାଧ୍ୟମରେ ଏ ନେଇ ଆଲୋଚନା କରିଥିଲେ । ୱାର୍ଡ ଏବଂ ପଂଚାୟତରେ ଭୋଟର ଲିଷ୍ଟ ପାଇଁ ଗାଇଡଲାଇନ ଜାରି କରାଯିବ ବୋଲି ସେ କହିଛନ୍ତି । ବ୍ଲକ ସ୍ତରରେ ସ୍ୱତନ୍ତ୍ର ଷ୍ଟ୍ରଙ୍ଗ ରୁମ ପ୍ରସ୍ତୁତ କରାଯିବ । ଯାହା ଫଳରେ ଭୋଟ ସରିବା ପରେ […]

Continue Reading

ଆର୍ଯ୍ୟନଙ୍କୁ ତିନିଥର ଗଂଜେଇ ଯୋଗାଇଥିଲେ ଅନନ୍ୟା

ମୁମ୍ବାଇ: ଗୋଆ କ୍ରୁଜ୍ ସିପ୍ ଡ୍ର୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ଯ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି । ଏନସିବିର ରିପୋର୍ଟ ଅନୁଯାୟୀ ଆର୍ଯ୍ୟନଙ୍କ ଫୋନ୍ ଚାଟିଂରୁ ଅନନ୍ୟାଙ୍କ ନାଁ ସାମ୍ନାକୁ ଆସିଥିଲା । ୨୦୧୮-୧୯ରେ ଏକ ପପୁଲାର ଗେଟ ଟୁଗେଦର ପାର୍ଟିରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଦେଇଥିଲେ । ପୂର୍ବରୁ ଆର୍ଯ୍ୟନଙ୍କ […]

Continue Reading

ଆସାମ ସାଧାରଣତନ୍ତ୍ର ପ୍ୟାରେଡ଼ ଶିବିରରେ ଜୟପୁରର ପି ବି ଇଶିତା ରାଜୁ

କୋରାପୁଟ: ଦଶ ଦିବସୀୟ ଜାତୀୟ ପୂର୍ବାଞ୍ଚଳ ପ୍ରାକ୍ ସାଧାରଣତନ୍ତ୍ର ପ୍ୟାରେଡ଼ ଅଭ୍ୟାସ ଓ ଚୟନ ଶିବିରରେ ଯୋଗଦେବେ ପି ବି ଇଶିତା ରାଜୁ। ଏଥିପାଇଁ ସେ ଆସାମ ଗସ୍ତ କରିଛନ୍ତି। ସରକାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ କଳା ଶିକ୍ଷା ସମ୍ମାନର ଛାତ୍ରୀ ପି ବି ଇଶିତା ରାଜୁ। ଜାତୀୟ ସେବା ଯୋଜନା ଏନଏସଏସ ତରଫରୁ ଆସାମ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିଠାରେ ଏହି ଶିବିର ଅନୁଷ୍ଠିତ ହେବ। ଅକ୍ଟୋବର ୨୫ରୁ ନଭେମ୍ବର ୩ ପର୍ଯ୍ୟନ୍ତ ହେବ। […]

Continue Reading

ଏନସିବି ଅଫିସରେ ଅନନ୍ୟା: ମୋବାଇଲ, ଲ୍ୟାପଟପ ଜବତ

ମୁମ୍ବାଇ: ଚଙ୍କି ପାଣ୍ଡେ ଝିଅ ଅନନ୍ୟା ପାଣ୍ଡେ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଅନନ୍ୟା ନାମ ସମ୍ମୁଖକୁ ଆସିଛି । ସକାଳେ ଅନନ୍ୟାଙ୍କ ଘରେ ଏନସିବି ଅଧିକାରୀ ଚଢ଼ାଉ କରିବା ପରେ ଅଫିସକୁ ଆସିବା ପାଇଁ କହିଥିଲେ । ଚଙ୍କି ପାଣ୍ଡେ ଓ ଓକିଲଙ୍କ ସହ ସେ ହାଜର ହୋଇଥିଲେ । ଏନସିବି ଇତିମଧ୍ୟରେ ତାଙ୍କ ମୋବାଇଲ, ଲ୍ୟାପଟପ ଏବଂ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ କରିଛି । ଆର୍ଯ୍ୟନଙ୍କ ହ୍ୱାଟସଆପ […]

Continue Reading

ଛୁଆ ହାତୀକୁ ବଂଚାଇବାକୁ ଯାଇ କୁମ୍ଭୀରକୁ ମାରିଲା ମାଆ ହାତୀ

ନୂଆଦିଲ୍ଲୀ: ହାତୀ ଏକ ଶାନ୍ତ ଜୀବ ବୋଲି ଆମ ସମସ୍ତଙ୍କର ଧାରଣା ରହିଛି । ହେଲେ ନିଜ ଉପରେ କିମ୍ବା ତା ଛୁଆ ଉପରେ ବିପଦ ଦେଖିଲେ ହାତୀ ଉଗ୍ର ରୂପ ରୂପ ଧାରଣ କରିବାକୁ ବିଳମ୍ବ କରିନଥାନ୍ତି । ଜାମ୍ବିଆ ସଫାରୀରୁ ଏକ ଅବିଶ୍ୱସନୀୟ ଦୃଶ୍ୟ ଅନେକଙ୍କୁ ଚକିତ କରିଛି । ଏହି ଭିଡିଓରେ ଏକ ମାଈ ହାତୀ ନିଜ ଛୁଆକୁ ରକ୍ଷା କରିବାକୁ ଯାଇ ପାଣି ଭିତରେ ଏକ କୁମ୍ଭୀରକୁ ଦଳିଚକଟି ମାରିବାକୁ ପଛାଇନଥିଲା […]

Continue Reading