ଘରୋଇ ବିମାନ ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର : ଓମିକ୍ରନକୁ ନେଇ ଏବେ ବଢୁଛି ଭୟ । କରୋନା ଭାଇରସର ନୂତନ ଭାରିଆଣ୍ଟ ଓମିକ୍ରନକୁ ସମଗ୍ର ବିଶ୍ୱରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ହୁ ଓମିକ୍ରନକୁ ଭୟାନକ ବୋଲି କହିବା ପରେ ମହାରାଷ୍ଟ୍ର ସରକାର ଏବେ ସମସ୍ତ ଘରୋଇ ବିମାନ ଯାତ୍ରୀମାନଙ୍କ ପାଇଁ ଆରଟି-ପିସିଆର ପରୀକ୍ଷାକୁ ବାଧ୍ୟତାମୂଳକ କରି ଦେଇଛନ୍ତି । ନଭେମ୍ବର ୩୦ ତାରିଖରେ ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ଏକ ଆଦେଶରେ ମହାରାଷ୍ଟ୍ର ସରକାର […]

Continue Reading

ରାଜ୍ୟରେ ସରକାରୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ଘର ଯୋଗାଇଦେବେ ଯୋଗୀ ସରକାର

ଦିଲ୍ଲୀ : ଆଗକୁ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଉତ୍ତର ପ୍ରଦେଶ । ହେଲେ ଏଥର ରାଜ୍ୟରେ ତୃତୀୟ ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଓକିଲ ମାନଙ୍କୁ ୧ ଟଙ୍କାରେ ସରକାରୀ ଘର ଯୋଗାଇ ଦେବା ପାଇଁ ଯୋଗୀ ସରକାର ବିଚାର ବିମର୍ଶ କରୁଥିବା ଖବର ସାମ୍ନାକୁ ଆସିଛି । ହେଲେ ଏହି ଘର ଯେଉଁ ବ୍ୟକ୍ତି ମାନେ ପାଇବେ ସେମାନେ […]

Continue Reading

ବଢୁଛି ଓମିକ୍ରନ୍ ଭୟ : ଦିଲ୍ଲୀ ବିମାନବନ୍ଦରରେ ୪ କରୋନା ପଜିଟିଭ ଚିହ୍ନଟ

ଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ୪ଜଣ ଲଣ୍ଡନ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ । ଏହାପରେ ବିମାନ ବନ୍ଦରରେ ଟେଷ୍ଟିଂ ଓ ଟ୍ରାକିଂକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ସେଠାରୁ ସଂକ୍ରମିତଙ୍କୁ ସିଧା ଏଲଏନଜେପି ହସ୍ପିଟାଲ ନିଆଯାଇ ସଙ୍ଗରୋଧରେ ରଖାଯାଇଛି । ଲଣ୍ଡନ ଓ ଆର୍ମଷ୍ଟରଡମରୁ ଆସିଥିବା ଯାତ୍ରୀଙ୍କ ଧ୍ୟରୁ ୪ଜଣଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ଓମିକ୍ରନ୍ ମଧ୍ୟରେ ଏହି ଯାତ୍ରୀଙ୍କ ଠାରେ କରୋନା ପଜିଟିଭ୍ ମିଳିବା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି […]

Continue Reading

ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା

ଦିଲ୍ଲୀ : ଡିସେମ୍ବର ୧୫ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ ବିମାନ ଉଡାଣ ମନା । ଭାରତରୁ ବିଦେଶକୁ ଆଉ ବିମାନ ଉଡିବ ନାହିଁ ବୋଲି କଟକଣା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଅଫ୍ରିକାର ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟ ଚାରିଆଡେ ବ୍ୟାପି ଯାଇଛି । ଅନେକ ଦେଶକୁ ମଧ୍ୟ ଏହି ଓମିକ୍ରନ ଭାରିଆଣ୍ଟ ଭୂତାଣୁ ବ୍ୟାପିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଦେଶକୁ ବିମାନ ଉଡିପାରିବ […]

Continue Reading

ଚିନ୍ତା ବଢାଇଲା ଓମିକ୍ରନ: ଦକ୍ଷିଣ ଆଫ୍ରିକା ଫେରନ୍ତା ୬ ଜଣ କରୋନା ଆକ୍ରାନ୍ତ

ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୋମ୍ବିଭଲି ଥାନେରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ସମସ୍ତଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ରହିଥିବା ବେଳେ ଏହା ଓମିକ୍ର୍ରନ କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ନଭେମ୍ବର ୨୪ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ […]

Continue Reading

ଡିସେମ୍ବର ପାଇଁ ଆସିଲା କରୋନା Guideline: ହେବନି ଜିରୋ ନାଇଟ୍ ସେଲିବ୍ରେସନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଡିସେମ୍ବର ପାଇଁ କରୋନା ଗାଇଡଲାଇନ ପ୍ରକାଶ ପାଇଛି । ଏହି ଗାଇଡ ଲାଇନ ଅନୁସାରେ ପୂର୍ବପରି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଡିସେମ୍ବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ଗାଇଡ ଲାଇନ କାର୍ଯ୍ୟକାରୀ ହେବ । ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନ ଉପରେ ବାରଣ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କଟକଣା ରଖାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ […]

Continue Reading

ପୁଣି ଚର୍ଚ୍ଚାରେ ଅମିଷା ପଟେଲ, ଏଥର ଗିରଫ ହୋଇପାରନ୍ତି !

ମୁମ୍ବାଇ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମିଷା ପଟେଲ । ଚେକ ବାଉନ୍ସ ମାମଲାରେ ତାଙ୍କୁ କୋର୍ଟରେ ହାଜର ହେବାକୁ ସୋମବାର ଭୋପାଳ କୋର୍ଟ ନୋଟିସ୍ ଜାରି କରିିଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ନିର୍ମାଣ କରିବା ଲାଗି ଅଭିନେତ୍ରୀ ଅମିଷା ୟୁଟିଏଫ୍ ଟେଲିଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀରୁ ମୋଟା ଅଙ୍କର ଅର୍ଥ ଉଦ୍ଧାର ଆଣିଥିଲେ । ହେଲେ ଟଙ୍କା ପଇଠ କରିବା ସମୟରେ ଅମିଷାଙ୍କର ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ହୋଇଥିଲା […]

Continue Reading

କଙ୍ଗନାଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ : ବଲିଉଡର ପଙ୍ଗା କୁଇନଙ୍କ ପିଛା ଛାଡୁନି ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ହତ୍ୟା କରିବା ନେଇ ଧମକ ମିଳୁଥିବାରୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି କଙ୍ଗନା । ଏହି ଅଭିଯୋଗର କପି ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି କଙ୍ଗନା । କଙ୍ଗନା ତାଙ୍କ ଇଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ମୁଁ ଲେଖିଥିଲି କି ଦେଶଦୋହୀ ଆତଙ୍କବାଦୀଙ୍କୁ କେତେବେଳେ କ୍ଷମା କରାଯାଇପାରିବ […]

Continue Reading

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ବ୍ୟାଟିଂ ଯୋଗୁ ଦଳ ୯ ଉଇକେଟରେ ୧୬୫ ରନ କରିଥିଲା । ଟମ ଲାଥାମ(୫୨), ୱିଲିୟମ ସମରଭିଲ୍ଲେ (୩୬) ଓ କେନ ୱିଲିୟମସନ ୨୪ ରନ କରିଥିଲେ । ତେବେ ନ୍ୟୁଜିଲାଣ୍ଡ […]

Continue Reading

ଫିଲ୍ମରେ ସୁଯୋଗ ଦେବା ପାଇଁ ଆଦିତ୍ୟଙ୍କୁ ୨୦ କୋଟି ଦେଇଥିଲେ ରଣବୀରଙ୍କ ବାପା !

ମୁମ୍ବାଇ: ବିବଦୀୟ ଫିଲ୍ମ କ୍ରିଟିକ ଓ ଅଭିନେତା କମାଲ ଆର ଖାଁ ଆଜି ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ରଣବୀର ସିଂଙ୍କ ବାପା ଜଗଜିତ ସିଂ ଭବନାନୀ ପୁଅକୁ ହୀରୋ କରିବା ପାଇଁ ଆଦିତ୍ୟ ଚୋପ୍ରାଙ୍କୁ ୨୦କୋଟି ଟଙ୍କା ଦେଇଥିଲେ । ସୂଚନାଯୋଗ୍ୟ, ରଣବୀର ୟଶରାଜ ବ୍ୟାନରର ବ୍ୟାଣ୍ଡ ବାଜା ବାରାତରେ ଅନୁଷ୍କା ଶର୍ମାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବଂଟି ଔର ବବଲୀ ୨ର ରିଭ୍ୟୁ କରିବା ସମୟରେ କେଆରକେ ଏହି […]

Continue Reading