ବାହାନଗା ଟ୍ରେନ ଟ୍ରାଜେଡି- ରକ୍ତଦାନରୁ ଉଦ୍ଧାର କାର୍ଯ୍ୟ, ସ୍ଥାନୀୟ ଲୋକଙ୍କ ଅବଦାନ ପାଇଁ ଧନ୍ୟବାଦ: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଦୋଷୀକୁ କଡା ଶବ୍ଦରେ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି କାଣ୍ଡ ପାଇଁ ଯିଏ ବି ଦୋଷୀ ଥିବ, ତାକୁ କଠୋର ଦଣ୍ଡ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଏହା ବ୍ୟତୀତ ମୋଦୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କ ପରିବାରକୁ ଭେଟି ସେ କୋହଭରା କଣ୍ଠରେ ସେମାନଙ୍କ ସହ […]

Continue Reading

ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ଟ୍ରେନ ଦୁର୍ଘଟଣା ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁସଂଖ୍ୟା ଥମିବାର ନାଁ ଧରୁନି । ଏଭଳି ଏକ ହୃଦୟ ବିଦାରକ ଦୁର୍ଘଟଣା ପରେ ବର୍ତ୍ତମାନ ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସମସ୍ତ ଟିକନିକ୍ କ୍ଷେତ୍ର ବୁଲି ଦେଖିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଫୋନ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ଦୁର୍ଘଟଣାସ୍ଥଳରୁ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଫୋନ କରି କଥା ହୋଇଛନ୍ତି ନରେନ୍ଦ୍ର ମୋଦୀ । ଦୁର୍ଘଟଣାରେ […]

Continue Reading

ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲି,ଚିକିତ୍ସା ପରେ ମନ୍ତ୍ରୀ ଦେଲେ ୫୦ ହଜାର ଟଙ୍କାର ଚେକ୍

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାରେ ହଜାରୁ ଅଧିକ ଲୋକେ ଆହତ ହୋଇଥିବା ବେଳେ ଶତାଧିକ ଲୋକେ ପ୍ରାଣ ହରାଇଛନ୍ତି । ଗାତାକାଲି ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ନବ ମୃତ ଏବଂ ଆହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଏହି ଘୋଷଣା ମୁତାବକ ଘଟଣାସ୍ଥଳରେ ହିଁ ଆହତ ମାନଙ୍କୁ ସହାୟତା ଆକାରରେ ଚେକ୍ ପ୍ରଦାନ କରାଯାଇଥିଲା । ସହାୟତା ପାଇବା ପରେ ଜଣେ ଯାତ୍ରୀ କିଛି ଏପରି କହିଥିଲେ । କି ମୁଁ ସେହି […]

Continue Reading

ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି: ପୀଡ଼ିତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଦିଆଗଲା ନିର୍ଦ୍ଦେଶ

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ବାଲେଶ୍ୱର, ଭଦ୍ରକ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଦିଆଯାଇଛି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ, କାଲି ବାଲେଶ୍ୱର ଠାରେ ୩ଟି ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୮୮ ପାର କରିଥିବା ବେଳେ ଆହତ ୧୦୦୦ରୁ ଉଦ୍ଧ୍ୱର୍ ଅଛନ୍ତି । ଏଥିରେ ଶିଶୁ ଏବଂ କିଶୋର ମଧ୍ୟ […]

Continue Reading

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ଚିକିତ୍ସାରେ ସହଯୋଗ ପାଇଁ ଭୁବନେଶ୍ୱର ଏମ୍ସରୁ ଗଲେ ଡାକ୍ତରଙ୍କ ୨ ଟି ଟିମ୍

ବାଲେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଆହତମାନଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରୀ ଟିମ୍ ଆହତ ଚିକିତ୍ସିତ ହେଉଥିବା ଡାକ୍ତରଖାନାକୁ ବାହାରିଛନ୍ତି। ଚିକିତ୍ସା କାର୍ଯ୍ୟରେ ସହଯୋଗକରିବାକୁ ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ଦୁଇଟି ଟିମ୍‌ ବାଲେଶ୍ୱର ଓ କଟକ ଯାଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ରେଳ ଦୁର୍ଘଟଣା ପାଇଁ ଯାହା ବି ଡାକ୍ତରୀ ସହଯୋଗ ଆବଶ୍ୟକ ପଡ଼ିବ ସବୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର […]

Continue Reading

ଟ୍ରେନ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇବା ନେଇ ସୂଚନା ଦେଲା ରେଳବାଇ

ଭୁବନେଶ୍ୱର: ବଢିଲା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଦିନ ୨ଟା ସୁଦ୍ଧା ଆସିଥିବା ତଥ୍ୟ ଦେଇଛି ରେଳ ବିଭାଗ । ଏହି ସମୟ ସୁଦ୍ଧା ମୃତ୍ୟୁ ସଂଖ୍ୟା ଏବେ ୨୮୮କୁ ବୃଦ୍ଧି ପାଇଛି । ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି । ଏହା ପୂର୍ବରୁ ମଧ୍ୟ ଦକ୍ଷିଣ ପୂର୍ବ ରେଳବାଇ […]

Continue Reading

ଏନସିଇଆରଟିର ଦଶମ ଶ୍ରେଣୀ ବହିରୁ ପିରିଅଡିକ ଟେବୁଲ, ଗଣତନ୍ତ୍ର ଆଦି ପାଠ୍ୟକ୍ରମ ରହିବ ନାହିଁ

ନୂଆଦିଲ୍ଲୀ: ସିବିଏସଏଇ ଦଶମ ଶ୍ରେଣୀ ବହିରେ ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ବା ଏନସିଇଆରଟି ପ୍ରମୁଖ ପରିବର୍ତ୍ତନ କରିଛି। ପିରିଅଡିକ ବା ପର୍ଯ୍ୟାୟ ଟେବୁଲ୍, ଗଣତନ୍ତ୍ର ଏବଂ ଶକ୍ତିର ଉତ୍ସ ଅଧ୍ୟାୟଗୁଡ଼ିକ ବହିରୁ ହଟାଇ ଦିଆଯାଇଛି। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଉ ଏନସିଇଆରଟିର ବହିରେ ଥିବା ପାଠ୍ୟ ଖସଡାରେ ଏହା ପଢିପାରିବେ ନାହିଁ। ଛାତ୍ରଛାତ୍ରୀଙ୍କ ଉପରେ ଭାର କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଚଳିତ ବର୍ଷ […]

Continue Reading

ରାହୁଲ ବିଜେପି ସହ ଲଢୁଛନ୍ତି ନା ଦେଶ ସହ : ମୁସଲିମ ଲିଗ ବୟାନ ଉପରେ ପ୍ରଶ୍ନ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଆମେରିକାରେ ମୁସଲିମ ଲିଗ ଉପରେ ଦେଇଥିବା ବୟାନକୁ ନେଇ ଦେଶରେ ବିବାଦ ତେଜିଛି । ରାହୁଲ ଗାନ୍ଧୀ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁସଲିମ ଲିଗକୁ ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷ ଦଳ ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରି କହିଛନ୍ତି, ରାହଲ ଗାନ୍ଧୀ ଏବଂ କଂଗ୍ରେସ ସ୍ପଷ୍ଟ କରନ୍ତୁ ଯେ […]

Continue Reading

ରାତି ପାହିଲେ ଦେବସ୍ନାନ ପୁର୍ଣ୍ଣିମା: ଆଜି ରାତି ୧୦ଟାରୁ ୧୬ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଦେବସ୍ନାନ ପୁର୍ଣ୍ଣିମା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ରାତି ପାହିଲେ ମହା ସ୍ନାନ କରିବେ ମହାପ୍ରଭୁ । ଏବେଠାରୁ ଶ୍ରୀଜୀଉଙ୍କ ଗଜବେଶ ଦର୍ଶନ ପାଇଁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏବେଠାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଲେଣି । ତେବେ ଦେବସ୍ନାନ ନୀତି ପାଇଁ ଆଜି ରାତି ୧୦ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ(୧୬ ଘଣ୍ଟା) ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । […]

Continue Reading

ଆଇପିଏଲ ସରିଲା, ଏବେ ଟିମ ଇଣ୍ଡିଆର ଆଗକୁ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ଏବେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ୭ ଜୁନରୁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ, ୩ଟି ଟି୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳାଯିବ । ୧୨ ଜୁଲାଇରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ ଏହି ସିରିଜ ଆୟୋଜିତ ହେବ । ଏହି […]

Continue Reading