ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ସୌମ୍ୟଙ୍କ ଭୁବନେଶ୍ୱର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ତନାଘନା କରୁଛି। କ୍ରାଇମବ୍ରାଞ୍ଚର ଦୁଇ ମହିଳା ଅଧିକାରୀ ମୃତ ସୌମ୍ୟ ପାଣିଗ୍ରାହୀଙ୍କ ବାପା ସୁଧାକର ପାଣିଗ୍ରାହୀ, ମାଆ ମୋହିନୀ ମିଶ୍ର ଓ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀଙ୍କ ବୟାନ ରେକର୍ଡ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ୩ ମାସ ଭିତରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ […]

Continue Reading

ଅକ୍ସର ପଟେଲଙ୍କୁ ମିଳିଲା ଉପ-ଅଧିନାୟକ ପଦ: ଦମଦାର ପ୍ରଦର୍ଶନ ଯୋଗୁଁ ମିଳିଲା ବଡ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ । ତେବେ କେବଳ ଏଡି ସିରିଜ ନୁହେଁ ଗତ କିଛି ସିରିଜରେ ଭାରତ ପାଇଁ ସେ ଅନେକ ମ୍ୟାଚ ୱିନିଙ୍ଗ ପ୍ରଦର୍ଶନ କରିଛନ୍ତି । ଯାହାର ଫଳ ଆଜି ତାଙ୍କୁ ମିଳିପାରିଛି । ଲଗାତାର ଭାବେ ସୁନ୍ଦର ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦଳର ଉପଅଧିନାୟକ ପଦ ଉପହାର ମିଳିଛି । ଆସନ୍ତା ଆଇପିଏଲ-୨୦୨୩ ଟୁର୍ଣ୍ଣାମେଣ୍ଟରୁ […]

Continue Reading

ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କଲେ ଝିଅ

ପୁରୀ: କୁହନ୍ତି ଯେ, ଯଦି ମନରେ ଦୃଢ ବିଶ୍ୱାସ ଓ ଅଦମ୍ୟ ସାହାସ ଥିବ, ତେବେ କୌଣସି ଅସୁବିଧା ତୁମ ପାଖ ମାଡିବ ନାହିଁ। କଠିନ ପରିଶ୍ରମ ଆଗରେ ସବୁ କାର୍ଯ୍ୟ ସମ୍ଭବ ହୋଇଥାଏ। ଏମିତି ଭାବରେ ନିଜ ବାପାଙ୍କ ସ୍ୱପ୍ନ ପୂରା କରିଛନ୍ତି ପ୍ରଜ୍ଞା ପାରମିତା ବେହେରା । ୫ ବର୍ଷ ତଳୁ ବାପା ଦେଖିଥିବା ସ୍ୱପ୍ନକୁ ଆଜି ପୂରଣ କରିଛି ଝିଅ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଫଟୋଚିତ୍ର ଭେଟି ଦେଇଛନ୍ତି ପ୍ରଜ୍ଞା, […]

Continue Reading

ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି

ପୁରୀ: ୧୯୪୪ ମସିହାରେ ସ୍ଥାପିତ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ । ଏବେ ଏହି ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ଲାଗି ଜୋରଦାର ଦାବି ହେଉଛି । ଆଜି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏସସିଏସ୍ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି । କିଛିଦିନ ତଳେ ସହରର ବୁଦ୍ଧିଜୀବୀ, ପୁରୀ ବିକାଶ ପରିଷଦ, କଲେଜର ପୁରାତନ ଛାତ୍ର ଓ ଅଖିଳ ଭାରତୀୟ […]

Continue Reading

ଭାରତକୁ ନେଇ ବଡ ଘୋଷଣା କଲେ ଋଷର ରାଷ୍ଟ୍ରପତି: ଚୀନ ବିଷୟରେ କ’ଣ କହିଲେ ପୁତିନ?

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧକୁ ଏକ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶକୁ ସମ୍ବୋଧିତ କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ରାଜଧାନୀ ମସ୍କୋର ଗୋଷ୍ଟିବନୀ ଡାବର ହଲରେ ନିଜ ଅଭିଭାଷଣ ସମୟରେ ପୁତିନ କହିଛନ୍ତି ଯେ, ଋଷ ବର୍ତ୍ତମାନ ୟୁକ୍ରେନରେ ସ୍ପେଶାଲ ଅପରେସନ ଜାରି ରଖିଛି । ତେବେ ଏଡି ସମ୍ବୋଧନରେ ସେ ଭାରତକୁ ନେଇ ଦେଇଛନ୍ତି ଏକ ବଡ ମନ୍ତବ୍ୟ । ଭାରତ ସହ ବ୍ୟାପାର ଏବଂ ସହଯୋଗିତା ଋଷ ଜାରି ରଖିବ ବୋଲି […]

Continue Reading

ବାଇଡେନ୍ ଙ୍କ କିଭ୍ ଗସ୍ତର ଇଫେକ୍ଟ , ପରମାଣୁ ଚୁକ୍ତି ବାତିଲ କଲା ଋଷ

ଋଷ: ରୁଷ-ୟୁକ୍ରେନ୍ ମଧ୍ୟରେ ପାଖାପାଖି ବର୍ଷେ ହେବ ଯୁଦ୍ଧ ଜାରି ରହିଛି। ଏହାରି ଭିତରେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ ଚିହିଁକି ଉଠିଛି ରୁଷ। ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆମେରିକା ସହ ଥିବା ଶେଷ ପରମାଣୁ ଚୁକ୍ତିକୁ ବାତିଲ କରିଛନ୍ତି।  ରଏଟର୍ସର ସୂଚନା ମୁତାବକ, ୟୁକ୍ରେନ ଯୁଦ୍ଧର ପ୍ରାୟ ଏକ ବର୍ଷ ପରେ ରୁଷ ସଂସଦରେ ଭାଷଣ ଦେବା ପରେ ପୁଟିନ ସାଂସଦମାନଙ୍କୁ କହିଛନ୍ତି, ମୁଁ ଆଜି […]

Continue Reading

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି ସ୍ପଷ୍ଟ ଚିତ୍ର ଆସି ନାହିଁ। ବିରୋଧୀ ଏ ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଠଗଡାରେ ଛିଡା କରାଇଛନ୍ତି। ଏଭଳି ସ୍ଥିତିରେ ନବଙ୍କ ଝିଅ ଦୀପାଳି ପଦାକୁ ଆସି […]

Continue Reading

SEBIର ବଡ଼ ନିଷ୍ପତ୍ତି: ବଦଳିଯିବ ଷ୍ଟକ୍ ମାର୍କେଟ ଟାଇମିଂ, ଏଣିକି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ଶେୟାର ବଜାର!

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଇକ୍ୱିଟି ସେଗମେଣ୍ଟର କାରବାର ସମୟ ବୃଦ୍ଧି କରିବା ନେଇ ପ୍ଲାନିଂ କରୁଛି । ଶେୟାର ମାର୍କେଟରେ ଟ୍ରେଡିଂ ଟାଇମିଂକୁ ବୃଦ୍ଧି ନେଇ ଏହା ପୂର୍ବରୁ ମଧ୍ୟ ଚର୍ଚ୍ଚା ହୋଇଥିଲା । ମାର୍କେଟର କାରବାର ସମୟ ଏବେ ୩.୩୦ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଖୁବଶୀଘ୍ର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଶେୟାର ବଜାର ଟ୍ରେଡିଂ ସମୟରେ ପରିବର୍ତ୍ତନ […]

Continue Reading

ସନ୍ଦେହ ଆଧାରରେ DNA ପରୀକ୍ଷା ପାଇଁ ଅନୁମତି ଦେବା ଠିକ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାରେ ସନ୍ତାନର ପିତୃତ୍ୱକୁ ପ୍ରମାଣିତ କରିବା ପାଇଁ ଡିଏନଏ ଟେଷ୍ଟ କରାଇବା ଉଚିତ ନା ନାହିଁ? ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଛାଡ଼ପତ୍ର ମାମଲାରେ ଡିଏନଏ ଟେଷ୍ଟ ପାଇଁ ଆଦେଶ ନେବା ଅନୁଚିତ । କେବଳ ବ୍ୟଭିଚାରକୁ ସନ୍ଦେହ କରି ଏହି ଆଧାରରେ ଡିଏନଏ ଟେଷ୍ଟ ଆଦେଶ ଦେବା ଅନୁଚିତ । ସମସ୍ତ ତଥ୍ୟର ଯାଞ୍ଚ ପରେ ହିଁ ଏହି ଅନୁମତି ଦେବା ଉଚିତ ବୋଲି କୋର୍ଟ କହିଛନ୍ତି । ଏହି […]

Continue Reading

ବାଗେଶ୍ୱର ଧାମର ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ଭୋପାଳ: ବାଗେଶ୍ୱର ଧାମର ବିବାଦୀୟ ଧର୍ମ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଭାଇ ସାଳଗ୍ରାମ ଗର୍ଗ(୨୩) ବିରୋଧରେ ମାମଲା ରୁଜୁ କଲା ମଧ୍ୟପ୍ରଦେଶ ପୁଲିସ। କାଲୁ ଅହିରୱାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ସାଳଗ୍ରାମଙ୍କ ବିରୋଧରେ ଏସ୍‌ଏସ୍‌ଟି ଆକ୍ଟ ଅଧୀନରେ ଛତରପୁର ପୁଲିସ ମାମଲା ରୁଜୁ କରିଛି। ନିକଟରେ ଧୀରେନ୍ଦ୍ରଙ୍କ ଭାଇ ସାଳଗ୍ରାମ ଏକ ବିବାହ କାର୍ଯ୍ୟକ୍ରମରେ ମାର୍‌ପିଟ୍ କରିଥିଲେ। ବନ୍ଧୁକ ଧରି ଅସଭ୍ୟ ଗାଳି କରିବା ସହ ଜଣେ ଦଳିତ ବ୍ୟକ୍ତିଙ୍କୁ ନାନା ଧମକ […]

Continue Reading