କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଲେ ତାରା ବାହିନୀପତି

ଭୁବନେଶ୍ବର : ପଦାରେ ପଡୁଛି କଂଗ୍ରେସ କନ୍ଦଳ । କଂଗ୍ରେସରେ ଦୁର୍ବଳ ନେତୃତ୍ବ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ତାରାପ୍ରସାଦ । ତାଙ୍କ କହିବା କଥା ଜିଲ୍ଲା ସ୍ତରରେ କଂଗ୍ରେସ କର୍ମୀ ଏକଜୁଟ ଅଛନ୍ତି । ହେଲେ କଂଗ୍ରେସର ଦୁର୍ବଳ ନେତୃତ୍ବ ଯୋଗୁଁ ଜିଲ୍ଲାସ୍ତରର କର୍ମୀ କିଛି କରିପାରୁନାହାନ୍ତି । ଏଥିପାଇଁ ପିସିସିଙ୍କ ଦକ୍ଷତା ଉପରେ ସେ ପ୍ରଶ୍ନ […]

Continue Reading

କ୍ଷମା ମାଗିଲେ ଭିନେଶ, ନରମି ନାହିଁ ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଅବସରରେ ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତୀୟ କୁସ୍ତି ସଂଘ ମହିଳା ରେସଲର ଭିନେଶ ଫୋଗଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ଘଟଣା ନେଇ ଭିନେଶ କ୍ଷମା ମାଗିଥିଲେ ମଧ୍ୟ ଡବ୍ଲ୍ୟୁଏଫଆଇ ଏବେ ବି ଅସନ୍ତୁଷ୍ଟ ରହିଛି । ଭିନେଶ ଅଫିସିଆଲ ସ୍ପନଶର ବଦଳରେ ଅନ୍ୟ ଏକ ପ୍ରାୟୋଜକଙ୍କ ଲୋଗୋ ବ୍ୟବହାର କରିଥିଲେ ।ଏହା ବ୍ୟତୀତ ସାଥୀ ଖେଳାଳିଙ୍କ ସହ ଟ୍ରେନିଂ ମଧ୍ୟ କରି ନେଇଥିଲେ । ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ […]

Continue Reading

ଜାମ୍ମୁ-କଶ୍ମୀରକୁ ତାଲିବାନ ସହିତ ତୁଳନା କଲେ ମେହବୁବା, ପରୋକ୍ଷରେ କେନ୍ଦ୍ରକୁ ଦେଲେ ଧମକ

ନୂଆଦିଲ୍ଲୀ: ପିଡିପି ଅଧ୍ୟକ୍ଷା ମେହବୁବା ମୁଫତିଙ୍କ ବୟାନ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଜମ୍ମୁ-କଶ୍ମୀରକୁ ତାଲିବାନ ସହ ତୁଳନା କରି ସେ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି । ତାଲିବାନ କିପରି ଆମେରିକୀୟଙ୍କୁ ଦେଶରୁ ତଡିଲେ ତାହା ଭଲ କରି ହୃଦୟଙ୍ଗମ କର । ଯେଉଁ ଦିନ ଏଠାକାର ଲୋକେ ବିଗିଡିଯିବେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବ । ଆର୍ଟିକିଲି ୩୭୦ ହଟିବା ପରେ ଏଠାକାର ଲୋକଙ୍କ ମନରେ ଅସନ୍ତୋଷ ଭାବ ରହିଛି […]

Continue Reading

ଉତ୍ତରାଖଣ୍ଡରେ ରହିଛି ଦେଶର ସବୁଠାରୁ ଉଚ୍ଚତମ ହର୍ବାଲ୍‌ ଉଦ୍ୟାନ

ଡେରାଡୁନ୍‌: ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଭାରତର ସର୍ବୋଚ୍ଚ ହର୍ବାଲ ପାର୍କକୁ ଶନିବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଭାରତ-ଚୀନ୍ ସୀମା ନିକଟ ମାନା ଗ୍ରାମରେ ଉଦଘାଟନ କରାଯାଇଛି। ବିଭିନ୍ନ ଔଷଧୀୟ ତଥା ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆଲ୍‌ପାଇନ୍ ପ୍ରଜାତି ସଂରକ୍ଷଣ କରିବା ଏବଂ ଏହାର ପ୍ରସାର ତଥା ବାସସ୍ଥାନ ପରିବେଶ ଉପରେ ଗବେଷଣା କରିବା ଏହି ସର୍ବୋଚ୍ଚ ହର୍ବାଲ ପାର୍କର ମୂଳ ଉଦ୍ଦେଶ୍ୟ। ତିନି ଏକର ଜମିରେ ଏହି ପାର୍କକ ପ୍ରସାରିତ ହୋଇ ରହିଛି। କେନ୍ଦ୍ର […]

Continue Reading

ସୀମା ଟପିଛି ତାଲିବାନୀଙ୍କ ବର୍ବରତା; ଖରାପ ଖାଦ୍ୟ ରାନ୍ଧିଲେ ମହିଳାଙ୍କୁ ମିଳୁଛି ମୃତ୍ୟୁ ଦଣ୍ଡ!

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ବିଚାରପତି ନଜଲା ଆୟୁବି କହିଛନ୍ତି ଯେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନେ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ଯେ ସେମାନେ ଲୋକଙ୍କ ଅଧିକାରକୁ ସମ୍ମାନ କରିବେ ଏବଂ ସେମାନଙ୍କୁ ଇସଲାମ ଅନୁଯାୟୀ କାର୍ଯ୍ୟ କରିବାକୁ ଏବଂ ଶିକ୍ଷିତ ହେବାକୁ ଅନୁମତି ଦେବେ। ନଜଲା ଆୟୁବୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଆଫଗାନିସ୍ତାନର ମହିଳାମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ମହିଳାଙ୍କ ପ୍ରତି ଖରାପ ବ୍ୟବହାର ଏବଂ ହିଂସା ଭଳି […]

Continue Reading

ପାସପୋର୍ଟ ଯାଞ୍ଚ ପରେ ୧୫୦ ଭାରତୀୟଙ୍କୁ ଛାଡିଲା ତାଲିବାନ

ନୂଆଦିଲ୍ଲୀ: ତାଲିବାନ ଆଜି ସକାଳେ କାବୁଲ ଏୟାରପୋର୍ଟରୁ ୧୫୦ ଭାରତୀୟଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଥିଲା। ତେବେ ଏହାକୁ ନେଇ ଏକ ଭଲ ଖବର ଆସିଛି। ତାଲିବାନୀ ନିଜ ସାଙ୍ଗରେ ନେଇ ଯାଇଥିବା ୧୫୦ ଭାରତୀୟଙ୍କୁ ଏବେ ସୁରକ୍ଷିତ କାବୁଲ ଏୟାରପୋର୍ଟରେ ଛାଡ଼ି ଦେଇଛନ୍ତି। ସୂଚନା ଅନୁଯାୟୀ ତାଲିବାନ କାବୁଲ ବିମାନବନ୍ଦର ନିକଟସ୍ଥ କିଛି ସ୍ଥାନରେ ଏହି ସମସ୍ତ ଭାରତୀୟଙ୍କୁ ପଚରାଉଚରା କରିବା ପରେ ସେମାନଙ୍କୁ ଛାଡି ଦେଇଛି। ଏହାପୂର୍ବରୁ ଏକ ସାମରିକ ବିମାନ ଅନ୍ୟ ୮୦ରୁ […]

Continue Reading

ଅକ୍ଟୋବର ସୁଦ୍ଧା ୧ କୋଟି ଡୋଜ ଟିକା ପ୍ରସ୍ତୁତ ଆରମ୍ଭ କରିବ ଜାଇଡସ୍ କାଡିଲା

ନୂଆଦିଲ୍ଲୀ: ଜାଇଡସ୍ କାଡିଲା ଶନିବାର ଘୋଷଣା କରିଛି ଯେ ଅକ୍ଟୋବର ସୁଦ୍ଧା କୋଭିଡ-୧୯ ଟିକାର ୧ କୋଟି ଡୋଜ ଉତ୍ପାଦନ ଆରମ୍ଭ କରିବେ। ଜାଇଡସ୍ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ବର୍ଗ ପିଲାମାନଙ୍କ ଲାଗି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇବା ପରେ ଏହି ଘୋଷଣା କରାଯାଇଛି। ଜିଡସ୍ କ୍ୟାଡିଲା ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ ନୂତନ କାରଖାନା ନିର୍ମାଣ ପାଇଁ ବିଳମ୍ବ ହେବାରୁ ଟିକା ଉତ୍ପାଦନ ବୃଦ୍ଧି ଅକ୍ଟୋବରରୁ […]

Continue Reading

୨୩ ରିଲିଜ କରିବ ଟାଇଗର୍‌ଙ୍କ ଆକ୍ସନ ଥ୍ରୀଲର୍‌ ମୁଭି ‘ଗଣପତ୍‌’

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଡିସେମ୍ବର ୨୩ରେ ବଲିଉଡର ଆକ୍ସନ୍ ହିରୋ ଟାଇଗର ଶ୍ରଫଙ୍କ ଆଗାମୀ ଆକ୍ସନ୍ ଫିଲ୍ମ ‘ଗଣପତ୍‌’ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବହଲ। ପୁଣିଥରେ ଦର୍ଶକମାନେ ଟାଇଗରଙ୍କ ଆକ୍ସନ୍-ପ୍ୟାକ୍ ହୋଇଥିବା ଥ୍ରୀଲର ଫିଲ୍ମ ଦେଖିବାକୁ ପାଇବେ। ଏଥିରେ ଟାଇଗର୍‌ ବିପକ୍ଷର ନାୟିକା ସାଜିଛନ୍ତି ଅଭିନେତ୍ରୀ କିତ୍ରି ସାନନ୍‌। ଟାଇଗର ସୋସିଆଲ ମିଡିଆରେ ସେୟାର କରି ଫିଲ୍ମ ରିଲିଜ ବିଷୟରେ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି […]

Continue Reading

ଖୁବ୍‌ ଶୀଘ୍ର ଆଉ ଏକ ସ୍ୱଦେଶୀ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି। କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ କରିବା ଆବଶ୍ୟକ। ଅହମ୍ମଦାବାଦ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ ଫାର୍ମ ଏହାର ଜୁଲାଇ ୧ ରେ ଏହାର ZyCoV-D ୩-ଡୋଜ୍ କୋଭିଡ୍-୧୯ ଟିକା ର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ […]

Continue Reading

ଗୁଣୁପୁରରେ ଜାତୀୟ ସଦଭାବନା ଦିବସ ପାଳିତ

ଗୁଣୁପୁର: ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, କେନ୍ଦ୍ର ସମାଜ କଲ୍ୟାଣ ବୋର୍ଡ ନୂଆଦିଲ୍ଲୀ ଓ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଜାତୀୟ ସଦଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନିଂରଜନ ନାୟକ, ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏ.ଶ୍ରୀନିବାସ ଆଚାରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ, ଉପଖଣ୍ଡ ସୂଚନା ଏବଂ ଲୋକସଂପର୍କ […]

Continue Reading