ବିଷମକଟକ ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ବର : ରାୟଗଡ଼ା ବିଷମକଟକ ନିକଟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା । ଦୁର୍ଘଟଣାରେ ୪ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ସେହିପରି ୨ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୩ ତାରିଖରେ […]

Continue Reading

ସ୍ୱାମୀଙ୍କ ଗିରଫ ପରେ ପ୍ରଥମ ପୋଷ୍ଟ ସେୟାର୍‌ କଲେ ଶିଳ୍ପା

ମୁମ୍ବାଇ: ଗତ ମାସରେ ମୁମ୍ବାଇ ପୋଲିସ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ଓ ପ୍ରସାରଣ ମାମଲାରେ ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସେ ଚଳିତ ମାସ ଆରମ୍ଭରେ ଏହି ମାମଲାରେ ନୀରବତା ଭଙ୍ଗ କରିବା ପରେ ସେ ଆଜି ତାଙ୍କର ପ୍ରଥମ ପୋଷ୍ଟ ସେୟାର କରିଛନ୍ତି। ଏକ ପତାକା ଉତ୍ତୋଳନର ଚିତ୍ର ସେୟାର୍‌ କରି ଶିଳ୍ପା ଇନଷ୍ଟାଗ୍ରାମ ଲେଖିଛନ୍ତି ଯେ, “ମୋର ସମସ୍ତ ସାଥୀ ଭାରତୀୟଙ୍କୁ […]

Continue Reading

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଙ୍ଗୋପସାଗର ଉପକୂଳରେ ସୃଷ୍ଟ ଲଘୁ ଚାପ ଯୋଗୁଁ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଥିବା ଭାରତୀୟ ପାଣିପାଗ ବିଭାଗ ରବିବାର ଚେତାବନୀ ଦେଇଛି। ଆଇଏମଡି କହିଛି ଯେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଭାଗରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ […]

Continue Reading

ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କାବୁଲ: ତାଲିବାନ ଦଖଲରେ ସମ୍ପୂର୍ଣ୍ଣ ଆଫ୍‌ଗାନ ସାମ୍ରାଜ୍ୟ। ବଢିଚାଲିଛି ତାଲିବାନ ଆତଙ୍କ। ଆଫ୍‌ଗାନିସ୍ତାନର ସମସ୍ତ ପ୍ରମୁଖ ଅଞ୍ଚଳଗୁଡିକୁ ନିଜ କାବୁରେ ଆଣିସାରିଲାଣି ତାଲିବାନ। ରାଜଧାନୀ କାବୁଲକୁ ଛାଡିଦେଲେ ପ୍ରାୟ ସମସ୍ତ ପ୍ରାଦେଶିକ ଅଞ୍ଚଳକୁ ଅକ୍ତିଆର କରିସାରିଲାଣି ତାଲିବାନ। ଏବେ କାବୁଲ ମୁହାଁ ତାଲିବାନ। ଏହା ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଇସ୍ତଫା ଦେଇଛନ୍ତି। ତାଲିବାନକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଘନି ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତାଲିବାନ କମାଣ୍ଡର ଅବଦୁଲ ଘନି ଆଫଗାନିସ୍ତାନର […]

Continue Reading

ଲୋକପ୍ରିୟ ଗାୟିକା ଜଗଜିତ୍ କୌରଙ୍କ ପରଲୋକ

ମୁମ୍ବାଇ: ଭେଟେରାନ ଗାୟିକା ତଥା ସ୍ୱର୍ଗତ ସଂଗୀତ ରଚୟତା ଖୟାମଙ୍କ ପତ୍ନୀ ଜଗଜିତ୍ କୌରଙ୍କ ପରଲୋକ ଆଜି ହୋଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁ ରବିବାର ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ସେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି। ସେଥିମଧ୍ୟରୁ ଖାୟାମଙ୍କ ଦ୍ୱାରା ରଚିତ ତଥା ବାଜାର୍‌ ଚଳଚ୍ଚିତ୍ରର ଗୀତ ‘ଦେଖ୍‌ଲୋ ଆଜ୍‌ ହମ୍‌କୋ’ ଅନ୍ୟତମ। ଏହି ଫିଲ୍ମଟି ୧୯୮୨ ମସିହାରେ ରିଲିଜ ହୋଇଥିଲା। ଏଥିରେ ସୁପ୍ରିୟା […]

Continue Reading

ଆଫ୍‌ଗାନିସ୍ତାନରେ ତାଲିବାନ ଆତଙ୍କ; ତାଲିବାନ କବ୍‌ଜାରେ ଆଉ ଏକ ପ୍ରମୁଖ ଅଞ୍ଚଳ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନୀଙ୍କ ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଜଣେ ଆଇନଜୀବୀ ଏବଂ ତାଲିବାନ କହିଛନ୍ତି ଯେ ମାଓବାଦୀମାନେ କାବୁଲର ପଶ୍ଚିମ ଦିଗର ଏକ ପ୍ରମୁଖ ପ୍ରାଦେଶିକ ରାଜଧାନୀକୁ ନିଜ କବ୍‌ଜାକୁ ନେଇଛି। ବିଦ୍ରୋହୀମାନେ ରବିବାର ଦିନ ମୈଦାନ ୱାର୍ଡକର ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛି। ଏହା କାବୁଲଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅବସ୍ଥିତ। ଏହାପୂର୍ବରୁ ଜଲାଲାବାଦକୁ ନିଜ ଅକ୍ତିଆରକୁ ନେଇଥିଲା ତାଲିବାନ । ନାଙ୍ଗରହାର ପ୍ରଦେଶର ରାଜଧାନୀ ଜଲାଲାବାଦ ।

Continue Reading

ଜୀବନ ଶରୀର ହେଲେ ସାହିତ୍ୟ ତା’ର ଆତ୍ମା : ଅନୀତା ପାଣି

ଭୁବନେଶ୍ଵର:ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଅନୀତା ପାଣି । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଳେଖନୀର ସ୍ପର୍ଶରେ ,ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ଫୁଟାଇ ପାରନ୍ତି ଅନେକ ଚରିତ୍ର । ପୁଣି ସେଇ ଚରିତ୍ର ମାନଙ୍କରେ ରଙ୍ଗ ଭରି ଜୀବନ୍ତ କରନ୍ତି ତାଙ୍କ କଲମ […]

Continue Reading

ସଂସଦରେ ଉପଯୁକ୍ତ ବିତର୍କର ଅଭାବ ରହିଛି; ସିଜେଆଇ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣା ସଂସଦରେ ଉପଯୁକ୍ତ ବିତର୍କର ଅଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ରମଣା କହିଛନ୍ତି। “ଆଇନ ପ୍ରଣୟନ କରୁଥିବାବେଳେ ସଂସଦରେ ଉପଯୁକ୍ତ ବିତର୍କର ଅଭାବ ଦେଖାଦେଇଛି। ସଂସଦ କାର୍ଯ୍ୟକାରୀ ବେଳେ ଉପୁଜୁଥିବା ହଙ୍ଗାମାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ‌ସିଜେଆଇ ଏନ୍‌.ଭି ରମଣା। ବିତର୍କ, ନୂତନ ନିୟମ ପଛରେ ଥିବା ଉଦ୍ଦେଶ୍ୟ ଏବଂ ଆପତ୍ତି ବୁଝିବାରେ […]

Continue Reading

ଆସାମ-ମିଜୋରମ ସୀମା ବିବାଦ ନେଇ ପୁଣି ଉତେଜନା

ହେଲିକାଣ୍ଡି: ଆସାମର ହେଲିକାଣ୍ଡଢି ଜିଲ୍ଲାର ଏକ ସ୍କୁଲ ଉପରେ ବୋମାମାଡ ହେବା ଯୋଗୁ ଆସାମ ଏବଂ ମିଜୋରମ ମଧ୍ୟରେ ସୀମା ବିବାଦ ନେଇ ପୁନର୍ବାର ଉତେଜନା ବୃଦ୍ଧି ପାଇଛି । ଏହି ବିସ୍ଫୋରଣରେ କେବଳ ସ୍କୁଲର ପାଚେରୀ ଭାଙ୍ଗି ଯାଇଛି । କୌଣସି ବଡ ଧରଣର ଅଘଟଣ ଘଟି ନାହିଁ ବୋଲି ହେଲିକାଣ୍ଡ ଏସପି ଗୌରବ ଉପାଧ୍ୟାୟ କହିଛନ୍ତି । ଆସାମ-ମିଜୋରମ ସୀମାରେ ଥିବା ଏହି ସ୍କୁଲ କରୋନା ମହାମାରୀ ଯୋଗୁ ବନ୍ଦ ଥିଲା । ରାତ୍ର […]

Continue Reading

କାଲି ସ୍ୱାଧିନତା ଦିବସ, ଆଜି କୋଟିଆରେ ଲାଗିଲା ଓଡିଆ ଫଳକ

କୋରାପୁଟ: ଓଡିଶାର କୋଟିଆ ଅଂଚଳକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ବାରମ୍ବାର ଚେଷ୍ଟା କରିଆସିଛି । ଏଥିପାଇଁ ତାଜା ସ୍ଥିତିରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ତେବେ ସ୍ୱାଧିନତା ଦିବସର ମାତ୍ର କେଇ ଘଣ୍ଟା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ ଓଡିଆ ଫଳକ ଲଗାଇଛି ଓଡିଶା ସରକାର । କୋଟିଆ ପଂଚାୟତର ୨୧ଟି ବିବାଦୀୟ ଗାଁରେ ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଲାଗିଛି ଓଡିଆ ଫଳକ । ଆସନ୍ତାକାଲି […]

Continue Reading