ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା, ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା । ଅସମ୍ଭାଳ ହେଲାଣି ସ୍ଥିତି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଓ ଅମ୍ଳଜାନର ଅଭାବ ଦେଖାଗଲାଣି । ଏହାସହ କରୋନା ଇଞ୍ଜେକସନ ମଧ୍ୟ ଆଉ ମିଳୁନାହିଁ । ଯାହା ଦିଲ୍ଲୀ ସରକାରଙ୍କୁ ଚିନ୍ତାରେ ପକାଇଲାଣି । କରୋନା ସ୍ଥିତିକୁ ନଜରରେ ରଖି ଆଜି ଜରୁରୀ ବୈଠକ ଡାକିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ବୈଠକରେ ଦିଲ୍ଲୀର ସମସ୍ତ କ୍ୟାବିନେଟ […]

Continue Reading

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ଭବାନୀପାଟଣା: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା । ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ । ଘଟଣା ଘଟିଛି କଳାହାଣ୍ଡି ଥୁଆମୂଳ ରାମପୁର ପଡାପଦର ପଞ୍ଚାୟତ ଭିତରଡୁଙ୍ଗାରେ । ପାହାଡ ଜଙ୍ଗଲ ଅଞ୍ଚଳ ହୋଇଥିବା ବେଳେ ବେଳେ ଗମନା ଗମନର କୌଣସି ସବୁିଧା ନାହିଁ । ଏମିତି ଅଣ ଓସାରିଆ ଖାଲଢିପ ଦେଇ ଲୋକମାନେ ଯିବାଆସିବା କରୁଛନ୍ତି । ଗାଡିଟିଏ ଯିବାର ବି ସୁବିଧା ନାହିଁ । ଏନେଇ ଗର୍ଭବତୀ ଜଣଙ୍କୁ ଖଟିଆରେ ବୁହା […]

Continue Reading

ପଶ୍ଚିମବଙ୍ଗରେ ନିର୍ବାଚନ ରାଲିକୁ ବାତିଲ୍ କଲେ ରାହୁଲ ଗାନ୍ଧି, କରୋନା ସଂକ୍ରମଣ ବଢୁଥିବାରୁ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା କେସ୍ ବଢୁଥିବାରୁ ନିର୍ବାଚନ ରାଲିକୁ ସ୍ଥଗିତ ରଖିଲେ ରାହୁଲ ଗାନ୍ଧି । ପଶ୍ଚିମବଙ୍ଗରେ ଆଗାମୀ ଦିନରେ ହେବାକୁ ଥିବା ସର୍ବସାଧାରଣ ରାଲିକୁ ସ୍ଥଗିତ କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧି । ଏହାସହ ଅନ୍ୟ ରାଜନୈତିକ ଦଳଙ୍କୁ ଏଦିଗରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସର୍ବସାଧାରଣରେ ବିଶାଳ ରାଲି କରିବା ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଗଭୀର ଭାବରେ ଚିନ୍ତା କରନ୍ତୁ । […]

Continue Reading

କରୋନାରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ

ବଲାଙ୍ଗୀର: ଓଡିଶାର ବଲାଙ୍ଗୀର ଜିଲ୍ଲାର ଜଣେ ଆୟୁର୍ବେଦିକ ଡାକ୍ତର ଶନିବାର ଦିନ କରୋନାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ ବ୍ୟକ୍ତି ଜଣକ ସାଗରପଡାର ଡାକ୍ତର ଦିଲୀପ ଷଡ଼ଙ୍ଗୀ ବୋଲି ଜଣାପଡିଛି। ଡ. ଷଡ଼ଙ୍ଗୀ ରକ୍ସିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର ଭାବରେ ନିୟୋଜିତ ହୋଇଥିଲେ। ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପରିବାର ସଦସ୍ୟ ତାଙ୍କୁ ଭୁବନେଶ୍ୱର ଡାକ୍ତରଖାନାକୁ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

Continue Reading

କରୋନା ଯୋଗୁ JEE ମେନ୍ ଏପ୍ରିଲ ସେସନ୍ ସ୍ଥଗିତ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବଢୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇ ମେନ୍ ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ କରୋନା ସ୍ଥିତିରେ ପରୀକ୍ଷାର୍ଥୀ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିର ରଖି ପ୍ରବେଶିକା ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଛି । କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ହୋଇନି । ଯେବେ ପରୀକ୍ଷା ହେବ […]

Continue Reading

ଗର୍ଭବତୀ ମହିଳା ନେଇପାରିବେ ଫାଇଜର୍‌ କିମ୍ବା ମଡର୍ନା ଟିକା

ନୂଆଦିଲ୍ଲୀ: ବ୍ରିଟେନରେ ଗର୍ଭବତୀ ମହିଳାମାନେ ଫାଇଜର୍‌ କିମ୍ବା ମଡର୍ନା ଟିକା ନେବା ଉଚିତ ବୋଲି ବ୍ରିଟିଶ ବିଶେଷଜ୍ଞ ମତ ଦେଇଛନ୍ତି। (JCVI) କହିଛି ଯେ ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଏଥିରେ କୁହାଯାଇଛି ଯେ ଏହି ତଥ୍ୟକୁ ଆଧାର କରି ଜେସିଭିଆଇ ପରାମର୍ଶ ଦେଇଛି ଯେ ବ୍ରିଟେନରେ ଗର୍ଭବତୀ ମହିଳାଙ୍କୁ ଉପଲବ୍ଧ ଥିବା ସ୍ଥାନରେ ଫାଇଜର-ବାୟୋ ଟେକ୍ କିମ୍ବା ମଡର୍ନା ଟିକା ଦିଆଯିବା ଉଚିତ। ତେବେ ଗର୍ଭବତୀ ମହିଳାଙ୍କ ପାଇଁ ଅନ୍ୟ ଟିକା […]

Continue Reading

ଇଣ୍ଟରନେଟ୍‌ ସେ‌ନ୍ସେସନ ପାଲଟିଛି ‘ମ୍ୟାଗି ଲଡୁ’

ନୂଆଦିଲ୍ଲୀ: ଫୁଡ୍‌ ଏନ୍‌ଥୁସିଆଷ୍ଟ୍‌ମାନେ ଅତୀତରେ ମ୍ୟାଗି ନୁଡୁଲ୍ସକୁ ନେଇ ବିଭିନ୍ନ ପରୀକ୍ଷଣ କରିଥିଲେ। ଅରେଞ୍ଜ ମ୍ୟାଗି, ମ୍ୟାଗି ୱିଥ୍‌ କଡ୍‌ ଏବଂ ସୁଇଟ୍‌ ମ୍ୟାଗି ଭଳି ନୂତନ ରେସିପି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ, କେହି ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ମ୍ୟାଗି ଲଡୁ ତିଆରି କରିଛନ୍ତି। ଯାହା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଟ୍ୱିଟର ବ୍ୟବହାରକାରୀ ସୁଗାର କପ୍ ଏକ ଫଟୋ ପୋଷ୍ଟ କରି ଏହାର କ୍ୟାପସନ୍ ଦେଇଛନ୍ତି, “ କେହି କେହି […]

Continue Reading

ବାୟୁରେ ବ୍ୟାପୁଛି କରୋନା, ଲାନସେଟ୍ ରିପୋର୍ଟର ବଡ଼ ଦାବି

ନୂଆଦିଲ୍ଲୀ: ଭାରତ ସମେତ ଅଧିକାଂଶ ଦେଶରେ କରୋନାର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିଛି । ସଂକ୍ରମଣ ବ୍ୟାପିବା ସହ ଦ୍ରୁତଗତିରେ ରୂପ ବଦଳାଉଛି କରୋନା ଭୂତାଣୁ । ଭାରତରେ ସ୍ଥିତି ବେଶ୍ ଚିନ୍ତାଜନକ ହୋଇପଡ଼ିଛି । ଏହାରି ଭିତରେ ପ୍ରତିଷ୍ଠିତ ଜର୍ଣ୍ଣାଲ ଦ ଲାନସେଟ୍ ଏକ ରିପୋର୍ଟରେ ଦାବି କରିଛି ଅଧିକ ସଂକ୍ରମଣ ପବନ ମାଧ୍ୟମରେ ହେଉଛି । ଏଥିପାଇଁ ସୁରକ୍ଷା ପ୍ରୋଟୋକଲରେ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ । ଇଂଲଣ୍ଡ, ଆମେରିକା ଓ କାନାଡ଼ାର ୬ ଜଣ […]

Continue Reading

କଳିଙ୍ଗର ବରପୁତ୍ର : ବିଜୁ ପଟ୍ଟନାୟକ

ଆଜି ହେଉଛି ଉତ୍କଳର ଗର୍ବ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ଦୁସାହସିକତା, ଜାତୀୟତାବାଦୀ ସ୍ଵଭାଵ, ପ୍ରଚଣ୍ଡ ସ୍ୱାଭିମାନ ପାଇଁ ସମସ୍ଥଙ୍କ ନିକଟରେ ଯେତିକି ପରିଚିତ ଥିଲେ ସେତିକି ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ ସ୍ଵପ୍ଣବିଳାସି ମଧ୍ୟ ଥିଲେ ସେ । ହୃଦୟରେ ବିଶାଳ ମଣିଷ ପଣିଆକୁ ସାଇତି ରଖିଥିବା ବିଜୁବାବୁ ଯାହା ସବୁ ନୂତନ ସ୍ବପ୍ନ ଦେଖିଥିଲେ ତାକୁ ଦେଶ ଓ ଅନ୍ୟାନ୍ୟ ରାଜ୍ୟମାନେ ପରବର୍ତୀ ସମୟରେ ଅନୁକରଣ କରୁଥିଲେ […]

Continue Reading

ରାଜ୍ୟରେ ଆଉ ୪ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଂଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ମାନଙ୍କ ମଧ୍ୟରେ ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି। ତେବେ ସେମାନଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନାହିଁ।

Continue Reading