know-how-facebook-earns-crores/

ଫେସବୁକ୍ କେମିତି କରୁଛି ଶହ ଶହ କୋଟି ରୋଜଗାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ବର୍ତ୍ତମାନ ସୋସିଆଲ ମିଡିଆରେ ମୋଷ୍ଟ ପପୁଲାର ଆପ୍ ହେଉଛି ଫେସବୁକ୍ । ଯାହାକୁ ବିଶ୍ୱରେ ୨୯୧ କୋଟି ଲୋକ ବ୍ୟବହାର କରୁଛନ୍ତି । ଯେଉଁମାନଙ୍କର ଫେସବୁକ୍ ଆକାଉଣ୍ଟ ରହିଛି ସେମାନେ ନିଜର ଅଧିକାଂଶ ସମୟ ଫେସବୁକରେ ହିଁ କାଟୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଫେସବୁକରେ ଆପଣ ଫଟୋ ଏବଂ ଭିଡିଓ ଦେଖି ଯେତେ ଅଧିକ ସମୟ କାଟିବେ ଫେସବୁକ ସେତେ ଅଧିକା ଲାଭବାନ ହୋଇଥାଏ । ଯେଉଁଥିରୁ ସେ କୋଟି କୋଟି ଟଙ୍କା କମାଏ […]

Continue Reading

ଏଠି କେବଳ ମହିଳା ବିକି ପାରିବେ ଜିନିଷ

ନୂଆଦିଲ୍ଲୀ: ବ୍ୟବସାୟକୁ ସର୍ବଦା ପୁରୁଷ ପ୍ରାଧାନ୍ୟ ଜିନିଷ ଭାବରେ ବିବେଚନା କରାଯାଏ । ମାତ୍ର ଭାରତରେ ଏମିତି ଏକ ବଜାର ରହିଛି ଯାହା ସମ୍ପୂର୍ଣ୍ଣ ଭାବରେ ମହିଳାଙ୍କ ଦ୍ୱାରା ପରିଚାଳିତ । ୫୦୦ ବର୍ଷର ପୁରୁଣା ଏମିତି ଏକ ବଜାର ରହିଛି ମଣିପୁରରେ । ମଣିପୁରରେ ଅବସ୍ଥାପିତ ଏହି ବଜାରଟିକୁ ମହିଳାଙ୍କ ଦ୍ୱାରା ପରିଚାଳିତ ଏସିଆର ସର୍ବବୃହତ ବଜାରର ମାନ୍ୟତା ମଧ୍ୟ ମିଳି ସାରିଛି । ମୀରାବାଇ ଚାନୁଙ୍କ ଅଲିମ୍ପିକ ରୌପ୍ୟ ପଦକ ପରେ ସମଗ୍ର ଦେଶର ଧ୍ୟାନ […]

Continue Reading

ଫୋବର୍ସ ଧନୀ ତାଲିକାରେ ମୁକେଶ ଅମ୍ବାନି ପ୍ରଥମ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ୍‌ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ ପାଇଛି। ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିଜ୍‌ ପ୍ରତିଷ୍ଠାତା ଶିବ ନାଦର ତୃତୀୟ ସ୍ଥାନରେ ରହିଛନ୍ତି। ରାଧାକୃଷ୍ଣ ଦମାନି ଚତୁର୍ଥ, ହିନ୍ଦୁଜା ଭ୍ରାତା ପଞ୍ଚମ,  ସାଇରସ୍‌ ପୁନାୱାଲା ଷଷ୍ଠ, ପାଲୋଞ୍ଜି ମିସ୍ତ୍ରୀ ସପ୍ତମ, ଉଦୟ […]

Continue Reading

ବିଦ୍ୟୁତ ବିଭ୍ରାଟରୁ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ

ଭୁବନେଶ୍ୱର: ବିଦ୍ୟୁତ ବିଭ୍ରାଟ କାରଣରୁ ସେପ୍ଟେମ୍ବର ୩୦ ତାରିଖ ରାତିରୁ ନବରତ୍ନ କମ୍ପାନୀ ନାଲକୋରେ ଆଲୁମିନିୟମ ଉତ୍ପାଦନ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳରେ ଥିବା କମ୍ପାନୀର ସ୍ମେଲଟରରେ ୮୦ଟି ପଟ୍ ଅଚଳ ହୋଇ ପଡ଼ିଛି । ବୈଷୟିକ ତ୍ରୁଟି ଯୋଗୁ କମ୍ପାନୀର କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ (ସିପିପି) ଓ ରାଜ୍ୟ ଗ୍ରୀଡରୁ ବିଦ୍ୟୁତ୍ ଯୋଗାଣ ହୋଇ ପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗତ ବୁଧବାର ରାତି ପ୍ରାୟ ୧୦.୫୦ […]

Continue Reading

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର କହି କ୍ଷମା ମାଗିଲା ଆମାଜନ

ଭୁବନେଶ୍ୱର: ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍‌ଲାଇନ୍ ସପିଂ ସାଇଟ୍ ଆମାଜନ୍ ସମ୍ବଲପୁରୀ ଶାଢ଼ୀକୁ ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗର ଦର୍ଶାଇ ବିକ୍ରି କରୁଥିଲା । ଏହା ଜଣାପଡିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପରେ ଆମାଜନ୍ ଏହାକୁ ନିଜ ସାଇଟ୍‌ରୁ ହଟାଇ ଦେଇଛିି । ଏଥିସହ ନିଜ ଭୁଲକୁ ସ୍ୱୀକାର କରିଛି । କେବଳ ସେତିକି ନୁହେଁ ସମ୍ବଲପୁରୀ ଶାଢ଼ୀ ଓଡ଼ିଶାର ବୋଲି ମଧ୍ୟ ଉଲ୍ଲେଖ […]

Continue Reading

ଭାରତରେ ବ୍ୟାନ୍ ହେଲା ‘ପବ୍‌ଜି’

ନୂଆଦିଲ୍ଲୀ: ଭାରତରେ ବ୍ୟାନ୍ ହେଲା ‘ପବ୍‌ଜି’ । ବହୁଳ ବ୍ୟବହୃତ ମୋବାଇଲ ଆପ୍‌କୁ ଆଜି କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । ‘ପବ୍‌ଜି’ ସହ ଆଉ ୧୧୮ ଟି ଚାଇନିଜ୍ ମୋବାଇଲ୍ ଆପ୍‌କୁ ମଧ୍ୟ ବ୍ୟାନ୍ କରାଯାଇଛି । କେନ୍ଦ୍ର ଆଇଟି ମନ୍ତ୍ରାଳୟ ଦ୍ୱାରା ଏହି କଟକଣା ଲାଗୁ କରାଯାଇଛି । ଏଯାଏଁ ସମୁଦାୟ ୨୨୪ଟି ଚୀନ ଆପ ଉପରେ କଟକଣା ଲାଗିଛି । ସେହିପରି ପୂର୍ବରୁ ୧୦୬ ଟି ଚୀନ ଆପ ଉପରେ କଟକଣା ଲାଗୁ […]

Continue Reading

ଓଡ଼ିଶାର ଟସର ସିଲ୍କ ଏବେ ଫ୍ଲିପକାର୍ଟରେ

ଭୁବନେଶ୍ୱର: କେନ୍ଦୁଝରରେ ଉତ୍ପାଦିତ ତଥା ଓଡ଼ିଶାର ପ୍ରସିଦ୍ଧ ଟସର ସିଲ୍କ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଉପଲବ୍ଧ ହେବ। ଟସର ରିଅର୍ସ କୋଅପରେଟିଭ୍ ସୋସାଇଟି (ଟିଆରସିଏସ୍), ଭାଗାମୁଣ୍ଡା ଏବଂ ଫ୍ଲିପକାର୍ଟ ଏକ ଏମଓୟୁ ସ୍ୱାକ୍ଷର କରିଥିବା ସୂଚନା ମିଳିଛି । ୧୯୭୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଟିଆରସିଏସ୍ ୩୦୦୦ ରୁ ଅଧିକ ଲୋକଙ୍କୁ କାର୍ଯ୍ୟ ଯୋଗାଇବା ସହ ସେମାନଙ୍କ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଛି । ଟିଆରସିଏସ୍ ସହିତ, ସେମାନେ ଆହୁରି ମଧ୍ୟ ରିଲିଂ, […]

Continue Reading

ଶିଶୁଙ୍କ ପୋଷଣ ସାଧନ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ‘ମାଣ୍ଡିଆ ଲଡୁ’ ବଣ୍ଟନ

ସୁନ୍ଦରଗଡ଼: ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ହେମଗିରି ବ୍ଲକରେ ‘ମାଣ୍ଡିଆ ଲଡୁ’ ଏବଂ ଲେଫ୍ରିପଡ଼ା ବ୍ଲକରେ ‘ସ୍ପିରୁଲିନାଯୁକ୍ତ ଚିନି ଓ ବାଦାମ ଚିକି’ର ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଟୁକୁନି ସାହୁ ଏହାର ଶୁଭାରମ୍ଭ କରିଛନ୍ତି। ‘‘ସୁନ୍ଦରଗଡ଼ […]

Continue Reading

ଲଗାଣ ବର୍ଷା ଯୋଗୁଁ ୩ ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ଦୁଇ ଦିନ ଧରି ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ସାଧାରଣ ଜୀବନ ମଧ୍ୟ ବାଧା ପ୍ରାପ୍ତ ହେଉଛି। ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ , ଭଦ୍ରକ ଏବଂ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିର ଉପୁଜିଲାଣି । ପ୍ରବଳ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା କାମାଖନଗର ସବ-ଡିଭିଜନ ଜଳମଗ୍ନ ହୋଇଯାଇଛି। ଖବର ମୁତାବକ ଅନେକ କଚ୍ଚା ଘର ନଷ୍ଟ ହୋଇଯାଇଥିବା ବେଳେ ବଡ଼ ବଡ଼ ଗଛ […]

Continue Reading

ପଖାଳ ମୋର ପସନ୍ଦ, ପିଠା ପ୍ରତି ରହିଛି ବିଶେଷ ରୁଚି: ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଖାଳ ଖାଇବାକୁ ଭଲ ପାଆନ୍ତି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହେବାକୁ ଯାଉଥିବା ‘ଆମ ଘର ଆମ ହାଣ୍ଡିଶାଳ’ କାର୍ଯ୍ୟକ୍ରମର ପ୍ରମୋଶନ ଅବସରରେ ଏହି କଥା କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଏଥି ସହ ସେ କହିଛନ୍ତି, ‘ଓଡିଶା ଜଗନ୍ନାଥଙ୍କ ଦେଶ । ମହାପ୍ରଭୁଙ୍କଠାରେ ଛପନ ଭୋଗ ହୋଇଥାଏ । ଓଡିଶାର ପର୍ବପର୍ବାଣୀ ଓ ପିଠାରେ ତାଙ୍କର ବିଶେଷ ରୁଚି ରହିଛି । ବାହାରୁ ଆସୁଥିବା ପ୍ରତିଟି ଅତିଥିଙ୍କୁ […]

Continue Reading