ଫିଲ୍ମ ‘ସଞ୍ଜୁରେ’ ସୁନିଲ୍‌ ଦତ୍ତଙ୍କ ଭୂମିକା ପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର!

ନୂଆଦିଲ୍ଲୀ: ଫିଲ୍ମ ସଞ୍ଜୁରେ ସୁନିଲ୍‌ ଦତ୍ତଙ୍କ ଚରିତ୍ର ପାଇଁ ଅମୀର ଖାନଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଥିଲେ। ସୁନିଲ୍‌ ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଥିଲେ ଅମୀର। ଏ ନେଇ ୨୦୧୮ରେ ଏକ ସାକ୍ଷାତକାରରେ କହିଥିଲେ ଅମୀର ଖାନ। ଜୁନ୍ ୨୯, ୨୦୧୮ରେ, ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା। ସଞ୍ଜୁରେ ରଣବୀର କପୁର ମୁଖ୍ୟ […]

Continue Reading

ଅଣଲାଭକାରୀ ଡାକ୍ତରଖାନାର ଚିହ୍ନଟ ଓ ବିକାଶ ଉପରେ ନିତି ଆୟୋଗଙ୍କ ଗୁରୁତ୍ଵ

ନୂଆଦିଲ୍ଲୀ: ଦେଶରେ ଥିବା ଅଣଲାଭାକାରୀ ଡାକ୍ତରଖାନାଗୁଡ଼ିକର ଚିହ୍ନଟ ଓ ସେଗୁଡ଼ିକର ପରିଚାଳନା ଶୈଳୀକୁ ଗୁରୁତ୍ଵ ଓ ଭଲ ପ୍ରଦର୍ଶନ କରୁଥିବା ଏଭଳି ବର୍ଗର ଡାକ୍ତରଖାନାକୁ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଦେଇଛନ୍ତି ନିତି ଆୟୋଗ। ଦେଶରେ ମୁଖ୍ୟତଃ ୩ ପ୍ରକାର ଡାକ୍ତରଖାନା ଅଛି। ପ୍ରଥମେ ସରକାରୀ ଓ ତାପରେ ବେସରକାରୀ। ଏହାବାଦ୍ ଆଉ ଗୋଟିଏ ବେସରକାରୀ ଡାକ୍ତରଖାନା ମଧ୍ୟ ରହିଛି। ସରକାରୀ ଡାକ୍ତରଖାନାଗୁଡ଼ିକ ଜନମଙ୍ଗଳ ପାଇଁ ପ୍ରତିଷ୍ଠା ହୋଇଛି। ଏଥିରେ ରୋଗୀଙ୍କର ଖର୍ଚ୍ଚ କମ। ଆଉ ଅଧିକାଂଶ ଏହି […]

Continue Reading

ଭଦ୍ରକରେ ମାଟ୍ରିକ ଫଳାଫଳ ତାତି, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅଭିଭାବକ

ଭଦ୍ରକ : ପ୍ରକାଶ ପାଇ ସାରିଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ହେଲେ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଭିଭାବକ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ନୂଆବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଭଳି ବହୁ ସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ […]

Continue Reading

୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା

ନୂଆଦିଲ୍ଲୀ: ୫ ଲକ୍ଷ ପର୍ଯ୍ୟଟକଙ୍କୁ ମିଳିବ ମାଗଣା ଟୁରିଷ୍ଟ ଭିସା। ଏ ନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଭିସା ପ୍ରଦାନ ପ୍ରକ୍ରିୟା ପୁନ ଆରମ୍ଭ ହେବା ପରେ ସରକାର ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ  ମାଗଣା ଭିସା ପ୍ରଦାନ କରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ମହାମାରୀ ଯୋଗୁ କ୍ଷତିଗୟସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ରଗୁଡ଼ିକ ଲାଗି ୮ଟି ରିଲିଫ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ତେବେ ପର୍ଯ୍ୟଟକଙ୍କ ପାଇଁ ଥରେ ଏହି […]

Continue Reading

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ସିଟି ଜିଏସଟି କମିଶନର ସୁଶୀଲ ଲୋହାନି । ଭୁବନେଶ୍ବରରେ ଏସ.ଆର ଏଣ୍ଟରପ୍ରାଇଜର୍ସ କମ୍ପାନୀ ନାମରେ […]

Continue Reading

ଏହି ରାଜ୍ୟରେ ଜୁଲାଇ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

କୋଲକାତା: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର କରୋନା ଲକ୍‌ଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ କଟକଣାରେ କିଛିଟା କୋହଳ ମଧ୍ୟ କରାଯାଇଛି।  ୫୦ ପ୍ରତିଶତ କ୍ଷମତା ସହିତ ସାଲନ୍‌ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ୫୦ ପ୍ରତିଶତ କ୍ଷମତା ସହିତ ଜିମ୍‌ ମଧ୍ୟ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ବେସରକାରୀ […]

Continue Reading

ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ । ଅନ୍ୟ କୋଭିଡ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ପରିମାଣରେ ଫୁସଫୁସର ଟିସୁକୁ ସଂକ୍ରମିତ କରୁଛି । ତେବେ ଏହାର ଅର୍ଥ ନୁହେଁ ଯେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ବା ଅଧିକ ଭୟଙ୍କର ରୋଗ ସୃଷ୍ଟି କରିବ । ଏଭଳି କହିଛନ୍ତି କରୋନା ଭାଇରସ ଓ୍ବାର୍କିଂ ଗ୍ରୁପ ଏନଟିଏଜିଆଇ ମୁଖ୍ୟ ଏନକେ ଅରୋରା । ତାଙ୍କ ହିବା ଅନନୁସାରେ, ଡେଲଟା […]

Continue Reading

ଜମ୍ମୁକଶ୍ମୀର ଏବଂ ଲଦାଖକୁ ଭିନ୍ନ ଦେଶ ଭାବେ ଦର୍ଶାଇଲା ଟ୍ୱିଟର; ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଏକ ପୃଥକ ଦେଶ ଭାବରେ ଦର୍ଶାଉଥିବା ଭାରତର ଭୁଲ ମାନଚିତ୍ର ନେଇଥିବାରୁ ଟ୍ୱିଟର ଉପରେ ହୋଇପାରେ ଦୃଢ ସରକାରୀ କାର୍ଯ୍ୟାନୁଷ୍ଠାନ। ନୂଆ ଆଇଟି ନିୟମ ପ୍ରସଙ୍ଗକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହା ହେଉଛି ଏକ ସଦ୍ୟତମ ବିବାଦ। ଟ୍ୱିଟରର “ଟ୍ୱିପ୍ ଲାଇଫ୍” ବିଭାଗରେ ଦେଖାଯାଉଥିବା ମାନଚିତ୍ରରେ ଭାରତ ବାହାରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଦେଖାଯାଇଛି। ବିକୃତ ମାନଚିତ୍ରକୁ ଟ୍ୱିଟର ବ୍ୟବହାରକାରୀଙ୍କ ଦ୍ୱାରା […]

Continue Reading

ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ କମ୍ପ୍ୟୁଟର ଜରିବରେ ଜିଲ୍ଲାପ୍ରଶାସନ ସହ ସେମାନଙ୍କ ଅଭିଯୋଗ ସମ୍ପର୍କରେ କଥା ହେବେ । ଏହି ଅବସରରେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆରମ୍ଭ ହୋଇଛି […]

Continue Reading

ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ, 4T ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ରୋଗୀ ସଂଖ୍ୟା କମୁଛି, ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ପଦ୍ଧତିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଂକ୍ରମଣକୁ ଦୃଷ୍ଟିରେ ରଖି 4T ଉପରେ ଗୁରୁତ୍ୱ ଦିଆଯିବ । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯିବ । ଟିକାକରଣକୁ ବ୍ୟାପକ କରାଯିବା ସହ ସଂକ୍ରମଣର ଚେନକୁ ଭାଙ୍ଗିବାକୁ ଯୋଜନା […]

Continue Reading