ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ

କଟକ: ଭକ୍ତଙ୍କ ପାଇଁ ଖୋଲିଲା ବାବା ଧବଳେଶ୍ୱର ପୀଠ। ଆଜିଠୁ ଖୋଲିଲା କଟକ ଜିଲ୍ଲାର ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର । ଆଜି ଭୋରରୁ ମନ୍ଦିର ଖୋଲାଯାଇ ସମସ୍ତ ନୀତିକାନ୍ତି କରାଯାଇଛି । ମଙ୍ଗଳ ଆଳତୀ ସରିବା ପରେ ସର୍ବସାଧାରଣ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି । ତେବେ ମନ୍ଦିର ଭିତରକୁ ବାହାର ଭୋଗକୁ ବାରଣ କରାଯାଇଛି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ […]

Continue Reading

୫ମ ଥର ପାଇଁ ଗୋଲ୍ଡେନ ଡକରେ ଆଉଟ ହେଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଗୋଲ୍ଡେନ ଡକରେ ଆଉଟ ହୋଇଛନ୍ତି । ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୯ତମ ଡକ ଏବଂ ୫ମ ଗୋଲ୍ଡେନ ଡକ । ଗୁରୁବାର ଇଂଲଣ୍ଡର ସିନିୟର ପେସ ବୋଲର ଜେମ୍ସ ଆଣ୍ଡରସନଙ୍କ ବଲରେ କୋହଲି ଗୋଲ୍ଡେନ ଡକର ଶୀକାର ହୋଇଥିଲେ । ଟିମ ଇଣ୍ଡିଆ ଅଧିନାୟକ କୋହଲି ୨୦୧୪ ପରେ ଆଣ୍ଡରସନଙ୍କ ଶୀକାର ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ […]

Continue Reading

ବକ୍ସର ହ୍ୱାଇଟାକର ରୌପ୍ୟ ପଦକ ପକେଟରେ ପୂରାଇ କାନ୍ଦିଲେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଗୁରୁବାର ଗ୍ରେଟ ବ୍ରିଟେନ ବକ୍ସର ବେନ ହ୍ୱାଇଟାକର ରୌପ୍ୟ ପଦକ ଜିତିଥିଲେ ମଧ୍ୟ ସେ ଏଥିରେ ସନ୍ତୁଷ୍ଟ ନ ଥିଲେ । ଲାଇଟ-ହେଭିୱେଟ ଫାଇନାଲରେ ସେ କ୍ୟୁବାର ଆର୍ଲେନ ଲୋପେଜଙ୍କ ନିକଟରୁ ପରାଜିତ ହୋଇଥିଲେ । ଏଥିରେ ସେ ଏତେ ମାତ୍ରାରେ ଭାଙ୍ଗି ପଡିଥିଲେ ଯେ, କାନ୍ଦି କାନ୍ଦି ପୋଡିୟମକୁ ଯାଇଥିଲେ । ସେଠାରେ ରୌପ୍ୟ ପଦକ ବେକରେ ନ ପକାଇ ପକେଟରେ ରଖି ଦେଇଥିଲେ । ଏହାର କାରଣ ସମ୍ପର୍କରେ ତାଙ୍କୁ […]

Continue Reading

ନେପାଳ ସୀମା ନିକଟରୁ ଜବତ ହେଲା ୬୮୬ କୋଟି ଟଙ୍କାର ନିଶା ଦ୍ରବ୍ୟ

ଲକ୍ଷ୍ନୌ: ଉତରପ୍ରଦେଶ ପୋଲିସ ଏବଂ ସୀମା ସୁରକ୍ଷା ବଳକୁ ଆଜି ବଡ ସଫଳତା ହାତ ଲାଗିଛି । ନେପାଳ ସୀମା ନିକଟରେ ଥିବା ମହାରାଜଗଂଜ ଜିଲ୍ଲାରେ ୬୮୬ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି । ଏଥିସହ ଆନ୍ତର୍ଜାତୀୟ ତସ୍କରଙ୍କ ପର୍ଦ୍ଦାଫାସ ହୋଇଛି । ଏହି ପ୍ରତିବନ୍ଧିତ ନିଶା ଦ୍ରବ୍ୟ ନେପାଳକୁ ପଠାଇବା ପାଇଁ ଯୋଜନା କରାଯାଉଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗୁପ୍ତା ଫେରାର ହୋଇଯାଇଛି । ୨୫ ଲକ୍ଷ ନିଶା ଇଂଜେକଶନ, ୨ […]

Continue Reading

ବିଗ୍‌ ବସ୍‌ ଓଟିଟିରେ ନଜର ଆସିବେ ଅଭିନେତ୍ରୀ ଶମିତା

ନୂଆଦିଲ୍ଲୀ: ଟେଲିଭିଜନ ସବୁଠାରୁ ଚର୍ଚ୍ଚିତ ତଥା ବିବାଦୀୟ ଶୋ ‘ବିଗ୍ ବସ୍ ୧୫’ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥର ଶୋ’ରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥର ଶୋ ପୂର୍ବପରି ଟିଭିରେ ସିଧାସଳଖ ଷ୍ଟ୍ରିମ୍ ହେବ ନାହିଁ। ଏହା ପ୍ରଥମେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ସୂଚନାନୁସାରେ, ବିଗ୍ ବସ୍ ପ୍ରଥମ ୧୫ର ସପ୍ତାହ ପାଇଁ ଭୁଟ୍‌ରେ ପ୍ରସାରିତ ହେବ। ଏହା ପରେ ସଲମାନ୍ ଖାନଙ୍କ ଦ୍ୱାରା ଆୟୋଜିତ ଟିଭିରେ ପରବର୍ତ୍ତୀ ଏପିସୋଡ୍ ପ୍ରସାରଣ […]

Continue Reading

ସେପ୍ଟେମ୍ବର ପର୍ଯ୍ୟନ୍ତ ବୁଷ୍ଟର୍ ଡୋଜ୍ ରୋକିବାକୁ ‘ହୁ’ର ପରାମର୍ଶ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଧନୀ ଦେଶମାନଙ୍କୁ କରୋନା ବିରୋଧରେ ବୁଷ୍ଟର ଟିକାକୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛି। ଏହା ଗରିବ ଦେଶମାନଙ୍କୁ ଏହାର ଡୋଜ ପାଇବାରେ ସାହାଯ୍ୟ କରିବ। ହୁ ମୁଖ୍ୟ କହିଛନ୍ତି ଯେ, ଶହ ଶହ କୋଟି ଲୋକ ସେମାନଙ୍କର ପ୍ରଥମ ଡୋଜକୁ ଅପେକ୍ଷା କରିଥିବାବେଳେ କେତେକ ଧନୀ ଦେଶ ବୁଷ୍ଟର ଡୋଜ ଆଡକୁ ଆଗେଇଛନ୍ତି। ତେବେ ଏହାକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରୋକିବା ପାଇଁ ହୁ କହିଛି। ରିପୋର୍ଟ ଅନୁଯାୟୀ […]

Continue Reading

ସୁଯୋଗ ଆଉ ବ୍ରୋଞ୍ଜ ପଦକ ହାତଛଡା କଲେ ଦୀପକ

ନୂଆଦିଲ୍ଳୀ: ୨-୦ରେ ଅଗ୍ରଣୀ ରହିବା ସତ୍ତେ୍ୱ ବ୍ରୋଞ୍ଜ ପଦକ ମୁକାବିଲାରେ ପରାସ୍ତ ହୋଇଛନ୍ତି ଦୀପକ ପୁନିଆ । ୮୬ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦିତା କରୁଥିବା ପୁନିଆ ମ୍ୟାଚର ୯୦ ପ୍ରତିଶତ ସମୟକୁ ନିଜ ନିୟନ୍ତ୍ରଣରେ ରଖିଥିଲେ । ତେବେ ଅନ୍ତିମ ୧୦ ସେକେଣ୍ଡରେ ଖରାପ ପ୍ରଦର୍ଶନ କରି ମ୍ୟାଚରେ ପରାଜିତ ହୋଇଥିଲେ । ସାନମାରିନୋର ପ୍ରତିପକ୍ଷ ଖେଳାଳି ମାଇଲ୍ସ ଆମିନଙ୍କ ନିକଟରୁ ୪-୨ରେ ପରାଜିତ ହୋଇଛନ୍ତି । ମ୍ୟାଚର ୯୦ ପ୍ରତିଶତରୁ ଅଧିକ ସମୟ ଦୀପକ ପ୍ରାଧାନ୍ୟ […]

Continue Reading

ଫାଇନାଲରେ ଲଢ଼େଇ କରି ହାରିଲେ ରବି କୁମାର, ଭାରତକୁ ମିଳିଲା ଆଉ ଏକ ରୌପ୍ୟ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତ ଆଉ ଏକ ରୌପ୍ୟ ପଦକ ହାସଲ କରିଛି । ରେସଲର ରବି କୁମାର ୫୭ କେଜି ଫ୍ରିଷ୍ଟାଇଲ ବିଭାଗ ଫାଇନାଲରେ ରୁଷିଆନ ଅଲିମ୍ପିକ କମିଟିର ଜାଭୁଆର ଉଗେଭଙ୍କ ନିକଟରୁ ୪-୭ରେ ପରାଜିତ ହୋଇଛନ୍ତି । ଏକଦା ମୁକାବିଲା ୨-୨ ରୋମାଂଚକ ସ୍ଥିତି ଥିବା ବେଳେ ଜାଭୁଆର ଗୁରୁତ୍ୱପୂର୍ଣ୍ଣ ୨ ପଂଏଟ ଲିଡ କରିଥିଲେ । ଶେଷ ୯୦ ସେକେଣ୍ଡ ରବି କଡା ସଂଘର୍ଷ କରିଥିଲେ ମଧ୍ୟ ଏହି ଅଭିଜ୍ଞ […]

Continue Reading

‘ସୁପର୍‌ଡାନ୍ସର ୪’ରେ ଶିଳ୍ପାଙ୍କ ସ୍ଥାନ ନେବେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ!

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରସାରଣର ପର୍ଦ୍ଦାଫାସ୍‌ ହେବା ପରେ ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ପୋଲିସ ହାଜତରେ ଅଛନ୍ତି। ଏହି ଘଟଣା ପରେ ସୋନିରେ ପ୍ରସାରିତ ରିୟାଲିଟି ସୋ ସୁପର୍‌ଡାନ୍ସର ଚାପ୍ଟର୪ରେ ଶିଳ୍ପାଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏଇ କିଛି ଏସିସୋଡ୍‌ରେ ଶିଳ୍ପାଙ୍କ ସ୍ଥାନ ପୂରଣ ପାଇଁ ବିଭିନ୍ନ ସେଲିବ୍ରିଟି ଜଜ୍‌ ଭାବେ ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। […]

Continue Reading

ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ; ୧୨୦୦ ଗାଁ ଜଳମଗ୍ନ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୧୨୦୦ ଗାଁ ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ୫,୯୫୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା, ଏନଡିଆରଏଫ, ବିଏସଏଫ ଏବଂ ରାଜ୍ୟର ଅନ୍ୟାନ୍ୟ ଏଜେନ୍ସି ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୨୦୦୦ ଲୋକ ଫସି ରହିଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। […]

Continue Reading