ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ

କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍‌ ବେଳେ ଚଢ଼ାଉ କଲା ପୋଲିସ୍‌, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ  । ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି । ସେମାନଙ୍କ ଠାରୁ ୩ଟି ବନ୍ଧୁକ ଜବତ କରାଯାଇଥିବା ବେଳେ ୧୬ଟି ଜୀବନ୍ତ ଗୁଳି ଜବତ କରାଯାଇଛି […]

Continue Reading

ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନର କାର୍ଯ୍ୟକର୍ତ୍ତା

ମୟୁରଭଞ୍ଜ: ସାମାଜିକ ବାସନ୍ଦ କରାଯାଇଥିବା ପରିବାରକୁ ନ୍ୟାୟ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ। ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲାର ରୁଗୁଡ଼ିଡିହି ଗ୍ରାମର ଗ୍ରାମବାସୀ ସେହି ଗ୍ରାମର ମୁଚିରାମ ଟୁଡ଼ୁଙ୍କ ପରିବାରକୁ ସାମାଜିକ ବାସନ୍ଦ କରିଛନ୍ତି। ମୁଚିରାମଙ୍କ ପରିବାର ଲୋକେ ପିଇବା ପାଣି ବନ୍ଦ କରିବା, ଗାଁ ଦାଣ୍ଡରେ ଯାତାୟାତରୁ ବାରଣ କରିବା, ଅଶ୍ଲୀଳ ଭାଷା ପ୍ରୟୋଗ କରିବା, ଗୋଇଠା ମାରିବା ଇତ୍ୟାଦି ଘଟଣାକୁ ନେଇ ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର ଏବେ ସୁଦ୍ଧା କୌଣସି ପଦକ୍ଷେପ […]

Continue Reading

ଉତ୍ତରପ୍ରଦେଶକୁ ମୋଦୀଙ୍କ ବଡ଼ ଭେଟି : ୭୫ ହଜାର ଲୋକଙ୍କୁ ବାଣ୍ଟିଲେ ଘର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଭେଟି । ଲକ୍ଷ୍ନୌରେ ନ୍ୟୁ ଅର୍ବାନ ଇଣ୍ଡିଆନ୍ ଥିମ ଉପରେ ଆୟୋଜିତ ତିନିଦିନିଆ କନକ୍ଲେଭରେ ୭୫ ହଜାର ଲୋକଙ୍କୁ ଆବାସ ଘର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ […]

Continue Reading

ପିପିଲି ଉପନିର୍ବାଚନ ଫଳାଫଳ: କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ରେଜଲ୍ଟ । ଭୋଟ ଗଣତି ଲାଗି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି ହୋକୁ ଥିବା ବେଳେ, ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତିରେ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସକାଳ […]

Continue Reading

ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ ‘ଗଡ୍‌ସେ’ ନିର୍ମାଣ ନେଇ ମହେଶ ମଞ୍ଜରେକରଙ୍କ ଘୋଷଣା

ମୁମ୍ବାଇ: ଆଜି ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଅବସରରେ ସନ୍ଦୀପ ସିଂ ,ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆ ମିଳିତ ଭାବେ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଥିବା ନାଥୁରାମ ଗଡ୍‌ସେଙ୍କ ଉପରେ ନିର୍ମାଣ ହେବ। ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ଅକ୍ଟୋବର ୨ ରେ ସନ୍ଦୀପ ସିଂ, ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ଗଡସେ […]

Continue Reading

କଟକରେ ଗାନ୍ଧୀ ଜୟନ୍ତୀ ପାଳିତ, ସମସ୍ତେ ମନେପକାଇଲେ ଗାନ୍ଧୀଙ୍କ ନୀତି ଆଦର୍ଶ

କଟକ : ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । କଟକର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ନୂଆବଜାର ସ୍ଥିତ କୁଷ୍ଠାଶ୍ରମ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଚୌଦ୍ୱାର କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ଦଳର କର୍ମକର୍ତ୍ତାମାନଙ୍କ ଦ୍ଵାରା ଆଶ୍ରମ ପରିସରରେ ସଫା କରାଯିବା ସହ ବୃକ୍ଷରୋପଣ ମଧ୍ୟ କରଯାଇଥିଲା। ସେହିଭଳି ପୁରୀଘାଟ ସ୍ଥିତ ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବାରବାଟୀ କଟକ […]

Continue Reading

ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ମାଲକାନଗିରି: ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା କାଠ ମାଫିଆଙ୍କୁ ମହଙ୍ଗା ପଡିଛି । ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ ଜିଲ୍ଲା ବନାଂଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ ଏକ ଟିମ୍ ଗଠନ କରିଥିଲେ । ନିଜ ଟିମ୍ ସହ ବନାଂଚଳ ଅଧିକାରୀ ଏମ୍‌ଭି-୧୮ […]

Continue Reading

୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ  କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଆଦି ରହିଛି। ଏହି ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ  ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ […]

Continue Reading

କରୋନା ଟୀକା ଯୋଗୁ ସ୍ୱାମୀ ସ୍ତ୍ରୀ ମତାନ୍ତର, ସ୍ତ୍ରୀ ମୃତ

କେନ୍ଦୁଝର: କରୋନା ଟୀକା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ସ୍ତ୍ରୀ ର ଆତ୍ମହତ୍ୟା । କରୋନା ଟୀକା ପାଇଁ ଆତ୍ମହତ୍ୟା ପରି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ଅଧୀନ ସରୁଆଳି ଗାଁରେ । ଗାଁରେ ଆଜି କରୋନା ଟୀକା କରଣ କାର୍ଯ୍ୟକ୍ରମ ରହିଥିଲା, ଗାଁର କିଶୋର ଖିଲାରଙ୍କ ସ୍ତ୍ରୀ କୁମୁଦିନୀ ଖିଲାରଙ୍କ ଦ୍ୱିତୀୟ ଡୋଜ ଟୀକା ନେବାର ଆଜି ସମୟ ରହିଥିଲା । ତେବେ ପ୍ରଥମ ଡୋଜ ଟୀକା ନେବା ପରେ କୁମୁଦିନିଙ୍କୁ […]

Continue Reading

ଭିଡିଓ ଭାଇରାଲ୍ ଆଲର୍ଟ: ଏଟିଏମ୍‌ରେ ଯୁବତୀଙ୍କ ଅସମ୍ଭାଳ ନାଚ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ଅସମ୍ଭାଳ ନାଚ ଦେଖାଯାଇପାରେ । ହେଲେ ଖାସ କରି ଏଟିଏମ୍‌ରେ ଟଙ୍କା ଉଠାଣ ବେଳେ ଯୁବତୀଙ୍କ ନାଚ ସମସ୍ତଙ୍କୁ ତାଜୁବ କରିଛି । ଏଟିଏମ୍‌ରେ ଯୁବତୀ ଜଣକ ଏପରି କାହିଁକି ନାଚୁଛନ୍ତି, ତାହାର କାରଣ ସ୍ପଷ୍ଟ ହୋଇପାରିନି । ତେବେ ଅନେକ ଲୋକ ପ୍ରଥମ ଦରମା ପାଇବା ଖୁସୀରେ ଯୁବତୀ […]

Continue Reading