ତାଲିବାନ ସହ ଟକ୍କର ନେବାକୁ ପ୍ରସ୍ତୁତ ହେଲେ ପୂର୍ବତନ ଉପ ରାଷ୍ଟ୍ରପତି ଅମରୁହ୍ଲା

କାବୁଲ: ଆଫଗାନିସ୍ତାନର ବିଦାୟୀ ଉପ ରାଷ୍ଟ୍ରପତି ଅମରୁହ୍ଲା ସାଲେହଙ୍କ ବୟାନ ଆଜି ପରୋକ୍ଷରେ ଏକ ଗୃହଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ସାଲେହ ତାଲିବାନଙ୍କ ସହ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖୋଲାଖୋଲି ଭାବେ ଘୋଷଣା କରିଛନ୍ତି । ରିପୋର୍ଟ ମୁତାବକ ତାଲିବାନ ଏ ପର୍ଯ୍ୟନ୍ତ ପଞ୍ଜଶିର ଉପତ୍ୟକା କବଜା କରିପାରି ନାହିଁ । ଏଠାକ୍ଷହ ସାଲେହ ଥିବା ଅନୁମାନ କରାଯାଉଛି । ଶାହ ମାସୁଦଙ୍କ ଆତ୍ମାକୁ ମୁଁ ଠକି ପାରିବିନି । ଆତଙ୍କବାଦୀଙ୍କ ସହ […]

Continue Reading

ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା; ୧୦ ବର୍ଷ ପାଇଁ ହକିର ସ୍ପନସର ରହିବ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ନେଇ ଆଉ ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷ ଯାଏଁ ଓଡ଼ିଶା ହକିର ସ୍ପନସର ରହିବ । ଉଭୟ ପୁରୁଷ ଏବଂ ମହିଳା ହକି ଦଳର ସ୍ପନସର ଭାବରେ ଓଡ଼ିଶା ରହିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଅଲିମ୍ପିକ୍ସରେ ଇତିହାସ ରଚିଥିବା ପୁରୁଷ ଏବଂ ମହିଳା ହକି ଦଳ ଓଡ଼ିଶାରେ ରହିଥିବା ବେଳେ ଏହି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । […]

Continue Reading

ହ୍ବାଇଟ ହାଉସ ଆଗରେ ଆଫଗାନୀଙ୍କ ଜୋରଦାର ବିକ୍ଷୋଭ

ଓ୍ବାଶିଂଟନ : ଆଫଗାନିସ୍ତାନରେ ଏବେ ଚାଲିବ ତାଲିବାନର ରାଜୁତି । ଘନି ସରକାରର ପତନ ପରେ ଏବେ ତାଲିବାନ କବଜାରେ କାବୁଲ । ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ନେଇ ଆରମ୍ଭ ହେଲାଣି ବିରୋଧ । Save us, Save afganistan ନାଁରେ ଦିଆଗଲାଣି ନାରାବାଜି । ହ୍ବାଇଟ ହାଉସ ଆଗରେ ଜୋରଦାର ବିକ୍ଷୋଭ କରିଛନ୍ତି ଆଫଗାନୀ । ଆଫଗାନରେ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଦାୟୀ ବୋଲି ସ୍ଲୋଗାନ ଦିଆଯାଉଛି […]

Continue Reading

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ

ଭୁବନେଶ୍ବର : ଓଡ଼ିଶା ପୋଲିସକୁ ସଫଳତା । ଆତ୍ମସମର୍ପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ର ଲକମା ମାଡଭି, ଗଙ୍ଗା ମାଡ଼କମ ଓ ସୁକ ସୋଡି । ଉତ୍ତର କନ୍ଧମାଳ ଅଞ୍ଚଳରେ ମାଓ ଗତିବିଧିରେ ଏମାନେ ସମ୍ପୃକ୍ତ ଥିଲେ । ଦୀର୍ଘ ୧୨ ବର୍ଷ ଧରି ଏମାନେ ବିଭିନ୍ନ ମାଓ ଗତିବିଧିରେ ସମ୍ପୃକ୍ତ ଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ […]

Continue Reading

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ଚାଲିଲା ବସ ସଫାରି

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦେଢ଼ ବର୍ଷ ପରେ ନୂତନ ଟେଣ୍ଡର ପ୍ରକ୍ରିୟାରେ ନନ୍ଦନକାନନରେ ପୁଣି ଚାଲିଲା ବସ ସଫାରି । ଏହାକୁ ଉଦଘାଟନ କରିଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜୀବ କୁମାର । ଏହାସହ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ବସ ସଫାରି । ବର୍ଷକର ଅବଧିରେ ମାସିକ ୬ ଲକ୍ଷ ୫୦ ହଜାର ଟଙ୍କା ବଜେଟରେ ଟେଣ୍ଡର ପ୍ରକ୍ରିୟା ଏକ ଘରୋଇ ସଂସ୍ଥାକୁ ଦେଇଛନ୍ତି ନନ୍ଦନକାନନ […]

Continue Reading

ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ଦେଶର ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ ସଙ୍ଗଠନର ରାଜନୈତିକ ବ୍ୟାପାର ବିଭାଗ ସମ୍ଭାଳୁଛନ୍ତି । ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଜଣେ ବିଶ୍ବସ୍ତ ସହଯୋଗୀ ଭାବେ ବରଦାର ଜଣାଶୁଣା । ଓମାରଙ୍କୁ ୨୦୧୦ରେ ଗିରଫ କରାଯାଇଥିଲା […]

Continue Reading

ଆଫଗାନିସ୍ତାନ କାବୁଲରେ ବିଗିଡିଲା ସ୍ଥିତି, ବିମାନ ବନ୍ଦରରେ ଫୁଟିଲା ଗୁଳି, ୫ ମୃତ

ଆଫଗାନିସ୍ତାନ : ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଏହାକୁ ଦଖଲ କରିବା ପରେ କାବୁଲରେ ବିଗିଡିଛି ସ୍ଥିତି । ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ହୋଇଛି ଗୁଳିକାଣ୍ଡ । ପ୍ରବଳ ଗହଳି ପରିଲକ୍ଷିତ ହେବାରୁ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ କାବୁଲକୁ ଆମେରିକାର ସମସ୍ତ ଦୂତାବାସ କର୍ମଚାରୀଙ୍କୁ ଅଣାଯାଇଛି । ନିଜ ନିଜ ଦେଶର ନାଗରିକଙ୍କ ସୁରକ୍ଷା […]

Continue Reading

ପେଗାସସ ମାମଲା, ଅଭିଯୋଗକୁ ଭିତ୍ତିହୀନ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଗାସସ ଜାସୁସୀ ମାମଲା ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଆଧାରିତ ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବେଶିତ । ଏହାର କୌଣସି ଭିତ୍ତି ନାହିଁ । ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କେନ୍ଦ୍ର ସରକାର । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ଅତିରିକ୍ତ ସଚିବଙ୍କ ଦ୍ବାରା ଏନେଇ ଦୁଇ ପୃଷ୍ଠା ସମ୍ବଳିତ ସତ୍ୟପାଠ ଦାଖଲ ହୋଇଛି । ସରକାରଙ୍କୁ […]

Continue Reading

ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁର ଆଶଙ୍କା କମାଇପାରେ

ନୂଆଦିଲ୍ଲୀ: ନୂତନ ଗବେଷଣା ଅନୁଯାୟୀ, ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁ ଆଶାଙ୍କାକୁ କମ୍‌ କରିପାରେ। ‘କାନାଡିୟାନ୍‌ ମେଡିକାଲ୍ ଆସୋସିଏସନ୍ ଜର୍ନାଲ୍’ରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ନିୟମିତ ବ୍ୟାୟାମ ଅଭ୍ୟାସ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିଲେ ମଧ୍ୟ ମୃତ୍ୟୁ ବିପଦକୁ ହ୍ରାସ କରିଥାଏ। “ତେଣୁ, ଅଭ୍ୟାସଗତ ବ୍ୟାୟାମକୁ ସ୍ୱାସ୍ଥ୍ୟ ଉନ୍ନତି ରଣନୀତି ଭାବରେ ପ୍ରୋତ୍ସାହିତ କରାଯିବା ଉଚିତ। ୨୦୦୧ ରୁ ୨୦୧୬ ମଧ୍ୟରେ ୧୫ ବର୍ଷରୁ ଅଧିକ ସମୟ ମଧ୍ୟରେ ଏକ ବୃହତ […]

Continue Reading

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ସୁଧୁରୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଲାଣି ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶୂନରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ଜଣ ଆକ୍ରାନ୍ତ । ତେବେ ଏସବୁକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ । ଶୂନରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସଂକ୍ରମଣର ମ୍ୟାପିଙ୍ଗ ଆରମ୍ଭ […]

Continue Reading