ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ବଢ଼ିଲା ଲକଡାଉନ

ଚଣ୍ଡିଗଡ : ହରିୟାଣାରେ ବଢ଼ିଲା ଲକଡାଉନ । ଆଉ ଦୁଇ ସପ୍ତାହ ପାଇଁ ଲକଡାଉନ ଅବଧି ବଢାଇଛନ୍ତି ହରିୟାଣା ସରକାର । ଆଜି ଜାରି ହୋଇଥିବା ନୂଆ ଗାଇଡଲାଇନ ଅନୁଯାୟୀ ହରିୟାଣାରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ କଟକଣା ବୃଦ୍ଧି କରିଛନ୍ତି ସରକାର । ହେଲେ କଟକଣାରେ ସମାନ୍ୟ କୋହଳ କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଓ ବାର୍ ଗୁଡିକ ୫୦ ପ୍ରତିଶତରେ ଚଳାଚଳ କରିବ । ଏଥିସହ ସ୍ପା, […]

Continue Reading

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ ହେଲେ ୪୪୩ ଶିକ୍ଷକ

ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇଲେ ଶିକ୍ଷକ । ୪୪୩ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଲୋକସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନବନିଯୁକ୍ତ ଶିକ୍ଷକଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ମୋର ଲକ୍ଷ୍ୟ ବୋଲି ବକ୍ତବ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ […]

Continue Reading

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍ : କୋଭିଡ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର

ଭୁବନେଶ୍ବର : ନିୟନ୍ତ୍ରଣରେ କୋଭିଡ ଦ୍ବିତୀୟ ଲହରୀ । ଆଗକୁ ଆସୁଛି ତୃତୀୟ ଲହରୀ । ଏଥିପାଇଁ ଲୋକଙ୍କ ମନରେ ଏକ ପ୍ରକାର ଚିନ୍ତା ବି ବଢ଼ିବାରେ ଲାଗିଲାଣି । କିନ୍ତୁ ତୃତୀୟ ଲହରୀକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ରାଜ୍ୟ ବିଜେପି । ତୃତୀୟ ଲହରରେ ଶିଶୁ ମାନେ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ମତ ଦେଲେଣି ବିଶେଷଜ୍ଞ । କିନ୍ତୁ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି କରିବା ବଦଳରେ କେବଳ […]

Continue Reading

ପାରା ଅଲିମ୍ପିକ୍ସ : ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ : ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡମିଣ୍ଟନ ଫାଇନାଲରେ ସ୍ବର୍ଣ୍ଣ ପଦକ ହାସଲ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଗ୍ରେଟ୍ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇଛନ୍ତି । ଡାନିଏଲଙ୍କୁ ସିଧାସଳଖ ୨୧-୧୪, ୨୧-୧୭ ସେଟରେ ପରାସ୍ତ କରିଛନ୍ତି ପ୍ରମୋଦ । ଅଲିମ୍ପିକ୍ସରେ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି […]

Continue Reading

କୁଡୁମୀ ସେନାର ଦିଲ୍ଲୀ ଯାତ୍ରା

ମୟୂରଭଞ୍ଜ: ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟ ଦିଲ୍ଲୀ ଯାତ୍ରାରେ । କୁଡୁମୀ ଜାତୀକୁ ଆଦିବାସୀ ତାଲିକା ଭୁକ୍ତ କରିବା ଦାବି ନେଇ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି କୁଡୁମୀ ସେନା ସଦସ୍ୟ । କୁଡୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାତ୍ରା କରିଛନ୍ତି ସେନା ସଦସ୍ୟ ମାନେ। ବାରିପଦା ଅମ୍ବିକା ମନ୍ଦିରଠାରୁ ଏକ ସ୍ୱତନ୍ତ୍ର ଘରୋଇ ବସ ଯୋଗେ ଦିଲ୍ଲୀରେ ସେମାନେ ପହଁଚିବେ। ଆସନ୍ତା ୬ ତାରିଖ ଦିନ ଦିଲ୍ଲୀ ଯନ୍ତର ବନ୍ତର […]

Continue Reading

ଟିଟିଲାଗଡ଼ ଟାଙ୍ଗରପଡ଼ା ହତ୍ୟାକାଣ୍ଡର ଆସିଲା ରାୟ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ହାଟପଦା ସ୍ଥିତ ଟାଙ୍ଗରପଡ଼ାରେ ୨୦୧୭ ମସିହା ଜୁନ୍ ୨୨ ରେ ହୋଇଥିବା ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି।ହତ୍ୟାକାରୀ ସ୍ୱାମୀକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷଟଙ୍କା ଫାଇନ କରାଯାଇଛି।ଫାଇନ ଅନାଦେୟ ଦୁଇ ବର୍ଷ ଅତିରିକ୍ତ ଜେଲ ଦଣ୍ଡର ଶୁଣାଣି କରିଛନ୍ତି ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଦାଶ।ସୂଚନା ଅନୁସାରେ ଟାଙ୍ଗରପଡ଼ାର ପୂଜା ସୁନା ଓରଫ ବିଭାର ଏବଂ ଅନିଲ ସିଂ ଓରଫ ସୁନା ସହ ପ୍ରେମ ବିବାହ […]

Continue Reading

ରିଷି କପୁରଙ୍କ ଶେଷ ଚଳଚ୍ଚିତ୍ର ‘ଶର୍ମାଜୀ ନମକିନ୍‌’ର ପ୍ରଥମ ଲୁକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡର ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ୬୯ ତମ ଜନ୍ମ ବାର୍ଷିକୀରେ ନିର୍ମାତାମାନେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଶର୍ମାଜୀ ନମକିନ୍’ର ପ୍ରଥମ ଲୁକ୍‌ ଜାରି କରିଛନ୍ତି। ଏହି ପୋଷ୍ଟ ଛାଡି ପ୍ରଶଂସକମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ‘ଶର୍ମାଜୀ ନମକିନ୍’ର ପ୍ରଥମ ଲୁକ୍ ରିଲିଜ୍ ହେବା ମାତ୍ରେ # ରିଶି କପୁର ଏବଂ # ଶର୍ମାଜୀନମକିନ ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା। ଅଭିନେତାଙ୍କ ଏହି ଲୁକକୁ ତାଙ୍କ ଝିଅ ରିଦ୍ଧିମା କପୁର ସାହନି ଏବଂ […]

Continue Reading

ମାଲକାନଗିରିରେ ଆମ୍ବୁଲାନ୍ସ ସେବା ଠପ୍

ମାଲକାନଗିରି : ମାଲକାନଗିରିରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୩ରୁ ୪ ମାସ ହୋଇଯିବ ଆମ୍ବୁଲାନ୍ସ ଡ୍ରାଇଭର ମାନେ ଦରମା ପାଉନାହାନ୍ତି । ଫଳରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭରମାନେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ୧୦୮ ଆମ୍ବୁଲାନ୍ସ ଠିଆକରି ଆନ୍ଦୋଳନ ଜାରି ରଖିଛନ୍ତି ।ମାଲକାନଗିରିରେ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହୋଇଛି।କୋରନା ମହାମାରୀ ସମୟରେ ଗାଡି ମାଲିକ ମାନଙ୍କ ପାଖରେ ରୋଜଗାର ନାହିଁ । ସେମାନେ ଆମ୍ବୁଲାନ୍ସ […]

Continue Reading

ହ୍ୱାଟ୍‌ସ ଆପ୍ ୟୁଜର୍ସଙ୍କୁ ବଡ ଝଟ୍‌କା; ଏହି ସବୁ ଫୋନରେ ଆଉ ଚାଲିବନି ହ୍ୱାଟ୍‌ସ ଆପ୍!

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ବାଟ୍‌ସ ଆପ୍ ବର୍ତ୍ତମାନ ବିଶ୍ବର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଏହାର ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ସେମାନଙ୍କୁ ନୂତନ ଫିଚର ଦେବା ପାଇଁ କମ୍ପାନୀ କ୍ରମାଗତ ଭାବରେ ଆପରେ ଅପଡେଟ୍ ଆଣିଥାଏ। ତେବେ ଆପଣ ଜାଣନ୍ତି କି ଖୁବ୍ ଶୀଘ୍ର ଅନେକ ମୋବାଇଲ୍‌ରେ ଆଉ ହ୍ବାଟ୍‌ସ ଆପ୍ ଚାଲିବନି। ଏହା ସହିତ, ଆପ୍ ବନ୍ଦ ହେବାପରେ ଉପଭୋକ୍ତାମାନେ ସେମାନଙ୍କର ପୁରୁଣା ଚାଟ୍ ଦେଖିବାକୁ ମଧ୍ୟ ସମର୍ଥ ହେବେ […]

Continue Reading

ରାଜ୍ୟର ଏହି ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି; ବଜ୍ରପାତ ସହ ବ‌ର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ୧୮ ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଉଛି ସୁନ୍ଦରଗଡ, ଦେଓଗଡ, ଗଜପତି, ରାୟଗଡା, ଗଞ୍ଜାମ, ମୟୂରଭଞ୍ଜ, ବାଲାଶ୍ବର, କେନ୍ଦୁଝର, ଅନୁଗୁଳ, ଢ‌େଙ୍କାନାଳର ଯାଜପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ) ଅପରାହ୍ନ ୨.୧୫ ରୁ ୫.୧୫ ମଧ୍ୟରେ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା କରିବା […]

Continue Reading