ରିତେଶ, ଜେନେଲିଆ, ସୋନାକ୍ଷୀ ନେଲେ ପ୍ରଥମ ଡୋଜ୍‌ କରୋନା ଟିକା

ମୁମ୍ବାଇ: କରୋନାର ଦ୍ବିତୀୟ ତରଙ୍ଗ ଯୋଗୁ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଟିକାକରଣ ପ୍ରକ୍ରିୟା ମଧ୍ୟ ଜୋର୍‌ସୋରରେ ଚାଲିଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଟିକା ନେଉଛନ୍ତି ଏବଂ ଅନ୍ୟମାନଙ୍କୁ ଟିକା ନେବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି। ଆଜି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ, ଜେନେଲିଆ ଡି’ସୁଜା ଏବଂ ସୋନାକ୍ଷୀ ସିହ୍ନା ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଇନଷ୍ଟାଗ୍ରାମରେ ଟିକା ର ପ୍ରଥମ ଡୋଜ୍‌ ଗ୍ରହଣ କରିବାର ଫଟୋ ମଧ୍ୟ ସେୟାର କରାଯାଇଛି। […]

Continue Reading

କଙ୍ଗନାଙ୍କ କୋଭିଡ୍‌ ପୋଷ୍ଟ ହଟାଇଲା ଇନଷ୍ଟାଗ୍ରାମ

ମୁମ୍ବାଇ: ଇନଷ୍ଟାଗ୍ରାମ କଙ୍ଗନା ରାନାୱତଙ୍କ କରୋନା ପଜିଟିଭ ପୋଷ୍ଟକୁ ଡିଲିଟ କରିଦେଇଛି। କଙ୍ଗନା ନିକଟରେ କରୋନା ପଜିଟିଭ ହୋଇଥିବା ଜଣାପଡିଥିଲା। ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ ସେୟାର୍‌ କରିଥିଲେ। ସେ ପୋଷ୍ଟ କରିଥିଲେ ଯେ, ସେ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ଏହାକୁ ସେ ଏକ “ଛୋଟ ଫ୍ଲୁ” ବୋଲି କହିଥିଲେ। ଏହାପୂର୍ବରୁ ଶନିବାର ଦିନ କଙ୍ଗନା ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ସେ ଭୂତାଣୁ ସଂକ୍ରମିତ ହୋଇଥିବା […]

Continue Reading

କୋଭିଡ୍ ଟିକା ନେଲେ ବିରାଟ କୋହଲି, ସେୟାର କଲେ ଫଟୋ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ବି ସେୟାର କରିଛନ୍ତି । ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ଯେତେ ଶୀଘ୍ର ଟିକା ନେବାକୁ ଅପିଲ କରିଛନ୍ତି । ସେହିପରି ଆଜି ଫାଷ୍ଟ ବୋଲର ଇଶାନ୍ତ ଶର୍ମା ବି ଟିକା ନେଇଛନ୍ତି […]

Continue Reading

ଆଜିଠୁ ଆରମ୍ଭ କେବିସି ସିଜିନ ୧୩ ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ବିଗ୍‌ ବିଙ୍କ କୌନ ବନେଗା କରୋଡ୍‌ପତି ସିଜିନ ୧୩। ଏଥିପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେଉଛି। ଆଜି ରାତି ୯ଟାରୁ ଏଥିପାଇଁ ପଞ୍ଜୀକରଣ କରିପାରିବେ। ଦ୍ୱାଦଶ ଥର ପାଇଁ ଏହି ଶୋ’କୁ ହୋଷ୍ଟ କରିବେ ଅମିତାଭ ବଚ୍ଚନ। ସୋନିଲିଭ୍ ଆପ୍ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯିବ। ଗତ ବର୍ଷ ପରି, ଏହି ସିଜିନରେ  ମଧ୍ୟ ସମଗ୍ର ଚୟନ ପ୍ରକ୍ରିୟା ଅନଲାଇନ୍‌ରେ ହେବ। ଆଜି ସୋନି ଟିଭିରେ ରାତି ୯ଟାରେ ଅମିତାଭ ବଚ୍ଚନ ତାଙ୍କର ପ୍ରଥମ ପ୍ରଶ୍ନ ପଚାରିବେ। ଏହା ପରେ ପ୍ରତି ରାତିରେ ଅମିତାଭଙ୍କ ଦ୍ୱାରା ଏକ ନୂତନ ପ୍ରଶ୍ନ ଉପସ୍ଥାପିତ ହେବ। କୌନ ବନେଗା କରୋଡ୍‌ପତି ୧୩ ପାଇଁ ପଞ୍ଜିକରଣ କରିବାକୁ, ପ୍ରାର୍ଥୀମାନଙ୍କୁ SMS କିମ୍ବା ସୋନିଲିଭ୍ ଆପ୍ ମାଧ୍ୟମରେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିବ। ଆପଣ ସୋନିଲିଭ୍ ଅଫିସିଆଲ୍ ୱେବସାଇଟରୁ ସୋନିଲିଭ୍ ଆପ୍ ଡାଉନଲୋଡ୍ କରିପାରିବେ। ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଷ୍ଟୋର୍‌ରେ ମଧ୍ୟ ଏହି ଆପ୍ ଉପଲବ୍ଧ।

Continue Reading

ଶପଥ ନେଲେ ମମତା ବାନାର୍ଜୀଙ୍କ କ୍ୟାବିନେଟର ୪୩ ମନ୍ତ୍ରୀ

କୋଲକାତା: ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଟିଏମସି ସରକାରରେ ୪୩ ଜଣ ମନ୍ତ୍ରୀଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଉତ୍ସବରେ ସମସ୍ତ ମନ୍ତ୍ରୀ ପଦ ଓ ପୋଗନୀୟତାର ଶପଥପାଠ କରିଛନ୍ତି । ସେମାନଙ୍କୁ ଶପଥପାଠ କରାଇଥିଲେ ରାଜ୍ୟପାଳ । ପୂର୍ବରୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ମମତା ବାନାର୍ଜୀ । ତାଙ୍କ କ୍ୟାବିନେଟ ଶପଥ ନେଇ ନଥିଲା । ୪୩ ଜଣିଆ ମନ୍ତ୍ରିମଣ୍ଡଳରେ କିଛି ପୁରୁଣା ଓ […]

Continue Reading

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ହିମନ୍ତ ବିଶ୍ବ ଶର୍ମା ଆସାମ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବ ଶର୍ମା। ରବିବାର ଦିନ ବିଜେପି ବିଧାନସଭା ପାର୍ଟି ଗୌହାଟୀରେ ଭେଟିବା ପରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି। ଆସାମରେ ବିଜେପି ବିଧାନସଭା ଦଳର ନେତା ଭାବରେ ହିମନ୍ତ ବିଶ୍ବା ଶର୍ମା ନିର୍ବାଚିତ ହୋଇଥିଲେ। ଆଜି ଏହି ବୈଠକରେ ରାଜ୍ୟ ବିଜେପି […]

Continue Reading

ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି; ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରୁଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ ବୃଦ୍ଧି କରିଛନ୍ତି। ମେ ୧୭ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ। ଏହି ସମୟରେ ସମସ୍ତ କଟକଣାକୁ କଠୋର ଭାବେ ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ଏହି ଅବଧି […]

Continue Reading

ୟୁପିରେ ପୁଣି ସପ୍ତାହେ ବଢିଲା ଳକ୍‌ଡାଉନ

ଉତ୍ତରପ୍ରଦେଶ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ। ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ନାଇଟ୍ କର୍ଫ୍ୟୁ ମଧ୍ୟ ଲାଗୁ କରାଗଲାଣି। ଅନେକ ରାଜ୍ୟ ନିଜର କର୍ଫ୍ୟୁ ଅବଧିକୁ ମଧ୍ୟ ବୃଦ୍ଧି କରୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁଯାୟୀ ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟି‌ରେ ରଖି ଉତ୍ତରପ୍ରଦେଶ ସରକାର ଲକ୍‌ଡାଉନ୍‌ ଅବଧିକୁ ପୁଣି ବଢାଇ ଦେଇଛନ୍ତି। ଏହି ଅବଧି ୧୭ ମେକୁ ବୃଦ୍ଧି କରିଛନ୍ତି ୟୁପି ସରକାର। ୟୁପି ସରକାରଙ୍କ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସମସ୍ତ ଦୋକାନ ଏବଂ […]

Continue Reading

ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସର୍ବାନନ୍ଦ ସୋନୋଓ୍ୱାଲ

ଗୌହାଟୀ: ଆସାମରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ସସପେନ୍ସ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଅସ୍ତଫା ଦେଇଛନ୍ତି ସର୍ବାନନ୍ଦ ସୋନୋଓ୍ୱାଲ । ସେ ରାଜ୍ୟପାଳ ଜଗଦୀଶ ମୁଖିଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୋନୋଓ୍ୱାଲଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ବି ଇସ୍ତଫା ଦେଇଥିବା ସୂଚନା ମିଳିଛି ।  ସେପଟେ ଆଜି ସ୍ଥିର ହେବ କିଏ ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଆଜି ଦିସପୁରରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । ଏଠାରେ ବିଧାୟକ ଦଳ […]

Continue Reading

କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ 2-DG ଔଷଧ ବ୍ୟବହାର ପାଇଁ DCGIର ଅନୁମତି

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଆଉ ଏକ ଔଷଧକୁ ଅନୁମତି ଦେଇଛନ୍ତି । ଡିଆରଡିଓ ପ୍ରସ୍ତୁତ କରିଥିବା ଥେରାପୁଟିକ ଆପ୍ଲିକେସନ୍ ଅଫ୍ ଡ୍ରଗ୍-୨ ଡେକ୍ସି-ଡି-ଗ୍ଲୁକ୍ଲୋଜ୍ (2-DG)କୁ ଅନୁମତି ମିଳିଛି । ମଧ୍ୟମରୁ ଗୁରୁତର କୋଭିଡ୍ ଆକ୍ରାନ୍ତଙ୍କୁ 2-DG ଥେରାପି ଭାବେ ଦିଆଯାଇ ପାରିବ । ଏହାକୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଯାଇ ପାରିବ ବୋଲି ଡିଆରଡିଓ ସୂଚନା ଦେଇଛି । ଡିଆରଡିଓର ଲାବ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଡକ୍ଟର ରେଡ୍ଡୀ […]

Continue Reading