ଆଜି ଛତିଶାନିଯୋଗ ବୈଠକ, ଜଗା ଦର୍ଶନକୁ ନେଇ ଆସିପାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ସାରା ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କଟକଣା କଡାକଡି କରାଯାଇଛି। ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଥିଲା ବେଳେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନେଇ ଆଜି ଛତିଶାନିଯୋଗ ବୈଠକ ହେବ। ଭର୍ଚୁଆଲ ମାଧ୍ୟମରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରିଷନ […]

Continue Reading

କରୋନାରେ ରାଜ୍ୟରେ ଆଖି ବୁଜିଲେ ଆଉ ୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ବଲାଙ୍ଗିରରୁ ଜଣେ, ଗଞ୍ଜାମରୁ ଜଣେ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କୋଭିଡ୍ ସଂକ୍ରମିତ ମୃତ୍ୟୁ […]

Continue Reading

ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସିବିଏସଇର ଦଶମ ପରୀକ୍ଷା ବାତିଲ୍ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ପରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର । ଓଡ଼ିଶାରେ କୋରନା ସଂକ୍ରମଣ ବଢ଼ୁଥିବା ବେଳେ ଦଶମ ସହ ଦ୍ୱାଦଶ ପରୀକ୍ଷା ନେଇ ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବଡ଼ ଘୋଷଣା କରିପାରନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ପରେ ସିବିଏସଇ ଦଶମ […]

Continue Reading

ଶ୍ରୀମନ୍ଦିର ସହ ସମ୍ପୃକ୍ତ ଆଉ ୭ ଜଣ କରୋନା ପଜିଟିଭ ଚିହ୍ନଟ

ପୁରୀ: ଚିନ୍ତା ବଢ଼ାଉଛି ସଂକ୍ରମଣ । ପୁରୀ ଶ୍ରୀମନ୍ଦିର ସହ ବିଭିନ୍ନ ସେବାରେ ଜଡ଼ିତ ଆଉ ୭ ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ସେବାୟତ, ସେବାୟତ ପରିବାର, କର୍ମଚାରୀଙ୍କୁ ମିଶାଇ ୭ ପଜିଟିବ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ଶ୍ରୀମନ୍ଦିର ସହ ଜଡ଼ିତ କୋଭିଡ୍ ପଜିଟିଭ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଗତ ୧୩ ତାରିଖରେ ଶ୍ରୀମନ୍ଦିର ସହ ଜଡ଼ିତ ୨୩ ଜଣଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା ।  ଶ୍ରୀମନ୍ଦିରର […]

Continue Reading

ରୁଦ୍ରରୂପା ବ୍ରହ୍ମାଙ୍କ ‘ପାହାଡ଼ ରାଣୀ’ ଓ ଚନ୍ଦ୍ରମଣି ସ୍ବାଇଁଙ୍କ ‘ଉକ୍ତିର ପ୍ରତିରୁକ୍ତି’ ଉନ୍ମୋଚିତ

ବ୍ରହ୍ମପୁର : ଓଡ଼ିଶାର ସର୍ବ ପୁରାତନ ପତ୍ରିକା ନବୀନ ପକ୍ଷରୁ ତ୍ରୟୋବିଂଶ ବିଷୁବ ମିଳନ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନି ଲେଖିକା ରୁଦ୍ରରୂପା ବ୍ରହ୍ମାଙ୍କ ଶିଶୁ କବିତା ସଙ୍କଳନ ‘ପାହାଡ଼ ରାଣୀ’ ଓ ଦିବଂଗତ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ବାଇଁଙ୍କ ଆଲୋଚନା ଗ୍ରନ୍ଥ ‘ଉକ୍ତିର ପ୍ରତିରୁକ୍ତି’ ଉନ୍ମୋଚିତ ହୋଇଥିଲା। ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡା. ପ୍ରଫୁଲ୍ଲ ଚନ୍ଦ୍ର […]

Continue Reading

ପିପିଲି ଉପନିର୍ବାଚନ ପାଇଁ ଜାରି ହେବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବ କଂଗ୍ରେସ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ଥରେ ପ୍ରାର୍ଥୀ ଦେବ କଂଗ୍ରେସ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ପିପିଲିରେ ଉପନିର୍ବାଚନକୁ ରିଟର୍ଣ୍ଣିଂ ଅଫିସର ସ୍ଥଗିତ ରଖିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନ ସାନି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ । ତାରିଖ […]

Continue Reading

ଦେଢ଼ ଦିନ ଯିବ ଗଚ୍ଛିତ ଭ୍ୟାକ୍ସିନ୍, ବୁଧବାର ୧୦ ଜିଲ୍ଲାରେ ବନ୍ଦ ଥିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଓ ଭ୍ୟାକ୍ସିନ୍ ଷ୍ଟକ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଗତକାଲି ବୁଧବାର ରାଜ୍ୟର ୫୫୬ଟି ଟିକାକରଣ କେନ୍ଦ୍ରରେ ୭୧ ହଜାର ୪୭୧ ଜଣଙ୍କୁ ଟିକା ଦିଆଯାଇଛି । ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୫୬ ହଜାର ୪୫୦ ଡୋଜ୍ ଟିକା ଦିଆଯାଇଛି । ସବୁ ସ୍ଥାନରେ ଟୀକାକରଣ ଚାଲିଛି । ଆଜି ପ୍ରାୟ ୧ ହଜାର କେନ୍ଦ୍ରରେ ଟିକା ଦିଆଯାଉଛି । ଗତକାଲି ୧୦ ଜିଲ୍ଲାରେ […]

Continue Reading

ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ବାଲେଶ୍ବର: ସିମୁଳିଆ ରେଳ ଷ୍ଟେସନ ନିକଟରେ ଗୁରୁବାର ସକାଳେ ଭୁବନେଶ୍ୱର-ହାୱଡା ଜନ ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ ଲାଗିଥିବା ନଜରକୁ ଆସିଥିଲା। ସୂଚନାନୁସାରେ, କୋଚ୍ ନଂ ଡି-୬ ନିକଟରେ ଥିବା ଏକ ଡଷ୍ଟବିନରୁ ଧୂଆଁ ବାହାରୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ଟ୍ରେନ୍ କର୍ମଚାରୀଙ୍କୁ ଜଣାଇବା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ କର୍ମଚାରୀ। ତେବେ କେହି ବେପରୁଆ ଭାବେ ଡଷ୍ଟବିନରେ ସିଗାରେଟ୍ ଫିଙ୍ଗି ଦିଆଯାଇଥିବା ଯୋଗୁଁ […]

Continue Reading

ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ, ରାସ୍ତାରୋକ

ପୁରୀ: କୋର୍ସ ସରିନି ପରୀକ୍ଷା ହେବ A। ଏହାକୁ ବିରୋଧ କରି ପୁରୀ ସରକାରୀ ମହିଳା ମହାବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । କଲେଜର ମୁଖ୍ୟ ଫାଟକରେ ଭଙ୍ଗାରୁଜା ହୋଇଛି । ପୋଲିସ ଓ ଆନ୍ଦୋଳନରତ ଛାତ୍ରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ପରୀକ୍ଷା ତାରିଖ ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି । ଯୁକ୍ତ ତିନି […]

Continue Reading

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିକଟା ମାଟିଆ ଅଞ୍ଚଳରେ ଘଟିଛି । ସୂଚନା ମୁତାବକ  ଚିଟିକା ମାଟିଆର କାର୍ତ୍ତିକ […]

Continue Reading