୧୧ ଦଫା ଦାବି ନେଇ ଗର୍ଜିଲେ ବିଚ୍ଛିନ୍ନାଞ୍ଚଳବାସୀ, ସରକାରଙ୍କ ବିରୋଧରେ ନାରାବାଜି

କୋରୁକୋଣ୍ଡା: ଆଜି ବିଭିନ୍ନ ଦାବି ନେଇ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ଅଧିବାସୀ । ସେମାନେ ସରକାରଙ୍କ ସାମ୍ନାରେ ୧୧ ଦଫା ଦାବି ରଖିଛନ୍ତି । ଅଙ୍ଗୁରଗୁଡା, ଅମ୍ବିଲିବେଡା, ସାନ୍ଅମ୍ବିଲିବେଡା, ଟିକରପଡା, ଖଜୁରୀଗୁଡା, ଗଙ୍ଗାପଡା, ଜଲାଗୁଡା, ବାଟାଗୁଡା ଭଳି ଅନେକ ଗାଁର ଶହ ଶହ ଲୋକ ନାରିଙ୍ଗିଝୋଲା ଗାଁରେ ଏକାଠି ହୋଇ ସରକାର ଓ ପ୍ରଶାସନର ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି । ୧୧ ଦଫା ଦାବି ମଧ୍ୟରୁ ମୁଖ୍ୟ ଦାବି ହେଉଛି ମୁଦୁଲି ଗୁଡା […]

Continue Reading

ଏହି ବିଶ୍ୱବିଦ୍ୟାଳୟର ୧୧ ଛାତ୍ର କରୋନା ପଜିଟିଭ

ସମ୍ବଲପୁର: ଶୁକ୍ରବାର ଦିନ ଓଡ଼ିଶାର ସମ୍ବଲପୁର ବୁର୍ଲାସ୍ଥିତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (SUIIT) ରୁ ୧୧ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ (SUIIT)ର କୁଳପତି କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ୧୧ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ସମସ୍ତଙ୍କୁ ପୃଥକ ପୃଥକ ଭାବରେ ରଖାଯାଇଛି। ସୂଚନା ଅନୁଯାୟୀ, ଅନୁଷ୍ଠାନକୁ ସାନିଟାଇଜ୍‌ କରାଯିବା ସହ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି। ଏହାସହ କ୍ୟାମ୍ପସରେ ଭୂତାଣୁ ବିସ୍ତାରକୁ […]

Continue Reading

‘ଓଡିଶା ଇତିହାସ’ର ହିନ୍ଦୀ ଅନୁବାଦ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ‘ଓଡିଶା ଇତିହାସ’ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଟି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ଲେଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଆ ଏବଂ ଇଂରାଜୀରେ ଉପଲବ୍ଧ ଏହି ପୁସ୍ତକକୁ ଶଙ୍କରଲାଲ ପୁରୋହିତ ହିନ୍ଦୀରେ ଅନୁବାଦ କରିଛନ୍ତି। ଦିଲ୍ଲୀସ୍ଥିତ ଜନପଥରେ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଉନ୍ମୋଚନ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଟକ ସାଂସଦ ଭର୍ତ୍ତୁହରି ମହତାବ ଉପସ୍ଥିତ ଥିଲେ। […]

Continue Reading

୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବି ଶୀଘ୍ର ଦିଆଯାଉ କରୋନା ଟିକା: ସରକାରଙ୍କୁ ସୋନୁଙ୍କ ଅପିଲ

ମୁମ୍ବାଇ: ଦେଶରେ କରୋନା ପୁଣି କାୟା ବିସ୍ତାର କରୁଛି । ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟେନସନ ଦେଉଛି । ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର । ଦେଶରେ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ଟୀକାକରଣ ଜାରି ରହିଛି ।  ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି । କିନ୍ତୁ  ୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମଧ୍ୟ ଶୀଘ୍ର କରୋନା ଟିକା ଦିଆଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ବଲିଉଡ […]

Continue Reading

ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ । ଧର୍ମେଶ ଅସୁସ୍ଥ ଅନୁଭବ କରିବାରୁ ଗୋଆରେ କୋଭିଡ୧୯ ଟେଷ୍ଟ କରାଇଥିଲେ । ଏହା ପଜିଟିଭ ଆସିବା ପରେ ସେ କ୍ୱାରେଂଟାଇନରେ […]

Continue Reading

ଭୁବନେଶ୍ୱର ୟୁନିଟ-୧ SBI ମୁଖ୍ୟ ଶାଖା ପୁଣି ସିଲ୍

ଭୁବନେଶ୍ୱର: ପୁଣି ସିଲ୍ ହେଲା ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା । ବିଏମସି ପକ୍ଷରୁ ତିନି ଦିନ ପାଇଁ ସିଲ୍ କରାଯାଇଛି । ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିଠାରୁ ୧୧ ତାରିଖ ଯାଏ ବ୍ୟାଙ୍କ ଶାଖା ସିଲ୍ । ପୂର୍ବରୁ ଏହି ବ୍ୟାଙ୍କରୁ ଏକାଧିକ ପଜିଟିଭ ଚିହ୍ନଟ ପରେ ୨ ଦିନ ସିଲ୍ କରିଥିଲା ବିଏମସି । ଭୁବନେଶ୍ୱରରେ […]

Continue Reading

ପୋଖରୀ ଭିତରୁ କଙ୍କାଳ ଉଦ୍ଧାର, ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ

ଯାଜପୁର: ଭୁବନେଶ୍ୱର ଉପକଣ୍ଠ ଯାଁଳା ଫାଣ୍ଡି ପରିସରରେ ଗାଡ଼ି ଭିତରୁ ମିଳିଥିଲା ନରକଙ୍କାଳ । ଏବେ ଯାଜପୁର ଜିଲ୍ଲାରେ ପୋଖରୀ ଭିତରୁ କଙ୍କାଳ ଉଦ୍ଧାର ହୋଇଛି । ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ବଣିଆପଡ଼ାର ଏକ ପୋଖରୀରୁ ଉଦ୍ଧାର ହୋଇଛି ମଣିଷ କଙ୍କାଳ ଉଦ୍ଧାର । ଏହି ଖବର ଜଣାପଡ଼ିବା ପରେ ପୋଖରୀ ନିକଟରେ ଲୋକ ରୁଣ୍ଡ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଖୋଳତାଡ କରୁଛି । ମହିଳାଙ୍କ ବେକରେ ଏକ ଓଢ଼ଣୀ ବନ୍ଧା ହୋଇଛି […]

Continue Reading

ନକ୍ସଲଙ୍କ କବଜାରେ ଯବାନ, ମଧ୍ୟସ୍ଥିଙ୍କ ନାଁ ଘୋଷଣା କରୁନାହାଁନ୍ତି ସରକାର

ମାଲକାନଗିରି: ଛତିଶଗଡ଼ ବିଜାପୁର ଟେକେଲଗୁଡ଼ା ଏନକାଉଣ୍ଟ ପରେ ନକ୍ସଲଙ୍କ କବଜାରେ ଜଣ ଯବାନ ଅଛନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କରନ୍ତୁ ବୋଲି ମାଓ ସଂଗଠନ କହିଛି । ଯବାନ ଅପହରଣକୁ ୪ ଦିନରୁ ଅଧିକ ବିତିଥିବା ବେଳେ ସରକାର ନାଁ ଘୋଷଣା କରିନାହାଁନ୍ତି । ଯବାନଙ୍କୁ ମୁକୁଳାଇବା ଲାଗି ନିଜ ଆଡ଼ୁ ପ୍ରୟାସ କରିଛନ୍ତି ଦାନ୍ତେୱାଡ଼ାର ବିଶିଷ୍ଟ ଆଦିବାସୀ ନେତ୍ରୀ ତଥା ମାନବାଧିକାରୀ କର୍ମୀ ସୋନି ସୋଡ଼ି । ସୋନି ସୋଡ଼ି […]

Continue Reading

ବିରୋଧ ସତ୍ତ୍ୱେ କୋଟିଆରେ ଆନ୍ଧ୍ରର ନିର୍ବାଚନ, ପ୍ରଶାସନ ମୁହାଁମୁହିଁ

କୋରାପୁଟ: ପୁଣି କୋରାପୁଟ କୋଟିଆରେ ପଶି ଆନ୍ଧ୍ର ଦାଦାଗିରି କରିଛି । ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ଆଜି ନିର୍ବାଚନ କରୁଛି । ଏହାକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ଆପତ୍ତି ଉଠାଇଛି । କୋଟିଆର ନେରିଡିୱାଲାସରେ ଆନ୍ଧ୍ର ପୋଲିଂ ବୁଥ୍ କରିଛି । ଏଥିରେ କୋଟିଆ ଅଞ୍ଚଳର ୫ରୁ ୭ ଜଣ ଭୋଟ୍ ଦେଇଛନ୍ତି । ତେବେ ତଳ ଗଞ୍ଜେଇପଦର, ଉପରସେଣ୍ଡି ଓ ଧୂଳପଦର ଲୋକ ଏଯାଏଁ ଭୋଟ୍ ଦେଇନାହାଁନ୍ତି । ଭୋଟ୍ ବେଳେ ପୋଲିସ-କୋଟିଆବାସୀଙ୍କ ମଧ୍ୟରେ […]

Continue Reading

ଦେଖା ଦେବନି ରକ୍ତାଭାବ, A ବ୍ଲଡ୍ ଗ୍ରୁପ ବି ସମସ୍ତଙ୍କୁ ଦେଇପାରିବେ ରକ୍ତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନକୁ ଆଉ ଏକ ବଡ଼ ସଫଳତା । ଅନେକ ସମୟରେ ଅଧିକାଂଶ ରୋଗୀ ରକ୍ତାଭାବ ସହ ଯୁଝିଥାନ୍ତି । କାରଣ ସେମାନଙ୍କ ବ୍ଲଡ୍ ଗ୍ରୁପର ରକ୍ତ ଉପଲବ୍ଧ ନଥାଏ । ଏବେ ଆଉ ରକ୍ତାଭାବ ଦେଖାଦେବ ନାହିଁ । ଦୁନିଆରେ ଏବେ କେବଳ O ବ୍ଲଡ୍ ଗ୍ରୁପ୍ ସମସ୍ତଙ୍କୁ ରକ୍ତ ଦେଇପାରିବେ ତା’ନୁହେଁ ଏବେ A ବ୍ଲଡ୍ ଗ୍ରୁପ୍ ରକ୍ତ ବି ସମସ୍ତଙ୍କୁ ଦିଆଯାଇ ପାରିବ । କାନାଡ଼ାର ବୈଜ୍ଞାନିକ ବ୍ୟାକ୍ଟେରିଆଲ୍ ଏନଞ୍ଜାଇମ୍ ଉପଯୋଗ କରି […]

Continue Reading