ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିପାରେ; ରିପୋର୍ଟ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନ ଅନୁଯାୟୀ କରୋନାଭାଇରସ୍ ବିରୁଦ୍ଧରେ ଏକ ଶକ୍ତିଶାଳୀ ଆଣ୍ଟିବଡି ସୃଷ୍ଟି କରିବା ପାଇଁ ରୁଷ ସ୍ପୁଟ୍‌ନିକ ଭି ଟିକାର ଗୋଟିଏ ଡୋଜ ଯଥେଷ୍ଟ। ସେଲ୍ ରିପୋର୍ଟ୍ସ ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏହି ନୂତନ ଅଧ୍ୟୟନରେ, ଆର୍ଜେଣ୍ଟିନାର ୨୮୯ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ଏହି ଯାଞ୍ଚ ପ୍ରକ୍ରିୟାରେ ସ୍ବାସ୍ଥ୍ୟକର୍ମୀମାନେ ଗୋଟିଏ ଡୋଜ ସ୍ପୁଟ୍‌ନିକ ଭି ଟିକା ନେଇଥିଲେ। ଏମାନଙ୍କଠାରେ ଗୋଟିଏ ଡୋଜ ଟିକାରେ ନିର୍ଦ୍ଦିଷ୍ଟ ଆଣ୍ଟିବଡି ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ପରିଲକ୍ଷିତ […]

Continue Reading

ଡେଲ୍‌ଟା ପ୍ରଜାତିର ଦ୍ରୁତ ସଂକ୍ରମଣ ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିପାରେ; ‘ହୁ’

ନୂଆଦିଲ୍ଲୀ: କରୋନା ଡେଲ୍‌ଟା ପ୍ରଜାତିର ବୃଦ୍ଧି ଆଗକୁ ଭୟାବହ ପରିସ୍ଥିତି ସୃଷ୍ଟି କରିପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ଚେତାବନୀ ଦେଇଛି।’ ହୁ’ କହିଛି ଯେ କୋଭିଡ-୧୯ର ଡେଲଟା ପ୍ରଜାତିର ଦ୍ରୁତ ସଂକ୍ରମଣ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟସେବା ଉପରେ ଅଧିକ ଚାପ ସୃଷ୍ଟି କରିବାର ସମ୍ଭାବନା ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ଏଜେନ୍ସି ଚେତାବନୀ ଦେଇଛି ଯେ ଡେଲଟା ଭାରିଆଣ୍ଟର ଦ୍ରୁତ ବିସ୍ତାର ହେତୁ କମ୍‌ ଟିକାକରଣ କରିଥିବା ଅଞ୍ଚଳଗୁଡିକ ଅଧିକ ପ୍ରଭାବିତ ହେବେ। ‘ହୁ’ କହିଛି […]

Continue Reading

ପାକିସ୍ତାନରେ ପୁନର୍ବାର ଆତଙ୍କବାଦୀ ଆକ୍ରମଣ, ଏଥର ଟାର୍ଗେଟରେ ଚୀନ ଇଞ୍ଜିନିୟର

କରାଚୀ: କ୍ରମାଗତ ଦ୍ୱିତୀୟ ଦିନ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବୁଧବାର ଚୀନର ଇଞ୍ଜିନିୟର ଓ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସରେ କୋହିସ୍ତାନ ନିକଟରେ ବିସ୍ଫୋରଣ ଘଟିଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ଘଟିଛି । ଦସୁ ଡ୍ୟାମରେ କାମ କରୁଥିବା ୩୦ ଇଞ୍ଜିନିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏହି ବସ ଯାଉଥିଲା । ଅଧା ବାଟରେ ଯୋଜନା ମୁତାବକ ରଖାଯାଇଥିବା ଆଇଡିକୁ ଆତଙ୍କବାଦୀମାନେ ବିସ୍ଫୋରଣ କରାଇଥିଲେ । ପାକିସ୍ତାନ ସେନା ବସର […]

Continue Reading

ବିପଦ ଆଣିପାରେ କରୋନାର ଦୁଇଟି ଭିନ୍ନ ଭିନ୍ନ ଟିକା ନେବା

ନୂଆଦିଲ୍ଲୀ : ଦେଶରେ ଜାରି ରହିଛି ମହାମାରୀର ପ୍ରକୋପ । ସଂକ୍ରମଣର ହାର ହ୍ରାସ ପାଇଥିବା ବେଳେ, ମୃତ୍ୟୁ ସଂଖ୍ୟା କିନ୍ତୁ କମିବାର ନାଁ ନେଉନି । ଏଭଳି ସ୍ଥିତିରେ କରୋନାକୁ କାବୁ କରିବାକୁ ବିଶେଷଜ୍ଞମାନେ ଏବେ ବି ଜାରି ରଖିଛନ୍ତି ଅଧ୍ୟୟନ । ହେଲେ ଏବେ ମିକ୍ସ ଆଣ୍ଡ ମ୍ୟାଜ୍ ବା କକଟେଲ ଟିକାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଆବଶ୍ୟକ ହେଲେ ଭିନ୍ନ ଦୁଇଟି କମ୍ପାନୀର ଦୁଇଟି ଡୋଜ୍ ନେଇ ହେବ […]

Continue Reading

ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ, ମହାମାରୀ ଆଶଙ୍କା !

ନ୍ୟୁୟର୍କ: ଆମେରିକାରେ ରହସ୍ୟମୟ ଢ଼ଙ୍ଗରେ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି । କେଉଁ ରୋଗରେ ଆକ୍ରାନ୍ତ ହୋଇ ସେମାନେ ମୃତ୍ୟୁବରଣ କରୁଛନ୍ତି ତାହାର ତଦନ୍ତ ଚାଲିଛି । ଷ୍ଟାରଲିଙ୍ଗସ, ବ୍ଲୁ ଜେଜ, ଗ୍ରେକଲ୍ସଙ୍କ ପରୀ ପକ୍ଷୀ ମରିବା ପରୋକ୍ଷରେ ମହାମାରୀର ଆଶଙ୍କା ସୃଷ୍ଟି କରିଛି । ସାଧାରଣତଃ ସାଲମୋନେଲା ଓ କ୍ଲାମାୟିଡିଆ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ପକ୍ଷୀମାନେ ମରିଥାନ୍ତି । ମାତ୍ର ଏଥର ଏହି କାରଣ ଯୋଗୁ ପକ୍ଷୀ ମରୁ ନାହାନ୍ତି ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ […]

Continue Reading

ସୁରକ୍ଷା କର୍ମୀଙ୍କ ଉପରେ ମହାମାରୀ କରୋନାର ନଜର

ନୂଆଦିଲ୍ଲୀ : ସୁରକ୍ଷା କର୍ମୀଙ୍କ ଉପରେ ମହାମାରୀ କରୋନାର ନଜର । ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ୮୪ ହଜାରରୁ ଅଧିକ ଯବାନ କୋଭିଡରେ ସଂକ୍ରମିତ ହେଲେଣି । ସେମାନେଙ୍କ ମଧ୍ୟରୁ ୩୩୧ ଜଣ ଯବାନଙ୍କ ଜୀବନ ନେଇଛି ଭାଇରସ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଗତ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ଯବାନ ସଂକ୍ରମିତ ହୋଇଥିଲେ । ଏହି ସମୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୫ ପ୍ରତିଶତ […]

Continue Reading

ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରେ ଡିସିଜିଆଇ

ନୂଆଦିଲ୍ଲୀ : ଜରୁରୀକାଳୀନ ବ୍ୟବହାର ଲାଗି ଜାଇଡସ କାଡିଲାର ଟିକା ଜାଇକୋଭ-ଡି’କୁ ଅନୁମତି ଦେଇପାରନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ଲାଗି କୋଭିଡ ଟିକା ଦେବା ଲାଗି ଡିସିଜିଆଇ ଏହି ପଦକ୍ଷେପ ନେବେ । ଆସନ୍ତା କିଛି ଦିନ ଭିତରେ ଏନେଇ ପଦକ୍ଷେପ ନେବେ ଡିସିଜିଆଇ । ବର୍ତ୍ତମାନ ସୁଦ୍ଧା ଜାଇକୋଭ-ଡିକୁ ୧୨ ବର୍ଷରୁ ଅଧିକ ପିଲା ଓ ବିଭିନ୍ନ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହି ଟିକା […]

Continue Reading

ଶେର ବାହାଦୂର ଦେଉବା ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ସୁପ୍ରିମକୋର୍ଟ ସୋମବାର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଗୃହକୁ ଭଙ୍ଗ କରିବା ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି ଏବଂ ଏହାକୁ ପୁନଃସ୍ଥାପିତ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବାଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ଅନୁଯାୟୀ, ମେ ୨୪ ରେ ନିର୍ବାଚନ ପ୍ରକ୍ରିୟା ସମୟରେ ନିଜର ବହୁମତ ଉପସ୍ଥାପନ କରିଥିବା ଦେଉବାଙ୍କୁ ଜୁଲାଇ ୧୩ ସନ୍ଧ୍ୟା ସୁଦ୍ଧା ନୂତନ ପ୍ରଧାନମନ୍ତ୍ରୀ ଭାବରେ […]

Continue Reading

ଏହି ରାଜ୍ୟରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡିଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌। ଏ ନେଇ ହରି୍ରାଣା ସରକାର ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ବଢାଇବା ସହିତ କିଛି କଟକଣା କୋହଳ ମଧ୍ୟ କରିଛନ୍ତି। ରାଜ୍ୟ ସରକାର ୧୨ ଜୁଲାଇ ସକାଳ ୫ଟାରୁ ୧୯ ସକାଳ ୫ଟା ଯାଏ କଟକଣାକୁ ବୃଦ୍ଧି କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ ଓ ଅନ୍ତ୍ୟେଷ୍ଟି ଆଦିରେ ସର୍ବାଧି ୧୦୦ ଲୋକ ଯୋଗ ଦେଇପାରିବେ। ଖୋଲା ସ୍ଥାନରେ ଏହି କାର୍ଯ୍ୟକ୍ରମରେ ହେଲେ ୨୦୦ ଲୋକ ଯାଇପାରିବେ। […]

Continue Reading

କୋଭିଡରେ ଗଲାଣି ୮୬୦ ଡାକ୍ତରଙ୍କ ଜୀବନ

ଭୁବନେଶ୍ବର : ଦେଶରେ ତାଣ୍ଡବ ରଚିଛି ମହାମାରୀ କରୋନା । ଅନେକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଜୀବନ ନେଇଛି ଭାଇରସ । ତେବେ ଏହାରି ଭିତରେ ଆଇଏମଏ ଦେଇଛି ସାଂଘାତିକ ତଥ୍ୟ । କୋଭିଡ ଚିକିତ୍ସା ସମୟରେ ଦେଶର ପାଖାପାଖି ୮୬୦ ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ଆଇଏମଏ । ଆଇଏମଏ ମୁଖ୍ୟାଳୟର ତଥ୍ୟ ଅନୁସାରେ, କୋଭିଡ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ ଡାକ୍ତର । କିନ୍ତୁ ଚିକିତ୍ସା ସମୟରେ […]

Continue Reading