ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ନାସିରୁଦ୍ଦିନ ଶାହା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିମୋନିଆ କାରଣରୁ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ନାସିରୁଦ୍ଦିନ ଶାହାଙ୍କର ବର୍ତ୍ତମାନ ନିମୋନିଆ ଚିକିତ୍ସା ଚାଲିଛି। ତାଙ୍କ ଫୁସଫୁସରେ ଏକ ପ୍ୟାଚ୍ ଦେଖିବାକୁ ମିଳିଥିଲା ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବର ଅନୁଯାୟୀ, ନାସିରୁଦ୍ଦିନ ଶାହା ଗୋଟିଏ ଦିନରେ ଡିସଚାର୍ଜ ହେବେ ବୋଲି ଆଶା କରାଯାଉଛି।

Continue Reading

୪୯.୫ ଡିଗ୍ରି ଡେଇଁଲା ତାପମାତ୍ରା, ୧୩୪ ମୃତ

ଭ୍ୟାନକୋଭର: ଗ୍ରୀଷ୍ମ ପ୍ରବାହରେ କାନାଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ତାପମାତ୍ରା ୪୯.୫ ଡିଗ୍ରି ଟପିଥିବା ରେକର୍ଡ କରାଯାଇଛି। ଏହା ସହ ଗତ ସପ୍ତାହକ ମଧ୍ୟରେ ହଠାତ୍ ୧୩୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରୀଷ୍ମପ୍ରବାହ ଯୋଗୁ ଏପରି ଘଟିଥିବା ସେଠାକାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କାନାଡ଼ା ପୁଲିସ ମଧ୍ୟ ୬୫ଜଣଙ୍କ ମୃତ୍ୟୁ ଗ୍ରୀଷ୍ମ ପ୍ରବାହ ଯୋଗୁ ହୋଇଥିବା ସ୍ପଷ୍ଟ କରିଛି। ତେବେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ନିକଟରେ ଆହୁରି ମୃତ୍ୟୁ ଖବର ପହଞ୍ଚିଛି। ସେଗୁଡ଼ିକୁ ଯାଞ୍ଚ୍ […]

Continue Reading

ବ୍ଲାକ୍‌ ଫଙ୍ଗସ୍‌ ପରେ ଏବେ ଚିନ୍ତା ବଢାଇଲାଣି ସାଇଟୋମେଗାଲୋ ଭାଇରସ୍‌

ନୂଆଦିଲ୍ଲୀ: ବ୍ଲାକ୍‌ ଫଙ୍ଗସ ପରେ ଏବେ ଚିନ୍ତା ବଢାଇଲାଣି ଆଉ ଏକ ନୂଆ ସଂକ୍ରମଣ। ବ୍ଲାକ୍‌ ଫଙ୍ଗସ ପରେ ଏବେ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ସାଇଟୋମେଗାଲୋ ନାମକ ନୂଆ ସଂକ୍ରମଣ ଦେଖାଯାଇଛି। ଦିଲ୍ଲୀର ଗଙ୍ଗା ରାମ ହସ୍ପିଟାଲରେ କୋଭିଡ ରୋଗୀଙ୍କଠାରେ ସାଇଟୋମେଗାଲୋ ଭାଇରସର (ସିଏମ୍‌ଭି) ପାଞ୍ଚଟି ମାମଲା ରିପୋର୍ଟ ହୋଇଥିବା ହସ୍ପିଟାଲ୍‌ ପକ୍ଷରୁ ସୂଚନା ମିଳିଛି। ଏହି କେସ୍‌ରେ ରେକ୍ଟାଲ ବ୍ଲିଡିଂର ପାଞ୍ଚଟି ମାମଲା ଭାରତରୁ ପ୍ରଥମ ଥର ପାଇଁ ରିପୋର୍ଟ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ […]

Continue Reading

ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍‌, ୧୭ ହଜାର ସିମ୍ କାର୍ଡ ଜବତ

ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ବେଳେ ଏହି ହାଇପ୍ରୋଫାଇଲ ଲୁଟେରାଙ୍କ ଟେର୍ ପାଇଥିଲା ପୋଲିସ । ଏମମାନଙ୍କଠାରୁ ୧୧୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ […]

Continue Reading

ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ୧୫ ମାସ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଗ୍ରାଫ୍ଟ ଅନୁସନ୍ଧାନକାରୀଙ୍କ ନିକଟରେ ହାଜର ହେବାକୁ ମନା କରିବା ପରେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ପୂର୍ବତନ ରାଷ୍ଟ୍ରପତି ଯାକୋବ ଜୁମାଙ୍କୁ କୋର୍ଟର ଅବମାନନା ଅଭିଯୋଗରେ ୧୫ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବିଚାରପତି କହିଛନ୍ତି, “ଶ୍ରୀ ଜୁମା କୋର୍ଟର ଅବମାନନା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୭୯ ବର୍ଷୀୟ ଜାକୋବ ଜୁମା, ତାଙ୍କ ପାଖାପାଖି ନଅ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଜାଲିଆତି ଏବଂ ଅନେକ ଦୁର୍ନୀତି ମାମଲାରେ ତାଙ୍କ ନାଁରେ ଅଭିଯୋଗ […]

Continue Reading

ରାଜ୍ୟରେ ସଂକ୍ରମଣ କମିଛି, ହେଲେ ଦୂର ହୋଇନି ଆଶଙ୍କା

ଭୁବନେଶ୍ବର : କରୋନା କବଳରୁ ଆଶ୍ବସ୍ତି ଲାଭ କରୁଛି ଓଡ଼ିଶା । ଦିନକୁ ଦିନ ସଂକ୍ରମଣ କମୁଥିବା ବେଳେ, ସ୍ବାଭାବିକ୍ ହେଉଛି ସ୍ଥିତି । ତେବେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି । ଏତିକି ବେଳେ ଲୋକେ ଢ଼ିଲା ନହୋଇ କୋଭିଡ ନିୟମର ପାଳନ କରନ୍ତୁ । ଯେଉଁଭଳି ଭାବେ ରାଜ୍ୟରେ କୋଭିଡ ବିରୋଧରେ ରଣନୀତି ଚାଲିଛି ସେଭଳି ଆଉ କିଛିଦିନ ଚାଲୁ ରଖିବା ଦରକାର ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ […]

Continue Reading

୫ ପ୍ରତିଶତ ତଳେ ସଂକ୍ରମଣ ରହିଲେ କୋହଳ ହେବ କଟକଣା

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ, ଏବେ ୪.୧୪ ପ୍ରତିଶତକୁ ଖସିଛି ପଜିଟିଭିଟି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର କମିଲେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୁଏ । ସେହି ନିୟମ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ଅନ୍‌ଲକ୍ କରିପାରନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ମହାମାରୀର ଭୟ […]

Continue Reading

ଏହି ରାଜ୍ୟରେ ଜୁଲାଇ ୧୦ ଯାଏ ବଢିଲା କରୋନା କଟକଣା

ନୂଆଦିଲ୍ଲୀ: ଭୟ ବଢାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ମଙ୍ଗଳବାର ଦିନ କରୋନା କର୍ଫୁଁକୁ ଜୁଲାଇ ୧୦ ଯାଏ ବୃଦ୍ଧି କରିଛନ୍ତି। ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟର ଅଧିକ ମାମଲା ରୁଜୁ ହୋଇଛି। ତେବେ ସିଏମ୍‌ ଅମରିନ୍ଦର ସିଂ କିଛିଟା ‌କୋହଳ ମଧ୍ୟ କରିଛନ୍ତି। ଜୁଲାଇ ୧ ରୁ ୫୦ ପ୍ରତିଶତ କ୍ଷମତା ସହ ବାର୍‌, ପବ୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

Continue Reading

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରୀ ମିଶ୍ରଙ୍କର ହଠାତ୍ ରକ୍ତବାନ୍ତି ହେବାରୁ ତାଙ୍କୁ ଡାକ୍ତରଖାନାରାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା କରିବା ପରେ ସେ ହୃତ୍ପିଣ୍ଡ ଓ ଯକୃତ ରୋଗରେ ପୀଡ଼ିତ ଥିବା ଜଣାପଡିଥିଲା । ଏକ ଡାକ୍ତରୀ ଟିମ୍ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ବି ସେ ବିପଦମୁକ୍ତ […]

Continue Reading

କୋଭିଶିଲ୍ଡ ନେଇଥିବା ଭାରତୀୟ ଯାଇପାରିବେ ସ୍ୱିଜରଲ୍ୟାଣ୍ଡ!

ନୂଆଦିଲ୍ଲୀ: ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକକୁ ହଟାଇବାକୁ ଘୋଷଣା କରିଛି ସ୍ୱିଜରଲ୍ୟାଣ୍ଡ। କିଛି ସର୍ତ୍ତାବଳୀକୁ ଅନୁସରଣ କରି ବିଦେଶକୁ ଯାଇପାରିବେ ଭାରତୀୟ। ଏ ନେଇ ସ୍ୱିସ୍ ସରକାରଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି। ସେହି ବର୍ଗର ଲୋକ ସ୍ୱିଜରଲ୍ୟାଣ୍ଡ ଯାଇପାରିବେ ଯେଉଁମାନେ କୋଭିଶିଲ୍ଡର ଦୁଇଟି ଡୋଜ ଟିକା ଗ୍ରହଣ କରିଥିବେ। ସେହି ଭାରତୀୟଙ୍କୁ ସ୍ୱିଜରଲ୍ୟାଣ୍ଡ ଗସ୍ତ କରିବାକୁ ଅନୁମତି ମିଳିବ ବୋଲି କହିଛନ୍ତି ସ୍ୱିସ୍ ସରକାର। ଯେଉଁମାନେ ଟିକା ନେବା ସହିତ କରୋନାରୁ ଆରୋଗ୍ୟଲାଭ କରିଛନ୍ତି […]

Continue Reading