NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ ମୋବାଇଲ୍ ଫୋନକୁ ଜବତ କରିଛି ଏନସିବି । ସେହିପରି ସିମୋନ ଖମ୍ବାଟ୍ଟା ଓ ଜୟ ଶାହଙ୍କ ମୋବାଇଲ୍ ଫୋନ୍ ବି ଜବତ ହୋଇଛି । ସେମାନଙ୍କ […]

Continue Reading

NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା

ମୁମ୍ବାଇ: ମୁସ୍‌କିଲ୍‌ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍‌ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି । ଏହି ଲିଙ୍କରେ ଆଉ କିଏ ସାମିଲ ଅଛି, ଦୀପିକା କେତେ ଦନ ହେଲା ଡ୍ରଗ୍ସ ନେଉଥିଲେ, ତାଙ୍କୁ କିଏ ଡ୍ରଗ୍ସ ଯୋଗାଉଥିଲ ଏପରି ୫ରୁ ୬ଟି ଦିଗକୁ […]

Continue Reading

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପରିସରରେ ସମ୍ପୃକ୍ତ ପୋଲିସ ଅଧିକାରୀ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକାକୁ ଗଣଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ପୋଲିସଙ୍କୁ ତଦନ୍ତ ଅଧୀନରେ ଅଣାଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ତଦନ୍ତକରାଯାଉଛି, ଠିକ ସମୟରେ ଏନେଇ ପୋଲିସ ବକ୍ତବ୍ଯ ରଖିବ । ବର୍ତ୍ତମାନ କୌଣସି ବକ୍ତବ୍ଯ ରଖିବା ତଦନ୍ତକୁ ପ୍ରଭାବିତ କରିବ ବୋଲି କମିଶନର କହିଛନ୍ତ। ସମସ୍ତ ଅଭିଯୁକ୍ତ ତଦନ୍ତ ପରିସରଭୁକ୍ତ ଅଛନ୍ତି। ସତ୍ଯାତା ଓ ପ୍ରମାଣ ଭିତିରେ ନିଷ୍ପତ୍ତି ନିଆଯିବ ବୋଲି କମିଶନର କହିଛନ୍ତି।

Continue Reading

ଆସିଲେନି ରାକୁଲ, NCBରେ ହାଜର ହେଲେ ସିମୋନ ଖମ୍ବାଟା

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ଏନସିବି ରାଡାରରେ ରହିଛନ୍ତି ବଲିଉଡର ଅନେକ ବଡ ବଡ ନାୟିକା । ଏହି ମାମଲାରେ ଆଜି ଏନସିବି ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରାକୁଲ ପ୍ରିତ ସିଂଙ୍କୁ ହାଜର ହେବାକୁ କହିଥିଲା । ସିମୋନ ଖମ୍ବାଟା ଏନସିବିରେ ହାଜର ହୋଇଛନ୍ତି । ଏନସିବି ତାଙ୍କୁ ପଚରାଉଚରା ଜାରି ରଖିଛି । ସେପଟେ ଅଭିନେତ୍ରୀ ରାକୁଲ ପ୍ରିତ […]

Continue Reading

ମନ୍ଦିର ପରିସରରେ ମର୍ଡର, ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ମନ୍ଦିର ପରିସରରେ ମର୍ଡର । ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା । ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଳା ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ସ୍ଥିତ ରାଧାକୃଷ୍ଣ ମନ୍ଦିରରେ । ମନ୍ଦିର ପ୍ରାଙ୍ଗଣରେ ଥିବା ରୋଷେଇଘର ବାରଣ୍ଡାରେ ପଡିଛି ବ୍ୟକ୍ତିଙ୍କ ମୃତଦେହ। ମୃତକ ଜଣଙ୍କ କାଳିଆ ସାହୁ ବୋଲି ଜଣାପଡିଛି । ମୃତଦେହ ନିକଟରେ ଦୁଇଟି ଇଟା ମଧ୍ୟ ପଡିଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବଡ […]

Continue Reading

ଶିକାର ବେଳେ ଶିକାରୀଙ୍କ ଗୁଳିରେ ଗଲା ଜୀବନ, ୧୮ ଅଟକ

ରାୟଗଡା: ଶିକାର ବେଳେ ପଶୁ ଶିକାରୀ ଗୁଳିମାଡରେ ଗଲା ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ଅଣ୍ଡରାକାଂଚ ଥାନା ଖାଇଲାଯୋଡି ଅଂଚଳରେ । ସୂଚନାନୁସାରେ ମଙ୍ଗଳବାର ରାତିରେ କିଛି ଯୁବକ ନିକଟସ୍ଥ ଜଙ୍ଗଲକୁ ବାରାହା ଶିକାର କରିବାକୁ ଯାଇଥିଲେ । ଏହି ସମୟରେ କୌଣସି କାରଣବଶତଃ ଜଣେ ଲୋକଙ୍କ ଉପରେ ଗୁଳି ବାଜିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଖଗେଶ୍ୱର ଖଡିଆ । […]

Continue Reading

ପଶ୍ଚିମବଙ୍ଗ ବେଆଇନ ଗୋରୁ ଚାଲାଣ ଉପରେ ଚଢ଼ାଉ କଲା ସିବିଆଇ

କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଭାରତ-ବାଂଲାଦେଶ ସୀମାରେ ଚାଲୁଥିବା ଗୋରୁ ଚୋରା ଚାଲାଣକାରୀଙ୍କ ଚଢାଉ କରିଛି। ଆଜି ସକାଳେ କୋଲକାତା ଏବଂ ମୁର୍ସିଦାବାଦ ଜିଲ୍ଲାର ଏକାଧିକ ସ୍ଥାନରେ ଚଢାଉ କରାଯାଇଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ସର୍ଚ୍ଚ ଅପରେସନ ଚାଲିଛି। ଏହା ଭାରତ-ବଙ୍ଗଳା ସୀମାରେ ବେଆଇନ ଗୋରୁ କାରବାରର ସହ ଜଡିତ। ସିବିଆଇ ଅଧିକାରୀଙ୍କ […]

Continue Reading

ପୁଅର ଜୀବନ ପାଞ୍ଚଶହ ଟଙ୍କା

ମୟୂରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ପଡ଼ୋଶୀଙ୍କ ଘରୁ ୫୦୦ ଟଙ୍କା ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନାନୁସାରେ, ପଡୋଶୀ ମହିଳା ଏବଂ ଅନ୍ୟ କେତେକ ଗ୍ରାମବାସୀ ପିଲାଟି ଟଙ୍କା ଚୋରି କରିଥିବା ସନ୍ଦେହ କରିଥିଲେ । ଯଦିଓ ମହିଳା ଜଣକ ପୁଅକୁ ମାଡ ମାରିଥିବା ସ୍ୱୀକାର କରିଛନ୍ତି, ତଥାପି ସେ ତାଙ୍କ ମୃତ୍ୟୁ ବିଷୟରେ ଜାଣି […]

Continue Reading

ପୁନମ ପାଣ୍ଡେଙ୍କ ସ୍ୱାମୀକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ସବୁ ବେଳ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ବାହାଘରର ୧୨ ଦିନ ପରେ ହୋଇଛି ତାଙ୍କ ବିଚ୍ଛେଦ । ନିଜ ସ୍ୱାମୀଙ୍କ ନାଁରେ ସେ ଆଣିଛନ୍ତି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଏହାପରେ ହନିମୁନ ଲୋକେସନରୁ ହିଁ ତାଙ୍କ ସ୍ୱାମୀଙ୍କୁ ଉଠାଇ ନେଇଛି ପୋଲିସ । ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେ ମଙ୍ଗଳବାର ଦିନ ଗୋଆ କାନାକୋନା ଥାନାରେ ନିଜ ସ୍ୱାମୀ […]

Continue Reading

କିନ୍ନରଙ୍କୁ ଖରାପ ବ୍ୟବହାର ପଡିଲା ମହଙ୍ଗା, ବନ୍ଧା ହେଲେ ଟ୍ରାଫିକ ପୋଲିସ

କୋଲକାତା: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସୁରକ୍ଷା ଦେବ କିଏ? ଜଣେ କିନ୍ନର କର୍ମକର୍ତ୍ତା ଓ ଦୁଇ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଜଣେ କୋଲକାତା ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ତିନିଜଣ ଅଭିଯୋଗ କରିବା ପରେ ଅଭିଯୁକ୍ତ ଟ୍ରାଫିକ ପୋଲିସ ଅଭିଷେକ ଭଟ୍ଟାଚର୍ଯ୍ୟଙ୍କୁ ଗିରଫ କରାଯାଇଥିଲା। “ପଶ୍ଚିମବଙ୍ଗ ଟ୍ରାନ୍ସଜେଣ୍ଡର ଡେଭଲପମେଣ୍ଟ ବୋର୍ଡର ଜଣେ ସଦସ୍ୟ ଏବଂ ଅନ୍ୟ ଦୁଇଜଣ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ମାମଲା […]

Continue Reading