କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ ଗମ୍ଭୀର ଭାବେ ଆକ୍ରାନ୍ତ ଲୋକ ୮ ସପ୍ତାହରେ କୋଭିସିଲ୍ଡର ୨ଟି ଡୋଜ୍ ନେବେ । ପୂର୍ବରୁ ୨ଟି ଡୋଜ୍ […]

Continue Reading

ରିଲିଜ ହେଲା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଡି କମ୍ପାନୀ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଗ୍ୟାଙ୍ଗଷ୍ଟର ଫିଲ୍ମ ଡି କମ୍ପାନୀ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏ ନେଇ ନିର୍ମାତା ରାମ ଗୋପାଳ ବର୍ମା ‌ନିଜେ ଘେ‌ାଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅଶ୍ୱତ କନ୍ଥ, ପ୍ରଣୟ ଦୀକ୍ଷିତ, ନୈନା ଗାଙ୍ଗୁଲି ଏବଂ ଇରା ମୋର୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହାର କାହାଣୀ ଡାଉଡ୍ ଇବ୍ରାହିମ ନେତୃତ୍ୱରେ ମୁମ୍ବାଇରେ ଚାଲିଥିବା ଏକ ଷ୍ଟ୍ରିଟ୍ ଗ୍ୟାଙ୍ଗ କିପରି ବିଶ୍ୱର ସବୁଠାରୁ ଭୟଙ୍କର ଅପରାଧୀ ସଂଗଠନରେ ପରିଣତ […]

Continue Reading

ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି; ମେ ୧୬ରୁ ୩୦ ସମ୍ପୂର୍ଣ୍ଣ ବନ୍ଦ

ପଶ୍ଚିମବଙ୍ଗ: ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ଅବଧିକୁ ବଢାଇସାରିଲେଣି। ଏହାଭିତରେ ପଶ୍ଚିମବଙ୍ଗ ସରକାର ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଶନିବାର ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ମେ ୧୬ ରୁ ୩୦ ପର୍ଯ୍ୟନ୍ତ ଲାଗୁ ହେବ। ଆସନ୍ତାକାଲି ସକାଳ (ରବିବାର) ସକାଳ ୬ ଟାରୁ ଏହି ଲକଡାଉନ୍ କାର୍ଯ୍ୟକାରୀ ହେବ।

Continue Reading

କରୋନାରେ ସିଏମ୍‌ ମମତା ବାନାର୍ଜୀଙ୍କ ଭାଇ ଅଶିମ୍ ବନ୍ଦୋପାଧ୍ୟାୟଙ୍କ ପରଲୋକ

ପଶ୍ଚିମବଙ୍ଗ: କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅଶିମ୍ ବନ୍ଦୋପାଧ୍ୟାୟ। କରୋନା ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପାରିବାରିକ ସୂତ୍ର ଅନୁଯାୟୀ, ଗତ ଏକ ମାସ ଧରି ଅଶିମ୍‌ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ସୂତ୍ରରୁ ପ୍ରକାଶ ଯେ, ଅଶିମ୍‌ଙ୍କ ଶେଷକୃତ୍ୟ କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି କରାଯିବ।

Continue Reading

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି ଛତିଶଗଡ ସୀମାନ୍ତରେ ଉଭା ହୋଇଛନ୍ତି କରୋନା ମାତା । ଛତିଶଗଡର ରାଜନାନ୍ଦ ଗାଁରେ ମହିଳାମାନେ ଏକ ଗଛ ଉପରେ ଆସ୍ଥା ପ୍ରକଟ କରି କରୋନା […]

Continue Reading

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ରକୁ ଆସିଲେ ଏଣିକି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ୪୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ଥିଲେ ପ୍ରବେଶ ଅନୁମତି ମିଳିବ […]

Continue Reading

ଭାରତ ବାୟୋଟେକ୍‌ର ୫୦ କର୍ମଚାରୀ କରୋନା ପଜିଟିଭ

ହାଇଦ୍ରାବାଦ: ଭାରତ ବାୟୋଟେକ୍‌ କମ୍ପାନୀର ୫୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲାଙ୍କ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ନିର୍ଦ୍ଦେଶକ ଇଲାଙ୍କ ଟ୍ବଟ୍‌ରେ କୁହାଯାଇଛି ଯେ କୋଭିଡ କାରଣରୁ ଆମର ୫୦ ଜଣ କର୍ମଚାରୀ କାମରୁ ଦୂରେଇ ରହିଛନ୍ତି। ତଥାପି ଏହି ମହାମାରୀ ସମୟରେ ଆମେ ଆପଣଙ୍କ ପାଇଁ ୨୪ ଘଣ୍ଟା କାର୍ଯ୍ୟ ଜାରି ରଖିଛୁ। ”

Continue Reading

ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା ! ଆରବ ସାଗରରେ ଖୁବଶୀଘ୍ର ଦାନା ବାନ୍ଧିବ

ନୂଆଦିଲ୍ଲୀ: ଆରବ ଆଗରରେ ଆସୁଛି ଚଳିତବର୍ଷର ପ୍ରଥମ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ଓ ବିଭିନ୍ନ ପାଣିପାଗ ସଂସ୍ଥା । ଏବେ ଦକ୍ଷିଣ-ପୂର୍ବ ଆରବ ସାଗରରେ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆମାଗୀ ୨୪ ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଓ ଦକ୍ଷିଣ-ପୂର୍ବ ଆରବ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବ । ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଆସନ୍ତା ୧୫ ତାରିଖ ସୁଦ୍ଧା ଡିପ୍ରେସନରେ ପରିଣତ ହେବ । […]

Continue Reading

ମହାମାରୀରୁ ବି ଲାଭ କମାଉଛି ଚୀନ !

ବେଜିଂ: କରୋନା ମହାମାରୀରୁ ମୁକିଳିବା ପାଇଁ ସାରା ବିଶ୍ୱ ଏକତ୍ର ହେଉଥିବା ବେଳେ ଚୀନ କିନ୍ତୁ ଏଥିରୁ ବାଦ୍ ପଡିଛି । ବିପତି ବେଳେ କିଭଳି ଅଧିକ ଲାଭ ଆଦାୟ କରାଯାଇ ପାରିବ ସେ ନେଇ ମୁଣ୍ଡ ଖେଳାଉଛି । ଚୀନ କୋଭିଡ ସହ ଜଡିତ ସାମଗ୍ରୀର ଦାମ ୨ଗୁଣା ବୃଦ୍ଧି କରିଛି । ସପ୍ଲାୟ ଚେନ୍ ଖୋଲା ରହିଲେ କୋଭିଡ-୧୯କୁ ନିୟନ୍ତ୍ରଣ କରାଯାଇ ପାରିବ । ଉଦାହରଣ ସ୍ୱରୂପ ଚୀନ ୨୦୦ ଲିଟର ଅକ୍ସିଜେନ କଂସଟ୍ରେଟରର […]

Continue Reading

ଅଗଷ୍ଟ ସୁଦ୍ଧା କୋଭିଶିଲ୍ଡର ମାସିକ ଉତ୍ପାଦନ ୧୦ କୋଟି ଛୁଇଁବ ଏବଂ କୋଭାକ୍ସିନର ୭.୮ କୋଟି

ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ ଟିକାର ଅଭାବର ଦୃଶ୍ୟ ଦେଖିବାକୁ ମିଳୁଛି। ଗୋଟିଏ ଡୋଜ୍‌ ନେଲା ପରେ ଆଉ ଗୋଟିଏ ଡୋଜ୍‌ ପାଇଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି। ତେବେ ଏହା ଭିତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭରତ ବାୟୋଟେକ୍ ଆସନ୍ତା ଚାରିମାସ ପାଇଁ କେନ୍ଦ୍ରକୁ ସେମାନଙ୍କ ଉତ୍ପାଦନ ଯୋଜନା ଦାଖଲ କରିଛନ୍ତି ଏବଂ ସୂଚନା ଦେଇଛନ୍ତି ଯେ ସେମାନେ  ଆସନ୍ତା ଅଗଷ୍ଟ ସୁଦ୍ଧା କାଭିଶିଲ୍ଡ ଏବଂ କୋଭାକ୍ସିନର ଯଥାକ୍ରମେ ୧୦ କୋଟି ଏବଂ ୭.୮ କୋଟି […]

Continue Reading