‘ଆୟୁଷ୍ମାନ୍‌ ଭାରତ ଡିଜିଟାଲ୍‌ ମିଶନ୍‌’ର ଶୁଭାରମ୍ଭ, ପ୍ରତି ନାଗରିକଙ୍କୁ ମିଳିବ ID

ନୂଆଦିଲ୍ଲୀ: ସାରା ଦେଶରେ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି । ସରକାର ଏହି ମିଶନକୁ ଐତିହାସିକ ବୋଲି କହିଛନ୍ତି । ଏହା ଅଧୀନରେ ପ୍ରତ୍ୟେକ ନାଗରିକଙ୍କର ସ୍ୱାସ୍ଥ୍ୟ ପରିଚୟ ରହିବ । ଏହି କାର୍ଡ ସଂପୂର୍ଣ୍ଣ ଡିଜିଟାଲ୍ ହେବ ଯାହା ଆଧାର କାର୍ଡ ପରି ଦେଖାଯିବ । ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲ୍‌ କିଲ୍ଲା ପ୍ରାଚୀର […]

Continue Reading

ଗୋଆ ନିର୍ବାଚନ ଲଢ଼ିବ ଟିଏମସି

ପାଣାଜି: ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଲଢ଼ିବ ବୋଲି ଶନିବାର ଘୋଷଣା କରିଛି । ଖୁବଶୀଘ୍ର ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପ୍ରମୁଖ ନେତା ଡେରେକ ଓ’ବ୍ରେନ କହିଛନ୍ତି । ଗୋଆରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଅବସରରେ ସେ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଆମ ପାର୍ଟିରେ ହାଇକମାଣ୍ଡ ସଂସ୍କୃତି ନାହିଁ । ଗୋଆବାସୀ ଏଥର ବିଜେପିକୁ ହଟାଇବା […]

Continue Reading

ଅକ୍ଟୋବରରେ ଠପ୍ ହେବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ : ଚଳିତ ମାସ ବାକି ରହି ଯାଇଛିକି ଆପଣଙ୍କ ବ୍ୟାଙ୍କ କାମ । ତାହେଲେ ସେପ୍ଟେମ୍ବର ୩୦ ଭିତରେ ସାରନ୍ତୁ ନିଜର ସମସ୍ତ ବ୍ୟାଙ୍କ କାମ । କାହିଁକି ନାଁ ଅକ୍ଟୋବରରେ ବ୍ୟାଙ୍କ ସେବା ହେବ ଠପ୍ । ମାସର ପ୍ରାୟ ୨୧ ଦିନ ଦେଶରେ ବନ୍ଦ ରହିବ ବ୍ୟାଙ୍କ । ଦଶହରା ଏବଂ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ରହିବ । ଏନେଇ ଆରବିଆଇ ପକ୍ଷରୁ ବ୍ୟାଙ୍କ ସୂଚୀ ଜାରି କରାଯାଇଛି […]

Continue Reading

ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

ଚଣ୍ଡିଗଡ଼ : କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ଗତ ସୋମବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିବା ଚନ୍ନୀ ନୂଆ ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୩ ଥର ଦିଲ୍ଲା ଗସ୍ତରେ ଗଲେଣି । ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର […]

Continue Reading

ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ୨୦୨୦ ପରୀକ୍ଷା ଫଳ, ଶୁଭମ କୁମାର ସର୍ବଭାରତୀୟ ଟପ୍ପର

ନୂଆଦିଲ୍ଲୀ: ଆଜି ସିଭିଲ ସର୍ଭିସ ମେନ ପରୀକ୍ଷାଫଳ ପ୍ରକାଶ ପାଇଛି | ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ମେନ ପରୀକ୍ଷାର ଟପ୍ପର ହୋଇଛନ୍ତି ଶୁଭମ କୁମାର | ସେହିପରି ଦ୍ଵିତୀୟ ସ୍ଥାନରେ ଜାଗୃତି ଆସ୍ୱସ୍ଥି ଅଛନ୍ତି | ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବିଟେକ କରିଥିବାବେଳେ ଜାଗୃତି ମଧ୍ୟ ଜଣେ ବି.ଟେକ ଛାତ୍ରୀ | ତୃତୀୟରେ ଅଙ୍କିତା ଜୈନ ଥିବାବେଳେ ଚତୁର୍ଥ ସ୍ଥାନରେ ୟସ ଜାଳୁକା ଅଛନ୍ତି | ସେହିପରି ସମୁଦାୟ ୭୬୧ ଜଣ ପରୀକ୍ଷାର୍ଥୀ […]

Continue Reading

ବାୟୁ ପ୍ରଦୂଷଣରେ ବର୍ଷକୁ ଯାଉଛି ୭୦ ଲକ୍ଷ ଜୀବନ, ଚିନ୍ତା ପ୍ରକଟ କଲା WHO

ନୂଆଦିଲ୍ଲୀ : ବିଶ୍ବରେ ବଢୁଛି ବାୟୁ ପ୍ରଦୂଷଣ । ବିଷାକ୍ତ ବାୟୁ ଯୋଗୁ ରୋଗ ବଢିବା ସହ ବଢୁଛି ମୃତ୍ୟୁସଂଖ୍ୟା । ବାୟୁର ଗୁଣାବତ୍ତା କମୁଥିବାରୁ ହୃଦ ରୋଗ ଓ ଲଙ୍ଗସଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି । ବାୟୁ ପ୍ରଦୂଷଣ ଯୋଗୁଁ ବର୍ଷକୁ ବିଶ୍ବରେ ପ୍ରାୟ ୭୦ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ୨୦୦୫ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା […]

Continue Reading

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ ଅନୁରାଗ ଠାକୁରଙ୍କ ଆଲୋଚନା

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କ୍ରୀଡ଼ାମନ୍ତ୍ରୀଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଆଲୋଚନା । ଭର୍ଚୁଆଲ ଜରିଆରେ କ୍ରୀଡାମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅନୁରାଗ ଠାକୁର । ଟୋକିଓ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତା ପରେ ଆଥଲେଟଙ୍କ ପାଇଁ ଭବିଷ୍ୟତର ଅଲିମ୍ପିକ୍ସ, ଏସିଆନ ଗେମ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଏକ ରୋଡମ୍ୟାପ ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରାଯାଇଛି । ସେହିପରି ତୃଣମୂଳସ୍ତରରେ କ୍ରୀଡ଼ାର […]

Continue Reading

ତାଲିବାନକୁ ଟାର୍ଗେଟ କଲା ଆଇଏସଆଇଏସ, ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ପୁଣି ମୁଣ୍ଡ ଟେକିଲା ଆତଙ୍କୀ ସଙ୍ଗଠନ ଆଇଏସଆଇଏସ । ଗତ ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ତାଲିବାନକୁ ଟାର୍ଗେଟ କରିଛି ସଙ୍ଗଠନ । ବିଭିନ୍ନ ଆକ୍ରମଣରେ ୩୫ରୁ ଅଧିକ ତାଲିବାନୀ ମୃତାହତ ହୋଇଛନ୍ତି । ନଙ୍ଗରହାର ପ୍ରଜାତନ୍ତ୍ରରେ ତାଲିବାନ ବାହିନୀର ଏକ ଗାଡି ଯାଉଥିବା ବେଳେ ଏହାକୁ ଟାର୍ଗେଟ୍ କରି ବିସ୍ଫୋରଣ ଘଟାଯାଇଛି । ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ହେବା ସହ ୨ ଜଣ ଆହତ ହୋଇଛନ୍ତି […]

Continue Reading

ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ

ଜୟପୁର : ଜୟପୁର କଲେଜ ଛାତ୍ରଙ୍କୁ ଅପହରଣ ଓ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ଥିତ ସ୍ୱତନ୍ତ୍ର ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟରେ ଏହି ମାମଲାର ରାୟ ପ୍ରାକାଶ ପାଇଛି । ଜଜ ପ୍ରଦୀପ କୁମାର ସାସମଲ ରାୟର ଶୁଣାଣି କରିଛନ୍ତି। ବିଂସିପୁର ଅଞ୍ଚଳର ଅଭିଯୁକ୍ତ ସୁମନ ବାଘକୁ ୩ ଟି ଦଫାରେ ଦଣ୍ଡିତ କରାଯିବା ସହ ୨୦ ବର୍ଷ ଜେଲ ଦଣ୍ଡ ସହ ୨୫ ବହଜାର ଟଙ୍କା ଆର୍ଥିକ ଜରିମାନାରେ ଦଣ୍ଡିତ କରିଛନ୍ତି […]

Continue Reading

ସାମ୍ନାକୁ ଆସିଲା ଚୀନର ଦାଦାଗିରି, ଏଲଏସିରେ ନିର୍ମାଣ କରୁଛି ୧୦ଟି ନୂଆ ବାୟୁସେନା ଘାଟି

ନୂଆଦିଲ୍ଲୀ : ସୀମାରେ ପୁଣି ଡ୍ରାଗନର ଦାଦାଗିରି । ଏଲଏସିରେ ୧୦ଟି ନୂଆ ବାୟୁସେନା ଘାଟି ନିର୍ମାଣ କରିଛି ଚୀନ । ଦୁଇଦେଶ ମଧ୍ୟରେ ବାରମ୍ବାର କଥାବାର୍ତ୍ତା ଚାଲିଥିବା ବେଳେ, ଚୀନର ଏହି ସାମରିକ ଘାଟି ନିର୍ମାଣକୁ ନେଇ ଚିନ୍ତା ପ୍ରକାଶ କରିଛି ଭାରତ । ଲଦାଖ, ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ବିଭିନ୍ନ ସୀମାରେ ଏହି ଘାଟିକୁ କୌଶଳଗତ ପର୍ଯ୍ୟାଲୋଚନା ପରେ ନିର୍ମାଣ କରାଯାଇଛି । ଏହା ଯୋଗୁ ଭାରତ ପ୍ରତି ଚୀନର ଶତ୍ରୁଭାବାପନ୍ନ […]

Continue Reading