ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୪୯ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ: ଗୁଜରାଟର ସ୍ପେଶାଲ କୋର୍ଟ ବହୁ ଚର୍ଚ୍ଚିତ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣର ଶୁଣାଣୀ କରିଛନ୍ତି । ୪୯ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୨୮ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ୨୦୦୮ ଜୁଲାଇ ୨୬ରେ ଅହମ୍ମଦାବାଦର ୨୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏଥିରେ ୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୬ ଆହତ ହୋଇଥିଲେ । ୯୦୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଥିଲା । ବୋମା ତିଆରିଠାରୁ ଆରମ୍ଭ କରି ବିସ୍ଫୋରଣ ପର୍ଯ୍ୟନ୍ତ ସମସ୍ତ […]

Continue Reading

ଭାରତର “ନେଷ୍ଟ ମ୍ୟାନ୍‌” ରାକେଶ ଖତ୍ରୀ

ନୂଆଦିଲ୍ଲୀ: ପରିଣତ ବୟସରେ ଜଣେ ବ୍ୟକ୍ତି ଭାରତର ରାଜଧାନୀ ଦିଲ୍ଲୀରେ ସମସ୍ତ ପକ୍ଷୀଙ୍କୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀର ଅଶୋକ ବିହାରରେ ରହୁଥିବା ରାକେଶ ଖତ୍ରୀ ନାମକ ଜଣେ ବ୍ୟକ୍ତି ଭାରତର ଏକମାତ୍ର ନେଷ୍ଟ ମ୍ୟାନ୍ ଭାବେ ଜଣାଶୁଣା । ରାକେଶ ଓରଫ ନେଷ୍ଟ ମ୍ୟାନ୍ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଚଢେଇ ବସା ତିଆରି କରିଥିବା ସୂଚନା ରହିଛି । ଚଢେଇଙ୍କ ବସା ନିର୍ମାଣ କରିବା ନେଇ ରାକେଶ ଅନେକ ସମ୍ମାନର ଅଧିକାରୀ […]

Continue Reading

ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଜେଏନୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶାନ୍ତୀଶ୍ରୀ ଧୂଳିପୁଡି  ପଣ୍ଡିତଙ୍କୁ ୫ ବର୍ଷ ପାଇଁ ଭିସି ଭାବେ ନିଯୁକ୍ତି କରାଯାଇଛି । ପୂର୍ବତନ ଭାଇସ ଚାନସେଲର ପ୍ରଫେସର ଏମ ଜଗଦେଶ କୁମାରଙ୍କ ସ୍ଥାନରେ ଶାନ୍ତିଶ୍ରୀ ଜେଏନୟୁ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି । ଅନ୍ୟପଟେ ଜେଏନୟୁର କୂଳପତି ଦାୟିତ୍ୱରୁ ଛାଡିଥିବା […]

Continue Reading

ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ଘୋଷଣା କଲେ ସରକାର

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ।ଏନେଇ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ଲତା ମଙ୍ଗେଶକରଙ୍କ ଜନ୍ମ ସ୍ଥାନ ନାଁରେ ଇନ୍ଦୋରରେ ସଙ୍ଗୀତ ଏକାଡେମୀ ଖୋଲାଯିବା ସହ ସଂଗ୍ରାହଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।ଏବଂ ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀରେ ରାଜ୍ୟରେ ତାଙ୍କ ନାଁରେ ନାମିତ ପୁରଷ୍କାର ପ୍ରଦାନ କରାଯିବ । ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ମଧ୍ୟ […]

Continue Reading

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖ ଲତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ମାନ୍ୟଗଣ୍ୟ […]

Continue Reading

୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା

ନୂଆଦିଲ୍ଲୀ : ୫ଟି ରାଜ୍ୟ ଲାଗି କୋହଳ ହେଲା ନିର୍ବାଚନ କମିଶନଙ୍କ କଟକଣା । ଇନଡୋର ଓ ଆଉଟଡୋର ରାଲି ଲାଗି ପ୍ରଚାର କ୍ଷେତ୍ରରେ କୋହଳ ହୋଇଛି କଟକଣା । ଇନଡୋର ରାଲି ଲାଗି ସାମର୍ଥ୍ୟର ୫୦ ପ୍ରତିଶତ ଲୋକଙ୍କୁ ଅନୁମତି ଥିବା ବେଳେ, ଆଉଟଡୋର ରାଲି ଲାଗି ସାମର୍ଥ୍ୟର ୩୦ ପ୍ରତିଶତ ଲୋକଙ୍କୁ ମିଳିବ ଅନୁମତି । ନିର୍ବାଚନ କମିଶନ ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଆଉଟଡୋର ମିଟିଂ, ଇନଡୋର ମିଟିଂ, ରାଲି […]

Continue Reading

ଚନ୍ନି ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ନାଁ ଘୋଷଣା କଲେ ରାହୁଲ ଗାନ୍ଧି

ଅମୃତସର : ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଦୀର୍ଘ ଦିନ ହେବ ଯେଉଁ ଚର୍ଚ୍ଚା ଲାଗି ରହିଥିଲା, ତାର ଅବସାନ ଘଟିଛି । ଚରଣଜିତ୍ ସିଂହ ହୋଇଛନ୍ତି ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଆଜି ରାହୁଲ ଗାନ୍ଧୀ ଏନେଇ ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଏଥିସହ ଚରଣଜିତ୍ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଧୂଳିସାତ୍ ହୋଇଛି ସିଦ୍ଧୁଙ୍କ ଆଶା । ମୁଖ୍ୟମନ୍ତ୍ରୀ […]

Continue Reading

ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୧୦୧ ଛେଳି ବଳି ପକାଇ ଦୀର୍ଘ ଜୀବନ କାମନା କଲେ ବ୍ୟବସାୟୀ

ହାଇଦ୍ରାବଦ: ଅସଦୁଦ୍ଦିନଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ଘଟଣା । ୧୦୧ ଛେଳିକୁ ବ୍ୟବସାୟୀମାନେ ବଳି ପକାଇ ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏ ଅସଦୁଦ୍ଦିନ ଓୱେସୀଙ୍କ ସୁରକ୍ଷା ପାଇଁ ଦୀର୍ଘ ଜୀବନ କାମନା କରିଛନ୍ତି । ଏହି କାର୍ୟ୍ୟକ୍ରମରେ ମାଲାକପେଟ୍ ବିଧାୟକ ଏବଂ ଏଆଇଏମଆଇଏମ ନେତା ଅହମ୍ମଦ ବାଲା ଯୋଗ ଦେଇଥିଲେ। କିଛି ଦିନ ପୂର୍ବରୁ ନିର୍ବାଚନ ପ୍ରଚାର ପାଇଁ ୟୁପିର ମିରଟ ଗସ୍ତରେ ଥିବା ବେଳେ ଆସାଦୁଦ୍ଦିନଙ୍କ କାର ଉପରକୁ ଗୁଳିମାଡ଼ ହୋଇଥିଲା। ଏହି ଆକାକ୍ରମଣରୁ ସେ […]

Continue Reading

ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କୁ ଦରକାର ୬ରନ

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଉ ୬ରନ ସଂଗ୍ରହ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ କୋହଲି ଭାରତୀୟ ମାଟିରେ କମ ମ୍ୟାଚରେ ୫୦୦୦ ରନ ହାସଲ କରିବା ଗୌରବ ଅର୍ଜନ କରିବେ । ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା ସେ ୧୨୧ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ । କୋହଲି ଏ ପର୍ଯ୍ୟନ୍ତ ମାତ୍ର […]

Continue Reading

ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି, ଧରାଇଦେଲା ସ୍ତ୍ରୀର ଆଧାର କାର୍ଡ

ଭୁବନେଶ୍ୱର: ପ୍ରେମିକା ସହ ହୋଟେଲରେ ମଉଜ ମସ୍ତି କରିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ବ୍ୟକ୍ତି ଜଣକ ହୋଟଲରେ ରହିବା ପାଇଁ ବ୍ୟବହାର କରିଥିଲେ ନିଜ ସ୍ତ୍ରୀର ଆଧାର କାର୍ଡ । ବାସ୍ ଏହି ଭୁଲ୍ ପାଇଁ ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ହାତରେ ଧରାପଡିଥିଲେ । ମହାରାଷ୍ଟ୍ର ପୁଣେରେ ଏହି ଘଟଣା ସାମ୍ନାକୁ ଆସିଥିଲେ ହେଁ ବ୍ୟକ୍ତି ଜଣକ ଗୁଜରାଟର ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । ପୋଲିସ ରିପୋର୍ଟ ଅନୁଯାୟୀ […]

Continue Reading