ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର କେର୍ଣ୍ଣସ ଗୁରୁତର

ମୁମ୍ବାଇ: ନ୍ୟୁଜିଲାଣ୍ଡ କ୍ରିକେଟର ମହାନ ଅଲରାଉଣ୍ଡର କ୍ରିସ କେର୍ଣ୍ଣସଙ୍କ ଅବସ୍ଥା ଗୁରୁତର ରହିଛି । ଏହି ପୂର୍ବତନ ଅଲରାଉଣ୍ଡରଜଣକ ଏବେ ଲାଇଫ ସପୋର୍ଟରେ ଅଛନ୍ତି । ଅପରେଶନ ଏବଂ ଚିକିତ୍ସା ସତ୍ୱେ ତାଙ୍କ ଅବସ୍ଥାରେ ଉନ୍ନତି ଘଟୁ ନାହିଁ । ମୁଖ୍ୟ ଧମନୀର ଭିତର ଅଂଶ ଫାଟି ଯାଇଥିବା କୁହାଯାଇଛି । ୫୧ ବର୍ଷୀୟ କେର୍ଣ୍ଣସ ୧୯୮୯ରୁ ୨୦୦୬ ପର୍ଯ୍ୟନ୍ତ ଜାତୀୟ ଦଳର ସଦସ୍ୟ ଥିଲେ । ଏହି ଅଲରାଉଣ୍ଡରଜଣକ ୬୨ ଟେଷ୍ଟ, ୨୧୫ ଦିନିକିଆ ଏବଂ […]

Continue Reading

୩୫ ବର୍ଷରେ ଆରପାରିକୁ ଚାଲିଗଲେ ସରନ୍ୟା ଶଶି

ମୁମ୍ବାଇ: ମାଲାୟଲମ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ସରନ୍ୟା ଶଶିଙ୍କ ୩୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିବା ଏହି ଅଭିନେତ୍ରୀ ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ନ ଥିବା ବେଳେ କରୋନା ସଂକ୍ରମିତ ହୋଇଥିଲେ । ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ୨୦୧୨ରେ ସେ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇଥିଲେ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସମେତ […]

Continue Reading

ସ୍ବାମୀଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ଅଗଷ୍ଟ ୧୫ ରେ “ୱି ଫର୍ ଇଣ୍ଡିଆ” ମାଧ୍ୟମରେ ଫେସବୁକ୍ ଲାଇଭରେ ରହିବେ। ଶିଳ୍ପାଙ୍କ ବ୍ୟତୀତ ଏହି ଅଭିଯାନରେ ଅର୍ଜୁନ କପୁର, ବିଦ୍ୟା ବାଲାନ, ଦିଆ ମିର୍ଜା, କରଣ ଜୋହର, ପରିନୀତି ଚୋପ୍ରା, ସୈଫ ଅଲି ଖାନ, ସାରା ଅଲି ଖାନ ଏବଂ ଷ୍ଟିଭେନ ସ୍ପିଲବର୍ଗ, […]

Continue Reading

ମେସି, ନେମାର ଏକତ୍ର ଖେଳିବେ !

ପ୍ୟାରିସ: ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ ଖବର । ଫୁଟବଲ ଜଗତର ଦୁଇ ମହାନ ଖେଳାଳି ଲିଓନେଲ ମେସୀ ଓ ନେମାର ଏକତ୍ର ଖେଳିବାକୁ ଯାଉଛନ୍ତି । ଏହା ସହିତ ବୋନସ ଭାବେ କାଇଳିନ ଏମବାପେ ରହିବେ । ରିପୋର୍ଟ ମୁତାବକ ମେସି ପ୍ୟାରିସ ସେଂଟ ଜର୍ମାନ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଅବଶ୍ୟ ଏହି ଚୁକ୍ତିର ସବିଶେଷ ତଥ୍ୟ ଆସି ନାହିଁ । ଯଦି ସବୁ କିଛି ଠିକ ଠାକ ହୁଏ ତାହାହେଲେ ଫୁଟବଲ […]

Continue Reading

ଆଫଗାନିସ୍ତାନରେ ସ୍ଥିତି ସଙ୍ଗୀନ, ବିମାନ ପଠାଇ ନିଜ ନାଗରିକଙ୍କୁ ଫେରାଇ ଆଣୁଛି ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଏବଂ ସେନା ମଧ୍ୟରେ ଜୋରଦାର ସଂଘର୍ଷ ଆରମ୍ଭ ହେବାରେ ଲାଗିଛି । ସ୍ଥିତି ସଙ୍ଗୀନ ହେବାରୁ ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ସ୍ୱଦେଶ ଫେରି ଆସିବେ ପାଇଁ କହିଛନ୍ତି । ଭାରତ ମଧ୍ୟ ଆଡଭାଇଜର ଜାରୀ କରିଛି । ନିଜ ଦେଶର ନାଗରିକ ଏବଂ ଅଧିକାରୀଙ୍କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ମଧ୍ୟ ପଠାଯାଇଛଇ । କାନ୍ଦାହାର ଏବଂ ମଜାର ଇ ସରିଫରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଅଫିସ […]

Continue Reading

ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ : ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟରିଙ୍ଗ୍ ଓ ପର୍ଯ୍ୟଟନ ନିଗମ ପକ୍ଷରୁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା । ମହାଳୟାରେ ବାରାଣସୀ, ଆହ୍ଲାବାଦର ତ୍ରିବେଣୀ ସଙ୍ଗମ ଓ ଗୟାରେ ପିଣ୍ଡଦାନ ବା ତିଳତର୍ପଣ କରିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା କରିବ । ଆସନ୍ତା ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ତାରିଖ ଯାଏଁ ଏହି ସ୍ବତନ୍ତ୍ର ଟ୍ରେନ୍ ଯାତ୍ରା କରିବ ବୋଲି କହିଛନ୍ତି ଆଇଆରସିଟିସିର ଭୁବନେଶ୍ବର ଆଞ୍ଚଳିକ ପ୍ରବନ୍ଧକ । […]

Continue Reading

କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌

ନୂଆଦିଲ୍ଲୀ: କରୋନା ଟିକା ନେଲେ ମିଳିବ ମାଗଣା ଆପଲ୍‌ ଏୟାରପଡ୍‌। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। କୋଭିଡ-୧୯ ବିରୋଧରେ ଲୋକଙ୍କୁ ଟିକାକରଣ କରିବାକୁ ଉତ୍ସାହିତ କରିବା ପାଇଁ ୱାଶିଂଟନ୍ କର୍ତ୍ତୃପକ୍ଷ କିଶୋରମାନଙ୍କୁ ମହଙ୍ଗା ଉପହାର ଦେବା ପାଇଁ ଅଫର୍‌ ଦେଇଛନ୍ତି। ଯଦି ଆପଣ ୱାଶିଂଟନ୍ ଡିସିରେ ରୁହନ୍ତି ଏବଂ ଆପଣଙ୍କର ପ୍ରଥମ ଡୋଜ କରୋନା ଟିକା ନେଇନାହାନ୍ତି ‌ତେବେ ଏହା ହେଉଛି ଉପଯୁକ୍ତ ସମୟ। ୱାଶିଂଟନ୍‌ର ମେୟର ଘୋଷଣା କରିଛନ୍ତି ଯେଉଁ କିଶୋରମାନେ କରୋନାର ପ୍ରଥମ […]

Continue Reading

ଟ୍ରକରେ ହେଉଥିଲା ପିଡିଏସ ଚାଉଳ ଚେରା ଚାଲାଣ, ଧରିଲା ପୋଲିସ

ବଲାଙ୍ଗିର : ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଦୁର୍ନୀତି ବଲାଙ୍ଗିର ପାଇଁ ନୂଆ ନୁହେଁ । କେତେବେଳେ ବାଟ ମାରଣା ତ ଆଉ କେତେବେଳେ ହରିଲୁଟ ହେଉଛି ପିଡ଼ିଏସ ଚାଉଳ । ଯାହାର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଳାରେ । ମିନି ଟ୍ରକରେ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରିଛି ସଇଁତଳା ପୋଲିସ । ବାହାରେ ତେଲ ପେରୁଆ ବସ୍ତା ରହିଥିବା ବେଳେ ଗାଡି ଭିତରେ ବସ୍ତା […]

Continue Reading

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ ବ୍ୟବସାୟୀଙ୍କ ଘରେ ଡକାୟତ କରିବାକୁ ଉଦ୍ୟମ ବେଳେ ୯ଜଣ ଡକାୟତଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଥିଲା । ଗିରଫ ଡକାୟତଙ୍କ ମଧ୍ୟରୁ ୫ଜଣ ଝାଡଖଣ୍ଡର […]

Continue Reading

ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । କୁଲଗାମ କିଷାନ ମୋର୍ଚ୍ଚାର ଅଧ୍ୟକ୍ଷ ଗୁଲାମ ରସୁଲ ଡାର ଏବଂ ତାଙ୍କ ପତ୍ନୀ ଜବାହାର ବାନୋଙ୍କୁ ଆତଙ୍କବାଦୀମାନେ ଗୁଳିକରି ଅତି ନିର୍ମମ ଭାବେ ଗୁଳି କରିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ସେ କିଛି ଦିନ ତଳେ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ଜମ୍ମୁ-କଶ୍ମୀରର ଲ୍ୟୁଟନାଂଟ […]

Continue Reading