ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡନାଭିସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ବାର୍ଲଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବାବ । ମୁମ୍ବାଇ ସହରରେ ସେ ୬୨ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ସହ ଅଣ୍ଡରଓ୍ବାର୍ଲଡର ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ । ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […]

Continue Reading

ୟୁପି ଫୈଜାବାଦ ରେଲୱେ ଷ୍ଟେସନର ନାଁ ଅଯୋଧ୍ୟା କ୍ୟାଣ୍ଟ ହେଲା ; ଯୋଗୀ ସରକାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଷ୍ଟେସନର ନାମ ଆଜି ପରିବର୍ତ୍ତନ କରିଛନ୍ତି।ଏହି ଷ୍ଟେସନର ପରିବର୍ତ୍ତିତ ନାଁ ଅଯୋଧ୍ୟା କ୍ୟାଣ୍ଟ ହୋଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି । ବିଜେପି ସାଂସଦ ଲାଲୁ ସିଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୈଜାବାଦ ଷ୍ଟେସନର ନାଁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାଦ ଦେଇଥିଲେ। ଯୋଗୀ ମଧ୍ୟ ଏହି ନଷ୍ପତ୍ତି କୁ ସମ୍ମତି ଜଣା ଷ୍ଟେସନର ନାଁ […]

Continue Reading

ଥମୁନି ପଞ୍ଜାବ ରାଜନୀତି: ବଢୁଛି କଂଗ୍ରେସ ବନାମ କ୍ୟାପଟେନ୍ କନ୍ଦଳ

ପଞ୍ଜାବ : ଥମୁନି ପଞ୍ଜାବ ରାଜନୀତି । ଛିଣ୍ଡୁନି କଂଗ୍ରେସ ବନାମ କ୍ୟାପଟେନ୍ କନ୍ଦଳ।  କଂଗ୍ରେସ ଛାଡିବା ପରେ କ୍ୟାପଟେନ ଅମରିନ୍ଦର ସିଂହ ଓ ପଂଜାବ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି କନ୍ଦଳ । ଦଳ ଛାଡିବା ପରେ କ୍ୟାପଟେନ ବାରମ୍ବାର ପଂଜାବର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏପରି କି ନିଜ ଦିଲ୍ଲୀ ଗସ୍ତ ସମୟରେ ଏନେଇ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଥିଲେ ଅମରିନ୍ଦର । ଅମରିନ୍ଦର  ଓ ନବଜୋତ […]

Continue Reading

ଲଖିମପୁର ଖେରି ହିଂସା ମାମଲା : ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହୋଇଛନ୍ତି ୨ ଅଭିଯୁକ୍ତ । ଘଟଣା ସଂପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନେ ହେଲେ ଲବକୁଶ ରାଣା ଓ ଆଶିଷ ପାଣ୍ଡେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏମାନେ ସମସ୍ତେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଘଟଣାରେ ଯୋଗୀ ସରକାରଙ୍କୁ ଷ୍ଟାଟସ ରିପୋର୍ଟ […]

Continue Reading

ଚିରାଗ ପାଇଲେ ହେଲିକପ୍ଟର ଆଉ ପଶୁପତିଙ୍କୁ ସିଲାଇ ମେସିନ ଚିହ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର ନିର୍ବାଚନ ଚିହ୍ନ ବଙ୍ଗଳା ଥିଲା । ଇସି ଚିରାଗ ଏବଂ ପଶୁପତିଙ୍କୁ ନିର୍ବାଚନୀ ଚିହ୍ନ ଏବଂ ନାମ ଦଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚିରାଗ ତାଙ୍କ ପାର୍ଟିର ନାମ […]

Continue Reading

ପିପିଲି ଉପନିର୍ବାଚନ ଫଳାଫଳ: କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ରେଜଲ୍ଟ । ଭୋଟ ଗଣତି ଲାଗି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି ହୋକୁ ଥିବା ବେଳେ, ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତିରେ ନିୟୋଜିତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସକାଳ […]

Continue Reading

ପିପିଲି ଉପନିର୍ବାଚନ ପାଇଁ ସଜବାଜ ,ବୁଥ୍ କୁ ଗଲେ ପୋଲିଂ ପାର୍ଟି

ପିପିଲି : ଆଉ ଦିନକ ପରେ ପିପିଲି ଭୋଟ୍ । ଆଜି ପୁଲିଂ ପାର୍ଟିମାନେ ନିଜ ନିଜ ବୁଥ୍ କୁ ଯାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତିସମ୍ବେଦନଶିଳ ବୁଥ୍ ହୋଇଥିବାବେଳେ । ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ମତ ଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଆଜି ସକାଳୁ ପେଣ୍ଠକଟା ୱେର ହାଉସ […]

Continue Reading

ଗୋଆ ନିର୍ବାଚନ ଲଢ଼ିବ ଟିଏମସି

ପାଣାଜି: ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଲଢ଼ିବ ବୋଲି ଶନିବାର ଘୋଷଣା କରିଛି । ଖୁବଶୀଘ୍ର ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପ୍ରମୁଖ ନେତା ଡେରେକ ଓ’ବ୍ରେନ କହିଛନ୍ତି । ଗୋଆରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଅବସରରେ ସେ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଆମ ପାର୍ଟିରେ ହାଇକମାଣ୍ଡ ସଂସ୍କୃତି ନାହିଁ । ଗୋଆବାସୀ ଏଥର ବିଜେପିକୁ ହଟାଇବା […]

Continue Reading

ପଞ୍ଜାବରେ ଆସନ୍ତାକାଲି ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ

ଚଣ୍ଡିଗଡ଼ : କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ । ଗତ ସୋମବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିବା ଚନ୍ନୀ ନୂଆ ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୩ ଥର ଦିଲ୍ଲା ଗସ୍ତରେ ଗଲେଣି । ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର […]

Continue Reading

ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ତାଲିମ ଶିବିର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ଭୋଟ ଗଣତି ପାଇଁ ଅନୁଷ୍ଠିତ ହୋଇଛି ତାଲିମ ଶିବିର । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ତାଲିମ ପ୍ରଦାନ କରିଥିଲେ । ଗଣତି ପାଇଁ ଦୁଇଟି କକ୍ଷରେ ୧୪ଟି ଟେବଲ ଏବଂ ଅନ୍ୟ ଗୋଟିଏ ଟେବଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ଏହି […]

Continue Reading