ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବ । ତେବେ ଆଇପିଏଲ ଯୋଗୁ ବିିସିସିଆଇର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ […]

Continue Reading

ସସ୍‌ପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍‌ପେଣ୍ଡ୍‌ କରାଯାଇଛି। ନିକଟରେ କଙ୍ଗନା ଟୁଇଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ମନ୍ତବ୍ୟ ଦେଇଥିଲେ। ରାଜ୍ୟରେ ସମ୍ପ୍ରତି ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଜିତିବା ପରେ କଙ୍ଗନା ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବି କରିଥିଲେ। ଏହାପରେ ତାଙ୍କ ଟ୍ବିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିବା […]

Continue Reading

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇଲେ ସେଫ୍‌ ସଞ୍ଜୀବ କପୁର

ମୁମ୍ବାଇ: ଲୋକପ୍ରିୟ ସେଫ୍‌ ସଞ୍ଜୀବ କପୁର ମଧ୍ୟ କୋଭିଡ୍‌ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। “ଆମେ ଖୁବ ଶୀଘ୍ର ଅହମ୍ମଦାବାଦକୁ ବିସ୍ତାର କରିବୁ ବୋଲି ସେ କହିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ ନିରନ୍ତର ପରିଶ୍ରମ କରୁଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ବୋଲି ସେଫ୍‌ କପୁର ଉଲ୍ଲେଖ କରିଛନ୍ତି।

Continue Reading

କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ଦିଲ୍ଲୀରେ ଅବସ୍ଥାପିତ ଏବଂ ଓଡିଶାରେ ଜନ୍ମିତ ସାମ୍ବାଦିକ ମନୋଜ ବେବୋର୍ତ୍ତାଙ୍କର ରବିବାର ରାତିରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ମନୋଜ ନ୍ୟୁଜ୍ ୧୮ ରେ ଏକ ପ୍ରୋଗ୍ରାମ କୋର୍ଡିନେସନ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ସୂଚନାନୁସାରେ, ମନୋଜ ଗତ ଏକ ସପ୍ତାହରୁ କରୋନାରେ ପୀଡିତ ଥିଲେ ଏବଂ ତାଙ୍କୁ କଟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]

Continue Reading

ଆଇପିଏଲରେ କରୋନା ସଙ୍କଟ, ଚେନ୍ନାଇ ଟିମର ୩ ସଦସ୍ୟଙ୍କ ରିପୋର୍ଟ ପଜିଟିଭ

ଅହମ୍ମଦାବାଦ: କରୋନା ମହାମାରୀ ଧିରେ ଧିରେ ଏବେ ଆଇପିଏଲକୁ ଗ୍ରାସ କରିବାକୁ ଲାଗିଛି । ସୋମବାର କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ ଆଜିର ମୁକାବିଲାକୁ ବାତିଲ କରି ଦିଆଯାଇଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଚିନ୍ତା ବଢ଼ିଛି । ଅବଶ୍ୟ ଏଥିରେ କୌଣସି ଖେଳାଳି ସଂକ୍ରମିତ ହୋଇ ନାହାନ୍ତି । ଚେନ୍ନାଇର ସିଇଓ […]

Continue Reading

ଡିଏମକେ ଜିତିବ ବୋଲି ମାନସିକ ରଖିଥିଲେ ମହିଳା, ଜିଭ କାଟି ପୂରଣ କଲେ ପ୍ରତିଜ୍ଞା

ଚେନ୍ନାଇ:ଡିଏମକେ ଜିତିବ ବୋଲି ତାମିଲନାଡୁର ଜଣେ ମହିଳା ମାନସିକ କରିଥିଲେ । ଏହା ପୂରଣ ହେବାରୁ ୩୨ ବର୍ଷୀୟା ବନୀତା ଜିଭ କାଟି ତାଙ୍କ ପ୍ରତିଜ୍ଞା ରଖିଛନ୍ତି । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । କୋଭିଡ-୧୯ କଟକଣା ଯୋଗୁ ତାଙ୍କୁ ମୁଥାଲମନ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମିଳି ନ ଥିଲା । ଶେଷରେ ସେ ମନ୍ଦିର ବାହାରେ ଜିଭ କାଟି ଭଗବାନଙ୍କୁ ସମର୍ପଣ କରିଥିଲେ । ଜିଭ କାଟିବାର […]

Continue Reading

ମେ ୫ରୁ ଆନ୍ଧ୍ରପ୍ରଦେଶରେ ଆଂଶିକ ଲକ୍‌ଡାଉନ୍‌

ଆନ୍ଧ୍ରପ୍ରଦେଶ: କୋଭିଡ-୧୯ ମାମଲାରେ କ୍ରମାଗତ ବୃଦ୍ଧି ପରେ ଆନ୍ଧ୍ରପ୍ରଦେଶ ସରକାର ମେ ୫ଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ କରିବାକୁ ଘୋଷଣା କରିଛନ୍ତି। ଆଜି ଅମରାବତୀର କ୍ୟାମ୍ପ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଏହି ନିଷ୍ପତ୍ତି ନେଇଛନ୍ତି। ଦୋକାନଗୁଡ଼ିକ କେବଳ ସକାଳ ୬ ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ। ଜରୁରୀ ସେବାଗୁଡିକ ପ୍ରଭାବିତ ହେବ ନାହିଁ। ଆନ୍ଧ୍ରପ୍ରଦେଶରେ ରବିବାର ଦିନ ୨୩,୯୨୦ ନୂଆ କରୋନା ମାମଲା […]

Continue Reading

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ପେରିରା

କଲମ୍ବୋ:୩୨ ବର୍ଷ ବୟସରେ ଶ୍ରୀଲଙ୍କାର ଷ୍ଟାର ଅଲରାଉଣ୍ଡର ଥିସରା ପେରିରା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୦୯ରେ ସେ ଭାରତ ବିପକ୍ଷରେ ଏକଦିବସୀୟ ମ୍ୟାଚ ମାଧ୍ୟମରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ଶ୍ରୀଲଙ୍କା ପକ୍ଷରୁ ୬ଟି ଟେଷ୍ଟ, ୧୬୬ଟି ଦିନିକିଆ ଓ ୮୪ଟି୨୦ ମ୍ୟାଚ ଖେଳିଛନ୍ତି । ପେରିରା ନିକଟରେ ଏକ ଘରୋଇ ଟୁର୍ଣ୍ଣାମେଂଟରେ ଗୋଟିଏ ଓଭରରେ ୬ ଛକା ମାରିଥିଲେ । ଏହା ବ୍ୟତୀତ ଆନ୍ତର୍ଜାତୀୟ ଟି୨୦ରେ ସେ ହ୍ୟାଟ୍ରିକ ନେଇଥିଲେ […]

Continue Reading

ଭାରତକୁ ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ ସାମଗ୍ରୀ ପଠାଇବ ଫାଇଜର

ନୂଆଦିଲ୍ଲୀ: ଗ୍ଲୋବାଲ ଫାର୍ମା ପ୍ରମୁଖ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା‌ରେ ବ୍ୟବହୃତ ଔଷଧ ଭାରତ ପଠାଇବ। ଏ ନେଇ କମ୍ପାନୀର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି। ସେ ଭାରତରେ ଥିବା କୋଭିଡ-୧୯ ପରିସ୍ଥିତିକୁ ନେଇ ଗଭୀର ଭାବରେ ଚିନ୍ତିତ ବୋଲି କହିଛନ୍ତି। ଏହି ରୋଗ ବିରୋଧରେ ଭାରତର ସଂଗ୍ରାମରେ ଆମେ ଅଂଶୀଦାର ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ବୋର୍ଲା। ବର୍ତ୍ତମାନ, ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରଗୁଡ଼ିକରେ […]

Continue Reading

ଅକ୍ସିଜେନ ଅଭାବରୁ ୧୪ କରୋନା ରୋଗୀଙ୍କ ମୃତ୍ୟୁ !

ଆନ୍ଧ୍ରପ୍ରଦେଶ: ସୂଚନା ଅନୁଯାୟୀ ଶନିବାର ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲରେ ୧୪ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି। ଅମ୍ଳଜାନ ଅଭାବରୁ ଏହି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ଜିଲ୍ଲା ପ୍ରଶାସନ ଡାକ୍ତରଖାନା ପରିଦର୍ଶନ କରି ଅମ୍ଳଜାନ ଯୋଗାଣକୁ ସଠିକ୍‌ ଭାବରେ ଯାଞ୍ଚ କରିଥିଲେ। ଜିଲ୍ଲା ସଂଗ୍ରହକାରୀ କହିଛନ୍ତି ଯେ ଯେଉଁମାନେ ଅମ୍ଳଜାନ ଯୋଗାଣର ଅଭାବ ଦର୍ଶାଇଥିଲେ ସେମାନଙ୍କ ଉପରେ ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି, “ଆମ […]

Continue Reading