ତନ୍ଦୁରି ରୁଟିରେ ପକାଉଥିଲା ଛେପ, ଭିଡିଓ ଭାଇରାଲ ପରେ ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଏକ ଭିଡିଓ ଅନେକଙ୍କୁ ଚକିତ କରିଛି । ଆଜି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ତନ୍ଦୁରି ରୁଟିରେ ଛେପ ପକାଇବା ଦୃଶ୍ୟ କଏଦ ହୋଇଛି । ଉତ୍ତରପ୍ରଦେଶର ଗାଜିଆବାଦରୁ ଏହି ଭିଡିଓ ସାମ୍ନାକୁ ଆସିଛି । ଏକ ଢାବାରେ ତନ୍ଦୁରି ରୁଟି ପ୍ରସ୍ତୁତ କରୁଥିବା ବ୍ୟକ୍ତି ଜଣକ ରୁଟିରେ ଛେପ ପକାଉଥିବା ସ୍ପଷ୍ଟ ଦେଖାଯାଇପାରେ । ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କ ଭିଡିଓ ଭାଇରାଲ୍ ହେବା […]

Continue Reading

ପାଣି ମୋଟର ଚୋରକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି। ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖପାଖ ଗାଁରୁ ଲୋକଙ୍କ ଘରୁ ପାଣି ମୋଟର ଚୋରୀ ହୋଇଥିବା ଅଭିଯୋଗ ସୋନପୁର ଥାନାରେ ହୋଇଥିଲା।ଏପରିକି ସହରର ଅତିରିକ୍ତ ତହସିଲଦାର ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ ଘରୁ ମୋଟର ଚୋରୀ ହୋଇଥିଲା। ଅତିରିକ୍ତ ତହସିଲଦାର ଥାନାରେ ଅଭିଯୋଗ କଲାପରେ କଳିଙ୍ଗନଗରର ୨୧ବର୍ଷୀୟ ରାମ ଗଡ଼ିଆ ନାମକ ଜଣେ ଯୁବକକୁ ସନ୍ଦେହ କରି ପଚରାଉଚୁରା […]

Continue Reading

ହଠାତ୍‌ ଉଭା ହେଲା ୮୦ ବର୍ଷ ତଳେ ଧ୍ୱଂସ ପାଇଯାଇଥିବା ଗାଁ

ନୂଆଦିଲ୍ଲୀ: ବ୍ରିଟେନରେ ଆଜିକାଲି ଏକ ଗାଁ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାୟ ଅଶୀ ବର୍ଷ ପୂର୍ବେ ଏହି ଗାଁ ପାଣିରେ ବୁଡ଼ି ଯାଇ ପରିଚୟ ହରାଇଥିଲା। ସମ୍ପ୍ରତି, ଏହି ଗାଁ ଉପରେ ମାଡି ଯାଇଥିବା ପାଣି ଶୁଖିଯିବାରୁ ଏହି ଗାଁ ପୁଣି ଥରେ ଉଭା ହୋଇଛି। ଏହି ଗାଁର ଅବଶେଷ ଦେଖାଯିବା ମାତ୍ରେ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।  ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଏହି ମାମଲା ୟୁକେ ଡର୍ବିସାୟାରର ଘଟଣା। ଡେଲି […]

Continue Reading

ପିହୁ ନିଖୋଜ ଘଟଣା: ତଦନ୍ତ ପ୍ରକ୍ରିୟା ନେଇ ଅସନ୍ତୋଷ ପ୍ରକାଶ କଲେ ମା’

ଯାଜପୁର: ପିହୁ ଶିଶୁ ନିଖୋଜ ଘଟଣା। ୧୪ମାସ ପରେବି ମିଳୁନି ପତ୍ତା। ଏବେବି ପିହୁର ମା’ ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ମାତ୍ର ଏପର୍ଯ୍ୟନ୍ତ ପିହୁର କୌଣସି ସନ୍ଧାନ ମିଳିନଥିବାବେଳେ ତଦନ୍ତ ପ୍ରକ୍ରିୟା ନେଇ ପିହୁର ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିଜ ଦୁଃଖ ଜଣାଇଛନ୍ତି ପିହୁଙ୍କ ମା’। ଅଗଷ୍ଟ ୯, ୨୦୨୦। ନିଖୋଜ ହୋଇଥିଲା ପିହୁ। ମାତ୍ର ବର୍ଷେ ୨ମାସ ପରେ ବି ଏଯାଏଁ ପିହୁର ସନ୍ଧାନ ମିଳିନି। ଉଚ୍ଛପଦସ୍ତ […]

Continue Reading

ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଅକ୍ଟୋବର ୧୯ରେ ନୂଆଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ବେଲାପୁର, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ଲକ୍ଷ୍ନ‌ୌ, ମୁମ୍ବାଇ, ନାଗପୁର, ରାୟପୁର, ରାଞ୍ଚି, ଶ୍ରୀନଗର […]

Continue Reading

ନିଅନ୍ତୁ କୋଭିଡ୍ ଭାକ୍ସିନ୍‌, ଜିତନ୍ତୁ ଟିଭି ଓ ମୋବାଇଲ୍ ଫୋନ୍‌

ମଣିପୁର: ଏଥର କୋଭିଡ୍ ଟୀକା ନେଲେ ପୁରସ୍କାର ସ୍ୱରୂପ ମିଳିବ ଟିଭି, ମୋବାଇଲ୍ କିମ୍ବା ବ୍ଲାଙ୍କେଟ୍ । ଏଥିପାଇଁ ଏକ ଲକି ବମ୍ପର୍ ଡ୍ରରେ ଭାଗ ନେବାକୁ ପଡିବ । ମଣିପୁରର ପଶ୍ଚିମ୍ ଇମ୍ଫାଲ୍ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଏଭଳି ଲୋଭନୀୟ ଅଫର ମିଳିଛି । ଏଥିପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତରଫରୁ ଚଳିତମାସ ୨୪, ୩୧ ଓ ନଭେମ୍ବର ମାସ ୭ ତାରିଖରେ ତିନୋଟି ମେଗା ଭାକ୍ସିନେସନ୍ କ୍ୟାମ୍ପର ଆୟୋଜନ କରାଯିବ । ଏହି ତିନୋଟି […]

Continue Reading

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଜୟପୁରରେ ରକ୍ତଦାନ ଶିବିରି,୫୦ ୟୁନିଟ ରକ୍ତ ସଂଗ୍ରହ କରାଗଲା

ଜୟପୁର: ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ନେଇ ଆଜି ଜୟପୁର ସହରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ କାଳରେ ରକ୍ତର ଘୋର ଅଭାବ ଦେଖିଦେଇଛିା କରୋନାକୁ ଭୟ କରି କେହି ରକ୍ତଦାନ କରୁନାହାନ୍ତି । ଫଳରେ ରକ୍ତର ଅଭାବ ଯୋଗୁଁ ଅନେକ ରୋଗୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି ।ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରକ୍ତବିନ୍ଦୁ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବୋରିମ୍ମା ବ୍ଲକ କାମରା ଠାରେ ରକ୍ତଦାନ ଶିବିରି ଅନୁଷ୍ଠିତ ହୋଇଯାଇଛି । […]

Continue Reading

କଟକରେ ମା’ ଙ୍କୁ ମେଲାଣି

କଟକ : ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମହାମାୟା । କଟକର ବିିଭିନ୍ନ ସ୍ଥାନରେ ମା’ ଙ୍କୁ ଦିଆଯାଉଛି ମେଲାଣି। କୋଭିଡ କଟକଣା ମଧ୍ୟରେ କଟକରେ ମା’ ଙ୍କ ବିସର୍ଜନ ଚାଲିଛି ।ଖାଁ ଖାଁ ଲାଗୁଛି କଟକର ଦେବୀଗଡ଼ା ପରିବେଶ । ନାଁ ଆଗ ଭଳି ଆଉ ଭିଡ ଅଛି। ନାଁ ଅଛି ପାର୍ବଣର ମାହୋଲ। ମଣ୍ଡପରୁ ମା ଦୁର୍ଗାଙ୍କ ମୂର୍ତ୍ତି ବାହାରି ପୁରୀ ଘାଟସ୍ଥିତ କାଠଯୋଡି ନଦୀର ଦେବୀଗଡ଼ା ଅଭିମୁଖେ ପହଁଚିଥିଲା। ପରେ ପୋଲିସ କର୍ଡନରେ […]

Continue Reading

ଆସନ୍ତାବର୍ଷ ସେପ୍ଟେମ୍ବରରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ!

ନୂଆଦିଲ୍ଲୀ: କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି)ର ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନା ଅନୁଯାୟୀ ନୂତନ ଦଳର ସଭାପତି ନିଯୁକ୍ତ ପାଇଁ ନିର୍ବାଚନ ପ୍ରକ୍ରିୟା ସେପ୍ଟେମ୍ବର ୨୦୨୨ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ଆସନ୍ତାବର୍ଷ ସେପ୍ଟେମ୍ବର ମାସ ଯାଏ ସୋନିଆ ଗାନ୍ଧି ହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ସୂତ୍ରରୁ ପ୍ରକାଶ ଯେ ରାଜସ୍ଥାନ ସିଏମ ଅଶୋକ ଗେହଲଟ୍ ରାହୁଲ ଗାନ୍ଧୀଙ୍କ ନାଁ ସିଡବ୍ଲ୍ୟୁଡିସି ବୈଠକରେ ଦଳର ସଭାପତି ଭାବରେ […]

Continue Reading

୨୦ ଯାଏ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା ୪ ଦିନ ପାଇଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଛି। ଅକ୍ଟୋବର ୧୬ ଏବଂ ୧୭ ତାରିଖରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ବର , […]

Continue Reading