କାଲିଠୁ ଅଚଳ ହୋଇଯିବ କି ଫେସବୁକ ଓ ଟ୍ୱିଟର?

ନୂଆଦିଲ୍ଲୀ: ଯଦି ନୂତନ ନିର୍ଦ୍ଦେଶାବଳୀ ପାଳନ ନକରନ୍ତି‌ ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଭାରତରେ ବ୍ୟାନ୍‌ ହୋଇପାରେ। ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିର୍ଦ୍ଦେଶାବଳୀ ଗ୍ରହଣ କରିବାର ଶେଷ ତାରିଖ ମେ ୨୫ ରେ ଶେଷ ହେବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ହ୍ବାଟ୍‌ସ ଆପ୍‌, ଫେସବୁକ୍, ଟ୍ୱିଟର ସମେତ କୌଣସି ପ୍ଲାଟଫର୍ମ ନୂତନ ନିୟମାବଳୀ ପାଳନ କରି ନାହାନ୍ତି। ଟ୍ୱିଟରର ଭାରତୀୟ ସଂସ୍କରଣ ‘କୁ’ ଏକମାତ୍ର ସୋସିଆଲ ମିଡିଆ ଆପ୍ ଯାହା ଆସନ୍ତା […]

Continue Reading

ମାଗଣାରେ କରୋନା ସଂକ୍ରମିତଙ୍କୁ ପତଞ୍ଜଳୀର ‘କରୋନିଲ୍‌ କିଟ୍‌’ ବାଣ୍ଟିବ ଏହି ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ପତଞ୍ଜଳୀର କରୋନିଲ୍‌ କିଟ୍‌କୁ ନେଇ ବିବାଦ ଜାରି ରହିଥିବା ବେଳେ ଅନ୍ୟପଟେ ହରିୟାଣା ସରକାର କରୋନା ସଂକ୍ରମିତ ରୋଗୀଙ୍କୁ ମାଗଣାରେ ଏହା ବାଣ୍ଟିବାକୁ କହିଛନ୍ତି। ପତଞ୍ଜଳୀ ଏହାକୁ କରୋନା ପ୍ରତିରୋଧକ ବୋଲି ଦାବି କରୁଥିବା ବେଳେ ଡାକ୍ତର ଏହାକୁ କରୋନାକୁ ରୋକିବା ଲାଗି ଉପଯୁକ୍ତ ନୁହେଁ ବୋଲି କହିଛନ୍ତି। ତେବେ ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍‌ କହିଛନ୍ତି ଯେ ରୋଗୀଙ୍କ ମଧ୍ୟରେ୧ ଲକ୍ଷ କରୋନିଲ କିଟ୍ ମାଗଣାରେ ବଣ୍ଟନ […]

Continue Reading

ଏହି ରାଜ୍ୟରେ ଜୁନ୍‌ ୧ ଯାଏ ବଢିଲା ଲକ୍‌ଡାଉନ୍‌

ପାଟନା: ବିହାରରେ ପୁଣି ବଢିଲା ଲକ୍‌ଡାଉନ୍‌। ସୋମବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକ୍‌ଡାଉନ୍‌ ଅବଧିକୁ ଜୁନ୍ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି। “ଲକ୍‌ଡାଉନ୍‌ର ଭଲ ପ୍ରଭାବ ପଡିଛି ଏବଂ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ତେଣୁ ଜୁନ୍ ୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ବିହାର ସିଏମ୍‌”। ମହାମାରୀର ସମୀକ୍ଷା ପାଇଁ ଡକାଯାଇଥିବା ଏକ ଉଚ୍ଚ […]

Continue Reading

ଦିଲ୍ଲୀରେ ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ସମସ୍ତ ୪୦୦ ଟିକାକରଣ କେନ୍ଦ୍ର ବନ୍ଦ

ନୂଆଦିଲ୍ଲୀ: ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ସମସ୍ତ ୪୦୦ ଟିକାକରଣ କେନ୍ଦ୍ର ଦିଲ୍ଲୀରେ ବନ୍ଦ ରହିଛି ବୋଲି ଡେପୁଟି ସିଏମ ମନୀଷ ସିସୋଦିଆ ସୋମବାର କହିଛନ୍ତି। ଲୋକଙ୍କୁ କରୋନାଭାଇରସରୁ ରକ୍ଷା କରିବା ଲାଗି ଟିକାକରଣର ଆବଶ୍ୟକତା ରହିଛି ବୋଲି ସିସୋଦିଆ କହିଛନ୍ତି। ଏହାସହିତ ସେ କହିଛନ୍ତି ଯେ ଅନ୍ୟ ଦେଶର ଲୋକଙ୍କୁ ଦିଆଯାଉଥିବା ଟିକାକୁ କେନ୍ଦ୍ର ଅନୁମୋଦନ କରିବା ଉଚିତ। ଡେପୁଟି ସିଏମ୍ କହିଛନ୍ତି ଯେ ୧୮ରୁ ୪୪ ବୟସ ବର୍ଗ ପାଇଁ ସମସ୍ତ ୪୦୦ […]

Continue Reading

ଦିଲ୍ଲୀକୁ କରୋନା ଟିକା ଦେବାକୁ ମନା କଲା ଫାଇଜର ଏବଂ ମଡର୍ନା; କେଜ୍ରିୱାଲ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଫାଇଜର ଏବଂ ମଡର୍ନା କୋଭିଡ ଟିକାକୁ ସିଧାସଳଖ ଦିଲ୍ଲୀ ସରକାରଙ୍କୁ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଉଭୟ ଆମେରିକୀୟ ଫାର୍ମାସ୍ୟୁଟିକାଲ୍ ସଂସ୍ଥା ସୂଚନା ଦେଇଛନ୍ତି ଯେ ସେମାନେ କେବଳ ଭାରତ ସରକାରଙ୍କ ସହ ଚୁକ୍ତି କରିଛନ୍ତି। ଦେଶରେ ଔଷଧର ଅଭାବ ମଧ୍ୟରେ ଟିକା କିଣିବା ପାଇଁ ଦିଲ୍ଲୀ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ସାମିଲ୍‌ ଅଛି। ଆସନ୍ତା ତିନି ମାସ […]

Continue Reading

ଅତ୍ରଙ୍ଗୀ ଅକ୍ଷୟ

ଭୁବନେଶ୍ୱର : ବଲିଉଡ଼ର ଷ୍ଟାର ଅକ୍ଷୟ କୁମାର । ଯିଏ କି ଖିଲାଡି କୁମାର ନାଁରେ ବେଶ ଜଣାଶୁଣା । ଜଣେ ଷ୍ଟାର ଭାବେ ନୁହେଁ ସମାଜ ସେବାରେ ସବୁଠୁ ଆଗରେ ରହିଛନ୍ତି । ଲୋକଙ୍କ ପ୍ରତିଟି ବିପଦ ସମୟରେ ସହଯୋଗର ହାତ ବଢାଇଛନ୍ତି । ସେ କରୋନା ସମୟରେ ଅକ୍ସିଜେନ୍ ଦେବା ହେଉ କି ମହାରାଷ୍ଟ୍ରରେ ମରୁଡ଼ି ବେଳେ କୃଷକଙ୍କୁ ସହଯୋଗ କରିବା ହେଉ । କେବେ ପଛକୁ ହଟିନାହାନ୍ତି । ପଞ୍ଜାବୀ ପରିବାରରେ ଜନ୍ମ […]

Continue Reading

ଇଂଲଣ୍ଡ ଗସ୍ତରେ ଧୋନୀ, ଲୟଡଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିିରିଜ ଖେଳିବାକୁ ଯାଉଛି । କୋହଲି ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ କରିବା ଗୌରବ ଅର୍ଜନ କରିବେ । ସେ ଏବେ ୬୦ ମ୍ୟାଚରେ ଭାରତର ନେତୃତ୍ୱ ସୁଚାରୁରୂପେ ତୁଲାଇବା ସହ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମକକ୍ଷ ହୋଇପାରିଛନ୍ତି । ଏହା ବ୍ୟତୀତ କୋହଲି ଭାରତର ସବୁଠାରୁ […]

Continue Reading

ପଞ୍ଜାବ ସରକାରଙ୍କୁ ସିଧାସଳଖ ଟୀକା ଦେବାକୁ ମନା କଲା ମୋଡେର୍ଣ୍ଣା

ଚଣ୍ଡୀଗଡ:ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ଟୀକା ନେବା ପାଇଁ ପଞ୍ଜାବ ସରକାର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛି । କମ୍ପାନୀ ସିଧାସଳଖ ରାଜ୍ୟ ସରକାରଙ୍କୁ ଟୀକା ଦେଇପାରିବ ନାହିଁ ବୋଲି କହିଛି । ଯଦି ଟୀକା ଦିଆଯିବ ତାହାହେଲେ ଭାରତ ସରକାର ମାଧ୍ୟମରେ ବୋଲି ସ୍ପଷ୍ଟ କରିଛି । ପଞ୍ଜାବ ସରକାର ଗ୍ଲୋବାଲ ଟେଣ୍ଡରରେ ସ୍ଫୁଟନିକଭି, ଫାଇଜର, ମୋଡେର୍ଣ୍ଣା ଏବଂ ଜନଶନ ଆଣ୍ଡ ଜନଶନ କମ୍ପାନୀ ନିକଟରେ ଆବେଦନ କରିଛି । ସୂଚନାଯୋଗ୍ୟ, ମୋଡେର୍ଣ୍ଣା […]

Continue Reading

ମାଉଟେଂନ ମାରାଥନ ବେଳେ ପାଗ ବଦଳିଲା, ୨୧ ଆଥଲେଟଙ୍କ ଥଣ୍ଡାରେ ମୃତ୍ୟୁ

ବେଜିଂ: ଚୀନରେ ଏକ ମାଉଟେଂନ ମାରାଥନ ପ୍ରତିଯୋଗିତା ବେଳେ ବଡଧରଣର ଅଘଟଣ ଘଟିଛି । ଏହି ମାରାଥନ ଦୌଡ ଚାଲିଥିବା ବେଳେ ହଠାତ ବରଫ ପଡିବା ସହ ଥଣ୍ଡା ପବନ ବୋହିଥିଲା ଫଳରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କ ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି । ୧୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୧୫୧ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି । ୟେଲୋ ରିଭର ଷ୍ଟୋନ ଫରେଷ୍ଟ ଅଂଚଳରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବରଫ ଏବଂ ଥଣ୍ଡା […]

Continue Reading

ଏହି ରାଜ୍ୟରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌ ଅବଧି

ଚେନ୍ନାଇ: ତାମିଲନାଡୁରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଶନିବାର ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଠାରୁ ଏହା କାର୍ଯ୍ୟକାରୀ ହେବ। ସର୍ବସାଧାରଣଙ୍କ ସୁବିଧା ଲାଗି ଆଜି ଏବଂ ଆସନ୍ତାକାଲି ରାତି ୯ଟା ପର୍ଯ୍ୟନ୍ତ ଦୋକାନଗୁଡ଼ିକ ଖୋଲା ରହିବ। ସ୍ଥାନୀୟ ସଂସ୍ଥାଗୁଡ଼ିକର ନେଟୱାର୍କ ମାଧ୍ୟମରେ ମୋବାଇଲ୍ ଆଉଟଲେଟ୍ ଚେନ୍ନାଇ ଏବଂ ସାରା ରାଜ୍ୟରେ ପନିପରିବା ଏବଂ ଫଳ ଯୋଗାଇବାରେ ସାହାଯ୍ୟ କରିବ ବୋଲି ସରକାର କହିଛନ୍ତି। ସମସ୍ତ […]

Continue Reading