ରାଜ୍ୟରେ ଲକଡାଉନ୍ ଉଠିବ ନା ରହିବ, କଣ କହିଲେ ଡିଏମଇଟି ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲାରେ ବଢୁଛି ସଂକ୍ରମଣ । ଅନ୍ୟ କିଛି ଜିଲ୍ଲା କମୁଛି ପଜିଟିଭିଟି । ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ସବୁ ଜିଲ୍ଲା ଉପରେ ରଖାଯାଇଛି କଡ଼ା ନଜର । ମୋଟାମୋଟି ଭାବେ ରାଜ୍ୟରେ ସଂକ୍ରମଣ କରିବାରେ ଲାଗିଛିବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ମହାମାରୀ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବାହାର ଜିଲ୍ଲା ଲୋକଙ୍କ ଯିବା ଆସିବା ନିୟମିତ ଭାବେ ଲାଗି ରହିଛି । ଫଳରେ ଏହି ସବୁ […]

Continue Reading

ପଞ୍ଚାୟତ ନିର୍ବାଚନ ଲଢିବନି ବିଏସପି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବିଏସପି ଲଢିବନି ବୋଲି କହିଛନ୍ତି ବିଏସପି ସୁପ୍ରିମୋ ମାୟାବତୀ। ଏନେଇ ମାୟାବତୀ ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଉତ୍ତରପ୍ରଦେଶରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛୁ। ଯଦି ନିର୍ବାଚନ ନିରପେକ୍ଷ ହୋଇଥାନ୍ତା ତେବେ ଆମେ ପ୍ରତିଦ୍ୱନ୍ଦ୍ୱିତା କରିଥା’ନ୍ତୁ। ଏହି ନିର୍ବାଚନରେ ​​ସେମାନଙ୍କର ସମୟ ଏବଂ ଶକ୍ତି ବିନିଯୋଗ ନକରି ଦଳର ସଂଗଠନକୁ ମଜବୁତ କରିବା ପାଇଁ ମାୟାବତୀ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ […]

Continue Reading

ଜୋରସୋରରେ ଆଗେଇ ଚାଲିଛି ରଥ ଯାତ୍ରା କାମ

ପୁରୀ: ଶ୍ରୀଜିଉଙ୍କ ସୁନା ଅଳଙ୍କାରର ହେବ ମରାମତି । ଶ୍ରୀଅଙ୍ଗରେ ଲାଗିବାକୁ ଥିବା ବିଭିନ୍ନ ସୁନା ଅଳଙ୍କାରର ମରାମତି କରାଯିବ । ଏନେଇ ଏକ ଜୁଏଲର୍ସକୁ ଚିଠି କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀଜିଉ ଓ ବଡ଼ ଠାକୁର ବଳଭଦ୍ରଙ୍କ ସୁନା କୁଣ୍ଡଳ, ଶ୍ରୀଭୁଜ ଚାରୋଟିର ମରାମତି କରାଯିବ । ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି । ଆଗକୁ ରଥଯାତ୍ରା ଓ ପରେ ମହାପ୍ରଭୁଙ୍କ ସୁନା ବେଶ ହେବ । ରାଜରାଜେଶ୍ୱର ବେଶ ପୂର୍ବରୁ ଏହି […]

Continue Reading

ତୃତୀୟ ଲହରକୁ ରୋକିବାକୁ ହେଲେ ୨୦ ପ୍ରତିଶତରୁ ଅଧିକ ଟିକାକରଣ ଆବଶ୍ୟକ

ନୂଆଦିଲ୍ଲୀ: ଦେଶରେ ଏବେ ଡେଲଟା ପ୍ଲସର ବୃଦ୍ଧି ଚିନ୍ତା ବଢାଇଲାଣି। ଏହା ଭିତରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ ଆଶଙ୍କା ବଢିବାରେ ଲାଗିଛି। ତୃତୀୟ ତରଙ୍ଗର ଆଶଙ୍କା କ୍ରମାଗତ ଭାବେ ବଢୁଛି। କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ତରଙ୍ଗକୁ ଏଡାଇ ଦିଆଯାଇପାରେ। ଯେଉଁ ଦେଶରେ ୨୦ ପ୍ରତିଶତରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଇଛି, ସେଠାରେ ତୃତୀୟ ତରଙ୍ଗର ଆଶଙ୍କା ବହୁତ କମ୍‌ ରହିଛି।

Continue Reading

ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ୍ୟୁ ହୋଇଥିଲା । ଲଇକେରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଲାଇଛି । ତେବେ ହତ୍ୟାକାରୀ ଶ୍ରୀ ନାୟକଙ୍କୁ ୧୦୦ଟଙ୍କା ମାଗିଥିଲା ଓ ସେ […]

Continue Reading

ଦେଶରେ ବିଳମ୍ବରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ: ସେଣ୍ଟର କୋଭିଡ-୧୯ ୱାର୍କିଙ୍ଗ୍‌ ଗ୍ରୁପ୍‌ର ମୁଖ୍ୟ ଡ. ଏନ.କେ ଅରୋରା ରବିବାର କହିଛନ୍ତି ଯେ କରୋନା ଭାଇରସର ତୃତୀୟ ତରଙ୍ଗ ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ଡକ୍ଟର ଆରୋରା କହିଛନ୍ତି ଯେ ଆଇସିଏମଆର ଏକ ଅଧ୍ୟୟନ ଅନୁଯାୟୀ ତୃତୀୟ ତରଙ୍ଗ ଦେଶରେ ବିଳମ୍ବରେ ଆସିବ। କେନ୍ଦ୍ରୀୟ ପ୍ୟାନେଲର ଅଧ୍ୟକ୍ଷ କହିଛନ୍ତି ଯେ ଦେଶରେ ସମସ୍ତଙ୍କୁ ୬ରୁ ୮ ମାସ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

Continue Reading

ଗାଁରେ ସ୍ୱପ୍ନ ବିକାଶର ଚିତ୍ର

ରାୟଗଡା : ଚାରିଆଡେ ଡଙ୍ଗର ଆଉ ମଝିରେ ଗାଁ । ସାତ ଦଶନ୍ଦି ପରେ ବି ଲୋକେ ପାଉନାହାନ୍ତି ମୌଳିକ ସୁବିଧା । ବିକାଶର ଛାଇ ସ।ତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା ।  ଜିଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁ । ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଝଞ୍ଜାବତୀ ନଦୀ ପାର ହୋଇଗଲେ ଚିତ୍ର ସ୍ପଷ୍ଟ ବାରି ହୋଇପଡିବ ।  […]

Continue Reading

ପଥରରେ ନନ୍ଦିଘୋଷ ରଥ

ପୁରୀ : ସାରା ବିଶ୍ୱରେ ଏବେ କୋଭିଡ ମହାମାରୀ ଆତଙ୍କ । ଏହି ପରିସ୍ଥିତିରେ ଚଳିତ ବର୍ଷ ବି ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେବ । ତେବେ ମହାପ୍ରଭୁଙ୍କ ରଥଯାତ୍ରା ବିନା ଭକ୍ତରେ ହେବାକୁ ଥିବାରୁ ଏହି ସ୍ମୃତିରେ ପୁରୀର ଜଣେ ପଥର ଶିଳ୍ପୀ ନିର୍ମାଣ କରିଛନ୍ତି ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ଅବିକଳ ନନ୍ଦିଘୋଷ ରଥର ପ୍ରତିକୃତି ହୋଇ ଥିବା ବେଳେ ରଥରେ ସାରଥୀ , ଘୋଡ଼ା , ପାର୍ଶ୍ଵ ଦେବଦେବୀ ସମେତ […]

Continue Reading

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି ସରକାର। ହରିୟାଣା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ଏକ ନୂତନ ଆଦେଶରେ କୁହାଯାଇଛି ଯେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ […]

Continue Reading

କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର : କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣରେ ଯୁବଗୋଷ୍ଠୀଙ୍କ ଯୋଗଦାନ ରହିବା ଉଚିତ ବୋଲି କହିଛନ୍ତି ପ୍ରଫେସର ଗଣେଶୀ ଲାଲ୍‍ । ରବିବାର ଭର୍ଚୁଆଲ୍‍ରେ ଅନୁଷ୍ଠିତ କିସ୍‍ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି ରାଜ୍ୟପାଳ । ଜନଜାତି ସମ୍ପ୍ରଦାୟରେ ପ୍ରତିଭାଙ୍କ ଅଭାବ ନାହିଁ। ସେମାନଙ୍କ ପାଇଁ ଭଲ ପରିବେଶ, […]

Continue Reading