ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଥମ ବିଜୟ ପରେ ଚହରଙ୍କୁ ନେଇ କ’ଣ କହିଲେ ଧୋନି ?

ମୁମ୍ବାଇ: ଆଇପିଏଲର ୧୪ ତମ ସଂସ୍କରଣରେ ଶୁକ୍ରବାର ପ୍ରଥମ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହି ମ୍ୟାଚରେ ମାତ୍ର ୧୩ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି ଦୀପକ ଚହର । ଯାହାକୁ ନେଇ ସିଏକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି କହିଛନ୍ତି- ଡେଥ୍ ଓଭର ବୋଲର ଭାବେ ଦୀପକ ଚହର ବେଶ୍ ଅଭିଜ୍ଞ ହୋଇଗଲେଣି । ଏଥିପାଇଁ ସେ ଚାହୁଁଛନ୍ତି ଚହର ପାୱାର ପ୍ଲେ ବେଳେ ଦାୟିତ୍ୱ ନିର୍ବାହ କରନ୍ତୁ । ଅନ୍ୟପଟେ […]

Continue Reading

ଲଗାତାର ଦ୍ୱିତୀୟ ଦିନରେ ରାଜ୍ୟରୁ ୩ ହଜାରରୁ ଅଧିକ ସଂକ୍ରମିତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାକୁ ସାରା ରାଜ୍ୟରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରୁଛନ୍ତି ସରକାର । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮୨୩ଟି ସଂକ୍ରମଣ ମାମଲା କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୩୨୧ ମାମଲା ସ୍ଥାନୀୟ ସଂକ୍ରମଣ । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୨୩ ଓ ଖୋର୍ଦ୍ଧାରୁ ୪୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ […]

Continue Reading

ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍

ଭୁବନେଶ୍ୱର: କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟରେ କଡ଼ାକଡ଼ି ହେଉଛି କଟକଣା । ଆଜିଠୁ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟଡାଉନ୍ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସହରାଞ୍ଚଳରେ ଆଜି ଓ କାଲି ଦୁଇ ଦିନ ସଟଡାଉନ୍‌ ବଳବତ୍ତର ରହିବ । ବନ୍ଦ ରହିଛି ଦୋକାନ ବଜାର । ବ୍ୟବସାୟିକ ପ୍ରତିଷ୍ଠାନ । ଏସବୁ ଜିଲ୍ଲାର ସହରାଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି । […]

Continue Reading

ପଶ୍ଚିମବଙ୍ଗରେ ପଞ୍ଚମ ପର୍ଯ୍ୟାୟ ଭୋଟ୍, ୪୫ ଆସନ ପାଇଁ ଚାଲିଛି ଭୋଟିଂ

କୋଲକାତା: କରୋନା ସଂକଟ ମଧ୍ୟରେ ପଶ୍ଚିମବଙ୍ଗରେ ଚାଲିଛି ମତଦାନ । ପଞ୍ଚମ ପର୍ଯ୍ୟାୟରେ ଆଜି ୪୫ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ବୁଥର ୨୦୦ ମିଟର ପରିଧିରେ ଲାଗୁ ହୋଇଛି ୧୪୪ ଧାରା । ୪୫ ଆସନରେ ୩୪୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଉତ୍ତର ୨୪ ପ୍ରଗଣାର ୪୫ଟି ଆସନ ସହ ପୂର୍ବ ବର୍ଦ୍ଧମାନର , ଜଲପାଇଗୁଡ଼ି, ଦାର୍ଜିଲିଂ ଓ କାଳିମ୍ପ୍ୟୋଗ ଜିଲ୍ଲାରେ ଭୋଟ୍ […]

Continue Reading

କୋଭିଡ୍ ମୁକ୍ତ ନହେବା ଯାଏ ହାଇଦରକୁ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ

କଟକ: ଆଜିଠୁ ରିମାଣ୍ଡରେ ଯିବ ନାହିଁ ଗ୍ୟାଙ୍ଗଷ୍ଟର ହାଇଦର । ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡ଼ିବା ପରେ ରିମାଣ୍ଡ କାର୍ୟ୍ୟକାରୀ ହେବ ନାହିଁ । ସଂକ୍ରମଣ ମୁକ୍ତ ନହେବା ଯାଏ ରିମାଣ୍ଡରେ ନେବ ନାହିଁ କମିଶନରେଟ ପୋଲିସ । ହାଇଦରର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ପ୍ରଥମେ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା । ପରେ ଆରଟିପିସିଆର ରିପୋର୍ଟ ଆସିଛି ପଜିଟିଭ୍ । […]

Continue Reading

ଦୈନିକ ସଂକ୍ରମଣ ମାମଲାରେ ମୁମ୍ବାଇକୁ ଟପିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ବୁଧବାର ଦିନ ଦିଲ୍ଲୀରେ ୧୭,୦୦୦ ରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ସୂଚନା ଅନୁଯାୟୀ ଏହା ଦେଶର ସବୁଠାରୁ ଅଧିକ କରୋନା ପ୍ରଭାବିତ ସହର ଭାବେ ଉଭା ହୋଇଛି। ଯାହା ଫଳରେ ମୁମ୍ବାଇକୁ ପଛରେ ପକାଇ ଦେଇଛି ଦିଲ୍ଲୀ। ମୁମ୍ବାଇରେ ଏପର୍ଯ୍ୟନ୍ତ ଏକ ଦୈନିକ ସଂକ୍ରମଣ ସଂଖ୍ୟା ୧୧, ୧୬୩ ହୋଇଥିଲା ଯାହା ସରକାରୀ ଆକଳନ ଅନୁଯାୟୀ ଏପ୍ରିଲ ୪ ରେ […]

Continue Reading

ଟିକା ଅଭାବରୁ ୮୦୦ଟି କେନ୍ଦ୍ରରେ ଟିକାକରଣ ବନ୍ଦ, ଆଜି ପହଞ୍ଚିବ ଆଉ ୩ ଲକ୍ଷ କୋଭିସିଲ୍ଡ

ଭୁବନେଶ୍ୱର: ରାଜ୍ୟରେ ଏବେବି ଟିକା ଅଭାବ ଲାଗି ରହିଛି । ଫଳରେ ଗତକାଲି ୧୦୫୦ ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଥିବା ବେଳେ ଆଜି ମାତ୍ର ୭୦୦ଟି କେନ୍ଦ୍ରରେ ଟିକାକରଣ କରାଯାଉଛି । ଭ୍ୟାକ୍ସିନ୍ ନିଅଣ୍ଟ କାରଣରୁ ଆଜି ରାଜ୍ୟର ୮୦୦ ଟି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି । କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ ବନ୍ଦ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅନ୍ୟପଟେ ଭ୍ୟାକ୍ସିନ୍ ଯୋଗାଇ ଦେବା ଲାଗି ଗତକାଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରକୁ […]

Continue Reading

ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି (SCTE & VT) ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଓଡ଼ିଶାର SCTE & VT ର ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ସଂଶୋଧିତ ତାରିଖଗୁଡିକ ଧାର୍ଯ୍ୟ ପାଠ୍ୟକ୍ରମରେ ସୂଚିତ କରାଯିବ। ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

Continue Reading

୧୨ ବର୍ଷ ପରେ କାଟିଲେ ବିଶ୍ବର ସବୁଠୁ ଲମ୍ବା କେଶ

ଅ‌ହମ୍ମଦାବାଦ: ଲମ୍ବା କେଶ ପାଇଁ ଗିନିଜ ରେକର୍ଡ କରିଥିବା ନୀଲାଂସି ପଟେଲ ଏବେ ପୁଣିଥରେ ଚର୍ଚ୍ଚାରେ। ଗୁଜୁରାଟର ଏହି ଯୁବତୀ ୧୨ ବର୍ଷ ଧରି କେଶ ନକାଟି ବଢାଇଥିଲେ। ଯେଉଁଥିପାଇଁ ସେ ଥରେ ନୁହେଁ, ତିନିଥର ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇଥିଲେ। ଜୁଲାଇ ୨୦୨୦ରେ, ୧୮ ବର୍ଷ ବୟସ ହେବା ପୂର୍ବରୁ ନୀଲାଂସିଙ୍କ କେଶ ୬ ଫୁଟ ୬.୭ ଇଞ୍ଚ ଲମ୍ବା ଥିବା ମପା ଯାଇଥିଲା। ସେ କୁହନ୍ତି ଯେ ୬ ବର୍ଷ ବୟସରେ ସେଲୁନକୁ […]

Continue Reading

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ବଲାଙ୍ଗୀର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଜତିଶ ଖମାରି ଗୁରୁବାର ଦିନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ଓଡିଶାର ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ଅବସ୍ଥିତ ଓଡ଼ିଆ ଖବରକାଗଜ ‘ସମ୍ବାଦ’ ଏବଂ ‘ଡିଡି-୧’ରେ ୨୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। ସୂଚନାନୁସାରେ, ଶ୍ରୀ ଖମାରିଙ୍କୁ ମୃତ୍ୟୁ ବେଳକୁ ୪୬ ବର୍ଷ ହୋଇଥିଲା। ପ୍ରଥମେ ପାଟନାଗଡର ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଏହାପରେ ବାଲାଙ୍ଗୀର ଭୀମ […]

Continue Reading