ବସୁନ୍ଧରା ସ୍କିମ ଦୁର୍ନୀତି ମାମଲା, ତହସିଲଦାର ଓ ୪ ଜଣ ଆରଆଇ ଗିରଫ

ଭୁବନେଶ୍ବର : ବସୁନ୍ଧରା ସ୍କିମ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ବର, କଟକ, ଭଦ୍ରକ, ଜଗତସିଂହପୁରର ୯ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ପୂର୍ବତନ ତହସିଲଦାର ଓ ଆରଆଇଙ୍କ ବିରୋଧରେ ଅଭିଯୋଗ ପରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ ଖାନତଲାସିକୁ ଜୋରଦାର କରାଯାଇଛି । ଘଟଣାରେ କୁଜଙ୍ଗର ପୂର୍ବତନ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୪ ଜଣ ଆରଆଇଙ୍କୁ ଗିରଫ […]

Continue Reading

୧୦ରେ ବଡ଼ ପରଦାରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ‘ଥାଲାଇଭି’

ମୁମ୍ବାଇ: ସେପ୍ଟମ୍ବର ୧୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ କଙ୍ଗନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଥାଲାଇଭି’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଏଏଲ ବିଜୟ। ନିର୍ମାତା ଏହାର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଦୁଇଥର ସ୍ଥଗିତ ରଖାଯାଇଥିଲା। ଫିଲ୍ମ ‘ଥାଲାଇଭି’ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଜୀବନୀ ଉପରେ ଆଧାରିତ। ଥାଲାଇଭି ପୂର୍ବରୁ ଏପ୍ରିଲ୍ ୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ମହାମାରୀର ଦ୍ୱିତୀୟ ତରଙ୍ଗ ଯୋଗୁଁ ଫିଲ୍ମକୁ ସ୍ଥଗିତ […]

Continue Reading

ପଞ୍ଜଶୀର ଅଭିମୁଖେ ତାଲିବାନ !

କାବୁଲ: ଆଫଗାନିସ୍ତାନ କବଜା କରିଥିବା ତାଲିବାନ ଏବେ ପଞ୍ଜଶୀର ଅକ୍ତିଆର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ତାଲିବାନକୁ ବାରମ୍ବାର ପାଣି ପିଆଇଥିବା ପଞ୍ଜଶୀରା ଯୋଦ୍ଧା କିଭଳି ମୁକାବିଲା କରୁଛନ୍ତି ସେଥିପ୍ରତି ସାରା ବିଶ୍ୱର ନଜର ରହିଛି । ଏଠାରେ ଗଠନ କରାଯାଇଥିବା ନଦର୍ଣ୍ଣ ଆଲିୟାନ୍ସ ତାଲିବାନକୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି । ପଞ୍ଜଶୀରର ଶେର କୁହାଯାଉଥିବା ଅହମ୍ମଦ ଶାହଙ୍କ ପୁତ୍ର ଅହମ୍ମଦ ମସୁଦ ଏହାର ନେତୃତ୍ୱ ନେଉଛନ୍ତି । ବାଗଲାନ […]

Continue Reading

ଆଫଗାନିସ୍ତାନରେ ସରକାର ଗଠନ ନେଇ ଚାଲିଛି ଆଲୋଚନା

ଆଫଗାନିସ୍ତାନ : ଆଫଗାନିସ୍ତାନରେ ଘଡିକେ ଛୁଟୁଛି ଘୋଡା । ସରକାର ଗଠନ ନେଇ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ଓ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ସହ ଆଲୋଚନା ହୋଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଜେନରାଲ ବିସମିଲ୍ଲା ମହମ୍ମଦି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ ତାଲିବାନ ଲାଗି ଏକ ବଡ ପ୍ରତିରୋଧକ ଭାବେ ଠିଆ ହୋଇଛନ୍ତି । ସେ କହିଛନ୍ତି, ଦେହ ସାଲେହ, ବାନୋ ଓ ପୁଲ ହେସାର ଜିଲ୍ଲାକୁ […]

Continue Reading

ଗାଁ ଦାଣ୍ଡରେ ବୁଲୁଛି ଭାଲୁ, ଭୟରେ ଗ୍ରାମବାସୀ

ଯାଜପୁର : ଗାଁ ଦାଣ୍ଡରେ ବୁଲୁଛି ଭାଲୁ । ଭୟରେ ଗ୍ରାମବାସୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଗତ ଦୁଇ ଦିନ ହେବ ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଏକ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି । ଯାହାକୁ ନେଇ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡ ଭାଲୁ ବୁଲୁଥିବା ବେଳେ, ଖାଦ୍ୟ ଅନ୍ବେଷଣରେ ଭାଲୁଟି ପାଖ ଜଙ୍ଗଲରୁ […]

Continue Reading

୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଦିଆଯାଇପାରିବ ସିଙ୍ଗଲ ଡୋଜ ଭାକ୍ସିନ ସ୍ପୁଟନିକ୍ ଲାଇଟ୍

ନୂଆଦିଲ୍ଲୀ : ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ଦିଆଯାଇପାରିବ ସିଙ୍ଗଲ ଡୋଜ ଭାକ୍ସିନ ସ୍ପୁଟନିକ୍ ଲାଇଟ୍ ଟିକା । ଏହାକୁ ମଞ୍ଜୁର ଦେଇଛି ଋଷ । କୋଭିଡରୁ ଆରୋଗ୍ୟ କରିବା କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହି ଟିକା ଜରିଆରେ କରୋନାକୁ ଦୂର କରାଯାଇପାରିବ ବୋଲି କୁହାଯାଇଛି । ଋଷ ସ୍ବାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସକୋ କହିଛନ୍ତି- ସ୍ପୁଟନିକ ଲାଇଟର ଆରୋଗ୍ୟ କ୍ଷମତା ୯୩.୫ ପ୍ରତିଶତ ଥିବାରୁ ଏହାକୁ ୬୦ରୁ ଅଧିକ ବୟସ୍କଙ୍କୁ ଦିଆଯିବାକୁ ମଞ୍ଜୁରୀ ପ୍ରଦାନ […]

Continue Reading

ୟୁକେର ମାଞ୍ଚେଷ୍ଟରରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାଞ୍ଚେଷ୍ଟର : ୟୁନାଇଟେଡ୍‍ କିଙ୍ଗଡମର ଦ୍ବିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି ବିଧି ମୁତାବକ ସମାପନ କରାଯାଇଥିଲା । ବହୁ ପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବକୁ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା […]

Continue Reading

କମାଲ କଲା ସ୍ୱଦେଶୀ ରାକ୍ଷୀ, ଚୀନର କ୍ଷତି ହେଲା ୫୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ସ୍ୱଦେଶୀ ମନୋଭାବ ଯୋଗୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଭାରତୀୟ ବ୍ୟବସାୟୀମାନେ ଚୀନକୁ ଶକ୍ତ ଧକ୍କା ଦେଇଛନ୍ତି । ସ୍ୱଦେଶୀ ରାକ୍ଷୀ ଯୋଗୁ ଚୀନ ୫୦୦୦ କୋଟି ଟଙ୍କାର କ୍ଷତି ସହିଛି । କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଚୀନରୁ ରାକ୍ଷୀ ନ ଆଣି ସ୍ୱଦେଶୀ ଶୈଳୀ ରାକ୍ଷୀ ବ୍ୟବସାୟ ଉପରେ ଗୁରୁତ୍ୱ ଦେଇଥିଲେ । ୪୦ ହଜାରରୁ ଅଧିକ ବ୍ୟପାରୀ ବିଭିନ୍ନ ମହିଳା ସଂଗଠନ ଓ ବସ୍ତି ଅଂଚଳରୁ ରାକ୍ଷୀ ଆଣି ସାରା ଦେଶରେ […]

Continue Reading

ଲା ଗଣେଶନ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଲା ଗଣେଶନକୁ ମଣିପୁରର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତାମିଲନାଡୁର ଏହି ପୂର୍ବତନ ବିଜେପି ସଭାପତି ରାଜ୍ୟସଭା ସଦସ୍ୟ ମଧ୍ୟ ରହି ସାରିଛନ୍ତି । ସେ ଏକ ଅଭିଜ୍ଞ ସମ୍ପନ୍ନ ରାଜନେତା ହୋଇଥିବାରୁ ଏହି ଦାୟିତ୍ୱ ସୁଚାରୁରୂପେ ତୁଲାଇବେ ବୋଲି ଆଶା କରାଯାଉଛି । ସରକାରଙ୍କ ପକ୍ଷରୁ ମୋତେ ଯେଉଁ ଦାୟିତ୍ୱ ପ୍ରଦାନ କରାଯାଇଛି ତାହାକୁ ଭାରତର ଯେ […]

Continue Reading

ରାଜଧାନୀରେ କମିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଖସିଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ଟଙ୍କା ରହିଥିବା ବେଳେ ଡିଜେଲ ପିଛା ୮୯.୦୭ କୁ ହ୍ରାସ ପାଇଛି। ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୨୦ ପଇସା ହ୍ରାସ ପାଇଛି। ଏକ ମାସ ମଧ୍ୟରେ ପେଟ୍ରୋଲ ହାରରେ ପ୍ରଥମ ହ୍ରାସ ଘଟିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୬୬ ଟଙ୍କାକୁ ହ୍ରାସ ପାଇଛି। ଯାହା […]

Continue Reading